< ପ୍ରଥମ ବଂଶାବଳୀ 27 >
1 ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।
以色列人的族長、千夫長、百夫長,和官長都分定班次,每班是二萬四千人,週年按月輪流,替換出入服事王。
2 ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍ଦୀୟେଲର ପୁତ୍ର ଯାଶ୍ବୀୟାମ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
正月第一班的班長是撒巴第業的兒子雅朔班;他班內有二萬四千人。
3 ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା।
他是法勒斯的子孫,統管正月班的一切軍長。
4 ଦ୍ୱିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
二月的班長是亞哈希人朵代,還有副官密基羅;他班內有二萬四千人。
5 ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଯିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା; ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
三月第三班的班長是祭司耶何耶大的兒子比拿雅;他班內有二萬四千人。
6 ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା; ଆଉ ତାହାର ପାଳିରେ ତାହାର ପୁତ୍ର ଅମ୍ମୀଷାବଦ୍ ଥିଲା।
這比拿雅是那三十人中的勇士,管理那三十人;他班內又有他兒子暗米薩拔。
7 ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଯୋୟାବର ଭ୍ରାତା ଅସାହେଲ ଥିଲା ଓ ତାହା ଉତ୍ତାରେ ତାହାର ପୁତ୍ର ସବଦୀୟ; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
四月第四班的班長是約押的兄弟亞撒黑。接續他的是他兒子西巴第雅;他班內有二萬四千人。
8 ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
五月第五班的班長是伊斯拉人珊合;他班內有二萬四千人。
9 ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍କେଶର ପୁତ୍ର ଈରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
六月第六班的班長是提哥亞人益吉的兒子以拉;他班內有二萬四千人。
10 ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରୟିମ-ବଂଶଜାତ ପଲୋନୀୟ ହେଲସ୍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
七月第七班的班長是以法蓮族比倫人希利斯;他班內有二萬四千人。
11 ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ-ବଂଶଜାତ ହୂଶାତୀୟ ସିବ୍ବଖୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
八月第八班的班長是謝拉族戶沙人西比該;他班內有二萬四千人。
12 ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମୀନ୍-ବଂଶଜାତ ଅନାଥୋତୀୟ ଅବୀୟେଷର ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
九月第九班的班長是便雅憫族亞拿突人亞比以謝;他班內有二萬四千人。
13 ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ-ବଂଶଜାତ ନଟୋଫାତୀୟ ମହରୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
十月第十班的班長是謝拉族尼陀法人瑪哈萊;他班內有二萬四千人。
14 ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
十一月第十一班的班長是以法蓮族比拉頓人比拿雅;他班內有二萬四千人。
15 ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
十二月第十二班的班長是俄陀聶族尼陀法人黑玳;他班內有二萬四千人。
16 ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ; ରୁବେନୀୟମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲୀୟେଜର; ଶିମୀୟୋନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ଶଫଟୀୟ।
管理以色列眾支派的記在下面:管呂便人的是細基利的兒子以利以謝;管西緬人的是瑪迦的兒子示法提雅;
17 ଲେବୀ-ବଂଶ ମଧ୍ୟରେ କମୂୟେଲର ପୁତ୍ର ହଶବୀୟ; ହାରୋଣ-ବଂଶ ମଧ୍ୟରେ ସାଦୋକ।
管利未人的是基母利的兒子哈沙比雅;管亞倫子孫的是撒督;
18 ଯିହୁଦା ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି।
管猶大人的是大衛的一個哥哥以利戶;管以薩迦人的是米迦勒的兒子暗利;
19 ସବୂଲୂନ ବଂଶ ମଧ୍ୟରେ ଓବଦୀୟର ପୁତ୍ର ଯିଶ୍ମୟୀୟ; ନପ୍ତାଲି ବଂଶ ମଧ୍ୟରେ ଅସ୍ରୀୟେଲର ପୁତ୍ର ଯିରେମୋତ୍।
