< ପ୍ରଥମ ବଂଶାବଳୀ 2 >
1 ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ;
Dies sind die Kinder Israels: Ruben, Simeon, Levi, Juda, Isaschar, Sebulon,
2 ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍ ଓ ଆଶେର।
Dan, Joseph, Benjamin, Naphthali, Gad, Asser.
3 ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ।
Die Kinder Judas sind: Ger, Onan, Sela. Die drei wurden ihm geboren von der Kanaanitin, der Tochter Suas. Ger aber, der erste Sohn Judas, war böse vor dem HERRN, darum tötete er ihn.
4 ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ।
Thamar aber, seine Schnur, gebar ihm Perez und Serah, daß aller Kinder Judas waren fünf.
5 ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ।
Die Kinder Perez sind: Hezron und Hamul.
6 ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ ଓ କଲ୍କୋଲ୍ ଓ ଦେରା; ସମୁଦାୟ ପାଞ୍ଚ ଜଣ।
Die Kinder aber Serahs sind: Simri, Ethan, Heman, Chalkol, Dara. Der aller sind fünf.
7 କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।
Die Kinder Charmis sind Achan, welcher betrübete Israel, da er sich am Verbanneten vergriff.
8 ପୁଣି, ଏଥନ୍ର ପୁତ୍ର ଅସରୀୟା।
Die Kinder Ethans sind Asarja.
9 ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍ ଓ କାଲୁବାୟ,
Die Kinder aber Hezrons, die ihm geboren, sind: Jerahmeel, Ram, Chalubai.
10 ପୁଣି, ରାମ୍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା।
Ram aber zeugete Amminadab. Amminadab zeugete Nahesson, den Fürsten der Kinder Juda.
11 ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
Nahesson zeugete Salma. Salma zeugete Boas.
12 ବୋୟଜ ଓବେଦ୍କୁ ଜାତ କଲା, ଓବେଦ୍ ଯିଶୀକୁ ଜାତ କଲା।
Boas zeugete Obed. Obed zeugete Isai.
13 ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ;
Isai zeugete seinen ersten Sohn Eliab, Abinadab den andern, Simea den dritten,
14 ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;
Nethaneel den vierten, Raddai den fünften,
15 ଷଷ୍ଠ ଓତ୍ସମ୍କୁ, ସପ୍ତମ ଦାଉଦଙ୍କୁ ଜାତ କଲା;
Ozem den sechsten, David den siebenten.
16 ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର।
Und ihre Schwestern waren: Zerujas und Abigail. Die Kinder Zerujas sind: Abisai, Joab, Asahel, die drei.
17 ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା।
Abigail aber gebar Amasa. Der Vater aber Amasas war Jether, ein Ismaeliter.
18 ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍ ଓ ଅର୍ଦୋନ୍, ଏମାନେ ଅସୂବାର ପୁତ୍ର।
Kaleb, der Sohn Hezrons, zeugete mit Asuba, seiner Frau, und Jerigoth; und dies sind derselben Kinder: Jeser, Sobab und Ardon.
19 ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା।
Da aber Asuba starb, nahm Kaleb Ephrath; die gebar ihm Hur.
20 ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା।
Hur gebar Uri. Uri gebar Bezaleel.
21 ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା।
Danach beschlief Hezron die Tochter Machirs, des Vaters Gileads; und er nahm sie, da er war sechzig Jahre alt; und sie gebar ihm Segub.
22 ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା।
Segub aber zeugete Jair, der hatte dreiundzwanzig Städte im Lande Gilead.
23 ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।
Und er kriegte aus denselben Gesur und Aram, die Flecken Jairs, dazu Kenath mit ihren Töchtern, sechzig Städte. Das sind alle Kinder Machirs, des Vaters Gileads.
24 ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍ହୂରକୁ ଜାତ କଲା।
Nach dem Tode Hezrons in Kaleb-Ephratha ließ Hezron, Abia, sein Weib, die gebar ihm Ashur, den Vater Thekoas.
25 ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍ ଓ ଅହୀୟ।
Jerahmeel, der erste Sohn Hezrons, hatte Kinder: den ersten Ram, Buna, Oren und Ozem und Ahia.
26 ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା।
Und Jerahmeel hatte noch ein ander Weib, die hieß Atara, die ist die Mutter Onams.
27 ଆଉ ଯିରହମେଲର ପ୍ରଥମଜାତ ରାମ୍ର ପୁତ୍ର ମାଷ୍, ଯାମୀନ୍ ଓ ଏକର।
Die Kinder aber Rams, des ersten Sohns Jerahmeels, sind: Maaz, Jamin und Eker.
28 ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍ ଓ ଅବୀଶୂର।
Aber Onam hatte Kinder: Samai und Jada. Die Kinder aber Samais sind: Nadab und Abisur.
29 ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍ ଓ ମୋଲୀଦକୁ ଜାତ କଲା।
Das Weib aber Abisurs hieß Abihail, die ihm gebar Achban und Molid.
30 ପୁଣି, ନାଦବ୍ର ପୁତ୍ର ସେଲଦ୍ ଓ ଅପ୍ପୟିମ୍; ମାତ୍ର ସେଲଦ୍ ନିଃସନ୍ତାନ ହୋଇ ମଲା।
Die Kinder aber Nadabs sind: Seled und Appaim; und Seled starb ohne Kinder.
