< ପ୍ରଥମ ବଂଶାବଳୀ 15 >

1 ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ।
Et il fit pour lui des maisons dans la ville de David, et prépara un lieu pour l’arche de Dieu, et tendit une tente pour elle.
2 ସେହି ସମୟରେ ଦାଉଦ କହିଲେ, “ଲେବୀୟମାନଙ୍କ ଛଡ଼ା ଆଉ କେହି ପରମେଶ୍ୱରଙ୍କ ସିନ୍ଦୁକ ବୋହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ୱରଙ୍କ ସିନ୍ଦୁକ ବୋହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି।”
Alors David dit: Il ne convient pas que l’arche de Dieu soit portée par personne excepté les Lévites; car l’Éternel les a choisis pour porter l’arche de Dieu et pour en faire le service à toujours.
3 ଏଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଯିରୂଶାଲମରେ ଏକତ୍ର କଲେ।
Et David assembla tout Israël à Jérusalem, pour faire monter l’arche de l’Éternel au lieu qu’il lui avait préparé.
4 ଆଉ ଦାଉଦ ହାରୋଣ-ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
Et David assembla les fils d’Aaron et les Lévites:
5 କହାତ-ସନ୍ତାନଗଣ ମଧ୍ୟରେ ଊରୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ କୋଡ଼ିଏ ଜଣ;
des fils de Kehath, Uriel, le chef, et ses frères, 120 [hommes];
6 ମରାରି-ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ କୋଡ଼ିଏ ଜଣ;
des fils de Merari, Asçaïa, le chef, et ses frères, 220;
7 ଗେର୍ଶୋମ-ସନ୍ତାନଗଣ ମଧ୍ୟରେ ଯୋୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ତିରିଶ ଜଣ;
des fils de Guershom, Joël, le chef, et ses frères, 130;
8 ଇଲୀଶାଫନ୍‍-ସନ୍ତାନଗଣ ମଧ୍ୟରେ ଶମୟୀୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ ଜଣ;
des fils d’Élitsaphan, Shemahia, le chef, et ses frères, 200;
9 ହିବ୍ରୋଣ-ସନ୍ତାନଗଣ ମଧ୍ୟରେ ଇଲୀୟେଲ୍‍ ପ୍ରଧାନ ଓ ତାହାର ଭ୍ରାତୃଗଣ ଅଶୀ ଜଣ;
des fils de Hébron, Éliel, le chef, et ses frères, 80;
10 ଉଷୀୟେଲ-ସନ୍ତାନଗଣ ମଧ୍ୟରେ ଅମ୍ମୀନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ବାର ଜଣ।
des fils d’Uziel, Amminadab, le chef, et ses frères, 112.
11 ପୁଣି, ଦାଉଦ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ, ଊରୀୟେଲକୁ, ଅସାୟକୁ ଓ ଯୋୟେଲକୁ, ଶମୟୀୟକୁ ଓ ଇଲୀୟେଲ୍‍କୁ ଓ ଅମ୍ମୀନାଦବକୁ ଡାକି କହିଲେ,
Et David appela Tsadok et Abiathar, les sacrificateurs, et les Lévites, Uriel, Asçaïa, et Joël, Shemahia, et Éliel, et Amminadab;
12 “ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ; ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉଭୟ ଆପଣାମାନଙ୍କୁ ପବିତ୍ର କର।”
et il leur dit: Vous êtes les chefs des pères des Lévites; sanctifiez-vous, vous et vos frères, et faites monter l’arche de l’Éternel, le Dieu d’Israël, au [lieu que] je lui ai préparé.
13 କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବୋହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ।
Car, parce que vous ne l’avez pas [fait] la première fois, l’Éternel, notre Dieu, a fait une brèche parmi nous; car nous ne l’avons pas recherché conformément à l’ordonnance.
14 ତହୁଁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣାମାନଙ୍କୁ ପବିତ୍ର କଲେ।
Et les sacrificateurs et les Lévites se sanctifièrent pour faire monter l’arche de l’Éternel, le Dieu d’Israël.
15 ପୁଣି, ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବୋହିଲେ।
Et les fils des Lévites portèrent l’arche de Dieu sur leurs épaules, avec les barres sur eux, comme Moïse l’avait commandé, selon la parole de l’Éternel.
