< କରିନ୍ଥୀୟ 11 >

1 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।
Ku bi gurbina, kamar yadda ni nake bin gurbin Kiristi.
2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।
Ina yabonku saboda kuna tunawa da ni a cikin kowane abu, kuna kuma riƙe da koyarwar, yadda na ba ku.
3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା।
To, ina so ku gane cewa shugaban kowane namiji Kiristi ne, shugaban mace namiji ne, shugaban Kiristi kuma Allah ne.
4 ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ।
Kowane namijin da ya yi addu’a ko annabci da kansa a rufe ya jawo kunya wa kansa.
5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ।
Duk macen da ta yi addu’a ko annabci da kanta a buɗe kuwa ta rena kanta, ya zama kamar an aske kanta ke nan.
6 କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ।
In mace ba ta so tă rufe kanta, to, sai tă aske gashinta; in kuwa abin kunya ne mace tă yanke ko tă aske gashinta, to, sai tă rufe kanta.
7 ପୁରୁଷ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ।
Namiji kuwa bai kamata ya rufe kansa ba, da yake shi kamannin Allah ne, da kuma darajar Allah, amma mace dai, darajar namiji ne.
8 କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି।
Gama namiji bai fito daga mace ba, sai dai mace ce ta fito daga namiji.
9 ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା।
Ba a kuma halicci namiji don mace ba, sai dai mace don namiji.
10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ।
Don haka, saboda wannan, da kuma saboda mala’iku, dole mace ta ɗaura wani abu a kanta.
11 ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ,
Duk da haka a cikin Ubangiji, mace ba a rabe take da namiji ba, namiji kuma ba a rabe yake da mace ba.
12 ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ଉତ୍ପନ୍ନ।
Kamar yadda mace ta fito daga namiji, haka kuma aka haifi namiji ta wurin mace. Sai dai kowane abu daga Allah yake.
13 ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ?
Ku kanku duba mana. Ya yi kyau mace tă yi addu’a ga Allah da kanta a buɗe?
14 ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,
Kai, yadda halitta take ma, ai, ta koya muku cewa in namiji yana da dogon gashi, abin kunya ne a gare shi,
15 କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ୱରୂପେ ତାହାର କେଶ ତାହାକୁ ଦିଆଯାଇଅଛି।
amma in mace tana da dogon gashi, ai, daraja ce a gare ta. Gama an ba ta dogon gashi saboda rufe kanta ne.
16 କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ବରଙ୍କ ମଣ୍ଡଳୀ-ସମୂହର ମଧ୍ୟ ନାହିଁ।
In akwai mai gardama da wannan, to, mu dai ba mu da wata al’ada, haka ma ikkilisiyoyin Allah.
17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି।
Game da umarnan nan dai, ban yaba muku ba, domin taruwarku ba ta kirki ba ce, ɓarna ce.
18 କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି।
Da farko dai, na ji cewa sa’ad da kuka taru a matsayin ikkilisiya, akwai tsattsaguwa a tsakaninku, har na fara yarda da zancen.
19 ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ।
Ba shakka dole a sami bambanci a tsakaninku don a nuna wa Allah ya amince da shi a cikinku.
20 ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ;
Sa’ad da kuka taru, ba Cimar Ubangiji kuke ci ba,
21 କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ।
gama yayinda kuke ci, kowa yakan ci gaba ba tare da jiran wani ba. Wani yă zauna da yunwa, wani kuma yă bugu.
22 କଅଣ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମ୍ଭେମାନେ କଅଣ ଈଶ୍ବରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? କଅଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏହି ବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ।
Kai, ba ku da gidajen da za ku ci ku sha ne? Ko dai kun rena ikkilisiyar Allah ne, kuna kuma wulaƙanta waɗanda ba su da kome? Me zan ce muku? In yabe ku ne game da wannan? A’a, ko kaɗan!
23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,
Gama abin da na karɓa daga wurin Ubangiji shi ne nake ba ku. Ubangiji Yesu, a daren da aka bashe shi, ya ɗauki burodi,
24 “ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
bayan ya yi godiya, sai ya kakkarya ya ce, “Wannan jikina ne, wanda yake dominku, ku yi wannan don tunawa da ni.”
25 ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
Haka kuma bayan cimar, ya ɗauki kwaf, yana cewa, “Wannan kwaf ne sabon alkawari a jinina; ku yi wannan, a duk sa’ad da kuke sha, don tunawa da ni.”
26 କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ।
Gama a duk sa’ad da kuke cin wannan burodi, kuke kuma sha daga wannan kwaf, kuna shelar mutuwar Ubangiji ne har yă dawo.
27 ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ।
Saboda haka, duk wanda ya ci burodin ko ya sha daga kwaf na Ubangiji da rashin cancanta, ya yi laifin wulaƙanta jiki da jinin Ubangiji ke nan.
28 କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ।
Dole kowa yă bincike kansa kafin yă ci burodin yă kuma sha daga kwaf ɗin.
29 କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ।
Gama duk wanda ya ci ya kuma sha ba tare da fahimtar jikin Ubangiji ba, ya ci ya kuma sha wa kansa hukunci ne.
30 ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି।
Shi ya sa da yawa a cikinku ba su da ƙarfi, suna kuma da rashin lafiya, waɗansunku kuma sun riga sun yi barci.
31 କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ।
Amma in da za mu auna kanmu sosai, da ba za mu shiga irin hukuncin nan ba.
32 ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।
Duk da haka sa’ad da Ubangiji ya hukunta mu, ana yin mana horo ne don kada a ƙarshe a hallaka mu tare da duniya.
33 ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।
Saboda haka’yan’uwana, sa’ad da kuka taru don ci, ku jira juna.
34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।
In wani yana jin yunwa, sai yă ci abinci a gida, saboda in kuka taru kada yă jawo hukunci. Sa’ad da na zo kuma zan ba da ƙarin umarnai.

< କରିନ୍ଥୀୟ 11 >