< ପ୍ରଥମ ବଂଶାବଳୀ 20 >

1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥିମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।
Ní àkókò àkọ́rọ̀ òjò, ni ìgbà tí àwọn ọba lọ sí ogun, Joabu ṣamọ̀nà àwọn ọ̀wọ́ ọmọ-ogun. Ó fi ilẹ̀ àwọn ará Ammoni ṣòfò. Ó lọ sí ọ̀dọ̀ Rabba. Ó sì fi ogun dúró tì í. Ṣùgbọ́n Dafidi dúró sí Jerusalẹmu Joabu kọlu Rabba, ó sì fi sílẹ̀ ní ìparun.
2 ପୁଣି, ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ, ଆଉ ଦେଖିଲେ ଯେ, ତାହା ଏକ ତାଳନ୍ତ ପରିମିତ ସ୍ୱର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା। ପୁଣି, ତାହା ଦାଉଦଙ୍କର ମସ୍ତକରେ ଦିଆଗଲା; ଆଉ ସେ ସେହି ନଗରର ପ୍ରଚୁର ଲୁଟଦ୍ରବ୍ୟ ବାହାର କରି ଆଣିଲେ।
Dafidi mú adé kúrò lórí àwọn ọba wọn ìwọ̀n rẹ̀ dàbí i tálẹ́ǹtì wúrà, a sì tò ó jọ pẹ̀lú àwọn òkúta iyebíye. A sì gbé e ka orí Dafidi. Ó kó ọ̀pọ̀ ìkógun láti ìlú ńlá náà.
3 ଆହୁରି, ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି କରତ ଓ ଲୁହାର ମଇ ଓ କୁହ୍ରାଡ଼ି ଦ୍ୱାରା ଛେଦନ କଲେ। ଏହି ପ୍ରକାରେ ଦାଉଦ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି କଲେ। ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ।
Ó sì kó gbogbo àwọn ènìyàn tí ó wà ní ibẹ̀ jáde, ó sì fi iṣẹ́ lé wọn lọ́wọ́ láti ṣiṣẹ́ pẹ̀lú ayùn àti ìtulẹ̀ onírin àti àáké. Dafidi ṣe eléyìí sí gbogbo àwọn ará ìlú Ammoni. Nígbà náà, Dafidi àti gbogbo àwọn ọmọ-ogun rẹ̀ padà sí Jerusalẹmu.
4 ଏଥିଉତ୍ତାରେ ଗେଷରରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଲାଗିଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସିପ୍ପୀକୁ ବଧ କଲା, ଯେ ରଫାୟୀମର ଏକ ବଂଶଜ ଥିଲା ପୁଣି ସେମାନେ ପରାସ୍ତ ହେଲେ।
Ní ẹ̀yìn èyí ni ogun bẹ́ sílẹ̀ ní Geseri pẹ̀lú àwọn ará Filistini, ní àkókò yìí ni Sibekai ará Huṣati pa Sipai, ọ̀kan lára àwọn ọmọ Refaimu, àti àwọn ará Filistini ni a ṣẹ́gun.
5 ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ଯାୟୀରର ପୁତ୍ର ଇଲ୍‍ହାନନ୍‍ ତନ୍ତୀର ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତର ଭ୍ରାତା ଲହମିକୁ ବଧ କଲା।
Nínú ogun mìíràn pẹ̀lú àwọn ará Filistini, Elhanani ọmọ Jairi pa Lahmi arákùnrin Goliati ará Gitti, ẹni ti ó ní ọ̀kọ̀ kan tí ó dàbí ọ̀pá ahunṣọ.
6 ଏଉତ୍ତାରେ ପୁନର୍ବାର ଗାଥ୍‍ ନଗରରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ; ପୁଣି, ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ।
Síbẹ̀síbẹ̀ nínú ogun mìíràn, tí ó wáyé ní Gati, ọkùnrin títóbi kan wà tí ó ní ìka mẹ́fà ní ọwọ́ rẹ̀ pẹ̀lú ìka mẹ́fà ní ẹsẹ̀ rẹ̀ mẹ́rìnlélógún lápapọ̀. Òun pẹ̀lú wá láti Rafa.
7 ପୁଣି, ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଥନ ତାହାକୁ ବଧ କଲା।
Nígbà tí ó fi Israẹli ṣẹ̀sín, Jonatani ọmọ Ṣimea, arákùnrin Dafidi sì pa á.
8 ଏମାନେ ଗାଥ୍‍ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ବଧ ହେଲେ।
Wọ̀nyí ni ìran ọmọ Rafa ní Gati, wọ́n sì ṣubú sí ọwọ́ Dafidi àti àwọn ọkùnrin rẹ̀.

< ପ୍ରଥମ ବଂଶାବଳୀ 20 >