< ପ୍ରଥମ ବଂଶାବଳୀ 7 >

1 ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
Àwọn ọmọ Isakari: Tola, Pua, Jaṣubu àti Ṣimroni, mẹ́rin ni gbogbo rẹ̀.
2 ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍‍ସମ୍‍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
Àwọn ọmọ Tola: Ussi, Refaiah, Jehieli, Jamai, Ibsamu àti Samuẹli olórí àwọn ìdílé wọn. Ní àkókò ìjọba, Dafidi, àwọn ìran ọmọ Tola tò lẹ́sẹẹsẹ gẹ́gẹ́ bí àwọn ọkùnrin alágbára ní ìtàn ìdílé láti ọ̀dọ̀ baba ńlá wọn, tí iye wọn sì jẹ́ ẹgbẹ̀rún méjìlélógún ó lé ẹgbẹ̀ta.
3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
Àwọn ọmọ, Ussi: Israhiah. Àwọn ọmọ Israhiah: Mikaeli, Obadiah, Joẹli àti Iṣiah. Gbogbo àwọn márààrún sì jẹ́ olóyè.
4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
Gẹ́gẹ́ bí ìtàn ìdílé wọn láti ọ̀dọ̀ baba ńlá wọn, wọ́n ní ọkùnrin ẹgbàá mẹ́rìndínlógójì tí ó ti ṣe tan fún ogun, nítorí wọ́n ní ọ̀pọ̀ àwọn ọmọ àti ìyàwó.
5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
Àwọn ìbátan tí ó jẹ́ alágbára akọni àwọn ọkùnrin tí ó jẹ́ ti àwọn ìdílé Isakari, bí a ti tò ó lẹ́sẹẹsẹ nínú ìtàn ìdílé láti ọ̀dọ̀ baba ńlá wọn jẹ́ ẹgbàá mẹ́tàdínláàádọ́rin ni gbogbo rẹ̀.
6 ଆଉ ବିନ୍ୟାମୀନ୍‍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
Àwọn ọmọ mẹ́ta Benjamini: Bela, Bekeri àti Jediaeli.
7 ଆଉ ବେଲାର ପୁତ୍ରଗଣ; ଇଷବୋନ୍‍, ଉଷି, ଉଷୀୟେଲ, ଯିରେମୋତ୍‍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
Àwọn ọmọ Bela: Esboni, Ussi, Usieli, Jerimoti àti Iri, àwọn márààrún. Àwọn ni olórí ilé baba ńlá wọn, akọni alágbára ènìyàn. A sì ka iye wọn nípa ìran wọn sí ẹgbẹ̀rún méjìlélógún ó lé mẹ́rìnlélọ́gbọ̀n ènìyàn.
8 ଆଉ ବେଖରର ପୁତ୍ରଗଣ; ସମୀର୍‍, ଯୋୟାଶ୍‍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍‍, ଅବୀୟ, ଅନାଥୋତ୍‍ ଓ ଆଲେମତ୍‍। ଏସମସ୍ତେ ବେଖରର ସନ୍ତାନ।
Àwọn ọmọ Bekeri: Semirahi, Joaṣi, Elieseri, Elioenai, Omri, Jeremoti, Abijah, Anatoti àti Alemeti. Gbogbo wọ̀nyí jẹ́ ọmọ Bekeri.
9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
Ìtàn ìdílé wọn láti ọ̀dọ̀ baba ńlá wọn tí a kọ lẹ́sẹẹsẹ jẹ́ ti àwọn olórí ìdílé àti ẹgbẹ̀rún ní ọ̀nà ogún ó lé nígba ọkùnrin alágbára.
10 ଯିଦୀୟେଲର ପୁତ୍ର ବିଲ୍‍ହନ୍‍ ଏବଂ ବିଲ୍‍ହନ୍‍‍ର ପୁତ୍ରଗଣ ଯିୟୂଶ୍‍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍‍, ତର୍ଶୀଶ୍‍ ଓ ଅହୀଶହର;
Ọmọ Jediaeli: Bilhani. Àwọn ọmọ Bilhani: Jeuṣi Benjamini, Ehudu, Kenaana, Setamu, Tarṣiṣi àti Ahiṣahari.
