< ପ୍ରଥମ ବଂଶାବଳୀ 15 >

1 ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ।
Davide atadzimangira nyumba zina mu Mzinda wa Davide, iye anakonza malo a Bokosi la Mulungu ndipo analimangira tenti.
2 ସେହି ସମୟରେ ଦାଉଦ କହିଲେ, “ଲେବୀୟମାନଙ୍କ ଛଡ଼ା ଆଉ କେହି ପରମେଶ୍ୱରଙ୍କ ସିନ୍ଦୁକ ବୋହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ୱରଙ୍କ ସିନ୍ଦୁକ ବୋହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି।”
Pamenepo Davide anati, “Palibe wina ati anyamule Bokosi la Mulungu koma Alevi chifukwa Yehova anawasankha kuti azinyamula Bokosi la Yehova ndi kumatumikira pamaso pake nthawi zonse.”
3 ଏଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଯିରୂଶାଲମରେ ଏକତ୍ର କଲେ।
Davide anasonkhanitsa Aisraeli onse mu Yerusalemu kuti abweretse Bokosi la Yehova ku malo amene analikonzera.
4 ଆଉ ଦାଉଦ ହାରୋଣ-ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
Iye anayitanitsa pamodzi zidzukulu za Aaroni ndi Alevi:
5 କହାତ-ସନ୍ତାନଗଣ ମଧ୍ୟରେ ଊରୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ କୋଡ଼ିଏ ଜଣ;
kuchokera ku banja la Kohati, mtsogoleri Urieli ndi abale ake 120.
6 ମରାରି-ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ କୋଡ଼ିଏ ଜଣ;
Kuchokera ku banja la Merari, mtsogoleri Asaya ndi abale ake 220;
7 ଗେର୍ଶୋମ-ସନ୍ତାନଗଣ ମଧ୍ୟରେ ଯୋୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ତିରିଶ ଜଣ;
kuchokera ku banja la Geresomu, mtsogoleri Yoweli ndi abale ake 130;
8 ଇଲୀଶାଫନ୍‍-ସନ୍ତାନଗଣ ମଧ୍ୟରେ ଶମୟୀୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ ଜଣ;
kuchokera ku banja la Elizafani, mtsogoleri Semaya ndi abale ake 200;
9 ହିବ୍ରୋଣ-ସନ୍ତାନଗଣ ମଧ୍ୟରେ ଇଲୀୟେଲ୍‍ ପ୍ରଧାନ ଓ ତାହାର ଭ୍ରାତୃଗଣ ଅଶୀ ଜଣ;
kuchokera ku banja la Hebroni, mtsogoleri Elieli ndi abale ake 80;
10 ଉଷୀୟେଲ-ସନ୍ତାନଗଣ ମଧ୍ୟରେ ଅମ୍ମୀନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ବାର ଜଣ।
kuchokera ku banja la Uzieli, mtsogoleri Aminadabu ndi abale ake 112.
11 ପୁଣି, ଦାଉଦ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ, ଊରୀୟେଲକୁ, ଅସାୟକୁ ଓ ଯୋୟେଲକୁ, ଶମୟୀୟକୁ ଓ ଇଲୀୟେଲ୍‍କୁ ଓ ଅମ୍ମୀନାଦବକୁ ଡାକି କହିଲେ,
Kenaka Davide anayitanitsa ansembe Zadoki ndi Abiatara, ndi Alevi awa, Urieli, Asaya, Yoweli, Semaya, Elieli ndi Aminadabu.
12 “ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ; ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉଭୟ ଆପଣାମାନଙ୍କୁ ପବିତ୍ର କର।”
Iye anawawuza kuti, “Inu ndinu atsogoleri a mabanja a Alevi ndipo inu ndi abale anu Alevi mudziyeretse nokha ndi kubweretsa Bokosi la Yehova Mulungu wa Israeli ku malo amene ine ndalikonzera.
13 କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବୋହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ।
Popeza kuti inu Alevi simunalinyamule poyamba paja, Yehova Mulungu wathu anatikantha. Sitinafunse momwe tikanachitira monga mmene Iyeyo anafotokozera.”
14 ତହୁଁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣାମାନଙ୍କୁ ପବିତ୍ର କଲେ।
Kotero ansembe ndi Alevi anadziyeretsa ndi cholinga chakuti akatenge Bokosi la Yehova Mulungu wa Israeli.
15 ପୁଣି, ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବୋହିଲେ।
Ndipo Alevi ananyamula Bokosi la Mulungu pa mapewa awo pa mitengo yake yonyamulira monga momwe Mose analamulira molingana ndi mawu a Yehova.
16 ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର।
Davide anawuza atsogoleri a Alevi kuti asankhe abale awo kuti akhale oyimba nyimbo zachisangalalo, zoyimba ndi zida: azeze, apangwe ndi ziwaya za malipenga.
