< କରିନ୍ଥୀୟ 7 >
1 ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ;
Su, kwa vitwatira vilii vyamunembiriti kuwera, iherepa kwa wantu pawayuga ndiri.
2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ।
Toziya ya uhumba nentu, su kila mpalu kaweri na mdala gwakuwi mweni na kila mdala kaweri na mpalu gwakuwi mweni.
3 ସ୍ୱାମୀ ସ୍ତ୍ରୀକୁ ତାହାର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ।
Mpalu katendi galii gagafiruwa na mdala gwakuwi na mdala katendi galii gagafiruwa na mpalu gwakuwi.
4 ଭାର୍ଯ୍ୟାର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି।
Nshimba ya mdala, yakuwi mweni ndiri, kumbiti ya mpalu gwakuwi. Ntambu iraayi nshimba ya mpalu, yakuwi mweni ndiri, kumbiti ya mdala gwakuwi.
5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।
Namuliyimana maweni, kumbiti mpatani kutenda hangu kwa shipindi shididini hera, su muwezi kulikala kwa kumluwa Mlungu, shakapanu muliwuyiri kayi, su Shetani nakiza kuwajera toziya muweza ndiri kulilewelera.
6 କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ।
Aga ganuwagambirani neni na gamalagaliru ndiri.
7 ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା। ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ପାଇଅଛି।
Neni menfiri wantu woseri waweri gambira neni ntambu yanwera, kumbiti kila yumu kawera na lifupu kulawa kwa Mlungu, yumu kana lifupu ali na yumonga kana lifupu lilii.
8 କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋʼ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ।
Vinu wantu walii yawayuga ndiri na walii yawawera wakenja nuwagambira hangu iherepa walikali gambira neni ntambu yanwera.
9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।
Kumbiti muntu pakasinda kulilewelera, su kayugi mdala, mana membaka nentu kuyuga kuliku kuwera na lumatamata.
10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ,
Kwa wantu yawayugiti na yawayugitwi nankuwapanani malagaliru, ganeni ndiri kumbiti ga Mtuwa, mdala nakalekana na mpalu gwakuwi,
11 (କିନ୍ତୁ ଯଦି ସେ ସ୍ୱାମୀଠାରୁ ପୃଥକ୍ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ।
Kumbiti pakalekana nayomberi, kalikali pota na kuyugwa ama kakolaniziwi mawoku na mpalu gwakuwi na mpalu nakamleka mdala gwakuwi.
12 କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାହାକୁ ପରିତ୍ୟାଗ ନ କରୁ।
Kwa wamonga neni nonga, gweka yangu hera na kumbiti Mtuwa ndiri, Payiwera mpalu yakawera na mdala yakamwamini ndiri Yesu na mdala ayu kajimira kulikala na yomberi, nakamleka mdala ayu.
13 ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ।
Na handa mdala kana mpalu yakamwamini ndiri Yesu na mpalu ayu kajimira kulikala na yomberi, su mdala ayu nakamlema mpalu gwakuwi.
14 କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।
Toziya mpalu ayu yakamjimira ndiri Yesu hakapungwi na Mlungu kwa kulikolerana na mdala gwakuwi na mdala ayu yakamwamini ndiri Yesu hakajimirwi na Mlungu kwa kulikolerana na mpalu gwakuwi. Pamonga wana wawu mewaweri ndiri wa Mlungu, kumbiti vinu wajimirwa kuwera wana wa Mlungu.
15 ତଥାପି ଯଦି ଅବିଶ୍ୱାସୀ ପୃଥକ୍ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି।
Kumbiti payiwera ulii yakamjimira ndiri Kristu pakafira kumleka muyaguwi yakawera Mkristu, su kamleki. Su mpalu ama mdala hakaweri mlekeru. Mlungu kawashemiti mwenga mulikali kwa ponga.
16 ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?
Gwenga mdala, guvimana hashi kuwera gwana unakaka kuwera haguwezi kumlopoziya mpalu gwaku? Ama gwenga mpalu, guvimana hashi kuwera gwana unakaka kuwera haguwezi kumlopoziya mdala gwaku?
17 କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ବର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।
Kila muntu kalikali kugenderana na mafupu gakapananitwi na Mtuwa na ntambu yakashemitwi na Mlungu. Ali ndo lilagaliru lyaneni muvipinga vyoseri vya wantu vyawamwamini Yesu.
18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।
Hashi, kwana muntu yoseri yakayingiziwitwi kala jandu pakashemitwi na Mlungu? Nakalipayira kuwera kayingiziwitwi ndiri jandu na handa pakashemitwi kawera kayingiziyitwi ndiri jandu, su nakayingiziwa jandu.
19 ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ବରଙ୍କ ଆଜ୍ଞା ପାଳନ ହିଁ ସାର।
Toziya kwingiziwa jandu ama kwingiziwa ndiri jandu shintu ndiri, shintu shikulu ndo kugajimira Malagaliru ga Mlungu.
