< ପ୍ରଥମ ବଂଶାବଳୀ 7 >

1 ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
Los hijos de Isacar: Tola, Púa, Jasub y Simrón, un total de cuatro.
2 ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍‍ସମ୍‍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
Los hijos de Tola: Uzi, Refaías, Jeriel, Jahmai, Ibsam y Samuel, quienes eran jefes de sus familias. En la época de David, los descendientes de Tola enumeraban en su genealogía un total de 22.600 guerreros.
3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
El hijo de Uzi: Israhías. Los hijos de Israhías: Miguel, Obadías, Joel e Isías. Los cinco eran jefes de familia.
4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
Tenían muchas esposas e hijos, por lo que en su genealogía figuran 36.000 hombres de combate listos para la batalla.
5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
Los parientes guerreros de todas las familias de Isacar, según su genealogía, eran 87.000 en total.
6 ଆଉ ବିନ୍ୟାମୀନ୍‍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
Tres hijos de Benjamín: Bela, Bequer y Jediael.
7 ଆଉ ବେଲାର ପୁତ୍ରଗଣ; ଇଷବୋନ୍‍, ଉଷି, ଉଷୀୟେଲ, ଯିରେମୋତ୍‍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
Los hijos de Bela: Ezbón, Uzi, Uziel, Jerimot e Iri, quienes eran jefes de sus familias, y eran un total de cinco. Tenían 22.034 combatientes según su genealogía.
8 ଆଉ ବେଖରର ପୁତ୍ରଗଣ; ସମୀର୍‍, ଯୋୟାଶ୍‍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍‍, ଅବୀୟ, ଅନାଥୋତ୍‍ ଓ ଆଲେମତ୍‍। ଏସମସ୍ତେ ବେଖରର ସନ୍ତାନ।
Los hijos de Bequer: Zemira, Joás, Eliezer, Elioenai, Omrí, Jerimot, Abías, Anatot y Alemet. Todos ellos fueron los hijos de Bequer.
9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
Su genealogía incluía a los jefes de familia y a 20.200 combatientes.
10 ଯିଦୀୟେଲର ପୁତ୍ର ବିଲ୍‍ହନ୍‍ ଏବଂ ବିଲ୍‍ହନ୍‍‍ର ପୁତ୍ରଗଣ ଯିୟୂଶ୍‍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍‍, ତର୍ଶୀଶ୍‍ ଓ ଅହୀଶହର;
El hijo de Jediael: Bilhán. Los hijos de Bilhán: Jeús, Benjamín, Aod, Quenaana, Zetán, Tarsis y Ahisahar.
11 ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
Todos estos hijos de Jediael eran jefes de sus familias. Tenían 17.200 guerreros listos para la batalla.
12 ଶୁପ୍ପୀମ୍‍ ମଧ୍ୟ ଓ ହୁପ୍ପୀମ୍‍, ଈର୍‍ର ସନ୍ତାନଗଣ, ହୂଶୀମ୍‍, ଅହେରର ସନ୍ତାନଗଣ।
Supim y Hupim eran los hijos de Ir, y Husim era hijo de Aher.
13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍‍, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ।
Los hijos de Neftalí: Jahziel, Guni, Jezer y Salum, quienes eran los descendientes de Bilha.
14 ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ।
Los hijos de Manasés: Asriel, cuya madre era su concubina aramea. También fue la madre de Maquir, el padre de Galaad.
15 ଏହି ମାଖୀର ହୁପ୍ପୀମ୍‍ ଓ ଶୁପ୍ପୀମ୍‍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍‍ଫାଦ୍‍ ଓ ସଲଫାଦର କନ୍ୟାମାନେ ଥିଲେ।
Maquir encontró una esposa para Hupim y otra para Suppim. Su hermana se llamaba Maaca. La segunda se llamaba Zelofehad. Él solo tuvo hijas.
16 ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍‍ ଓ ରେକମ୍‍।
Maaca, la esposa de Maquir, tuvo un hijo y lo llamó Peres. Su hermano se llamaba Seres, y sus hijos fueron Ulam y Raquem.
17 ଉଲମ୍‍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
El hijo de Ulam: Bedan. Todos estos fueron los hijos de Galaad, hijo de Maquir, hijo de Manasés.
