< ପ୍ରଥମ ବଂଶାବଳୀ 25 >

1 ଆହୁରି ଆସଫର ଓ ହେମନର ଓ ଯିଦୂଥୂନ୍‍‍ର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍‍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି।
ダビデと軍の長たちはまたアサフ、ヘマンおよびエドトンの子らを勤めのために分かち、琴と、立琴と、シンバルをもって預言する者にした。その勤めをなした人々の数は次のとおりである。
2 ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
アサフの子たちはザックル、ヨセフ、ネタニヤ、アサレラであって、アサフの指揮のもとに王の命によって預言した者である。
3 ଯିଦୂଥୂନ୍‍‍ର କଥା; ଯିଦୂଥୂନ୍‍‍ର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନ୍‍‍ର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
エドトンについては、エドトンの子たちはゲダリヤ、ゼリ、エサヤ、ハシャビヤ、マッタテヤの六人で、琴をもって主に感謝し、かつほめたたえて預言したその父エドトンの指揮の下にあった。
4 ହେମନର କଥା; ହେମନର ସନ୍ତାନ ବୁକ୍କୀୟ, ମତ୍ତନୀୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍‍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍‍ତି ଓ ରୋମାମ୍‍ତି-ଏଷର୍‍, ଯଶ୍‍ବକାଶା, ମଲ୍ଲୋଥି, ହୋଥୀର୍‍, ମହସୀୟୋତ୍‍;
ヘマンについては、ヘマンの子たちはブッキヤ、マッタニヤ、ウジエル、シブエル、エレモテ、ハナニヤ、ハナニ、エリアタ、ギダルテ、ロマムテ・エゼル、ヨシベカシャ、マロテ、ホテル、マハジオテである。
5 ଏସମସ୍ତେ ଶୃଙ୍ଗଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ।
これらは皆、神がご自身の約束にしたがって高くされた王の先見者ヘマンの子たちであった。神はヘマンに男の子十四人、女の子三人を与えられた。
6 ଏସମସ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍‍ ଓ ହେମନ ରାଜାଜ୍ଞାଧୀନ ଥିଲେ।
これらの者は皆その父の指揮の下にあって、主の宮で歌をうたい、シンバルと立琴と琴をもって神の宮の務をした。アサフ、エドトンおよびヘマンは王の命の下にあった。
7 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ।
彼らおよび主に歌をうたうことのために訓練され、すべて熟練した兄弟たちの数は二百八十八人であった。
8 ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ।
彼らは小なる者も、大なる者も、教師も生徒も皆ひとしくその務のためにくじを引いた。
9 ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ୱିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ।
第一のくじはアサフのためにヨセフに当り、第二はゲダリヤに当った。彼とその兄弟たちおよびその子たち、合わせて十二人。
10 ତୃତୀୟ ସକ୍କୁର ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
第三はザックルに当った。その子たちおよびその兄弟たち、合わせて十二人。
11 ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第四はイヅリに当った。その子たちおよびその兄弟たち、合わせて十二人。
12 ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
第五はネタニヤに当った。その子たちおよびその兄弟たち、合わせて十二人。
13 ଷଷ୍ଠ ବୁକ୍କୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
第六はブッキヤに当った。その子たちおよびその兄弟たち、合わせて十二人。
14 ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
第七はアサレラに当った。その子たちおよびその兄弟たち、合わせて十二人。
15 ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第八はエサヤに当った。その子たちおよびその兄弟たち、合わせて十二人。
16 ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
第九はマッタニヤに当った。その子たちおよびその兄弟たち、合わせて十二人。
17 ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十はシメイに当った。その子たちおよびその兄弟たち、合わせて十二人。
18 ଏକାଦଶ ଅସରେଲ୍‍ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十一はアザリエルに当った。その子たちおよびその兄弟たち、合わせて十二人。
19 ଦ୍ୱାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十二はハシャビヤに当った。その子たちおよびその兄弟たち、合わせて十二人。
20 ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十三はシュバエルに当った。その子たちおよびその兄弟たち、合わせて十二人。
21 ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十四はマッタテヤに当った。その子たちおよびその兄弟たち、合わせて十二人。
22 ପଞ୍ଚଦଶ ପାଇଁ ଯେରେମୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十五はエレモテに当った。その子たちおよびその兄弟たち、合わせて十二人。
23 ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十六はハナニヤに当った。その子たちおよびその兄弟たち、合わせて十二人。
24 ସପ୍ତଦଶ ପାଇଁ ଯଶ୍‍ବକାଶା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十七はヨシベカシャに当った。その子たちおよびその兄弟たち、合わせて十二人。
25 ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十八はハナニに当った。その子たちおよびその兄弟たち、合わせて十二人。
26 ଊନବିଂଶ ପାଇଁ ମଲ୍ଲୋଥି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第十九はマロテに当った。その子たちおよびその兄弟たち、合わせて十二人。
27 ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第二十はエリアタに当った。その子たちおよびその兄弟たち、合わせて十二人。
28 ଏକବିଂଶ ପାଇଁ ହୋଥୀର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第二十一はホテルに当った。その子たちおよびその兄弟たち、合わせて十二人。
29 ଦ୍ୱାବିଂଶ ପାଇଁ ଗିଦ୍ଦଲ୍‍ତି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第二十二はギダルテに当った。その子たちおよびその兄弟たち、合わせて十二人。
30 ତ୍ରୟୋବିଂଶ ପାଇଁ ମହସୀୟୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
第二十三はマハジオテに当った。その子たちおよびその兄弟たち、合わせて十二人。
31 ଚତୁର୍ବିଂଶ ପାଇଁ ରୋମାମ୍‍ତି-ଏଷର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ।
第二十四はロマムテ・エゼルに当った。その子たちおよびその兄弟たち、合わせて十二人であった。

< ପ୍ରଥମ ବଂଶାବଳୀ 25 >