< କରିନ୍ଥୀୟ 2 >
1 ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିଥିଲି, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ।
હે ભ્રાતરો યુષ્મત્સમીપે મમાગમનકાલેઽહં વક્તૃતાયા વિદ્યાયા વા નૈપુણ્યેનેશ્વરસ્ય સાક્ષ્યં પ્રચારિતવાન્ તન્નહિ;
2 କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି।
યતો યીશુખ્રીષ્ટં તસ્ય ક્રુશે હતત્વઞ્ચ વિના નાન્યત્ કિમપિ યુષ્મન્મધ્યે જ્ઞાપયિતું વિહિતં બુદ્ધવાન્|
3 ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି;
અપરઞ્ચાતીવ દૌર્બ્બલ્યભીતિકમ્પયુક્તો યુષ્માભિઃ સાર્દ્ધમાસં|
4 ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ବରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ,
અપરં યુષ્માકં વિશ્વાસો યત્ માનુષિકજ્ઞાનસ્ય ફલં ન ભવેત્ કિન્ત્વીશ્વરીયશક્તેઃ ફલં ભવેત્,
5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ ହୋଇଥିଲା।
તદર્થં મમ વક્તૃતા મદીયપ્રચારશ્ચ માનુષિકજ્ઞાનસ્ય મધુરવાક્યસમ્બલિતૌ નાસ્તાં કિન્ત્વાત્મનઃ શક્તેશ્ચ પ્રમાણયુક્તાવાસ્તાં|
6 ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, (aiōn )
વયં જ્ઞાનં ભાષામહે તચ્ચ સિદ્ધલોકૈ ર્જ્ઞાનમિવ મન્યતે, તદિહલોકસ્ય જ્ઞાનં નહિ, ઇહલોકસ્ય નશ્વરાણામ્ અધિપતીનાં વા જ્ઞાનં નહિ; (aiōn )
7 ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ବରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। (aiōn )
કિન્તુ કાલાવસ્થાયાઃ પૂર્વ્વસ્માદ્ યત્ જ્ઞાનમ્ અસ્માકં વિભવાર્થમ્ ઈશ્વરેણ નિશ્ચિત્ય પ્રચ્છન્નં તન્નિગૂઢમ્ ઈશ્વરીયજ્ઞાનં પ્રભાષામહે| (aiōn )
8 ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାନ୍ତି, କାରଣ ଯଦି ସେମାନେ ଈଶ୍ବରଙ୍କ ଜ୍ଞାନକୁ ଜାଣିଥାଆନ୍ତେ, ତେବେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; (aiōn )
ઇહલોકસ્યાધિપતીનાં કેનાપિ તત્ જ્ઞાનં ન લબ્ધં, લબ્ધે સતિ તે પ્રભાવવિશિષ્ટં પ્રભું ક્રુશે નાહનિષ્યન્| (aiōn )
9 କିନ୍ତୁ ଯେପରି ଲେଖାଅଛି, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି।”
તદ્વલ્લિખિતમાસ્તે, નેત્રેણ ક્કાપિ નો દૃષ્ટં કર્ણેનાપિ ચ ન શ્રુતં| મનોમધ્યે તુ કસ્યાપિ ન પ્રવિષ્ટં કદાપિ યત્| ઈશ્વરે પ્રીયમાણાનાં કૃતે તત્ તેન સઞ્ચિતં|
10 କିନ୍ତୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ବରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି।
અપરમીશ્વરઃ સ્વાત્મના તદસ્માકં સાક્ષાત્ પ્રાકાશયત્; યત આત્મા સર્વ્વમેવાનુસન્ધત્તે તેન ચેશ્વરસ્ય મર્મ્મતત્ત્વમપિ બુધ્યતે|
11 କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ବରଙ୍କ ବିଷୟସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ।
મનુજસ્યાન્તઃસ્થમાત્માનં વિના કેન મનુજેન તસ્ય મનુજસ્ય તત્ત્વં બુધ્યતે? તદ્વદીશ્વરસ્યાત્માનં વિના કેનાપીશ્વરસ્ય તત્ત્વં ન બુધ્યતે|
12 ଯେପରି ଈଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ବରଙ୍କ ଆତ୍ମା ପାଇଅଛୁ।
વયઞ્ચેહલોકસ્યાત્માનં લબ્ધવન્તસ્તન્નહિ કિન્ત્વીશ્વરસ્યૈવાત્માનં લબ્ધવન્તઃ, તતો હેતોરીશ્વરેણ સ્વપ્રસાદાદ્ અસ્મભ્યં યદ્ યદ્ દત્તં તત્સર્વ્વમ્ અસ્માભિ ર્જ્ઞાતું શક્યતે|
13 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ।
તચ્ચાસ્માભિ ર્માનુષિકજ્ઞાનસ્ય વાક્યાનિ શિક્ષિત્વા કથ્યત ઇતિ નહિ કિન્ત્વાત્મતો વાક્યાનિ શિક્ષિત્વાત્મિકૈ ર્વાક્યૈરાત્મિકં ભાવં પ્રકાશયદ્ભિઃ કથ્યતે|
14 କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ବରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହିସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ।
પ્રાણી મનુષ્ય ઈશ્વરીયાત્મનઃ શિક્ષાં ન ગૃહ્લાતિ યત આત્મિકવિચારેણ સા વિચાર્ય્યેતિ હેતોઃ સ તાં પ્રલાપમિવ મન્યતે બોદ્ધુઞ્ચ ન શક્નોતિ|
15 ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ।
આત્મિકો માનવઃ સર્વ્વાણિ વિચારયતિ કિન્તુ સ્વયં કેનાપિ ન વિચાર્ય્યતે|
16 ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।
યત ઈશ્વરસ્ય મનો જ્ઞાત્વા તમુપદેષ્ટું કઃ શક્નોતિ? કિન્તુ ખ્રીષ્ટસ્ય મનોઽસ્માભિ ર્લબ્ધં|