< ପ୍ରଥମ ବଂଶାବଳୀ 21 >
1 ଏଥିଉତ୍ତାରେ ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା।
Adui akainuka dhidi ya Israeli na kumchochea Daudi kuhesabu Israeli.
2 ତହିଁରେ ଦାଉଦ ଯୋୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, “ଯାଅ, ବେର୍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋʼ ନିକଟକୁ ସମ୍ବାଦ ଆଣ, ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି।”
Daudi akamwabia Yoabu na kwa wakuu wa Jeshi, “Nenda, wahesabu watu wa Israeli kutoka Beerisheba mpaka Dani na uniletee taarifa, ilinijue idadi yao.”
3 ଏଥିରେ ଯୋୟାବ କହିଲା, “ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର, ହେ ମୋʼ ପ୍ରଭୁ ମହାରାଜ, ସେହି ସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?”
Yoabu akasema, “Yahweh na afanya jeshi lake mara mia zaidi ya lilivyo. Lakini bwana wangu mfalme, kwani wote hawamtumikii bwana wangu? kwa nini bwana wangu anataka hili? Kwa nini ulete hatia kwa Israeli?”
4 ତଥାପି ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା। ଏହେତୁ ଯୋୟାବ ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଯିରୂଶାଲମରେ ଉପସ୍ଥିତ ହେଲା।
Lakini neno la mfalme halikubadilika kwa Yoabu. Hivyo Yoabu akaondoka na kwenda Israeli yote. Kisha akarudi Yerusalemu.
5 ପୁଣି, ଯୋୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା। ତହିଁରେ ସମସ୍ତ ଇସ୍ରାଏଲର ଏଗାର ଲକ୍ଷ ଖଡ୍ଗଧାରୀ ଲୋକ ଓ ଯିହୁଦାର ଚାରି ଲକ୍ଷ ସତୁରି ହଜାର ଖଡ୍ଗଧାରୀ ଲୋକ ଥିଲେ।
Yoabu akatoa taarifa ya idadi ya jumla ya wanaume wa mapambano kwa Daudi. Kulikuwa ndani ya Israeli wanaume 1, 100, 000 walio beba upanga. Yuda peke yake kulikuwa na wanajeshi 470, 000.
6 ମାତ୍ର, ସେ ସେମାନଙ୍କ ମଧ୍ୟରେ ଲେବୀ ଓ ବିନ୍ୟାମୀନ୍-ଲୋକମାନଙ୍କୁ ଗଣନା କଲା ନାହିଁ; କାରଣ, ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା।
Lakini Levi na Benjamini hawaku hesabiwa miongoni mwao, kwa kuwa amri ya mfalme ilimuudhi Yoabu.
7 ଆଉ, ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ।
Mungu alikwazika na hili tendo, akashambulia Israeli.
8 ତହୁଁ ଦାଉଦ ପରମେଶ୍ୱରଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର, ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ, ମୁଁ ଅତି ମୂର୍ଖର କର୍ମ କରିଅଛି।”
Daudi akamwambia Mungu, “Nimetenda dhambi kubwa kwa kufanya hili. Sasa chukua hatia ya mtumishi wako, nimetenda kwa ujinga sana.”
9 ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦ୍କୁ କହିଲେ,
Yahweh akamwambia Gadi, nabii wa Daudi,
10 “ଯାଅ, ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’”
“Nenda useme kwa Daudi, “Hili ndilo Yahweh anasema: Ninakupa maamuzi matatu. Chagua moja wapo.”
11 ତହିଁରେ ଗାଦ୍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମ୍ଭର ଇଚ୍ଛା, ତାହା ଗ୍ରହଣ କର;
Hivyo Gadi akaenda kwa Daudi na kusema, “Yahweh anasema hivi, 'Chagua moja ya haya:
12 ତିନି ବର୍ଷ ଦୁର୍ଭିକ୍ଷ ହେବ; ଅବା ତୁମ୍ଭେ ଆପଣା ବିପକ୍ଷମାନଙ୍କ ସମ୍ମୁଖରେ ତିନି ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ୍ଭ ଶତ୍ରୁମାନଙ୍କ ଖଡ୍ଗ ତୁମ୍ଭକୁ ଧରିବ; କିଅବା ତିନି ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଖଡ୍ଗ ଭ୍ରମଣ କରିବ, ଅର୍ଥାତ୍, ଦେଶରେ ମହାମାରୀ ହେବ ଓ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କ ଦୂତ ବିନାଶ କରିବ। ମୋʼ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ଏବେ ବିବେଚନା କର।”
kati ya miaka mitatu ya ukame, miezi mitatu unakimbizwa na adui zako na kupatwa na upanga wao, au siku tatu za upanga wa Yahweh, yani, pigo katika nchi, malaika wa Yahweh akiharibu nchi yote ya Israeli.' Hivyo sasa, amua jibu gani ni mpelekee yeye aliye nituma.”
