< ପ୍ରଥମ ବଂଶାବଳୀ 24 >
1 ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରୋଣଙ୍କର ପୁତ୍ର ନାଦବ୍, ଅବୀହୂ, ଇଲୀୟାସର ଓ ଈଥାମର।
Az Áron fiainak is voltak rendjeik. Áron fiai: Nádáb, Abihú, Eleázár és Itamár.
2 ମାତ୍ର ନାଦବ୍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।
Nádáb és Abihú még atyjuk előtt meghaltak és fiaik nem valának, azért Eleázár és Itamár viselék a papságot.
3 ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ ଓ ଈଥାମରର ସନ୍ତାନ ଅହୀମେଲକ୍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ।
És elosztá őket Dávid és Sádók, ki az Eleázár fiai közül vala, és Ahimélek, ki az Itamár fiai közül vala, az ő tisztök szerint a szolgálatra.
4 ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।
Eleázár fiai között pedig több főember találtaték, mint az Itamár fiai között, mikor eloszták őket. Az Eleázár fiai között családjaik szerint tizenhat főember volt; az Itamár fiai közül, családjaik szerint, nyolcz.
5 ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ।
Eloszták pedig őket sors által válogatás nélkül, mert a szenthelynek fejedelmei és Istennek fejedelmei valának úgy az Eleázár, mint az Itamár fiai közül valók.
6 ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା।
És beírá őket Semája, a Nétanéel fia, a Lévi nemzetségéből való íródeák, a király előtt és a fejedelmek előtt, Sádók pap előtt; Ahimélek előtt, ki Abjátár fia vala, és a papoknak és Lévitáknak családfői előtt. Egy család sorsoltatott az Eleázár és egy az Itamár nemzetségéből.
7 ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;
Esék pedig az első sors Jojáribra; a második Jedájára;
8 ତୃତୀୟ ହାରୀମ୍ ପାଇଁ, ଚତୁର୍ଥ ସୀୟୋରୀମ୍ ପାଇଁ;
Hárimra a harmadik; Seórimra a negyedik;
9 ପଞ୍ଚମ ମଲ୍କୀୟ ପାଇଁ; ଷଷ୍ଠ ମିୟାମୀନ୍ ପାଇଁ;
Málkijára az ötödik; Mijáminra a hatodik;
10 ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବୀୟ ପାଇଁ;
Hakkósra a hetedik; Abijára a nyolczadik;
11 ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ;
Jésuára a kilenczedik; Sekániára a tizedik;
12 ଏକାଦଶ ଇଲୀୟାଶୀବ ପାଇଁ, ଦ୍ୱାଦଶ ଯାକୀମ୍ ପାଇଁ;
Eliásibra a tizenegyedik; Jákimra a tizenkettedik;
13 ତ୍ରୟୋଦଶ ହୁପ୍ପା ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ;
Huppára a tizenharmadik; Jésebeábra a tizennegyedik;
14 ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ;
Bilgára a tizenötödik; Immérre a tizenhatodik;
15 ସପ୍ତଦଶ ହେଷୀର ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ;
Hézirre a tizenhetedik; Hápisesre a tizennyolczadik;
16 ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ;
Petáhiára a tizenkilenczedik; Jéhezkelre a huszadik;
17 ଏକବିଂଶ ଯାଖୀନ୍ ପାଇଁ, ଦ୍ୱାବିଂଶ ଗାମୂଲ୍ ପାଇଁ;
Jákinra a huszonegyedik; Gámulra a huszonkettedik;
18 ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା।
Delájára a huszonharmadik; Maáziára a huszonnegyedik.
19 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା।
Ez az ő hivatalos rendjök szolgálatukban, hogy bejárnának az Úr házába sorban, az ő atyjoknak Áronnak rendelése szerint, a mint megparancsolta volt néki az Úr, Izráel Istene.
20 ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା। ଅମ୍ରାମ୍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ।
A mi Lévi többi fiait illeti: az Amrám fiai közül vala Subáel; a Subáel fiai közül Jehdéja.
21 ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ।
A mi illeti Rehábiát: a Rehábia fiai közül Issija vala fő.
22 ଯିଷ୍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍; ଶଲୋମୀତ୍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍।
Az Ishár fiai közül Selómót; és a Selómót fiai közül Jahát.
23 ହିବ୍ରୋଣର ପୁତ୍ର ଯିରୀୟ ପ୍ରଥମ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍।
A Hebron fiai közül első vala Jérija, Amárja második, Jaháziel harmadik, Jekámhám negyedik.
24 ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍।
Uzziel fiai: Mika; a Mika fiai közül Sámir.
25 ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ।
Mika atyjafia Issija; Issija fiai közül Zekáriás.
26 ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ।
Mérári fiai: Mákhli és Músi; Jaázija fia, Bénó.
27 ମରାରିର ସନ୍ତାନଗଣ ଯାସୀୟର ପୁତ୍ର ବିନୋ, ଶୋହମ୍, ସକ୍କୁର ଓ ଇବ୍ରି।
Mérárinak Jaázijától, az ő fiától való fiai: Sohám, Zakkúr és Hibri.
28 ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ।
Mákhlitól vala Eleázár, és ennek nem valának fiai.
29 କୀଶ୍ର କଥା; କୀଶ୍ର ପୁତ୍ର ଯିରହମେଲ।
Kistől: a Kis fiai közül való volt Jérakhméel.
30 ପୁଣି, ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍। ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ।
Músi fiai: Mákhli, Eder és Jérimót. Ezek a Léviták fiai az ő családjaik szerint.
31 ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା, ସାଦୋକ ଓ ଅହୀମେଲକ୍, ପୁଣି, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି, ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା।
Ezek is sorsot vetének az ő atyjokfiaival az Áron fiaival együtt Dávid király előtt, Sádók és Ahimélek előtt, és a papok és Léviták családfői előtt, a fő a kisebbekkel egyformán.