20 ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ।
Su kila yumu kasigali ntambu pakashemitwi na Mlungu.
21 ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର।
Hashi, gwenga guweriti mmanda pagushemitwi na Mlungu? Nagulishera, kumbiti paguwera mlekeru, gutendi hangu.
22 କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ।
Toziya yomberi yakashemitwi na Mtuwa pakawera mmanda, muntu ayu hakaweri mlekeru gwa Mtuwa. Ntambu iraayi ulii muntu mlekeru yakashemitwi na Kristu, kawera mmanda gwa Kristu.
23 ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି, ସେଥିପାଇଁ ମନୁଷ୍ୟର ଦାସ ହୁଅ ନାହିଁ।
Mlungu kawahemeriti mwenga kwa beyi nkulu, su namuwera kayi wamanda wa wantu.
24 ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ବରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ।
Walongu wayangu, kila yumu gwenu kasigali mukulikolerana pamuhera na Mlungu ntambu yakaweriti pakashemitwi.
25 କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଦୟାରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି।
Vinu kwa visoweru vya wadala yawawera wali, nahera lilagaliru lya Mtuwa, kumbiti ntakula ntambu yamona neni, kwa lusungu lwa Mtuwa, nstaili kwaminika.
26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ।
Su, kulawirana na ntabika yaiwera vinu, neni nulihola kuwera iherepa nentu muntu kasigali ntambu yakawera.
27 ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ।
Hashi, gwenga guyuga? Su nagulekana na mdala gwaku. Hashi, gwenga guyuga ndiri? Su nagufira kuyuga.
28 କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା।
Kumbiti paguyuga gutenda ndiri vidoda na handa mwali pakayugwa katenda ndiri vidoda. Womberi pawayugana hawapati ntabika mumakaliru aga, kumbiti neni menfiri ndiri gawapati aga.
29 କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତି ଅଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ।
Walongu waneni, nfira kutakula hangu, shipindi shashisigala shididini hera na kwanjira vinu walii yawayuga walikali gambira waliyuga ndiri,
30 ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ;
na walii yawalila waweri gambira walira ndiri na walii yawanemelera waweri gambira wanemelera ndiri na walii yawahemera waweri gambira wahera shintu shawahemeliti,
31 ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି।
na walii yawawera na lihengu lya pasipanu, waweri gambira wahera lihengu la pasipanu. Toziya pasipanu ntambu yatupamana, pankupita.
32 କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା। ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ;
Neni menfiriti mwenga namlishera. Muntu yakahera mdala kankuliholera lihengu lya Mtuwa, toziya yomberi kankujera kumfiriziya Mtuwa.
33 କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତାହାର ମନ ବିଭକ୍ତ ହୁଏ।
Kumbiti mpalu yakayugiti kankuliholera lihengu lya pasipanu, su kamfiriziyi mdala gwakuwi,
34 ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ।
na yomberi maholu gakuwi galibagula. Mdala yakayugwa ndiri ama yakawera mwali katenda lihengu lya Mtuwa, kapati kuwera mananagala gwa nshimba na rohu. Kumbiti mdala yakayugitwi katendaga lihengu lya pasipanu, su kamfiriziyi mdala gwakuwi.
35 ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି।
Nuwagambirani aga toziya nfira kuwatanga mwenga. Neni nfira ndiri kuwapoka ulekelu wenu, kumbiti nfira mwenga mtendi maheri na mulilaviyi maweni kumtendera lihengu lya Mtuwa pota na kukwegwa na vintu vyamonga.
36 କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।
Handa muntu kawona kamtendera weri ndiri mwali yakamfindika pakamuyuga ndiri na handa hapeni kawezi kulikala pota na kuyuga, su katendi ntambu yakafira, yomberi kayugi na hapeni katendi vidoda.
37 କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ।
Kumbiti mpalu ayu pakaamuwa mumoyu mwakuwi pota na kuyuga na handa kaweza kuzikolamlima matamata zyakuwi na kwamuwa ntambu ya kutenda, su katenda weri nentu pakamuyuga ndiri mwali ayu.
38 ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ।
Su mpalu yakayuga katenda hweri, kumbiti ulii yakayugiti ndiri katenda hweri nentu.
39 ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ।
Mdala yakayugitwi kakolerana pamuhera na mpalu gwakuwi mushipindi shoseri pamberi pa kuhowa. Kumbiti mpalu gwakuwi pakahowa, mdala ayu kawera mlekeru, na pakafira mweni kaweza kuyugwa na muntu yoseri, kumbiti mpalu ayu kaweri Mkristu.
40 କିନ୍ତୁ ସେ ଅବିବାହିତ ହୋଇ ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ବରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।
Kumbiti yamona neni, kwa mdala ayu mbaka pakalikala ntambu yakawera. Aga ndo ntambu yanulihola na neni nulihola kuwera nana Rohu gwa Mlungu.