< ପ୍ରଥମ ବଂଶାବଳୀ 16 >
1 ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
Wọ́n gbé àpótí ẹ̀rí Ọlọ́run, wá sínú àgọ́ ti Dafidi ti pèsè fún un, wọ́n sì gbé ẹbọ sísun àti ọrẹ ìdàpọ̀ kalẹ̀ níwájú Ọlọ́run.
2 ପୁଣି, ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।
Lẹ́yìn tí Dafidi parí ẹbọ sísun àti ọrẹ ìdàpọ̀, ó bùkún àwọn ènìyàn ní orúkọ Olúwa.
3 ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣଙ୍କୁ ଏକ ଏକ ରୁଟି, ମାଂସର ଏକ ଏକ ଅଂଶ, ଏକ ଏକ ଖଣ୍ଡ ଦ୍ରାକ୍ଷାଚକ୍ତି ପରିବେଷଣ କଲେ।
Nígbà náà ó fún olúkúlùkù ọkùnrin àti obìnrin ọmọ Israẹli ní ìṣù àkàrà kan, àkàrà dídùn ti àkókò kan àti àkàrà dídùn ti èso àjàrà kan.
4 ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ।
Ó yan díẹ̀ lára àwọn ará Lefi láti máa jọ́sìn níwájú àpótí ẹ̀rí Olúwa, àti láti ṣe ìrántí àti dúpẹ́ àti láti yin Olúwa, Ọlọ́run Israẹli.
5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍, ବନାୟ, ଓବେଦ୍-ଇଦୋମ ଓ ଯିୟୀୟେଲ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ;
Asafu ni olóyè, àtẹ̀lé rẹ ni Sekariah, Jehieli, Ṣemiramotu, Asieli, Mattitiah, Eliabu, Benaiah, Obedi-Edomu àti Jeieli, àwọn ni yóò lu ohun èlò orin olókùn àti dùùrù haapu. Asafu ni yóò lu símbálì kíkan.
6 ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ।
Àti Benaiah àti Jahasieli àwọn àlùfáà ni yóò fọn ìpè nígbà gbogbo níwájú àpótí ẹ̀rí májẹ̀mú ti Ọlọ́run.
7 ଆଉ ସେହି ଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ।
Ní ọjọ́ náà Dafidi kọ́kọ́ fi lé Asafu àti àwọn ẹlẹgbẹ́ rẹ̀ lọ́wọ́ orin Dafidi ti ọpẹ́ sí Olúwa.
8 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର; ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ।
Ẹ fi ọpẹ́ fún Olúwa, ẹ pe orúkọ rẹ̀, ẹ fi iṣẹ́ rẹ̀ hàn nínú àwọn ènìyàn fún ohun tí ó ṣe
9 ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକର୍ମ ବିଷୟରେ କଥୋପକଥନ କର।
Ẹ kọrin sí i, ẹ kọrin ìyìn, sí i, ẹ sọ ti gbogbo iṣẹ́ ìyanu rẹ̀.
10 ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ।
Ìyìn nínú orúkọ rẹ̀ mímọ́; jẹ kí ọkàn àwọn tí ó yin Olúwa kí ó yọ̀.
11 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର।
Ẹ wá Olúwa àti agbára rẹ̀; e wá ojú rẹ̀ nígbà gbogbo.
12 ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,
Rántí àwọn ìyanu tí Ó ti ṣe, iṣẹ́ ìyanu rẹ̀ àti ìdájọ́ tí Ó ti sọ.
13 ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।
A! ẹ̀yin ìran ọmọ Israẹli ìránṣẹ́ rẹ̀, àwọn ọmọ Jakọbu, ẹ̀yin tí ó ti yàn.
14 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି।
Òun ni Olúwa Ọlọ́run wa; ìdájọ́ rẹ̀ wà ní gbogbo ayé.
