< କରିନ୍ଥୀୟ 3 >
1 ହେ ଭାଇମାନେ, ମୁଁ ଆତ୍ମିକମନା ଲୋକଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହି ପାରିଲି ନାହିଁ, କିନ୍ତୁ ଶାରୀରିକମନା ଲୋକଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି।
୧ଏ ବାଇବଇନିମନ୍, ମୁଇ କରନ୍ତିୟତେଇ ରଇଲାବେଲେ ସୁକଲ୍ଆତ୍ମା ପାଇଲା ଲକ୍ମନର୍ ଇସାବେ ତମ୍କେ କାତା ଅଇ ନାପାର୍ଲି । ମାତର୍ ନିଜେ ମନ୍କଲା ଇସାବେ ରଇବା ଲକ୍ମନର୍ ଇସାବେସେ କାତା ଅଇଲି । କାଇକେ ବଇଲେ ତମେ ସେବେଲେସେ, ବିସ୍ବାସ୍ କର୍ବାକେ ମୁଲିଆଇ ରଇଲାସ୍ । କିରିସ୍ଟର୍ ତେଇ କଅଁଲା ପିଲାମନର୍ ପାରା ।
2 ମୁଁ ତୁମ୍ଭମାନଙ୍କୁ ଦୁଗ୍ଧ ପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମ୍ଭେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନ ଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇ ନାହଁ,
୨ମୁଇ ତମ୍କେ ଆଁଟ୍ କାଦି ନ ଦେଇ କରି ଦୁଦ୍ କାଇବାକେ ଦେଇରଇଲି । କାଇକେବଇଲେ ତମେ ଆଁଟ୍ କାଦି କାଇବାର୍ ନାପାର୍ତେ ରଇଲାସ୍ । ଏବେ ମିସା ନାପାରାସ୍ ।
3 ଯେଣୁ, ଏପର୍ଯ୍ୟନ୍ତ ତୁମ୍ଭେମାନେ ଶାରୀରିକ ଅଟ। କାରଣ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁ ନାହଁ?
୩ତେବେ, ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ମନର୍ପାରା ଆଚାସ୍ । ମୁଇ ଏଟାର୍ ପାଇ କଇଲିନି, କାଇକେବଇଲେ ତମର୍ ତମର୍ ବିତ୍ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ବଲି ଜାନାପଡ୍ଲାନି । ଜଗତର୍ ଲକ୍ମନର୍ ପାରା, ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାସ୍ନି ।
4 ଯେହେତୁ ଯେତେବେଳେ ଜଣେ କୁହେ, ମୁଁ ପାଉଲଙ୍କର, ପୁଣି, ଆଉ ଜଣେ କୁହେ, ମୁଁ ଆପଲ୍ଲଙ୍କର, ସେତେବେଳେ ତୁମ୍ଭେମାନେ କି ଶାରୀରିକ ନୁହଁ?
୪ଜେନ୍ତିକି ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଗାଲୁନି । ତେଇଅନି ଆରି କେତେଲକ୍ କଇବାଇ, ଆମେ ଆପଲର୍ ବାଟେ ଗାଲୁନି । ସେଡ୍କିବେଲେ ତମେ କାଇ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ନୁଆସ୍ କି?
5 ଆପଲ୍ଲ କିଏ? ପାଉଲ ବା କିଏ? ସେମାନେ ତ ସେବକ ମାତ୍ର, ଯେଉଁମାନଙ୍କ ଦ୍ୱାରା, ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି, ତଦନୁସାରେ ତୁମ୍ଭେମାନେ ବିଶ୍ୱାସ କରିଅଛ।
୫ସେ ଇସାବେ ଦେକ୍ଲେ ଆପଲ୍ କେ? ଆରି ମୁଇ ମିସା କେ? ଆମେତା ଅବ୍କା ସେବା କରୁମନ୍ । ଜେନ୍ତିକି ତମ୍କେ ବିସ୍ବାସ୍ କର୍ବାକେ ଆମେ ସାଇଜ କଲୁ । ପର୍ମେସର୍ ଆମ୍କେ ଜନ୍ କାମ୍ କର୍ବାକେ ଦେଇରଇଲା, ଆମେ ସେ କାମ୍ କରିଆଚୁ ।
6 ମୁଁ ରୋପଣ କରିଅଛି, ଆପଲ୍ଲ ଜଳ ସେଚନ କରିଅଛନ୍ତି, କିନ୍ତୁ ଈଶ୍ବର ବୃଦ୍ଧି ସାଧନ କରିଅଛନ୍ତି।
୬ମୁଇ ମୁଞ୍ଜି ରପ୍ଲା ଲକ୍ ପାରା, ଆରି ଆପଲ୍ ଗଚେ ପାନିଦେଲା ଲକର୍ ପାରା । ମାତର୍ ପର୍ମେସର୍ ସେ ଗଚ୍ ବଡାଇଆଚେ ।
7 ଅତଏବ, ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ବର, ସେ ସାର।