17 ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନକୁ ନିଯୁକ୍ତ କଲେ, ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନ୍‍କୁ;
Kotero Alevi anasankha Hemani mwana wa Yoweli; ndipo mwa abale ake anasankha Asafu mwana wa Berekiya; ndipo mwa ana a Merari, abale awo, anasankha Etani mwana wa Kusaya;
18 ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତ୍‍‍କୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ।
ndipo pamodzi ndi iwowa abale awo otsatana nawo: Zekariya, Yaazieli, Semiramoti, Yehieli, Uni, Eliabu, Benaya, Maaseya, Matitiya, Elifelehu, Mikineya, Obedi-Edomu ndi Yeiyeli, alonda a pa chipata.
19 ଏହିରୂପେ ହେମନ, ଆସଫ ଓ ଏଥନ୍‍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ;
Anthu oyimba aja Hemani, Asafu ndi Etani ndiwo ankayimba ziwaya za malipenga zamkuwa;
20 ଆଉ ଜିଖରୀୟ, ଅସୀୟେଲ, ଶମୀରାମୋତ୍‍, ଯିହୀୟେଲ, ଉନ୍ନି, ଇଲୀୟାବ୍‍, ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍‍ ସ୍ୱର ବଜାଇବା ପାଇଁ;
Zekariya, Azieli, Semiramoti, Yehieli, Uni, Eliabu, Maaseya ndi Benaya ankayimba azeze a liwu lokwera;
21 ପୁଣି, ମତ୍ତଥୀୟ, ଇଲୀଫଲେହୁ, ମିକ୍‍ନେୟ, ଓବେଦ୍‍-ଇଦୋମ, ଯିୟୀୟେଲ୍‍ ଓ ଅସସୀୟ ବୀଣା ବଜାଇ ଶିମିନୀତ୍‍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ।
ndipo Matitiya, Elifelehu, Mikineya, Obedi-Edomu, Yeiyeli ndi Azaziya ankayimba apangwe a liwu lotsika.
22 ପୁଣି, ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା।
Kenaniya, mtsogoleri wa Alevi anali woyangʼanira mayimbidwe; uwu ndiye unali udindo wake pakuti anali waluso pa zimenezi.
23 ଆଉ ବେରିଖୀୟ ଓ ଇଲ୍‍କାନା ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
Berekiya ndi Elikana anali olondera pa khomo la bokosilo.
24 ପୁଣି, ଶବନୀୟ, ଯୋଶାଫଟ୍‍, ନଥନେଲ, ଅମାସୟ, ଜିଖରୀୟ, ବନାୟ ଓ ଇଲୀୟେଜର ଯାଜକମାନେ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ତୂରୀ ବଜାଇଲେ; ଆଉ ଓବେଦ୍‍-ଇଦୋମ ଓ ଯିହୀୟ ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
Ansembe awa; Sebaniya, Yehosafati, Netaneli, Amasai, Zekariya, Benaya ndi Eliezara ndiwo ankayimba malipenga patsogolo pa Bokosi la Mulungu. Obedi-Edomu ndi Yehiya analinso alonda a pa khomo la bokosilo.
25 ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ;
Choncho Davide pamodzi ndi akuluakulu a Israeli ndiponso asilikali olamulira magulu a anthu 1,000, anapita kukatenga Bokosi la Chipangano la Yehova ku nyumba ya Obedi-Edomu akukondwera.
26 ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ।
Popeza Mulungu anathandiza Alevi amene ananyamula Bokosi la Chipangano la Yehova, anapereka nsembe ngʼombe zazimuna zisanu ndi ziwiri ndiponso nkhosa zazimuna zisanu ndi ziwiri.
27 ଆଉ ଦାଉଦ, ସିନ୍ଦୁକ-ବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା।
Ndipo Davide anali atavala mkanjo wa nsalu yofewa yosalala, monga anavalira Alevi onse amene ananyamula bokosi pamodzi anthu oyimba, ndiponso Kenaniya, amene anali woyangʼanira magulu oyimba. Davide anavalanso efodi ya nsalu yofewa yosalala.
28 ଏହିରୂପେ ଉଚ୍ଚସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ।
Kotero Aisraeli onse anabweretsa Bokosi la Chipangano la Yehova ndi mfuwu, ndiponso akuyimba zitoliro zanyanga zankhosa zazimuna, malipenga ndi maseche ndiponso akuyimba azeze ndi apangwe.
29 ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।
Bokosi la Chipangano la Yehova likulowa mu Mzinda wa Davide, Mikala mwana wamkazi wa Sauli ankaona ali pa zenera. Ndipo ataona Mfumu Davide ikuvina ndi kukondwera, iye ananyoza Davideyo mu mtima mwake.

< ପ୍ରଥମ ବଂଶାବଳୀ 15 >