15 ତାହାଙ୍କ ନିୟମ ଚିରକାଳ ସ୍ମରଣ କର, ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି;
Ó rántí májẹ̀mú rẹ̀ láéláé, ọ̀rọ̀ tí ó pàṣẹ, fún ẹgbẹẹgbẹ̀rún ìran,
16 ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ ଓ ସେହି ଶପଥ ସେ ଇସ୍ହାକଙ୍କ ପ୍ରତି କରିଥିଲେ;
májẹ̀mú tí ó dá pẹ̀lú Abrahamu, ìbúra tí ó ṣe pẹ̀lú fún Isaaki.
17 ପୁଣି, ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଇସ୍ରାଏଲ ପ୍ରତି ସ୍ଥିର କଲେ।
Ó ṣe ìdánilójú u rẹ̀ fún Jakọbu, gẹ́gẹ́ bí àṣẹ sí Israẹli, gẹ́gẹ́ bi májẹ̀mú ayérayé:
18 ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ ସେହି କିଣାନ ଦେଶ ତୁମ୍ଭକୁ ଦେବା;”
“Sí ọ, ni èmi yóò fún ní ilẹ̀ Kenaani. Gẹ́gẹ́ bí ààyè tí ìwọ yóò jogún.”
19 ସେହି ସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ, ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ;
Nígbà tí wọn kéré ní iye, wọ́n kéré gidigidi, wọ́n sì jẹ́ àlejò níbẹ̀,
20 ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ।
wọ́n rìn kiri láti orílẹ̀-èdè sí orílẹ̀-èdè láti ìjọba kan sí èkejì.
21 ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ; ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ;
Kò gba ọkùnrin kankan láyè láti pọ́n wọn lójú; nítorí tiwọn, ó bá àwọn ọba wí.
22 କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।”
“Má ṣe fọwọ́ kan àwọn ẹni àmì òróró mi; má ṣe pa àwọn wòlíì mi lára.”
23 ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର।
Kọrin sí Olúwa gbogbo ayé; ẹ máa fi ìgbàlà rẹ̀ hàn láti ọjọ́ dé ọjọ́.
24 ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର।
Kéde ògo à rẹ̀ láàrín àwọn orílẹ̀-èdè, ohun ìyàlẹ́nu tí ó ṣe láàrín gbogbo ènìyàn.
25 କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି; ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ।
Nítorí títóbi ni Olúwa òun sì ni ìyìn yẹ jùlọ; òun ni kí a bẹ̀rù ju gbogbo àwọn Ọlọ́run lọ.
26 କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।
Nítorí gbogbo àwọn ọlọ́run orílẹ̀-èdè jẹ́ àwọn òrìṣà, ṣùgbọ́n Olúwa dá àwọn ọ̀run.
27 ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ।
Dídán àti ọláńlá ni ó wà níwájú rẹ̀; agbára àti ayọ̀ ni ó wà ní ibi ibùgbé rẹ̀.
28 ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।
Fi fún Olúwa, ẹ̀yin ìdílé àwọn orílẹ̀-èdè, ẹ fi ògo àti ipá fún Olúwa.
29 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର।
Fún Olúwa ní ìyìn nítorí orúkọ rẹ̀; gbé ọrẹ kí ẹ sì wá síwájú rẹ̀. Sìn Olúwa nínú inú dídùn ìwà mímọ́ rẹ̀.
30 ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ।
Wárìrì níwájú rẹ̀, gbogbo ayé! Ayé sì fi ìdí múlẹ̀; a kò sì le è ṣí i.
31 ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ; ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
Jẹ́ kí àwọn ọ̀run kí ó yọ̀, jẹ́ kí ayé kí ó ṣe inú dídùn; lẹ́ kí wọn kí ó sọ láàrín àwọn orílẹ̀-èdè, pé “Olúwa jẹ ọba!”
32 ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ;
Jẹ́ kí ọ̀run kí ó tún dún padà, àti gbogbo ohun tí ó wà nínú rẹ̀; Jẹ́ kí àwọn pápá kí ó hó fún ayọ̀, àti gbogbo ohun tí ó wà nínú rẹ̀!