13 ତହିଁରେ ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ଅସୁବିଧାରେ ପଡ଼ିଲି; ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ, ତାହାଙ୍କର ଦୟା ଅତି ପ୍ରଚୁର; ମାତ୍ର, ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
Kisha Daudi akamwambia Gadi, “Nipo katika shida kubwa sana. Acha nianguke katika mikono ya Yahweh kuliko kuangukia mikono ya mwanadamu, sababu matendo yake ya rehema ni makubwa mno.”
14 ତହୁଁ ସଦାପ୍ରଭୁ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଇସ୍ରାଏଲ ମଧ୍ୟରୁ ସତୁରି ହଜାର ଲୋକ ମଲେ।
Hivyo Yahweh akatuma pigo Israeli, na watu elfu sabini wakafa.
15 ଏଉତ୍ତାରେ ପରମେଶ୍ୱର ଯିରୂଶାଲମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ; ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା! ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ତେବେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଠିଆ ହେଲା।
Mungu akatuma malaika Yerusalemu kuiharibu. Wakati alipo taka kuiharibu, Yahweh akatazama na kubadili nia yake kuhusu shambulio. Akasema kwa malaika wa uharibifu, “Imetosha! Rudisha mkono wako.” Wakati huo malaika wa Yahweh alikua amesimama eneo la kupeta la Orinani Myebusi.
16 ତହୁଁ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ୍ଗ ଯିରୂଶାଲମ ଉପରେ ପ୍ରସାରିତ କରିଥିବାର ଦେଖିଲେ। ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ।
Daudi akatazama juu na kuona malaika wa Yahweh amesimama kati ya nchi na mbingu, akiwa na upanga mkonono mwake akiuelekeza Yerusalemu. Kisha Daudi na wazee, wakiwa wamevaa magunia, wakalala chini uso ukiwa kwenye ardhi.
17 ପୁଣି, ଦାଉଦ ପରମେଶ୍ୱରଙ୍କୁ କହିଲେ, “ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା, ସେ କʼଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ୱର, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର, ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ।”
Daudi akamwambia Mungu, “Sio mimi niliye amuru jeshi kuhesabiwa? Nimefanya hichi kitu kiovu. Lakini hawa kondoo, wamefanya nini? Yahweh Mungu wangu! Acha mkono wako unipige mimi na familia yangu, lakini usiache pigo iliendelee kubaki kwa watu wako.”
18 ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ।
Hivyo malaika wa Yahweh akamuamuru Gadi kusema kwa Daudi, kwamba Daudi aende juu na kujenga madhabahu ya Yahweh katika eneo la kupeta la Oranani Myebusi.
19 ତହୁଁ ସଦାପ୍ରଭୁଙ୍କ ନାମରେ କଥିତ ଗାଦ୍ର ବାକ୍ୟାନୁସାରେ ଦାଉଦ ଗଲେ।
Daudi akaenda kama Gadi alivyo muelekeza cha kufanya kwa jina la Yahweh.
20 ସେତେବେଳେ ଅରଣନ ଗହମ ମଳୁଥିଲା; ପୁଣି, ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା; ତହୁଁ ତାହାର ସଙ୍ଗେ ଥିବା ଚାରି ପୁତ୍ର ଲୁଚିଲେ।
Wakati Orinani akipepeta ngano, aligeuka na kumuona malaika. Yeye na wana wake wanne wakajificha.
21 ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।
Wakati Daudi alipo kuja kwa Orinani, Orinani akatazama na kumuona Daudi. Aliacha eneo la kupeta na akamuinamia Daudi uso wake ukiwa kwenye ardhi.
