< ପ୍ରଥମ ବଂଶାବଳୀ 9 >
1 ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଏଥିଉତ୍ତାରେ ଯିହୁଦା ଆପଣାମାନଙ୍କ ଅବିଶ୍ଵସ୍ତତା ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ।
Kwa hivyo watu wote wa Israeli walinakiliwa ki uzao. Walinakiliwa katika vitabu vya kifalme vya Israeli. Yuda, walipelekwa matekani Babylon kwasababu ya dhambi zao.
2 ପୁଣି, ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗରସମୂହରେ ପ୍ରଥମେ ବସତି କଲେ।
Wakwanza kurudi kuishi katika miiji yao walikuwa Waisraeli, Makuhani, Walawi, na Watumishi wa hekalu.
3 ପୁଣି, ଯିହୁଦା-ସନ୍ତାନଗଣ ମଧ୍ୟରୁ, ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ, ଇଫ୍ରୟିମ ଓ ମନଃଶି-ସନ୍ତାନଗଣ ମଧ୍ୟରୁ ଏମାନେ ଯିରୂଶାଲମରେ ବାସ କଲେ; ଯଥା,
Baadhi ya uzao wa Yuda, Benjamin, Efraimu, na Manase waliishi Yerusalemu.
4 ଯିହୁଦାର ପୁତ୍ର ପେରସର ସନ୍ତାନଗଣ ମଧ୍ୟରୁ ବାନିର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିଙ୍କର ପୌତ୍ର ଅମ୍ମୀହୂଦର ପୁତ୍ର ଊଥୟ;
Wahamiaji walijumusha Uthai mwana wa Ammihudi mwana wa Omri mwana wa Bani, moja ya uzao wa Perezi mwana wa Yuda.
5 ଆଉ ଶୀଲୋନୀୟମାନଙ୍କ ମଧ୍ୟରୁ ପ୍ରଥମଜାତ ଅସାୟ ଓ ତାହାର ସନ୍ତାନଗଣ।
Kati ya Mashilonite kulikuwa na Asaia mtoto wa kwanza na wana wake.
6 ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଯୁୟେଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ ଛଅ ଶହ ନବେ ଜଣ।
Kati ya uzao wa Zera alikuwa Yeuli. Uzao wao ulikuwa na namba 690.
7 ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ହସନୁୟେଲର ପ୍ରପୌତ୍ର ହୋଦବୀୟର ପୌତ୍ର ମଶୁଲ୍ଲମ୍ର ପୁତ୍ର ସଲ୍ଲୁ;
Katika uzao Benjamini walikuwa Salu mwana wa Meshulamu mwana wa hodavia mwana wa Hssenua.
8 ଆଉ ଯିରୋହମର ପୁତ୍ର ଯିବ୍ନୀୟ ଓ ମିଖ୍ରିର ପୌତ୍ର ଉଷିର ପୁତ୍ର ଏଲା, ଆଉ ଇଦ୍ନୀୟର ପ୍ରପୌତ୍ର ରୁୟେଲର ପୌତ୍ର ଶଫଟୀୟର ପୁତ୍ର ମଶୁଲ୍ଲମ୍;
Pia walikuwa Ibneia mwana wa Yerohamu; Ela mwana wa Uzzi mwana wa Mikri; na Meshullam mwana wa Shefatia mwana waReuli mwana wa Ibnija.
9 ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣା ଆପଣା ବଂଶାବଳୀ ଅନୁସାରେ ନଅ ଶହ ଛପନ ଜଣ ଥିଲେ। ଏସମସ୍ତେ ଆପଣା ଆପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ।
Ndugu zao waliandika kwenye orodha ya namba 956 ya vizazi vyao. Wanaume wote hawa walikuwa viongozi wa koo za mababu zao.
10 ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍, ଯାଖୀନ୍
Makuhani walikuwa Yedaia, Yehoiarib, na Yokini.
11 ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍ର ପୌତ୍ର ହିଲ୍କୀୟର ପୁତ୍ର ଅସରୀୟ,
Walikuwa pia Azaria mwana wa Hilkia mwana wa Meshullamu mwana wa Zadoki mwana wa Meraioti mwana wa Ahitubi, aliyekuwa na mamlaka katika nyumba ya Mungu.