33 ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ, ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି।
Nígbà náà ni igi igbó yóò kọrin, wọn yóò kọrin fún ayọ̀ níwájú Olúwa, nítorí tí ó wá láti ṣèdájọ́ ayé.
34 ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
Fi ọpẹ́ fún Olúwa, nítorí tí ó dára; ìfẹ́ ẹ rẹ̀ dúró títí láé.
35 ଆଉ, ତୁମ୍ଭେମାନେ କୁହ, “ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର, ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା।”
Ké lóhùn rara, “Gbà wá, Ọlọ́run olùgbàlà a wa; kó wa jọ kí o sì gbà wá kúrò lọ́wọ́ àwọn orílẹ̀-èdè, kí àwa kí ó lè fi ọpẹ́ fún orúkọ mímọ́ rẹ, kí àwa kí ó lè yọ̀ nínú ìyìn rẹ̀.”
36 ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ। ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।
Olùbùkún ni Olúwa, Ọlọ́run Israẹli, láé àti láéláé. Lẹ́yìn náà gbogbo àwọn ènìyàn wí pé, “Àmín,” wọ́n “Yin Olúwa.”
37 ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ
Dafidi fi Asafu àti àwọn ẹlẹgbẹ́ rẹ̀ sílẹ̀ níwájú àpótí ẹ̀rí Olúwa láti jíṣẹ́ níbẹ̀ déédé, gẹ́gẹ́ bí ọjọ́ kọ̀ọ̀kan ṣe gbà.
38 ଆଉ ଓବେଦ୍-ଇଦୋମ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍ର ପୁତ୍ର ଓବେଦ୍-ଇଦୋମ, ଆଉ ହୋଷା ଦ୍ୱାରପାଳ ହେଲେ
Ó fi Obedi-Edomu àti méjìdínláàádọ́rin ẹlẹgbẹ́ ẹ rẹ̀ láti ṣiṣẹ́ ìránṣẹ́ pẹ̀lú wọn. Obedi-Edomu mọ Jedutuni, àti Hosa pẹ̀lú jẹ́ olùtọ́jú ẹnu-ọ̀nà.
39 ଆଉ, ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ
Dafidi fi Sadoku àlùfáà àti àwọn àlùfáà ẹlẹgbẹ́ rẹ̀ níwájú Àgọ́ Olúwa ní ibi gíga ní Gibeoni.
40 ସାଦୋକ ଯାଜକ ଓ ତାହାର ଯାଜକ-ଭ୍ରାତୃଗଣ ଗିବୀୟୋନ୍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;
Láti gbé pẹpẹ ẹbọ sísun déédé, àárọ̀ àti ìrọ̀lẹ́ ní ìbámu pẹ̀lú gbogbo ohun tí a kọ sínú òfin Olúwa, tí ó ti fún Israẹli.
41 ପୁଣି, ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ ଓ ଯିଦୂଥୂନ୍; ପୁଣି, ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ।
Pẹ̀lú wọn ni Hemani àti Jedutuni àti ìyókù tí a mú àti yàn nípasẹ̀ orúkọ láti fi ọpẹ́ fún Olúwa, nítorí tí ìfẹ́ rẹ̀ dúró títí láéláé
42 ଆଉ, ହେମନ, ଯିଦୂଥୂନ୍ ତୂରୀ, କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନ୍ର ପୁତ୍ରମାନେ ଦ୍ୱାରପାଳ ହେଲେ।
Hemani àti Jedutuni ni wọ́n dúró fún fífọn ìpè àti Kimbali àti fún lílo ohun èlò yòókù fún orin Ọlọ́run. Àwọn ọmọ Jedutuni wà ní ipò dídúró ní ẹnu-ọ̀nà.
43 ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ, ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ।
Nígbà náà gbogbo àwọn ènìyàn kúrò, olúkúlùkù sí ilé rẹ̀: Dafidi yípadà láti súre fún ìdílé rẹ̀.