11 ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
Gbogbo àwọn ọmọ Jediaeli jẹ́ olórí. Àwọn ẹgbẹ̀rún mẹ́tàdínlógún ó lé nígba akọni ọkùnrin ni ó ti ṣetán láti jáde lọ sí ogun.
12 ଶୁପ୍ପୀମ୍‍ ମଧ୍ୟ ଓ ହୁପ୍ପୀମ୍‍, ଈର୍‍ର ସନ୍ତାନଗଣ, ହୂଶୀମ୍‍, ଅହେରର ସନ୍ତାନଗଣ।
Àti Ṣuppimu, àti Huppimu, àwọn ọmọ Iri, àti Huṣimu, àwọn ọmọ Aheri.
13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍‍, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ।
Àwọn ọmọ Naftali: Jasieli, Guni, Jeseri àti Ṣallumu—ọmọ rẹ̀ nípa Biliha.
14 ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ।
Àwọn ìran ọmọ Manase: Asrieli jẹ́ ìran ọmọ rẹ̀ ní ipasẹ̀ àlè rẹ̀ ará Aramu ó bí Makiri baba Gileadi.
15 ଏହି ମାଖୀର ହୁପ୍ପୀମ୍‍ ଓ ଶୁପ୍ପୀମ୍‍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍‍ଫାଦ୍‍ ଓ ସଲଫାଦର କନ୍ୟାମାନେ ଥିଲେ।
Makiri sì mú ìyàwó láti àárín àwọn ará Huppimu àti Ṣuppimu. Orúkọ arábìnrin rẹ̀ a máa jẹ́ Maaka. Orúkọ ìran ọmọ mìíràn a máa jẹ́ Selofehadi, tí ó ní àwọn ọmọbìnrin nìkan ṣoṣo.
16 ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍‍ ଓ ରେକମ୍‍।
Maaka, ìyàwó Makiri bí ọmọkùnrin kan. Ó sì sọ orúkọ rẹ̀ ní Peresi. Ó sì pe arákùnrin rẹ̀ ní Ṣereṣi, àwọn ọmọ rẹ̀ sì ní Ulamu àti Rakemu.
17 ଉଲମ୍‍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
Ọmọ Ulamu: Bedani. Wọ̀nyí ni àwọn ọmọ Gileadi ọmọ Makiri, ọmọ Manase.
18 ଆଉ ତାହାର ଭଗିନୀ ହମ୍ମୋଲେକତ୍‍, ଇଶ୍‍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
Arábìnrin rẹ̀. Hamoleketi bí Iṣhodi, Abieseri àti Mahila.
19 ଆଉ ଶମୀଦାର ପୁତ୍ର ଅହୀୟନ୍‍, ଶେଖମ୍‍, ଲିକ୍‍ହି ଓ ଅନୀୟାମ୍‍।
Àwọn ọmọ Ṣemida sì jẹ́: Ahiani, Ṣekemu, Likki àti Aniamu.
20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
Àwọn ìran ọmọ Efraimu: Ṣutelahi, Beredi ọmọkùnrin rẹ̀, Tahati ọmọ rẹ̀, Eleadah ọmọ rẹ̀. Tahati ọmọ rẹ̀
21 ତାହାର ପୁତ୍ର ସାବଦ୍‍, ତାହାର ପୁତ୍ର ଶୂଥେଲହ, ଏସର୍‍ ଓ ଇଲୀୟଦ୍‍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
Sabadi ọmọ, rẹ̀, àti Ṣutelahi ọmọ rẹ̀. Eseri àti Eleadi ni a pa nípasẹ̀ àwọn ọkùnrin bíbí ìbílẹ̀ Gati nígbà tí wọ́n sọ̀kalẹ̀ lọ láti lọ fi agbára mú ohun ọ̀sìn wọn
22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
Efraimu baba wọn ṣọ̀fọ̀ fún wọn ní ọjọ́ púpọ̀, àwọn ìbátan rẹ̀ wá láti tù ú nínú.
23 ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
Nígbà náà, ó sùn pẹ̀lú, ìyàwó rẹ̀, ó sì lóyún ó sì bí ọmọkùnrin kan. Ó sì sọ ọ́ ní Beriah nítorí òfò ti wà nínú ìdílé náà.
24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍‍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
Ọmọbìnrin rẹ̀ sì jẹ́ Ṣerah, ẹni tí ó kọ́ ìsàlẹ̀ àti òkè Beti-Horoni àti Useni-Ṣerah pẹ̀lú.