12 ଆଉ ମଲ୍କୀୟର ପ୍ରପୌତ୍ର ପଶ୍ହୂରର ପୌତ୍ର ଯିରୋହମର ପୁତ୍ର ଅଦାୟା, ପୁଣି, ଇମ୍ମେରର ଅତି ବୃଦ୍ଧ ପ୍ରପୌତ୍ର ମଶିଲ୍ଲମୋରର ବୃଦ୍ଧ ପ୍ରପୌତ୍ର ମଶୁଲ୍ଲମ୍ର ପ୍ରପୌତ୍ର ଯହସେରାର ପୌତ୍ର ଅଦୀୟେଲର ପୁତ୍ର ମାସୟ;
Kulikuwa na Adaia mwana wa Yerohamu mwana wa Pashuri mwana wa Malkija. Pia kulikuwa na Maasai mwanawa Adieli mwana wa Yazera mwana wa Meshulamu mwana wa Meshilemiti mwana wa Imma.
13 ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଏକ ହଜାର ସାତ ଶହ ଷାଠିଏ ଜଣ; ଏମାନେ ଆପଣା ଆପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ।
Ndugu zao, ambao walikuwa viongozi katika koo za mababu zao, idadi ya 1, 760. Walikuwa ni wanaume wenye uwezo sana wa kufanya kazi katika nyumba ya Mungu.
14 ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
Kati ya Walawii, kulikuwa na Shemaia mwana wa Hashubu mwana wa Azrikam mwana wa Hashabia, kati ya uzao wa Merari.
15 ଆଉ ବକ୍ବକର, ହେରଶ୍, ଗାଲଲ୍ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମୀକାର ପୁତ୍ର ମତ୍ତନୀୟ
Walikuwako pia Bakbakari, Hereshi, Galali, na Mattania mwana wa Mika mwana wa Zikri mwana wa Asafu.
16 ଓ ଯିଦୂଥୂନ୍ର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।
Walikuwako pia Obadia mwana wa Shemaia mwana wa Galali mwana wa Yedutuni; na Berekia mwana wa Asa mwana wa Elkana, aliyeishikatika vijiji vya Netophathites.
17 ଆଉ ଦ୍ୱାରପାଳ, ଶଲ୍ଲୁମ୍, ଅକ୍କୂବ, ଟଲ୍ମୋନ, ଅହୀମାନ୍ ଓ ଏମାନଙ୍କ ଭ୍ରାତୃଗଣ; ଶଲ୍ଲୁମ୍ ପ୍ରଧାନ ଥିଲା।
Walinzi wa lango walikuwa Shalumu, Akubi, Talimoni, Ahimani, na uzao wao. Shalumu alikuwa kiongozi wao.
18 ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।
Awali walisimama kulinda katika geti la mfalme upande wa mashariki wa kambi ya uzao wa Walawi.
19 ଏହି ଶଲ୍ଲୁମ୍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।
Shalumu mwana wa Kore mwana wa Ebiasafu, ambaye kama mwana wa Kora, na ndugu zake kutoka nyumba ya baba yake, Korahite, alikuwa na mamlaka kwa kazi ya huduma, Walilinda mlango wa hema, kama mababu zao walivyolinda kambi ya Yawehi, na pia walilinda lango la kuingilia.
20 ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ।
Finehasi mwana wa Eleaza aliwaongoza kipindi cha nyuma, na Yahwehi alikuwa pamoja nae.
21 ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।
Zekaria mwana wa Meshelemia alikua mlinzi katika mlango wa kuingilia hekalu, “eneo la kukutania.”
22 ଦ୍ୱାରପାଳର କାର୍ଯ୍ୟାର୍ଥେ ମନୋନୀତ ଏହି ଲୋକମାନେ ସର୍ବସୁଦ୍ଧା ଦୁଇ ଶହ ବାର ଜଣ; ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା, ଦାଉଦ ଓ ଶାମୁୟେଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ।
Hawa wote walichaguliwa kana walinzi wa mageti ya kuingilia kwa idadi ya 212. Majina yao yaliandikwa kwenye kumbukumbu za watu katika vijiji vyao. Mtabiri aliwaweka Daudi na Samueli katika nafasi ya uaminifu.
23 ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର, ଅର୍ଥାତ୍, ତମ୍ବୁଗୃହର ଦ୍ୱାରପାଳ-କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ।
Kwa hivyo wao na watotot wao walilinda mageti katika nyumba ya Yawehi, hema la kuabudia.
24 ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ଦିଗରେ ରହିଲେ।
Walinzi wa mageti waliwekwa katika pande zote nne, upande wa mashariki, magharibi, kaskazini, na kusini.
25 ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା;
Kaka zao, walioishi kwenye vijiji vyao, walikuja kuwasaidia baada ya mzunguko wa siku saba.
26 କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାରସମୂହର ଅଧ୍ୟକ୍ଷ ଥିଲେ।
Lakini viongozi wanne wa walinzi, ambao walikwa walawi, walipangiwa kulinda vyumba na vyumba vya kuhifadhi katika nyumba ya Mungu.
