< ପ୍ରଥମ ବଂଶାବଳୀ 26 >

1 ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।
למחלקות לשערים--לקרחים משלמיהו בן קרא מן בני אסף
2 ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ,
ולמשלמיהו בנים--זכריהו הבכור ידיעאל השני זבדיהו השלישי יתניאל הרביעי
3 ପଞ୍ଚମ ଏଲମ୍‍, ଷଷ୍ଠ ଯିହୋହାନନ୍‍, ସପ୍ତମ ଇଲୀହୋଐନୟ।
עילם החמישי יהוחנן הששי אליהועיני השביעי
4 ପୁଣି, ଓବେଦ୍‍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍‍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ;
ולעבד אדם בנים--שמעיה הבכור יהוזבד השני יואח השלשי ושכר הרביעי ונתנאל החמישי
5 ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ।
עמיאל הששי יששכר השביעי פעלתי השמיני כי ברכו אלהים
6 ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ।
ולשמעיה בנו נולד בנים הממשלים לבית אביהם כי גבורי חיל המה
7 ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍‍, ଇଲୀଶାବଦ୍‍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ।
בני שמעיה עתני ורפאל ועובד אלזבד אחיו--בני חיל אליהו וסמכיהו
8 ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।
כל אלה מבני עבד אדם המה ובניהם ואחיהם איש חיל בכח לעבדה--ששים ושנים לעבד אדם
9 ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ।
ולמשלמיהו בנים ואחים בני חיל--שמונה עשר
10 ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା;
ולחסה מן בני מררי בנים--שמרי הראש כי לא היה בכור וישימהו אביהו לראש
11 ଦ୍ୱିତୀୟ ହିଲ୍‍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ।
חלקיהו השני טבליהו השלשי זכריהו הרבעי כל בנים ואחים לחסה שלשה עשר
12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା।
לאלה מחלקות השערים לראשי הגברים משמרות--לעמת אחיהם לשרת בבית יהוה
13 ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ।
ויפילו גורלות כקטן כגדול לבית אבותם--לשער ושער
14 ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା।
ויפל הגורל מזרחה לשלמיהו וזכריהו בנו יועץ בשכל הפילו גורלות ויצא גורלו צפונה
15 ଦକ୍ଷିଣ ଦିଗ ଓବେଦ୍‍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା।
לעבד אדם נגבה ולבניו בית האספים
16 ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍‍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍‍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା।
לשפים ולחסה למערב עם שער שלכת במסלה העולה משמר לעמת משמר
17 ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ।
למזרח הלוים ששה לצפונה ליום ארבעה לנגבה ליום ארבעה ולאספים שנים שנים
18 ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ।
לפרבר למערב--ארבעה למסלה שנים לפרבר
19 କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।
אלה מחלקות השערים לבני הקרחי ולבני מררי
20 ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା।
והלוים--אחיה על אוצרות בית האלהים ולאצרות הקדשים
21 ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,
בני לעדן בני הגרשני ללעדן ראשי האבות ללעדן הגרשני--יחיאלי
22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।
בני יחיאלי--זתם ויואל אחיו על אצרות בית יהוה
23 ଅମ୍ରାମୀୟମାନଙ୍କ, ଯିଷ୍‍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ
לעמרמי ליצהרי לחברוני לעזיאלי
24 ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା।
ושבאל בן גרשום בן משה נגיד על האצרות
25 ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍‍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍‍।
ואחיו לאליעזר--רחביהו בנו וישעיהו בנו וירם בנו וזכרי בנו ושלמות (ושלמית) בנו
26 ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍‍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ।
הוא שלמות ואחיו על כל אצרות הקדשים אשר הקדיש דויד המלך וראשי האבות לשרי האלפים והמאות--ושרי הצבא
27 ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ।
מן המלחמות ומן השלל הקדישו--לחזק לבית יהוה
28 ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍‍ର ପୁତ୍ର ଶାଉଲ ଓ ନେର୍‍ର ପୁତ୍ର ଅବ୍‍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍‍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା।
וכל ההקדיש שמואל הראה ושאול בן קיש ואבנר בן נר ויואב בן צרויה--כל המקדיש על יד שלמית ואחיו
29 ଯିଷ୍‍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ।
ליצהרי כנניהו ובניו למלאכה החיצונה על ישראל--לשטרים ולשפטים
30 ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ।
לחברוני חשביהו ואחיו בני חיל אלף ושבע מאות על פקדת ישראל מעבר לירדן מערבה--לכל מלאכת יהוה ולעבדת המלך
31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।
לחברוני יריה הראש לחברוני לתלדתיו לאבות--בשנת הארבעים למלכות דויד נדרשו וימצא בהם גבורי חיל ביעזיר גלעד
32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।
ואחיו בני חיל אלפים ושבע מאות--ראשי האבות ויפקידם דויד המלך על הראובני והגדי וחצי שבט המנשי לכל דבר האלהים ודבר המלך

< ପ୍ରଥମ ବଂଶାବଳୀ 26 >