< କରିନ୍ଥୀୟ 5 >
1 ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୁଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି।
১অপৰং যুষ্মাকং মধ্যে ৱ্যভিচাৰো ৱিদ্যতে স চ ৱ্যভিচাৰস্তাদৃশো যদ্ দেৱপূজকানাং মধ্যেঽপি তত্তুল্যো ন ৱিদ্যতে ফলতো যুষ্মাকমেকো জনো ৱিমাতৃগমনং কৃৰুত ইতি ৱাৰ্ত্তা সৰ্ৱ্ৱত্ৰ ৱ্যাপ্তা|
2 ପୁଣି, ଯେ ଏହି କର୍ମ କରିଅଛି, ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ, ଏଥିନିମନ୍ତେ ଶୋକାର୍ତ୍ତ ନ ହୋଇ ବରଂ କି ଗର୍ବ କରୁଅଛ?
২তথাচ যূযং দৰ্পধ্মাতা আধ্বে, তৎ কৰ্ম্ম যেন কৃতং স যথা যুষ্মন্মধ্যাদ্ দূৰীক্ৰিযতে তথা শোকো যুষ্মাভি ৰ্ন ক্ৰিযতে কিম্ এতৎ?
3 କିନ୍ତୁ ମୁଁ ଶରୀରରେ ଅନୁପସ୍ଥିତ ହେଲେ ସୁଦ୍ଧା ଆତ୍ମାରେ ଉପସ୍ଥିତ ଥାଇ, ଯେ ଏହି ପ୍ରକାର କର୍ମ କରିଅଛି, ଉପସ୍ଥିତ ଥିଲା ପରି ପ୍ରଭୁ ଯୀଶୁଙ୍କ ନାମରେ ତାହାର ବିଚାର କରିସାରିଅଛି,
৩অৱিদ্যমানে মদীযশৰীৰে মমাত্মা যুষ্মন্মধ্যে ৱিদ্যতে অতোঽহং ৱিদ্যমান ইৱ তৎকৰ্ম্মকাৰিণো ৱিচাৰং নিশ্চিতৱান্,
4 ଅର୍ଥାତ୍, ତୁମ୍ଭେମାନେ ଓ ମୋହର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଶକ୍ତି ସହକାରେ ସମବେତ ହୋଇ ଏହା ସ୍ଥିର କରିଅଛୁ ଯେ,
৪অস্মৎপ্ৰভো ৰ্যীশুখ্ৰীষ্টস্য নাম্না যুষ্মাকং মদীযাত্মনশ্চ মিলনে জাতে ঽস্মৎপ্ৰভো ৰ্যীশুখ্ৰীষ্টস্য শক্তেঃ সাহায্যেন
5 ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ।
৫স নৰঃ শৰীৰনাশাৰ্থমস্মাভিঃ শযতানো হস্তে সমৰ্পযিতৱ্যস্ততোঽস্মাকং প্ৰভো ৰ্যীশো ৰ্দিৱসে তস্যাত্মা ৰক্ষাং গন্তুং শক্ষ্যতি|
6 ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ। ତୁମ୍ଭେମାନେ କି ଜାଣ ନାହିଁ ଯେ, ଅଳ୍ପ ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ?