25 ତାହାର ପୁତ୍ର ରେଫହ ଓ ରେଶଫ୍‍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
Refa jẹ́ ọmọ rẹ̀, Resefi ọmọ rẹ̀, Tela ọmọ rẹ̀, Tahani ọmọ rẹ̀,
26 ତାହାର ପୁତ୍ର ଲାଦନ୍‍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
Laadani ọmọ rẹ̀ Ammihudu ọmọ rẹ̀, Eliṣama ọmọ rẹ̀,
27 ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।
Nuni ọmọ rẹ̀ àti Joṣua ọmọ rẹ̀.
28 ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍‍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍‍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
Ilẹ̀ wọn àti ìfìdíkalẹ̀ wọn ni Beteli àti àwọn ìletò tí ó yíká, Narani lọ sí ìhà ìlà-oòrùn, Geseri àti àwọn ìletò rẹ̀ lọ sí ìhà ìwọ̀-oòrùn àti Ṣekemu àti àwọn ìletò rẹ̀ ní ọ̀nà lọ sí Ayahi àti àwọn ìletò.
29 ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍‍ ଓ ତହିଁର ଉପନଗରସବୁ, ତାନକ୍‍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
Lẹ́gbẹ̀ ìpínlẹ̀ ti Manase ni Beti-Ṣeani, Taanaki, Megido àti Dori lápapọ̀ pẹ̀lú àwọn ìletò rẹ̀. Àwọn ìran ọmọ Josẹfu ọmọ Israẹli ń gbé nínú ìlú wọ̀nyí.
30 ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
Àwọn ọmọ Aṣeri: Imina, Iṣifa, Iṣfi àti Beriah. Arábìnrin wọn sì jẹ́ Sera.
31 ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍‍କୀୟେଲ।
Àwọn ọmọ Beriah: Heberi àti Malkieli, tí ó jẹ́ baba Barsafiti.
32 ପୁଣି, ହେବର, ଯଫ୍ଲେଟ୍‍, ଶୋମର, ହୋଥମ୍‍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
Heberi jẹ́ baba Jafileti, Ṣomeri àti Hotami àti ti arábìnrin wọn Ṣua.
33 ଯଫ୍ଲେଟର ପୁତ୍ର ପାସକ, ବିମ୍‍ହଲ୍‍ ଓ ଅଶ୍ୱତ୍‍। ଏମାନେ ଯଫ୍ଲେଟ୍‍ର ସନ୍ତାନ।
Àwọn ọmọ Jafileti: Pasaki, Bimhali àti Asifati. Wọ̀nyí ni àwọn ọmọ Jafileti.
34 ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
Àwọn ọmọ Ṣomeri: Ahi, Roga, Jahuba àti Aramu.
35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍‍ ଓ ଆମଲ।
Àwọn ọmọ arákùnrin rẹ̀ Helemu Sofahi, Imina, Ṣeleṣi àti Amali.
36 ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍‍, ଶୂୟାଲ, ବେରୀ ଓ ଯିମ୍ର;
Àwọn ọmọ Sofahi: Sua, Haniferi, Ṣuali, Beri, Imra.
37 ବେତ୍ସର, ହୋଦ୍‍, ଶମ୍ମା, ଶିଲ୍‍ଶ, ଯିତ୍ରନ୍‍ ଓ ବେରା।
Beseri, Hodi, Ṣamma, Ṣilisa, Itrani àti Bera.
38 ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
Àwọn ọmọ Jeteri: Jefunne, Pisifa àti Ara.
39 ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ।
Àwọn ọmọ Ulla: Arah, Hannieli àti Resia.
40 ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।
Gbogbo wọ̀nyí jẹ́ ìran ọmọ Aṣeri—olórí ìdílé, àṣàyàn ọkùnrin, alágbára jagunjagun àti olórí nínú àwọn ìjòyè. Iye àwọn tí a kà yẹ fún ogun, gẹ́gẹ́ bí à ti ṣe kọ ọ́ lẹ́sẹẹsẹ nínú ìtàn ìdílé wọn jẹ́ ẹgbàá mẹ́tàlá ọkùnrin.

< ପ୍ରଥମ ବଂଶାବଳୀ 7 >