< ପ୍ରଥମ ବଂଶାବଳୀ 7 >
1 ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
And sons of Issachar: Tola, and Puah, Jashub, and Shimron—four.
2 ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍ସମ୍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
And sons of Tola: Uzzi, and Rephaiah, and Jeriel, and Jahmai, and Jibsam, and Shemuel, heads of the house of their fathers, [even] of Tola, mighty men of valor in their generations; their number in the days of David [is] twenty-two thousand and six hundred.
3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
And sons of Uzzi: Izrahiah; and sons of Izrahiah: Michael, and Obadiah, and Joel, Ishiah, Hamishah—all of them heads.
4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
And beside them, by their generations, of the house of their fathers, [are] thirty-six thousand troops of the host of battle, for they multiplied wives and sons;
5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
and their brothers of all the families of Issachar, mighty men of valor, listed by their genealogy, [are] eighty-seven thousand for the whole.
6 ଆଉ ବିନ୍ୟାମୀନ୍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
Of Benjamin: Bela, and Becher, and Jediael—three.
7 ଆଉ ବେଲାର ପୁତ୍ରଗଣ; ଇଷବୋନ୍, ଉଷି, ଉଷୀୟେଲ, ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
And sons of Bela: Ezbon, and Uzzi, and Uzziel, and Jerimoth, and Iri—five; heads of a house of fathers, mighty men of valor, with their genealogy, twenty-two thousand and thirty-four.
8 ଆଉ ବେଖରର ପୁତ୍ରଗଣ; ସମୀର୍, ଯୋୟାଶ୍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍, ଅବୀୟ, ଅନାଥୋତ୍ ଓ ଆଲେମତ୍। ଏସମସ୍ତେ ବେଖରର ସନ୍ତାନ।
And sons of Becher: Zemirah, and Joash, and Eliezar, and Elioenai, and Omri, and Jerimoth, and Abijah, and Anathoth, and Alameth. All these [are] sons of Becher,
9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
with their genealogy, after their generations, heads of a house of their fathers, mighty men of valor, twenty thousand and two hundred.
10 ଯିଦୀୟେଲର ପୁତ୍ର ବିଲ୍ହନ୍ ଏବଂ ବିଲ୍ହନ୍ର ପୁତ୍ରଗଣ ଯିୟୂଶ୍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର;
And sons of Jediael: Bilhan; and sons of Bilhan: Jeush, and Benjamin, and Ehud, and Chenaanah, and Zethan, and Tarshish, and Ahishahar.
11 ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
All these [are] sons of Jediael, even heads of the fathers, mighty in valor, seventeen thousand and two hundred going out to the host for battle.
12 ଶୁପ୍ପୀମ୍ ମଧ୍ୟ ଓ ହୁପ୍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ।
And Shuppim and Huppim [are] sons of Ir, [and] Hushim [is] the son of Aher.
13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍, ଗୂନି, ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ।
Sons of Naphtali: Jahziel, and Guni, and Jezer, and Shallum, sons of Bilhah.
14 ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ।
Sons of Manasseh: Ashriel, whom Jaladah his Aramean concubine bore, with Machir father of Gilead.
15 ଏହି ମାଖୀର ହୁପ୍ପୀମ୍ ଓ ଶୁପ୍ପୀମ୍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍ଫାଦ୍ ଓ ସଲଫାଦର କନ୍ୟାମାନେ ଥିଲେ।
And Machir took wives for Huppim and for Shuppim, and the name of the first [is] Maachah, and the name of the second Zelophehad, and Zelophehad has daughters.
16 ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍ ଓ ରେକମ୍।
And Maachah wife of Machir bears a son and calls his name Peresh, and the name of his brother [is] Sheresh, and his sons [are] Ulam and Rakem.
17 ଉଲମ୍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
And son of Ulam: Bedan. These [are] sons of Gilead son of Machir, son of Manasseh.
18 ଆଉ ତାହାର ଭଗିନୀ ହମ୍ମୋଲେକତ୍, ଇଶ୍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
And his sister Hammolecheth bore Ishhod, and Abiezer, and Mahalah.
19 ଆଉ ଶମୀଦାର ପୁତ୍ର ଅହୀୟନ୍, ଶେଖମ୍, ଲିକ୍ହି ଓ ଅନୀୟାମ୍।
And the sons of Shemida are Ahian, and Shechem, and Likhi, and Aniam.
20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
And sons of Ephraim: Shuthelah, and Bered his son, and Tahath his son, and Eladah his son, and Tahath his son,
21 ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ, ଏସର୍ ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
and Zabad his son, and Shuthelah his son, and Ezer, and Elead; and men of Gath who are born in the land have slain them because they came down to take their livestock.
22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
And their father Ephraim mourns many days, and his brothers come to comfort him,
23 ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
and he goes in to his wife, and she conceives and bears a son, and he calls his name Beriah, because his house had been in calamity—
24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
and his daughter [is] Sherah, and she builds Beth-Horon, the lower and the upper, and Uzzen-Sherah—
25 ତାହାର ପୁତ୍ର ରେଫହ ଓ ରେଶଫ୍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
Rephah [is] his son, and Resheph, and Telah his son, and Tahan his son,
26 ତାହାର ପୁତ୍ର ଲାଦନ୍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
Laadan his son, Ammihud his son, Elishama his son,
27 ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।
Nun his son, Joshua his son.
28 ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
And their possession and their dwellings [are] Beth-El and its small towns, and Naaran to the east, and Gezer and its small towns to the west, and Shechem and its small towns, as far as Gaza and its small towns;
29 ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
and by the parts of the sons of Manasseh [are] Beth-Shean and its small towns, Taanach and its small towns, Megiddo and its small towns, Dor and its small towns; the sons of Joseph, son of Israel, dwelt in these.
30 ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
Son of Asher: Imnah, and Ishve, and Ishvi, and Beriah, and their sister Serah.
31 ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍କୀୟେଲ।
And sons of Beriah: Heber and Malchiel—he [is] father of Birzavith.
32 ପୁଣି, ହେବର, ଯଫ୍ଲେଟ୍, ଶୋମର, ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
And Heber begot Japhlet, and Shomer, and Hotham, and their sister Shua.
33 ଯଫ୍ଲେଟର ପୁତ୍ର ପାସକ, ବିମ୍ହଲ୍ ଓ ଅଶ୍ୱତ୍। ଏମାନେ ଯଫ୍ଲେଟ୍ର ସନ୍ତାନ।
And sons of Japhlet: Pasach, and Bimhal, and Ashvath; these [are] sons of Japhlet.
34 ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
And sons of Shamer: Ahi, and Rohgah, Jehubbah, and Aram.
35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ।
And [each] son of his brother Helem: Zophah, and Imna, and Shelesh, and Amal.
36 ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍, ଶୂୟାଲ, ବେରୀ ଓ ଯିମ୍ର;
Sons of Zophah: Suah, and Harnepher, and Shual, and Beri, and Imrah,
37 ବେତ୍ସର, ହୋଦ୍, ଶମ୍ମା, ଶିଲ୍ଶ, ଯିତ୍ରନ୍ ଓ ବେରା।
Bezer, and Hod, and Shamma, and Shilshah, and Ithran, and Beera.
38 ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
And sons of Jether: Jephunneh, and Pispah, and Ara.
39 ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ।
And sons of Ulla: Arah, and Hanniel, and Rezia.
40 ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।
All these [are] sons of Asher, heads of the house of the fathers, chosen ones, mighty in valor, heads of the princes, with their genealogy, for the host, for battle, their number [is] twenty-six thousand men.