< ପ୍ରଥମ ବଂଶାବଳୀ 18 >
1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଓ ତହିଁର ଉପନଗରସକଳ ହରଣ କଲେ।
Baada ya haya Daudi akawashambulia Wafilisti na kuwashinda. Alichukuwa Gathi na vijiji vyake katika utawala wa Wafilisti.
2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ।
Kisha akamshinda Moabu, na Wamoabu wakawa watumishi wa Daudi na wakamlipa ushuru maalumu.
3 ଆହୁରି ସୋବାର ରାଜା ହଦଦେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍ ପର୍ଯ୍ୟନ୍ତ ପରାସ୍ତ କଲେ।
Daudi kisha akamshinda Hadadezeri, mfalme wa Zoba huko Hamathi, wakati Hadadezeri alipo kuwa akisafiri kuimarisha utawala wake kwa Mto wa Frati.
4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ;
Daudi akateka magari ya farasi elfu, wanaume wa farasi elfu saba, na wanajeshi wa miguu elfu ishirini. Daudi aliwajeruhi farasi wote wagari, lakini akahifadhi baadhi kwa ajili ya magari ya farasi mia moja.
5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦଦେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।
Waaramia wa Damasko walipo kuja kumsaidia Hadadezeri mfalme wa Zoba, Daudi aliua wanaume elfu ishirini na mbili wa Kiaramia.
6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି, ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।
Kisha Daudi akaweka vikosi huko Aramu ya Damasko, na Waaramia wakawa watumishi wake na wakamletea ushuru maalaumu. Yahweh alimpatia Daudi ushindi popote alipoenda.
7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।
Daudi alichukua ngao za dhahabu zilizo kuwa kwa watumishi wa Hadadezeri na kuleta Yerusalemu.
8 ପୁଣି, ଦାଉଦ ହଦଦେଷରର ଅଧିକାରସ୍ଥ ଟିଭତ୍ ଓ କୂନ୍ ନଗରରୁ ଅଧିକ ପରିମାଣର ପିତ୍ତଳ ଆଣିଲେ, ତଦ୍ଦ୍ୱାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ।
Kutoka Tibhathi na Kuni, miji ya Hadadezeri, Daudi alichukuwa shaba nyingi sana. Ilikuwa shaba hii ambayo baadae Sulemani alifanya saani ya shaba, nguzo, na vifaa vya shaba.
9 ଏଥିଉତ୍ତାରେ ଦାଉଦ ସୋବାର ରାଜା ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍ର ରାଜା ତୟି ଶୁଣନ୍ତେ,
Wakati Toi, mfalme wa Hamathi, alipo sikia kuwa Daudi ameshinda majeshi yote ya Hadadezeri mfalme wa Zoba,
10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ପାଇଁ ଓ ହଦଦେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା।
Toi akamtuma Hadoramu mwanae kwa Mfalme Daudi kumsalimia na kumbariki, kwasababu Daudi amepigana na Hadadezeri na kumshinda, na kwasababu Hadadezeri alifanya vita na Toi. Hadoramu alipeleka vifaa vya fedha, dhahabu, na shaba.
11 ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ।
Mfalme Daudi alivitenga hivi vitu kwa ajili ya Yahweh, pamoja na fedha na dhahabu aliyo ibeba kutoka kwa mataifa yote: Edomu, Moabu, watu wa Amoni, Wafilisti, na Waamaleki.
12 ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା।
Abishai mwana wa Zeruia akawaua Waedomi elfu kumi na nane katika Bonde la Chumvi.
13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।
Alieka vikosi huko Edomu, na Waedomi wote wakawa watumishi wa Daudi. Yahweh alimpa Daudi ushindi pote alipoenda.
14 ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ।
Daudi alitawala Israeli yote, na alitenda haki na utaua kwa watu wote.
15 ପୁଣି, ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ ଥିଲା।
Yoabu mwana wa Zeruia walikuwa mkuu wa jeshi, na Yehoshafati mwana wa Ahiludi alikuwa mtunza kumbukumbu.
16 ପୁଣି, ଅହୀଟୂବ୍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍ ଯାଜକ ଥିଲେ; ଆଉ, ଶାବ୍ଶା ଲେଖକ ଥିଲା।
Zadoki mwana wa Ahitubi na Ahimeleki mwana wa Abiathari walikuwa makuhani, na Shavisha alikuwa mwandishi.
17 ପୁଣି, ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ।
Benaia mwana wa Yehoiada alikuwa mwangalizi wa Wakerethi na Wapelethi, na wana wa Daudi walikuwa washauri wakuu wa mfalme.