୭ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍ କାଇଟା ନାଇ, ଜେ ବଡାଇରଇସି, ସେ ପର୍ମେସର୍ ସେ ସବୁଟା ।
8 ଯେ ରୋପଣ କରେ ଓ ଯେ ସେଚନ କରେ, ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ।
୮ଜେ ରପ୍ଲା ଆଚେ ଆରି ଜେ ପାନି ଦେଲାଆଚେ, ସେ ଦୁଇଲକ୍ ଗଟେକ୍ କାଇଆଲେ ଲଡାର୍ପାଇ କାମ୍ କଲାଇନି । କାଇକେବଇଲେ ସେମନ୍କେ ପର୍ମେସର୍ ନିଜର୍ ନିଜର୍ କାମ୍ ଇସାବେ ପୁରୁସ୍କାର୍ ଦେଇସି ।
9 କାରଣ ଆମ୍ଭେମାନେ ଈଶ୍ବରଙ୍କ ସହକର୍ମୀ ତୁମ୍ଭେମାନେ ଈଶ୍ବରଙ୍କ କ୍ଷେତ୍ର, ଈଶ୍ବରଙ୍କ ଗୃହ।
୯ଆମେ ପର୍ମେସର୍ ସଙ୍ଗ୍ କାମ୍ କର୍ବା କୁଲିଆର୍ ମନ୍ । ଆରି କରନ୍ତିୟର୍ ବିସ୍ବାସିମନ୍ ତମେ, ପର୍ମେସର୍ ଚାସ୍ କର୍ବା ଜମି, ଆରି ତାର୍ ଗର୍ ।
10 ମୋତେ ଦିଆଯାଇଥିବା ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରେ, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରେ। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରେ, ସେ ସମ୍ବନ୍ଧରେ ସାବଧାନ ହେଉ।
୧୦ପର୍ମେସର୍ ମକେ ଦେଇରଇବା ତାର୍ ଜିବନ୍ ଦୁକାନି ଇସାବେ ମୁଇ ଗଟେକ୍ ସବୁ ଜାନିରଇବା ଗର୍ ତିଆର୍କରୁ ପାରା କୁନାଦି ବସାଇଆଚି । ସେବେଲେଅନି ବିନ୍ ଲକ୍ ତାର୍ ଉପ୍ରେ ତିଆର୍ କଲାନି । ମାତର୍ ତିଆର୍ କର୍ବା ବେଲେ ତମେ, ଗଟେକ୍ ଗଟେକ୍ ଲକ୍ ଜାଗ୍ରତ୍ ରଇବାର୍ ଆଚେ ।
11 କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି, ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁ ଖ୍ରୀଷ୍ଟ।
୧୧କାଇକେବଇଲେ, ଜନ୍ କୁନାଦି ତିଆର୍ ଅଇସାର୍ଲା ଆଚେ, ତାକେ ଚାଡି ଅଲ୍ଗା କୁନାଦି କେ ମିସା ତିଆର୍ କରି ନାପାରତ୍ । ସେ କୁନାଦିର୍ ମୁଲ୍ ପାକ୍ନା ଅଇଲାନି ଜିସୁକିରିସ୍ଟ ।
12 କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ,
୧୨ମାତର୍ କେତେକ୍ ଗର୍ ବାନ୍ଦୁମନ୍ କୁନାଦି ଉପ୍ରେ ସୁନା, ରୁପା ଆରି ବେସି ଦାମ୍ ଅଇବା ପାକ୍ନା ସଙ୍ଗ୍ ବାନ୍ଦ୍ଲାଇନି । ଆରି କେତେକ୍ ଲକ୍ ଦାରୁ, ଗାଁସ୍ ଆରି ପିରି ସଙ୍ଗ୍ କୁନାଦି ଉପ୍ରେ ବାନ୍ଦ୍ଲାଇନି ।
13 ତାହାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର, ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ କରିବ, ଯେଣୁ ସେହି ଦିନ ଅଗ୍ନି ସହିତ ପ୍ରକାଶିତ ହେବ, ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର, ସେହି ଅଗ୍ନି ପରୀକ୍ଷା କରିବ।
୧୩କିରିସ୍ଟ ଆରି ତରେକ୍ ଆଇବା ଦିନେ ଗଟେକ୍ ଗଟେକ୍ ଲକର୍ କରିରଇବା ସବୁ କାମ୍ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍ ଜଇଟାନେ ପଡାଇ ପରିକା କରାଅଇସି ।
14 ଯେ ଯାହା ନିର୍ମାଣ କରିଅଛି, ତାହାର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ;
୧୪ଜନ୍ଲକ୍ମନ୍ କରିରଇବା କୁନାଦି ଉପ୍ରେ ଜଇର୍ ପରିକାଟାନେ ନ ନସେ, ସେ ପୁରୁସ୍କାର୍ ପାଇସି ।