৬যুষ্মাকং দৰ্পো ন ভদ্ৰায যূযং কিমেতন্ন জানীথ, যথা, ৱিকাৰঃ কৃৎস্নশক্তূনাং স্ৱল্পকিণ্ৱেন জাযতে|
7 ତୁମ୍ଭେମାନେ ତ ଖମୀରଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମୀର ବାହାର କରିପକାଅ; କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଅର୍ଥାତ୍ ଖ୍ରୀଷ୍ଟ, ମଧ୍ୟ ବଳୀକୃତ ହୋଇଅଛନ୍ତି।
৭যূযং যৎ নৱীনশক্তুস্ৱৰূপা ভৱেত তদৰ্থং পুৰাতনং কিণ্ৱম্ অৱমাৰ্জ্জত যতো যুষ্মাভিঃ কিণ্ৱশূন্যৈ ৰ্ভৱিতৱ্যং| অপৰম্ অস্মাকং নিস্তাৰোৎসৱীযমেষশাৱকো যঃ খ্ৰীষ্টঃ সোঽস্মদৰ্থং বলীকৃতো ঽভৱৎ|
8 ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କିଅବା ଦୁଷ୍ଟତା ଓ କୁକର୍ମରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟରୂପ ଖମୀରଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ।
৮অতঃ পুৰাতনকিণ্ৱেনাৰ্থতো দুষ্টতাজিঘাংসাৰূপেণ কিণ্ৱেন তন্নহি কিন্তু সাৰল্যসত্যৎৱৰূপযা কিণ্ৱশূন্যতযাস্মাভিৰুৎসৱঃ কৰ্ত্তৱ্যঃ|
9 ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ମୁଁ ତୁମ୍ଭମାନଙ୍କୁ ମୋହର ପତ୍ରରେ ଲେଖିଥିଲି;
৯ৱ্যাভিচাৰিণাং সংসৰ্গো যুষ্মাভি ৰ্ৱিহাতৱ্য ইতি মযা পত্ৰে লিখিতং|
10 ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ;
১০কিন্ত্ৱৈহিকলোকানাং মধ্যে যে ৱ্যভিচাৰিণো লোভিন উপদ্ৰাৱিণো দেৱপূজকা ৱা তেষাং সংসৰ্গঃ সৰ্ৱ্ৱথা ৱিহাতৱ্য ইতি নহি, ৱিহাতৱ্যে সতি যুষ্মাভি ৰ্জগতো নিৰ্গন্তৱ্যমেৱ|
11 କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ, ଯଦି କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ତେବେ ଏପରି ଲୋକ ସହିତ ସମ୍ପର୍କ ରଖ ନାହିଁ, ପୁଣି, ତାହା ସାଙ୍ଗରେ ଭୋଜନ ସୁଦ୍ଧା କର ନାହିଁ।
১১কিন্তু ভ্ৰাতৃৎৱেন ৱিখ্যাতঃ কশ্চিজ্জনো যদি ৱ্যভিচাৰী লোভী দেৱপূজকো নিন্দকো মদ্যপ উপদ্ৰাৱী ৱা ভৱেৎ তৰ্হি তাদৃশেন মানৱেন সহ ভোজনপানেঽপি যুষ্মাভি ৰ্ন কৰ্ত্তৱ্যে ইত্যধুনা মযা লিখিতং|
12 କାରଣ ମଣ୍ଡଳୀ ବାହାର ଲୋକମାନଙ୍କର ବିଚାର କରିବାରେ ମୋହର କଅଣ ଅଛି? ମଣ୍ଡଳୀ ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କର ବିଚାର କି ତୁମ୍ଭେମାନେ କର ନାହିଁ?
১২সমাজবহিঃস্থিতানাং লোকানাং ৱিচাৰকৰণে মম কোঽধিকাৰঃ? কিন্তু তদন্তৰ্গতানাং ৱিচাৰণং যুষ্মাভিঃ কিং ন কৰ্ত্তৱ্যং ভৱেৎ?
13 କିନ୍ତୁ ଯେଉଁମାନେ ବାହାରେ ଅଛନ୍ତି, ସେମାନଙ୍କ ବିଚାର ଈଶ୍ବର କରିବେ। ସେହି ଦୁଷ୍ଟ ଲୋକକୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ।
১৩বহিঃস্থানাং তু ৱিচাৰ ঈশ্ৱৰেণ কাৰিষ্যতে| অতো যুষ্মাভিঃ স পাতকী স্ৱমধ্যাদ্ বহিষ্ক্ৰিযতাং|