< କରିନ୍ଥୀୟ 6 >

1 ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ?
Bí ẹnikẹ́ni nínú yín bá ni èdè-àìyedè sí ẹnìkejì rẹ̀, ó ha gbọdọ̀ lọ pè é lẹ́jọ́ níwájú àwọn aláìṣòótọ́ bí, bí kò ṣe níwájú àwọn ènìyàn mímọ́?
2 ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏ କଥା କି ତୁମ୍ଭେମାନେ ଜାଣ ନାହିଁ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ?
Ṣé ẹ̀yin kò mọ̀ pé àwọn ẹni mímọ́ ni yóò ṣe ìdájọ́ ayé? Ǹjẹ́ bí ó ba ṣe ìpàṣẹ yín ni a o ti ṣe ìdájọ́ ayé, kín ni ìdí tí ẹ kò fi yanjú àwọn ọ̀rọ̀ kéékèèké wọ̀nyí láàrín ara yín.
3 ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ?
Ẹ kò mọ̀ pé àwa ni a ó ṣe ìdájọ́ àwọn angẹli ní? Mélòó mélòó àwọn nǹkan tó wà nínú ayé yìí.
4 ତେବେ ଐହିକ ଜୀବନର କଥା ବା କଅଣ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କଅଣ ବିଚାର କରିବା ନିମନ୍ତେ ନିଯୁକ୍ତ କର?
Nítorí náà, bí ẹ̀yin bá ni aáwọ̀ lórí ọ̀rọ̀ yìí, ǹjẹ́ ẹ ó yàn láti gba ìdájọ́ lọ́dọ̀ àwọn tí ìgbé ayé wọn ń di gígàn nínú ìjọ.
5 ମୁଁ ତୁମ୍ଭମାନଙ୍କୁ ଲଜ୍ଜା କରାଇବା ପାଇଁ ଏହା କହୁଅଛି। ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କଅଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ?
Mo sọ èyí kí ojú lè tì yín. Ṣé ó ṣe é ṣe kí a máa rín ẹnìkan láàrín yín tí ó gbọ́n níwọ̀n láti ṣe ìdájọ́ èdè-àìyedè láàrín àwọn onígbàgbọ́?
6 ମାତ୍ର ଜଣେ ବିଶ୍ୱାସୀ ଭାଇ ଅନ୍ୟ ବିଶ୍ୱାସୀ ଭାଇ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ!
Ṣùgbọ́n dípò èyí, arákùnrin kan ń pe arákùnrin kejì lẹ́jọ́ sí ilé ẹjọ́ níwájú àwọn aláìgbàgbọ́.
7 ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ। ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ?
Ǹjẹ́ nísinsin yìí, àbùkù ni fún un yín pátápátá pé ẹ̀yin ń bá ara yín ṣe ẹjọ́. Kín ní ṣe tí ẹ kò kúkú gba ìyà? Kín ló dé tí ẹ kò kúkú gba ìrẹ́jẹ kí ẹ sì fi i sílẹ̀ bẹ́ẹ̀?
8 କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ।
Ṣùgbọ́n ẹ̀yin ń jẹ ni ní ìyà, ẹ sì ń rẹ́ ni jẹ. Ẹ̀yin si ń ṣe èyí sí àwọn arákùnrin yín.
9 ଅବା, ଅଧାର୍ମିକମାନେ ଯେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ
Ẹ̀yin kò mọ̀ pé àwọn aláìṣòótọ́ kì í yóò jogún ìjọba Ọlọ́run? Kí a máa tàn yín jẹ; kì í ṣe àwọn àgbèrè, tàbí àwọn abọ̀rìṣà, tàbí àwọn panṣágà, tàbí àwọn ọkùnrin tí ń ṣe ìṣe obìnrin tàbí àwọn ọkùnrin tí ń ba ara wọn lòpọ̀
10 କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।
tàbí àwọn olè, tàbí àwọn wọ̀bìà, tàbí àwọn ọ̀mùtí, tàbí àwọn apẹ̀gàn, tàbí àwọn alọ́nilọ́wọ́gbà ni yóò jogún ìjọba Ọlọ́run.
11 ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
Bẹ́ẹ̀ ni àwọn ẹlòmíràn nínú yín sì tí jẹ́ rí; ṣùgbọ́n a ti sọ yín di mímọ́, ṣùgbọ́n a ti dá yín láre ni orúkọ Jesu Kristi Olúwa, àti nípa Ẹ̀mí Mímọ́ Ọlọ́run wa.
12 ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ।
“Ohun gbogbo ní ó tọ́ fún mi,” ṣùgbọ́n kì í ṣe ohun gbogbo ni ó ní èrè. “Ohun gbogbo ni ó yẹ fún mi,” ṣùgbọ́n èmi kì yóò jẹ́ kí ohunkóhun ṣe olórí fun mi.
13 ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ବର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ;
“Oúnjẹ fún inú àti inú fún oúnjẹ,” ṣùgbọ́n Ọlọ́run yóò fi òpin sí méjèèjì, ara kì í ṣe fún ìwà àgbèrè ṣíṣe, ṣùgbọ́n fún Olúwa, àti Olúwa fún ara náà.
14 ଈଶ୍ବର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ।
Nínú agbára rẹ̀, Ọlọ́run jí Olúwa dìde kúrò nínú òkú bẹ́ẹ̀ gẹ́gẹ́ ni yóò jí àwa náà dìde.
15 ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ।
Ṣé ẹ kò tilẹ̀ mọ̀ pé ara yín gan an jẹ́ ẹ̀yà ara Kristi fún ara rẹ̀? Ǹjẹ́ tí ó ba jẹ́ bẹ́ẹ̀, ǹjẹ́ ó yẹ kí ń mú ẹ̀yà ara Kristi kí ń fi ṣe ẹ̀yà ara àgbèrè bí? Kí a má rí i!
16 କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।”
Tàbí ẹ kò mọ̀ pé bí ẹnìkan bá so ara rẹ̀ pọ̀ mọ́ àgbèrè ó jẹ́ ara kan pẹ̀lú rẹ̀? Nítorí a tí kọ ọ́ wí pé, “Àwọn méjèèjì yóò sì di ara kan.”
17 କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ।
Ṣùgbọ́n ẹni ti ó dàpọ̀ mọ́ Olúwa di ẹ̀mí kan náà pẹ̀lú rẹ̀.
18 ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ।
Ẹ máa sá fún àgbèrè. Gbogbo ẹ̀ṣẹ̀ tí ènìyàn ń dá wà lóde ara, ṣùgbọ́n ẹni tí ń ṣe àgbèrè ń ṣe sí ara òun tìkára rẹ̀.
19 ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ;
Tàbí, ẹ̀yin kò mọ̀ pé ara yín ni tẹmpili Ẹ̀mí Mímọ́, ti ń bẹ nínú yín, ti ẹ̀yin ti gbà lọ́wọ́ Ọlọ́run? Ẹ̀yin kì í ṣe ti ara yín,
20 ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର।
nítorí a ti rà yín ni iye kan. Nítorí náà ẹ yìn Ọlọ́run lógo nínú ara yín, àti nínú ẹ̀mí yín, tì í ṣe ti Ọlọ́run.

< କରିନ୍ଥୀୟ 6 >