31 ଆଉ ଅପ୍ପୟିମ୍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍। ଶେଶନ୍ର ପୁତ୍ର ଅହଲୟ।
Die Kinder Appaims sind Jesei. Die Kinder Jeseis sind Sesan. Die Kinder Sesans sind Ahelai.
32 ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା।
Die Kinder aber Jadas, des Bruders Samais, sind: Jether und Jonathan; Jether aber starb ohne Kinder.
33 ପୁଣି, ଯୋନାଥନର ପୁତ୍ର ପେଲତ୍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ।
Die Kinder aber Jonathans sind: Peleth und Sasa. Das sind die Kinder Jerahmeels.
34 ଶେଶନ୍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା।
Sesan aber hatte nicht Söhne, sondern Töchter. Und Sesan hatte einen ägyptischen Knecht, der hieß Jarha.
35 ଆଉ ଶେଶନ୍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା।
Und Sesan gab Jarha, seinem Knechte, seine Tochter zum Weibe, die gebar ihm Athai.
36 ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍କୁ ଜାତ କଲା,
Athai zeugete Nathan. Nathan zeugete Sabad.
37 ସାବଦ୍ ଇଫ୍ଲଲକୁ ଜାତ କଲା ଓ ଇଫ୍ଲଲ ଓବେଦ୍କୁ ଜାତ କଲା;
Sabad zeugete Ephlal. Ephlal zeugete Obed.
38 ଓବେଦ୍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;
Obed zeugete Jehu. Jehu zeugete Asarja.
39 ପୁଣି, ଅସରୀୟ ହେଲସ୍କୁ ଜାତ କଲା ଓ ହେଲସ୍ ଇଲୀୟାସାକୁ ଜାତ କଲା;
Asarja zeugete Halez. Halez zeugete Eleasa.
40 ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍କୁ ଜାତ କଲା;
Eleasa zeugete Sissemai. Sissemai zeugete Sallum.
41 ଶଲ୍ଲୁମ୍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା।
Sallum zeugete Jekamia. Jekamia zeugete Elisama.
42 ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ।
Die Kinder Kalebs, des Bruders Jerahmeels, sind: Mesa, sein erster Sohn, der ist der Vater Siphs, und der Kinder Maresas, des Vaters Hebrons.
43 ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍, ଶେମା।
Die Kinder aber Hebrons sind: Korah, Thapuah, Rekem und Sama.
44 ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍ ଶମ୍ମୟକୁ ଜାତ କଲା।
Sama aber zeugete Raham, den Vater Jarkaams. Rekem zeugete Samai.
45 ଆଉ ଶମ୍ମୟର ପୁତ୍ର ମାୟୋନ୍; ମାୟୋନ୍ ବେଥ୍-ସୁରର ପିତା ଥିଲା।
Der Sohn aber Samais hieß Maon, und Maon war der Vater Bethzurs.
46 ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା।
Epha aber, das Kebsweib Kalebs, gebar Haran, Moza und Gases. Haran aber zeugete Gases.
47 ଆଉ ଯେହଦୟର ପୁତ୍ର ରେଗମ୍ ଓ ଯୋଥମ୍ ଓ ଗେଶନ୍ ଓ ପେଲଟ୍ ଓ ଐଫା ଓ ଶାଫ୍।
Die Kinder aber Jahdais sind: Regem, Jotham, Gesan, Pelet, Epha und Saaph.
48 ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।
Aber Maecha, das Kebsweib Kalebs, gebar Seber und Thirhena;
49 ଆହୁରି ସେ ମଦ୍ମନ୍ନାର ପିତା ଶାଫ୍କୁ, ମଗ୍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍ଷା କାଲେବର କନ୍ୟା ଥିଲା।
und gebar auch Saaph, den Vater Madmannas, und Sewa, den Vater Machbenas, und den Vater Gibeas. Aber Achsa war Kalebs Tochter.
50 କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍ କିରୀୟଥ୍-ଯିୟାରୀମ୍ର ପିତା;
Dies waren die Kinder Kalebs: Hur, der erste Sohn von Ephratha; Sobal, der Vater Kiriath-Jearims;
51 ସଲ୍ମା ବେଥଲିହିମର ପିତା, ହାରେଫ୍ ବେଥ୍-ଗାଦରର ପିତା;
Salma, der Vater Bethlehems; Hareph, der Vater Beth-Gaders.
52 ଆଉ କିରୀୟଥ୍-ଯିୟାରୀମ୍ର ପିତା ଶୋବଲ୍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ।
Und Sobal, der Vater Kiriath-Jearims, hatte Söhne, der sah die Hälfte Manuhoths.
53 ଆଉ କିରୀୟଥ୍-ଯିୟାରୀମ୍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ।
Die Freundschaften aber zu Kiriath-Jearim waren die Jethriter, Puthiter, Sumathiter und Misraiter. Von diesen sind auskommen die Zaregathiter und Esthaoliter.
54 ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ।
Die Kinder Salmas sind Bethlehem und die Netophathiter, die Krone des Hauses Joabs, und die Hälfte der Manahthiter von dem Zareither.
55 ଆଉ ଯାବେଷ୍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍ଠାରୁ ଉତ୍ପନ୍ନ କେନୀୟ ଲୋକ।
Und die Freundschaften der Schreiber, die zu Jabez wohneten, sind die Thireathiter, Simeathiter, Suchathiter. Das sind die Kiniter, die da kommen sind von Hamath, des Vaters Beth-Rechabs.