15 ଯଦି କାହାରି କର୍ମ ପୋଡ଼ିଯିବ, ତାହାର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲା ପରି ହେବ।
୧୫ଜଦି ଜାର୍ କାମ୍ ପଡି ଜାଇସି, ସେ କାମ୍ କରୁକେ କାଇଟା ନ ମିଲେ । ମାତର୍ ସେ ଲକ୍ ଲାଗ୍ତେରଇବା ଜଇଟାନେଅନି ରକିଆ ପାଇଲା ପାରା ନିଜେ ରକିଆ ପାଇସି ।
16 ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ବରଙ୍କ ମନ୍ଦିର, ଆଉ ଈଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି;
୧୬ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ ।
17 ଯଦି କୌଣସି ଲୋକ ଈଶ୍ବରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ବର ତାହାକୁ ନଷ୍ଟ କରିବେ କାରଣ ଈଶ୍ବରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ।
୧୭ଜଦି କେ ମିସା ପର୍ମେସରର୍ ମନ୍ଦିର୍ ନସାଇସି, ତେବେ ପର୍ମେସର୍ ତାକେ ନସାଇସି । କାଇକେବଇଲେ ପର୍ମେସରର୍ ମନ୍ଦିର୍ ସୁକଲ୍ଟା । ତମେମନ୍ ଆକା ସେ ମନ୍ଦିର୍ ।
18 କେହି ଆପଣାକୁ ପ୍ରବଞ୍ଚନା ନ କରୁ। ଯଦି କୌଣସି ଲୋକ ଏହି ଯୁଗରେ ତୁମ୍ଭମାନଙ୍କ ମଧ୍ୟରେ ଆପଣାକୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ। (aiōn )
୧୮ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ । (aiōn )
19 କାରଣ ଏହି ଜଗତର ଜ୍ଞାନ ଈଶ୍ବରଙ୍କ ନିକଟରେ ମୂର୍ଖତା। ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, “ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି,”
୧୯କାଇକେବଇଲେ ଏ ଜଗତର୍ ଗିଆନ୍ ପର୍ମେସରର୍ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍ତରେ ଲେକା ଆଚେ, ଗିଆନ୍ ରଇଲା ଲକ୍ମନ୍କେ ତାକର୍ ଚାଲାକିତେଇସେ ପର୍ମେସର୍ ଦାର୍ସି ।
20 ପୁନଶ୍ଚ, “ଜ୍ଞାନୀମାନଙ୍କର ତର୍କବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି।”
୨୦ଆରିତରେକ୍ ସାସ୍ତରେ ଲେକାଆଚେ । ଗିଆନ୍ ରଇବା ଲକ୍ମନ୍ ବାବ୍ବାଟା ସବୁ ଚୁଚାଇସେ ବଲି ପର୍ମେସର୍ ଜାନିଆଚେ ।
21 ଅତଏବ, କେହି ମନୁଷ୍ୟଠାରେ ଗର୍ବ ନ କରୁ;
୨୧ଆରି କେ ମିସା ଲକ୍ମନ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଉଆ । ଏବେ ତମେ ସବୁ ବିସଇର୍ ଅଦିକାର୍ ପାଇଆଚାସ୍ ।
22 କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର ପାଉଲ କୁହ କି ଆପଲ୍ଲ କୁହ କି କୈଫା କୁହ, ଜଗତ କୁହ କି ଜୀବନ କୁହ କି ମରଣ କୁହ, ବର୍ତ୍ତମାନ ବିଷୟ କୁହ କି ଭବିଷ୍ୟତ ବିଷୟ କୁହ, ସମସ୍ତ ହିଁ ତୁମ୍ଭମାନଙ୍କର,
୨୨ଜଦି ମୁଇ ଅଇଲେ କି, ଆପଲ୍ ଅଇଲେ କି, ପିତର୍ ଅଇଲେ କି, ଜଗତର୍ କାଇଟା ମିସା ଅଇଲେ, ତମେ ମଲେ କି ବଁଚ୍ଲେ, ଏବେ ଜାଇଟା ଅଇଲେ କି ପଚ୍କେ ଜନ୍ଟା ଅଇଲେ ମିସା, ସବୁ ବିସଇ ତମର୍ ମଙ୍ଗଲର୍ ପାଇସେ ।
23 ଏବଂ ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ପୁଣି, ଖ୍ରୀଷ୍ଟ ଈଶ୍ବରଙ୍କର।
୨୩ମାତର୍ ତମେ କିରିସ୍ଟର୍ ଲକ୍, ଆରି କିରିସ୍ଟ ପର୍ମେସରର୍ ।