16 ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର।
Et David dit aux chefs des Lévites d’établir leurs frères, les chantres, avec des instruments de musique, des luths, et des harpes, et des cymbales, qu’ils feraient retentir en élevant leur voix avec joie.
17 ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନକୁ ନିଯୁକ୍ତ କଲେ, ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନ୍‍କୁ;
Et les Lévites établirent Héman, fils de Joël; et, d’entre ses frères, Asaph, fils de Bérékia; et, d’entre les fils de Merari, leurs frères, Éthan, fils de Kushaïa;
18 ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତ୍‍‍କୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ।
et avec eux leurs frères du second rang: Zacharie, Ben, et Jaaziel, et Shemiramoth, et Jekhiel, et Unni, Éliab, et Benaïa, et Maascéïa, et Matthithia, et Éliphelé, et Miknéïa, et Obed-Édom, et Jehiel, les portiers.
19 ଏହିରୂପେ ହେମନ, ଆସଫ ଓ ଏଥନ୍‍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ;
Et les chantres, Héman, Asaph, et Éthan, avec des cymbales d’airain, pour les faire retentir;
20 ଆଉ ଜିଖରୀୟ, ଅସୀୟେଲ, ଶମୀରାମୋତ୍‍, ଯିହୀୟେଲ, ଉନ୍ନି, ଇଲୀୟାବ୍‍, ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍‍ ସ୍ୱର ବଜାଇବା ପାଇଁ;
et Zacharie, et Aziel, et Shemiramoth, et Jekhiel, et Unni, et Éliab, et Maascéïa, et Benaïa, avec des luths, sur [le mode] d’Alamoth;
21 ପୁଣି, ମତ୍ତଥୀୟ, ଇଲୀଫଲେହୁ, ମିକ୍‍ନେୟ, ଓବେଦ୍‍-ଇଦୋମ, ଯିୟୀୟେଲ୍‍ ଓ ଅସସୀୟ ବୀଣା ବଜାଇ ଶିମିନୀତ୍‍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ।
et Matthithia, et Éliphelé, et Miknéïa, et Obed-Édom, et Jehiel, et Azazia, avec des harpes sur [le mode] de Sheminith, pour diriger le chant.
22 ପୁଣି, ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା।
Et Kenania, le chef des Lévites pour la musique, enseignait la musique; car il était intelligent.
23 ଆଉ ବେରିଖୀୟ ଓ ଇଲ୍‍କାନା ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
Et Bérékia et Elkana étaient portiers pour l’arche.
24 ପୁଣି, ଶବନୀୟ, ଯୋଶାଫଟ୍‍, ନଥନେଲ, ଅମାସୟ, ଜିଖରୀୟ, ବନାୟ ଓ ଇଲୀୟେଜର ଯାଜକମାନେ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ତୂରୀ ବଜାଇଲେ; ଆଉ ଓବେଦ୍‍-ଇଦୋମ ଓ ଯିହୀୟ ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
Et Shebania, et Josaphat, et Nethaneël, et Amasçaï, et Zacharie, et Benaïa, et Éliézer, les sacrificateurs, sonnaient avec des trompettes devant l’arche de Dieu; et Obed-Édom et Jekhija étaient portiers pour l’arche.
25 ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ;
Et David, et les anciens d’Israël, et les chefs de milliers, allèrent pour faire monter l’arche de l’alliance de l’Éternel, de la maison d’Obed-Édom, avec joie:
26 ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ।
et il arriva que, quand Dieu aida les Lévites qui portaient l’arche de l’alliance de l’Éternel, ils sacrifièrent sept veaux et sept béliers.
27 ଆଉ ଦାଉଦ, ସିନ୍ଦୁକ-ବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା।
Et David était vêtu d’une robe de byssus, ainsi que tous les Lévites qui portaient l’arche, et les chantres, et Kenania, le chef de la musique des chantres; et David avait sur lui un éphod de lin.
28 ଏହିରୂପେ ଉଚ୍ଚସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ।
Et tout Israël faisait monter l’arche de l’alliance de l’Éternel avec des cris de joie, et au son du cor, et avec des trompettes et des cymbales, et en faisant retentir des luths et des harpes.
29 ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।
Et comme l’arche de l’alliance de l’Éternel arrivait à la ville de David, Mical, fille de Saül, regarda par la fenêtre, et elle vit le roi David sautant et jouant, et elle le méprisa dans son cœur.

< ପ୍ରଥମ ବଂଶାବଳୀ 15 >