< ପ୍ରଥମ ବଂଶାବଳୀ 5 >
1 ଇସ୍ରାଏଲର ପ୍ରଥମଜାତ ରୁବେନ୍ର ସନ୍ତାନଗଣର କଥା, ରୁବେନ୍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।
Na Israel babarima panyin ne Ruben. Nanso esiane sɛ wammu nʼagya, na ɔne nʼagya mpenanom no mu baako kɔdae no nti, ɔde nʼabakanyɛ maa ne nua Yosef mmabarima. Esiane saa asɛm yi nti, wɔamfa Ruben din anka anato no ho sɛ abakan.
2 କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
Yuda asefo na wɔyɛɛ abusuakuw a wɔwɔ tumi pa ara; ne saa nti woyii ɔman no sodifo fii wɔn mu, nanso mpanyinni no de, na ɛyɛ Yosef dea.
3 ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି।
Israel abakan Ruben no mmabarima ne: Hanok, Palu, Hesron ne Karmi.
4 ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍, ତାହାର ପୁତ୍ର ଶିମୀୟି;
Yoel asefo ne Semaia, Gog, Simei,
5 ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍;
Mika, Reaia, Baal,
6 ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍-ପିଲ୍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।
ne Beera. Bere a Asiriahene Tilgat-Pilneser de Rubenfo kɔɔ nnommumfa mu no, Beera na na odi Rubenfo no anim.
7 ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍ ଓ ଜିଖରୀୟ
Wɔakyerɛw Beera nkurɔfo din sɛnea wɔn mmusua ne abusua no te: Yeiel ne wɔn ntuanoni, na Sakaria
8 ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍-ମୀୟୋନ୍ ପର୍ଯ୍ୟନ୍ତ ବାସ କଲା।
ne Asas babarima Bela a ɔyɛ Sema babarima a ɔyɛ Yoel babarima. Saa Rubenfo yi tenaa beae a efi Aroer de kosi Nebo ne Baal-Meon.
9 ପୁଣି, ପୂର୍ବ ଦିଗରେ ସେ ଫରାତ୍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ।
Esiane sɛ na wɔwɔ anantwi bebree wɔ Gilead asase so no nti, wodidi kɔɔ apuei fam wɔ nweatam a ɛtrɛw kɔ Asubɔnten Eufrate no ho.
10 ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।
Ɔhene Saulo bere so, Rubenfo dii Hagarfo so nkonim wɔ ɔko mu. Enti wotu kɔɔ Hagarfo atenae a ɛwɔ Gilead apuei fam hɔ no.
11 ପୁଣି, ଗାଦ୍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ।
Basan asase so no, na Gad asefo na wɔtete asase a edi Rubenfo de no so. Wɔtrɛw kɔɔ apuei fam kosii Saleka.
12 ଯୋୟେଲ ପ୍ରଧାନ ଓ ଶାଫମ୍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍ ବାଶନରେ ରହିଲେ;
Na Yoel na otua wɔn ano wɔ Basan asase so. Na Safam, Yanai ne Safat yɛ nʼaboafo.
13 ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍, ଶେବଃ, ଯୋରୟ, ଯାକନ୍, ସୀୟ ଓ ଏବର, ସାତ ଜଣ।
Na wɔn abusuafo a wɔyɛ ntuanofo ma mmusua afoforo ason din ne: Mikael, Mesulam, Seba, Yorai, Yakan, Sia ne Eber.
14 ବୂଷ୍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ।
Eyinom nyinaa yɛ Huri babarima Abihail a ɔyɛ Yaroa babarima, Gilead babarima, Mikael babarima, Yesisai babarima Yahdo babarima, Bus babarima.
15 ଗୂନିର ପୌତ୍ର ଅବ୍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା।
Abdiel babarima Ahi, Guni babarima no na na ɔyɛ wɔn mmusua no ntuano.
16 ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ।
Gadfo no tenaa Gilead asase a ɛwɔ Basan ne ne nkuraa ne Saron tataw no nyinaa so.
17 ଯିହୁଦାର ରାଜା ଯୋଥମ୍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା।
Yudahene Yotam ne Israelhene Yeroboam bere so na wɔkyerɛw eyinom nyinaa guu abusuadua nkrataa mu.
18 ରୁବେନ୍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ।
Na akofo akɛse a wɔwɔ Ruben, Gad mmusua ne Manase abusua fa mu no ano si mpem aduanan anan ahanson ne aduosia. Wokurakura nkatabo, mfoa ne agyan, na wɔn nyinaa akwadaw wɔ akodi mu.
19 ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍ ଓ ନୋଦବ୍ ସହିତ ଯୁଦ୍ଧ କଲେ।
Wɔko tiaa Hagarfo, Yeturfo, Nafisfo ne Nodabfo.
20 ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ।
Wosu frɛɛ Onyankopɔn wɔ ɔko no mu, na otiee wɔn mpaebɔ, efisɛ wɔde wɔn ho too ne so. Enti wodii Hagarfo no ne wɔn dɔm nyinaa so nkonim.
21 ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇଗଲେ।
Asade a wɔfa fii Hagarfo no nkyɛn no yɛ yoma mpem aduonum, nguan mpem ahannu aduonum, mfurum mpenu ne nneduafo mpem ɔha.
22 କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ।
Wokunkum Hagarfo no bebree wɔ ɔko no mu, efisɛ na Onyankopɔn reko tia wɔn. Enti wɔtenaa wɔn asase so kosii sɛ wotwaa wɔn asu.
23 ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍-ହର୍ମୋନ୍, ସନୀର୍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ।
Manase abusua fa no trɛw wɔ asase no so fi Basan kosii Baal-Hermon, Senir ne bepɔw Hermon ho. Na wɔdɔɔso yiye.
24 ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।
Eyinom ne wɔn mmusua no ntuanofo: Efer, Yisi, Eliel, Asriel, Yeremia, Hodawia ne Yahdiel. Na wɔn mu biara agye din sɛ ɔkofo kɛse ne ɔkannifo.
25 ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।
Nanso na wonni nokware, na wobuu wɔn agyanom ne Onyankopɔn apam no so. Wɔsom aman a Onyankopɔn sɛee wɔn no anyame.
26 ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍-ପିଲ୍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।
Enti Israel Nyankopɔn de hyɛɛ Asiriahene Pul (a na wɔsan frɛ no Tilgat-Pilneser) koma mu sɛ ɔnko mfa asase no, na ɔnkyekyere Rubenfo, Gadfo ne Manasefo abusua fa sɛ nneduafo. Asiriafo no twaa wɔn asu kɔɔ Halah, Habor, Hara ne Asubɔnten Gosan ho a wɔda so te hɔ besi nnɛ.