22 ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।”
Kisha Daudi akasema kwa Orinani, “Niuzie hili eneo la kupeta, iliniweze kumjenga Yahweh madhabahu. Nitalipa gharama yote, ili pigo liondolewe kwa watu.”
23 ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।”
Orinani wakwambia Daudi, “Chukuwa kama lako, bwana wangu mfalme. Fanya nalo linalo kupendeza. Tazama, nitakupa ng'ombe kwa sadaka ya kuteketeza, vifaa vya kupeta kwa ajili ya mbao, na ngano kwa sadaka ya mbegu; nitakupa yote wewe.”
24 ଏଥିରେ ଦାଉଦ ରାଜା ଅରଣନକୁ କହିଲେ, “ନା; ମାତ୍ର ମୁଁ ଅବଶ୍ୟ ପୂର୍ଣ୍ଣ ମୂଲ୍ୟ ଦେଇ ତାହା କିଣିବି; କାରଣ, ଯାହା ତୁମ୍ଭର, ତାହା ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେବି ନାହିଁ, କିଅବା ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।”
Mfalme Daudi akamwambia Orinani, “Hapana, nina sisitiza kununua kwa bei yote. Sitachukua kilicho chako na kutoa kama sadaka ya kuteketeza kwa Yahweh kama haitanighramu chochote.”
25 ତହୁଁ ଦାଉଦ ସେହି ସ୍ଥାନ ନିମନ୍ତେ ଛଅ ଶହ ଶେକଲ ସୁନା ତୌଲ କରି ଅରଣନକୁ ଦେଲେ।
Hivyo Daudi akalipa shekeli mia sita ya dhahabu kwa hilo eneo.
26 ପୁଣି, ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସେ ହୋମବଳିର ବେଦି ଉପରେ ଅଗ୍ନି ଦ୍ୱାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ।
Daudi akajenga madhabahu ya Yahweh pale na kutoa sadaka za kuteketezwa na sadaka za ushirika. Akamuita Yahweh, aliye mjibu kwa moto kutoka mbinguni kwenye madhabahu ya sadaka za kuteketezwa.
27 ପୁଣି, ସଦାପ୍ରଭୁ ଦୂତଙ୍କୁ ଆଜ୍ଞା କଲେ; ତହିଁରେ ସେ ଆପଣା ଖଡ୍ଗ ପୁନର୍ବାର ତହିଁର କୋଷରେ ରଖିଲା।
Kisha Yahweh akampa agizo malaika, na malaika akarudisha upanga kwenye mfuko wake.
28 ସେତେବେଳେ ସଦାପ୍ରଭୁ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ଉତ୍ତର ଦେବାର ଦେଖି ଦାଉଦ ସେହି ସ୍ଥାନରେ ବଳିଦାନ କଲେ।
Daudi alipo ona kuwa Yahweh amemjibu kwenye eneo la kupeta la Orinani Myebusi, alitoa dhabihu pale pale kwa wakati huo.
29 କାରଣ, ପ୍ରାନ୍ତରରେ ମୋଶାଙ୍କ ନିର୍ମିତ ସଦାପ୍ରଭୁଙ୍କ ଆବାସ ଓ ହୋମବଳିର ବେଦି ସେହି ସମୟରେ ଗିବୀୟୋନ୍ସ୍ଥ ଉଚ୍ଚସ୍ଥଳୀରେ ଥିଲା।
Sasa kwa wakati huo, hema la kuabudia la Yahweh, ambalo Musa alilitengeneza nyikani, na madhabahu ya sadaka za kuteketezwa, zilikuwa sehemu ya juu huko Gibeoni.
30 ମାତ୍ର, ଦାଉଦ ପରମେଶ୍ୱରଙ୍କୁ ପଚାରିବା ପାଇଁ ତହିଁ ସମ୍ମୁଖକୁ ଯାଇ ପାରିଲେ ନାହିଁ; କାରଣ, ସେ ସଦାପ୍ରଭୁଙ୍କ ଦୂତର ଖଡ୍ଗ ସକାଶୁ ଭୀତ ହୋଇଥିଲେ।
Walakini, Daudi hakuweza kwenda huko kumuliza Mungu muelekeo, kwa kuwa alikuwa anaogopa upanga wa malaika wa Yahweh.