18 ଆଉ ତାହାର ଭଗିନୀ ହମ୍ମୋଲେକତ୍‍, ଇଶ୍‍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
Su hermana Hamolequet fue la madre de Isod, Abiezer y Mahala.
19 ଆଉ ଶମୀଦାର ପୁତ୍ର ଅହୀୟନ୍‍, ଶେଖମ୍‍, ଲିକ୍‍ହି ଓ ଅନୀୟାମ୍‍।
Los hijos de Semida fueron: Ahian, Siquem, Likhi y Aniam.
20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
Los descendientes de Efraín fueron: Sutela, su hijo Bered, su hijo Tahat, su hijo Elead, su hijo Tahat,
21 ତାହାର ପୁତ୍ର ସାବଦ୍‍, ତାହାର ପୁତ୍ର ଶୂଥେଲହ, ଏସର୍‍ ଓ ଇଲୀୟଦ୍‍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
su hijo Zabad y su hijo Sutela. Ezer y Elead fueron asesinados por los hombres que vivían en Gat cuando fueron allí a tratar de robar su ganado.
22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
Su padre Efraín los lloró durante mucho tiempo, y sus parientes fueron a consolarlo.
23 ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
Luego volvió a acostarse con su mujer. Ella quedó embarazada y dio a luz un hijo, al que llamó Bería por esta tragedia familiar.
24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍‍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
Seera, su hija, fundó la parte baja y alta de Bet Horon junto con Uzen-Seera.
25 ତାହାର ପୁତ୍ର ରେଫହ ଓ ରେଶଫ୍‍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
Sus desciendientes fueron: Refa su hioj, Resef su hijo, Telah su hijo, Tahan su hijo,
26 ତାହାର ପୁତ୍ର ଲାଦନ୍‍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
Ladan su hijo, Amiud su hijo, Elisama su hijo,
27 ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।
Nun su hijo y Josué su hijo.
28 ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍‍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍‍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
La tierra que poseían y los lugares donde vivían incluían Betel y las ciudades cercanas, desde Naarán al este hasta Gezer y sus ciudades al oeste, y Siquem y sus ciudades hasta Aya y sus ciudades.
29 ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍‍ ଓ ତହିଁର ଉପନଗରସବୁ, ତାନକ୍‍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
En la frontera con Manasés estaban Bet-San, Taanac, Meguido y Dor, junto con sus ciudades. Estas eran las ciudades donde vivían los descendientes de José hijo de Israel.
30 ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
Los hijos de Aser: Imna, Isúa, Isúi y Bería. Su hermana era Sera.
31 ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍‍କୀୟେଲ।
Los hijos de Bería: Heber y Malquiel, el padre de Birzavit.
32 ପୁଣି, ହେବର, ଯଫ୍ଲେଟ୍‍, ଶୋମର, ହୋଥମ୍‍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
Heber fue el padre de Jaflet, Somer y Hotam, y de su hermana Súa.
33 ଯଫ୍ଲେଟର ପୁତ୍ର ପାସକ, ବିମ୍‍ହଲ୍‍ ଓ ଅଶ୍ୱତ୍‍। ଏମାନେ ଯଫ୍ଲେଟ୍‍ର ସନ୍ତାନ।
Los hijos de Jaflet: Pasac, Bimhal y Asvat. Todos estos fueron Los hijos de Jaflet.
34 ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
Los hijos de Somer: Ahi, Rohga, Jeúba y Harán.
35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍‍ ଓ ଆମଲ।
Los hijos de su hermano Helem: Zofa, Imna, Seles y Amal.
36 ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍‍, ଶୂୟାଲ, ବେରୀ ଓ ଯିମ୍ର;
Los hijos de Zofa: Súa, Harnefer, Súal, Beri, Imra,
37 ବେତ୍ସର, ହୋଦ୍‍, ଶମ୍ମା, ଶିଲ୍‍ଶ, ଯିତ୍ରନ୍‍ ଓ ବେରା।
Beser, Hod, Sama, Silsa, Itrán y Beera.
38 ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
Los hijos de Jeter fueron Jefone, Pispa y Ara.
39 ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ।
Los hijos de Ula fueron Ara, Haniel y Rezia.
40 ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।
Todos ellos eran descendientes de los jefes de familia de Aser, hombres selectos, fuertes guerreros y grandes líderes. Según su genealogía, tenían 26.000 guerreros listos para la batalla.

< ପ୍ରଥମ ବଂଶାବଳୀ 7 >