< ପ୍ରଥମ ବଂଶାବଳୀ 3 >

1 ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ; ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍‍ଠାରୁ ଜାତ; ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ;
Voici les fils de David qui lui naquirent à Hébron; le premier-né fut: Amnon, fils de la Jezraélite Achinaam; le second, Damniel (Daluia), fils d'Abigaïl du Carmel;
2 ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;
Le troisième, Absalon, fils de Moha (Maacha), fille de Tholmé, roi de Gedsur; le quatrième, Adonias (Ornia), fils d'Aggith;
3 ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ।
Le cinquième, Saphatia, fils d'Abital; le sixième, Jethram, fils de sa femme Agla.
4 ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି, ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ।
Il en eut six à Hébron, et il y régna sept ans et demi; après quoi, il régna trente-trois ans à Jérusalem.
5 ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ, ଶୋବବ୍‍, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍‍ଶୂୟାଠାରୁ ଜାତ;
Voici ceux qui lui naquirent en Jérusalem: Samaa, Sobab, Nathan et Salomon. Quatre fils de Bethsabée, fille d'Amiel.
6 ଆହୁରି ୟିଭର ଓ ଇଲୀଶାମା ଓ ଇଲୀଫେଲଟ୍‍;
Puis, Ebaar, Elisa, Eliphaleth,
7 ନୋଗହ ଓ ନେଫଗ୍‍ ଓ ଯାଫୀୟ;
Nagé, Naphec, Japhie,
8 ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍, ଏହି ନଅ ଜଣ।
Elisama, Eliada et Eliphala; en tout: neuf.
9 ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା।
Tous fils de David, outre les fils de ses concubines, et Thamar, leur sœur.
10 ପୁଣି, ଶଲୋମନଙ୍କର ପୁତ୍ର ରିହବୀୟାମ, ତାଙ୍କର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ୍‍;
Fils de Salomon: Roboam, Abias son fils, Asa son fils, Josaphat son fils,
11 ତାହାର ପୁତ୍ର ଯୋରାମ୍‍, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ୍‍;
Joram son fils, Ochozias son fils, Joas son. fils,
12 ତାହାର ପୁତ୍ର ଅମତ୍‍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍‍;
Amasias son fils, Azarias son fils, Joathan son fils,
13 ତାହାର ପୁତ୍ର ଆହସ୍‌, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି;
Achaz son fils, Ezéchias son fils, Manassé son fils,
14 ତାହାର ପୁତ୍ର ଆମୋନ୍‍, ତାହାର ପୁତ୍ର ଯୋଶୀୟ।
Amon son fils, Josias son fils.
15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍।
Fils de Josias: Joanan le premier-né, Joacin le second, Sédécias le troisième, et Salum le quatrième.
16 ପୁଣି, ଯିହୋୟାକୀମ୍‍ର ସନ୍ତାନଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ।
Fils de Joacin: Jéchonias son fils, Sédécias son fils.
17 ବନ୍ଦୀ ଯିକନୀୟର ସନ୍ତାନଗଣ;
Fils de Jéchonias: Asir, Salathiel son fils,
18 ତାହାର ପୁତ୍ର ଶଲ୍ଟୀୟେଲ, ମଲ୍‍କୀରାମ୍‍, ପଦାୟ, ଶିନତ୍ସର, ଯିକମୀୟ, ହୋଶାମା ଓ ନଦବିୟ।
Melchiram, Phadaïas, Fanesar, Jécimie, Hosamath et Nabadias.
19 ପଦାୟର ପୁତ୍ର ଯିରୁବ୍ବାବିଲ୍‍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍‍ର ସନ୍ତାନ ମଶୁଲ୍ଲମ୍‍ ଓ ହନାନୀୟ ଓ ଶଲୋମୀତ୍‍ ସେମାନଙ୍କର ଭଗିନୀ ଥିଲା।
Fils de Phadaïas: Zorobabel et Sémeï. Fils de Zorobabel: Mosollam et Ananias; Salometh fut leur sœur.
20 ଆଉ ହଶୂବା, ଓହେଲ୍‍, ବେରିଖୀୟ, ହସଦୀୟ ଓ ଯୁଶବ-ହେଷଦ୍‍, ଏହି ପାଞ୍ଚ ଜଣ।
Il eut encore: Asubé, Ool, Barachie, Asadie et Asobed; cinq fils.
21 ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ।
Fils d'Ananias: Phalettie, Jésias son fils, Raphal son fils, Orna son fils, Abdias son fils, et Séchénias son fils.
22 ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍‍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍‍, ଛଅ ଜଣ।
Fils de Sechénias: Samaïe. Fils de Samaie: Battus, Johel, Berri, Noadie et Saphat; six issus de Sechénias.
23 ନିୟରୀୟର ସନ୍ତାନ ଇଲୀୟୋଐନୟ, ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ।
Fils de Noadie: Elithenan, Ezécie, Ezricam; trois.
24 ପୁଣି, ଇଲୀୟୋଐନୟର ପୁତ୍ର ହୋଦବୀୟ, ଇଲୀୟାଶୀବ, ପ୍ଲାୟ, ଅକ୍କୂବ, ଯୋହାନନ୍‍, ଦଲୟିୟ ଓ ଅନାନି, ଏହି ସାତ ଜଣ।
Fils d'Elithenan: Odolie, Eliasebon, Phadaïe, Acub, Joanan, Dalaaïe et Anan; sept.

< ପ୍ରଥମ ବଂଶାବଳୀ 3 >