< ପ୍ରଥମ ବଂଶାବଳୀ 23 >
1 ଏଥିଉତ୍ତାରେ ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
Ostarjevši i nauživši se dana, postavi David svoga sina Salomona kraljem nad Izraelom.
2 ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
Potom skupi sve izraelske knezove, svećenike i levite.
3 ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶି ହଜାର ହେଲେ।
On izbroji levite od trideset godina naviše, i bilo ih je po muškim glavama trideset i osam tisuća.
4 ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ;
Između njih bilo je dvadeset i četiri tisuće onih koji su upravljali poslom oko Jahvina Doma, a šest tisuća nadzornika i sudaca,
5 ଆଉ ଚାରି ହଜାର ଲୋକ ଦ୍ୱାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ୱାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ।
četiri tisuće vratara i četiri tisuće onih koji su hvalili Jahvu uz glazbala što ih je napravio za hvalu.
6 ପୁଣି, ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ, କହାତ ଓ ମରାରି।
David ih razdijeli na redove po Levijevim sinovima: Geršonu, Kehatu i Merariju.
7 ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍ ଓ ଶିମୀୟି।
Od Geršonova su koljena bili: Ladan i Šimej.
8 ଲାଦନ୍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍ ଓ ଯୋୟେଲ, ତିନି ଜଣ।
Ladanovi sinovi: poglavari Jehiel, Zetam i Joel, njih trojica.
9 ଶିମୀୟିର ପୁତ୍ର; ଶଲୋମୀତ୍ ଓ ହସୀୟେଲ୍ ଓ ହାରଣ; ତିନି ଜଣ। ଏମାନେ ଲାଦନ୍ଙ୍କ ପିତୃବଂଶର ପ୍ରଧାନ ଥିଲେ।
Šimejevi sinovi: Šelomit, Haziel i Haram, njih trojica; to su poglavari Ladanovih obitelji.
10 ପୁଣି, ଶିମୀୟିର ପୁତ୍ର; ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। ଏହି ଚାରି ଜଣ ଶିମୀୟିର ପୁତ୍ର ଥିଲେ।
Šimejevi sinovi: Jahat, Zina, Jeuš i Berija. Ta su četvorica Šimejevi sinovi.
11 ଯହତ୍ ପ୍ରଧାନ, ଦ୍ୱିତୀୟ ସୀଷ; ମାତ୍ର ଯିୟୂଶ୍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ।
Jahat je bio poglavar, a drugi Ziza; a Jeuš i Berija nisu imali mnogo djece, zato su se brojili u jednu obitelj, u jedan razred.
12 କହାତର ପୁତ୍ର; ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ।
Kehatovi sinovi: Amram, Jishar, Hebron i Uziel, četvorica.
13 ଅମ୍ରାମ୍ର ପୁତ୍ର; ହାରୋଣ ଓ ମୋଶା; ପୁଣି, ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ।
Amramovi sinovi: Aron i Mojsije. Aron je bio određen da posvećuje Svetinju nad svetinjama; on i njegovi sinovi dovijeka da kade pred Jahvom, da mu služe i da blagoslivljaju u njegovo ime dovijeka.
14 ମାତ୍ର, ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ।
Mojsije je bio Božji čovjek. Njegovi se sinovi broje u Levijevo pleme.
15 ମୋଶାଙ୍କର ପୁତ୍ର; ଗେର୍ଶୋମ ଓ ଇଲୀୟେଜର।
Mojsijevi su sinovi Geršom i Eliezer.
16 ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ।
Geršomovi sinovi: poglavar Šebuel.
17 ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ। ଏହି ଇଲୀୟେଜରର ଆଉ ପୁତ୍ର ନ ଥିଲେ, ମାତ୍ର, ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ।
Eliezerovi su sinovi bili: poglavar Rehabja. Eliezer nije imao drugih sinova, nego su se Rehabjini sinovi vrlo namnožili.
18 ଯିଷ୍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍ ପ୍ରଧାନ ଥିଲା।
Jisharovi sinovi: poglavar Šelomit.
19 ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍।
Hebronovi sinovi: poglavar Jerija, drugi Amarja, treći Jahaziel, četvrti Jekamam.
20 ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ୱିତୀୟ ଯିଶୀୟ।
Uzielovi sinovi: poglavar Mika, drugi Ješija.
21 ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍;
Merarijevi sinovi: Mahli i Muši. Mahlijevi sinovi: Eleazar i Kiš.
22 ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି, ସେମାନଙ୍କ ଜ୍ଞାତି କୀଶ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ।
Eleazar je umro nemajući sinova, nego samo kćeri, koje su sebi uzeli za žene njihovi rođaci, Kiševi sinovi.
23 ମୂଶିର ପୁତ୍ର ମହଲି, ଏଦର ଓ ଯେରେମୋତ୍, ତିନି ଜଣ।
Mušijevi sinovi: Mahli, Eder i Jerimot, trojica.
24 ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି, କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ।
To su bili Levijevi sinovi po obiteljima, poglavari porodica, koji su bili popisani poimence; oni su radili posao za službu Jahvina Doma u dobi od dvadeset godina naviše.
25 କାରଣ ଦାଉଦ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି,
David je rekao: “Jahve, Izraelov Bog, dao je mir svojem narodu i živjet će u Jeruzalemu zauvijek.
26 ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବୋହିବାର ଆଉ ପ୍ରୟୋଜନ ହେବ ନାହିଁ।”
Zato ni leviti neće više nositi Prebivališta ni svakovrsnog pribora za njegovu službu.”
27 କାରଣ, ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଗଣିତ ହେଲେ।
Po posljednjim Davidovim riječima, bili su izbrojeni Levijevi sinovi od dvadeset godina naviše.
28 କାରଣ, ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା;
Bili su određeni da budu kraj Aronovih sinova u službi u Jahvinu Domu, u predvorjima i u dvoranama, da čiste sve svete stvari, da rade u službi oko Jahvina Doma,
29 ଆହୁରି ଦର୍ଶନୀୟ ରୁଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ;
oko prinesenih hljebova, oko sitnog brašna za prinos, oko beskvasnih kolača pripravljenih na tavi i u ulju zamiješenih i oko mjera za sadržaj i dužinu;
30 ପୁଣି, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର;
da pristupaju svakoga jutra, da slave i hvale Jahvu; tako i večerom.
31 ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ବନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା;
A kad se god prinose paljenice Jahvi, subotom, za mlađaka i na blagdane, da dolaze prema svom broju, po svom redu, svagdje pred Jahvu.
32 ଏହେତୁ ସେମାନେ ସମାଗମ-ତମ୍ବୁର ରକ୍ଷଣୀୟ ଓ ପବିତ୍ର ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ।
I da vrše što treba vršiti u Šatoru sastanka, službu u Svetištu i službu za svoju braću, Aronove sinove, u službi oko Jahvina Doma.