管西布倫人的是俄巴第雅的兒子伊施瑪雅;管拿弗他利人的是亞斯列的兒子耶利摩;
20 ଇଫ୍ରୟିମ-ସନ୍ତାନଗଣ ମଧ୍ୟରେ ଅସସୀୟର ପୁତ୍ର ହୋଶେୟ; ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ପଦାୟର ପୁତ୍ର ଯୋୟେଲ।
管以法蓮人的是阿撒細雅的兒子何細亞;管瑪拿西半支派的是毗大雅的兒子約珥;
21 ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଜିଖରୀୟର ପୁତ୍ର ଇଦ୍ଦୋ; ବିନ୍ୟାମୀନ୍ ବଂଶ ମଧ୍ୟରେ ଅବ୍ନରର ପୁତ୍ର ଯାସୀୟେଲ୍।
管基列地瑪拿西那半支派的是撒迦利亞的兒子易多;管便雅憫人的是押尼珥的兒子雅西業;
22 ଦାନ୍ ବଂଶ ମଧ୍ୟରେ ଯିରୋହମର ପୁତ୍ର ଅସରେଲ୍; ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ।
管但人的是耶羅罕的兒子亞薩列。以上是以色列眾支派的首領。
23 ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୂନ ବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ। କାରଣ ସଦାପ୍ରଭୁ ଆକାଶମଣ୍ଡଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁସଂଖ୍ୟକ କରିବେ ବୋଲି କହିଥିଲେ।
以色列人二十歲以內的,大衛沒有記其數目;因耶和華曾應許說,必加增以色列人如天上的星那樣多。
24 ସରୁୟାର ପୁତ୍ର ଯୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ; କାରଣ, ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା; ପୁଣି, ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ।
洗魯雅的兒子約押動手數點,當時耶和華的烈怒臨到以色列人;因此,沒有點完,數目也沒有寫在大衛王記上。
25 ଆଉ, ଅଦୀୟେଲର ପୁତ୍ର ଅସ୍ମାବତ୍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି, ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାରସବୁର ଅଧ୍ୟକ୍ଷ ଥିଲା।
掌管王府庫的是亞疊的兒子押斯馬威。掌管田野城邑村莊保障之倉庫的是烏西雅的兒子約拿單。
26 ଆଉ କଲୂବର ପୁତ୍ର ଇଷ୍ରି କୃଷିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା।
掌管耕田種地的是基綠的兒子以斯利。
27 ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍ମୀୟ ସବ୍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
掌管葡萄園的是拉瑪人示每。掌管葡萄園酒窖的是實弗米人撒巴底。
28 ପୁଣି, ଗାଦେରୀୟ ବାଲ୍ହାନନ୍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମ୍ବିରି ବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍ ତୈଳ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
掌管高原橄欖樹和桑樹的是基第利人巴勒‧哈南。掌管油庫的是約阿施。
29 ଆଉ ଶାରୋଣୀୟ ସିଟ୍ରୟ ଶାରୋଣରେ ଚରିବା ପଶୁପଲର ଅଧ୍ୟକ୍ଷ; ପୁଣି, ଅଦ୍ଲୟର ପୁତ୍ର ଶାଫଟ୍ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା।
掌管沙崙牧放牛群的是沙崙人施提賚。掌管山谷牧養牛群的是亞第賚的兒子沙法。
30 ଇଶ୍ମାୟେଲୀୟ ଓବୀଲ୍ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରୋଣୋଥୀୟ ଯେହଦୀୟ ଗର୍ଦ୍ଦଭୀଗଣର ଅଧ୍ୟକ୍ଷ ଥିଲା।
掌管駝群的是以實瑪利人阿比勒。掌管驢群的是米崙人耶希底亞。掌管羊群的是夏甲人雅悉。
31 ହାଗରୀୟ ଯାଷୀଷ୍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ।
這都是給大衛王掌管產業的。
32 ଆହୁରି ଦାଉଦଙ୍କର ପିତୃବ୍ୟ ଯୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ। ଆଉ ହକ୍ମୋନୀୟର ପୁତ୍ର ଯିହୀୟେଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା।
大衛的叔叔約拿單作謀士;這人有智慧,又作書記。哈摩尼的兒子耶歇作王眾子的師傅。
33 ଅହୀଥୋଫଲ ରାଜମନ୍ତ୍ରୀ ଓ ଅର୍କୀୟ ହୂଶୟ ରାଜମିତ୍ର ଥିଲା।
亞希多弗也作王的謀士。亞基人戶篩作王的陪伴。
34 ଆଉ ଅହୀଥୋଫଲ ଉତ୍ତାରେ ବନାୟର ପୁତ୍ର ଯିହୋୟାଦା ଓ ଅବୀୟାଥର ଥିଲେ; ପୁଣି, ଯୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା।
亞希多弗之後,有比拿雅的兒子耶何耶大和亞比亞他接續他作謀士。約押作王的元帥。