27 ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା।
Walitumia usiku wao sehemu walizowekwa kuzunguka nyumba ya Mungu, kwao ilikuwa ni wajibu wao kulinda. Na walifungua geti kila asubuhi.
28 ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।
Baadhi yao waliwajibika katika hekalu la vifaa; walihesabu makala zilizo ingizwa ndani na zilizo tolewa nje.
29 ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ, ସକଳ ପାତ୍ର, ସରୁ ମଇଦା, ଦ୍ରାକ୍ଷାରସ, ତୈଳ, କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ।
Baadhi yao pia waliwekwa kutunza vitu vitakatifu, vifaa, na vitu, kujuisha unga safi, mvinyo, mafuta, manukato, na uvumba.
30 ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ।
Baadhi ya wana wa makuhani walichanganya uvumba.
31 ଆଉ ଲେବୀୟମାନଙ୍କ ମଧ୍ୟରୁ କୋରହୀୟ ଶଲ୍ଲୁମ୍ର ଜ୍ୟେଷ୍ଠ ପୁତ୍ର ମତ୍ତଥୀୟ ପକ୍ୱାନ୍ନ-ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା।
Matithia, mmoja wa walawi, ambaye alikuwa mtoto wa kwanza wa Shalumu wa Wakorahi, alikuwa na wajibu wa kuandaa mikate kwa ajili ya sadaka.
32 ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୁଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ।
Baadhi ya kaka zao, uzao wa kohathite, waliwajibika kwa mikate ya uwepo, kuandaa kila Sabatho.
33 ପୁଣି, ଲେବୀୟମାନଙ୍କ ପିତୃବଂଶର ପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରିରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ; କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା।
Waimbaji na viongozi wa familia ya Walawi waliishi ndani ya vyumba katika mahali takatifu walipo kuwa hawafanyi kazi, kwa sababu wapiswa kufanya kazi walio pangiwa usiku na mchana.
34 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
Hawa walikuwa viongozi wa familia miongoni mwa Walawi, kama ilivyo orodheshwa katika kumbukumbu za uzao wao. Waliishi Yerusalemu.
35 ଆଉ ଗିବୀୟୋନ୍ର ପିତା ଯିୟୀୟେଲ୍ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
Baba wa Gibeoni, Yeiel, ambaye mkewe aliitwa Maaka, aliishi Gibeoni.
36 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନେର୍, ନାଦବ୍,
Mtoto wake wa kwanza alikuwa Abdoni, alafu wana wake Zuri, Kishi, Baali, Neri, Nadabu,
37 ଗଦୋର, ଅହୀୟୋ, ଜିଖରୀୟ ଓ ମିକ୍ଲୋତ୍।
Gedori, Ahio, Zekaria, na Mikloti.
38 ମିକ୍ଲୋତ୍ ଶିମୀୟାମକୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
Mikloti alikuwa baba wa Shimeamu. Pia waliishi karibu na kaka yao huko Yerusalemu.
39 ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ।
Neri alikuwa baba wa Kishi. Kishi alikuwa baba wa Sauli. sauli alikuwa baba wa Yonathani, malkishua, Abinadabu, na Ishbaali.
40 ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍ ମୀଖାକୁ ଜାତ କଲା।
Mwana wa Jonathani alikuwa Merib baali. Merib baali alikuwa baba wa Mika.
41 ମୀଖାର ପୁତ୍ର ପିଥୋନ୍, ମେଲକ୍, ତହରେୟ ଓ ଆହସ୍।
Mwana wa Mika walikuwa pithoni, Meleki, Tahrea, na ahazi.
42 ଆହସ୍ ଯାରହକୁ ଜାତ କଲା, ଯାରହ ଆଲେମତ୍, ଅସ୍ମାବତ୍ ଓ ସିମ୍ରିକୁ ଜାତ କଲା; ସିମ୍ରି ମୋତ୍ସାକୁ ଜାତ କଲା
Ahazi alikuwa baba wa Jara. Jara alikuwa baba wa Alemeti, Azmaveti, na zimri. Zimri alikuwa baba wa Moza.
43 ଓ ମୋତ୍ସା ବିନୀୟାକୁ ଜାତ କଲା; ବିନୀୟାର ପୁତ୍ର ରଫାୟ, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ।
Moza alikuwa baba wa Binea. Binea alikuwa baba wa Refaia. Refaia alikuwa baba wa Eleas. eleasa alikuwa baba wa Azeli.
44 ଆଉ ଆତ୍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍; ଏସମସ୍ତେ ଆତ୍ସେଲର ସନ୍ତାନ।
Wana sita wa Azeli walikuwa Azrikamu, Bochera, Ishmaeli, shearia, Obdia, na Hanani. hawa walikuwa wana wa Azeli