< ପ୍ରଥମ ବଂଶାବଳୀ 24 >

1 ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରୋଣଙ୍କର ପୁତ୍ର ନାଦବ୍‍, ଅବୀହୂ, ଇଲୀୟାସର ଓ ଈଥାମର।
porro filiis Aaron hae partitiones erunt filii Aaron Nadab et Abiu et Eleazar et Ithamar
2 ମାତ୍ର ନାଦବ୍‍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।
mortui sunt autem Nadab et Abiu ante patrem suum absque liberis sacerdotioque functus est Eleazar et Ithamar
3 ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ ଓ ଈଥାମରର ସନ୍ତାନ ଅହୀମେଲକ୍‍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ।
et divisit eos David id est Sadoc de filiis Eleazar et Ahimelech de filiis Ithamar secundum vices suas et ministerium
4 ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।
inventique sunt multo plures filii Eleazar in principibus viris quam filii Ithamar divisit autem eis hoc est filiis Eleazar principes per familias sedecim et filiis Ithamar per familias et domos suas octo
5 ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ।
porro divisit utrasque inter se familias sortibus erant enim principes sanctuarii et principes Dei tam de filiis Eleazar quam de filiis Ithamar
6 ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍‍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା।
descripsitque eos Semeias filius Nathanahel scriba Levites coram rege et principibus et Sadoc sacerdote et Ahimelech filio Abiathar principibus quoque familiarum sacerdotalium et leviticarum unam domum quae ceteris praeerat Eleazar et alteram domum quae sub se habebat ceteros Ithamar
7 ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍‍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;
exivit autem sors prima Ioiarib secunda Iedeiae
8 ତୃତୀୟ ହାରୀମ୍‍ ପାଇଁ, ଚତୁର୍ଥ ସୀୟୋରୀମ୍‍ ପାଇଁ;
tertia Arim quarta Seorim
9 ପଞ୍ଚମ ମଲ୍‍କୀୟ ପାଇଁ; ଷଷ୍ଠ ମିୟାମୀନ୍‍ ପାଇଁ;
quinta Melchia sexta Maiman
10 ସପ୍ତମ ହକ୍କୋସ୍‍ ପାଇଁ, ଅଷ୍ଟମ ଅବୀୟ ପାଇଁ;
septima Accos octava Abia
11 ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ;
nona Hiesu decima Sechenia
12 ଏକାଦଶ ଇଲୀୟାଶୀବ ପାଇଁ, ଦ୍ୱାଦଶ ଯାକୀମ୍‍ ପାଇଁ;
undecima Eliasib duodecima Iacim
13 ତ୍ରୟୋଦଶ ହୁପ୍ପା ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ;
tertiadecima Oppa quartadecima Isbaal
14 ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ;
quintadecima Belga sextadecima Emmer
15 ସପ୍ତଦଶ ହେଷୀର ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ;
septimadecima Ezir octavadecima Hapses
16 ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ;
nonadecima Phetheia vicesima Iezecel
17 ଏକବିଂଶ ଯାଖୀନ୍‍ ପାଇଁ, ଦ୍ୱାବିଂଶ ଗାମୂଲ୍‍ ପାଇଁ;
vicesima prima Iachin vicesima secunda Gamul
18 ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା।
vicesima tertia Dalaiau vicesima quarta Mazziau
19 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା।
hae vices eorum secundum ministeria sua ut ingrediantur domum Domini et iuxta ritum suum sub manu Aaron patris eorum sicut praecepit Dominus Deus Israhel
20 ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା। ଅମ୍ରାମ୍‍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ।
porro filiorum Levi qui reliqui fuerant de filiis Amram erat Subahel et filiis Subahel Iedeia
21 ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ।
de filiis quoque Roobiae princeps Iesias
22 ଯିଷ୍‍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍‍; ଶଲୋମୀତ୍‍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍‍।
Isaaris vero Salemoth filiusque Salemoth Iaath
23 ହିବ୍ରୋଣର ପୁତ୍ର ଯିରୀୟ ପ୍ରଥମ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍‍ମୀୟାମ୍‍।
filiusque eius Ieriahu Amarias secundus Iazihel tertius Iecmaam quartus
24 ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍‍।
filius Ozihel Micha filius Micha Samir
25 ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ।
frater Micha Iesia filiusque Iesiae Zaccharias
26 ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ।
filii Merari Mooli et Musi filius Ioziau Benno
27 ମରାରିର ସନ୍ତାନଗଣ ଯାସୀୟର ପୁତ୍ର ବିନୋ, ଶୋହମ୍‍, ସକ୍କୁର ଓ ଇବ୍ରି।
filius quoque Merari Oziau et Soem et Zacchur et Hebri
28 ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ।
porro Mooli filius Eleazar qui non habebat liberos
29 କୀଶ୍‍ର କଥା; କୀଶ୍‍ର ପୁତ୍ର ଯିରହମେଲ।
filius vero Cis Ierahemel
30 ପୁଣି, ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍‍। ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ।
filii Musi Mooli Eder et Ierimoth isti filii Levi secundum domos familiarum suarum
31 ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା, ସାଦୋକ ଓ ଅହୀମେଲକ୍‍, ପୁଣି, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି, ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା।
miseruntque et ipsi sortes contra fratres suos filios Aaron coram David rege et Sadoc et Ahimelech et principibus familiarum sacerdotalium et leviticarum tam maiores quam minores omnes sors aequaliter dividebat

< ପ୍ରଥମ ବଂଶାବଳୀ 24 >