< ପ୍ରଥମ ବଂଶାବଳୀ 13 >

1 ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ।
Dafidi sì gbèrò pẹ̀lú olúkúlùkù àwọn ìjòyè rẹ̀, àwọn aláṣẹ ẹgbẹẹgbẹ̀rún àti àwọn aláṣẹ ọgọ́rùn-ún
2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯଦି ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି-ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।
Dafidi sì wí fún gbogbo àwọn ìjọ Israẹli pé, tí ó bá dára lójú yín àti tí ó bá ṣe jẹ́ àṣẹ Olúwa Ọlọ́run wa, jẹ́ kí a ránṣẹ́ sí ọ̀nà jíjìn àti gbígbòòrò sí àwọn arákùnrin wa tókù ní gbogbo àwọn agbègbè ìlú Israẹli àti pẹ̀lú àwọn àlùfáà àti àwọn ará Lefi àwọn tí ó wà pẹ̀lú wọn nínú ìlú wọn àti pápá oko tútù, láti wá kó ara wọn jọ pọ̀ sọ́dọ̀ wa.
3 ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ; କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତହିଁର ଅନ୍ୱେଷଣ କରି ନାହୁଁ।”
Ẹ jẹ́ kí a gbé àpótí ẹ̀rí Olúwa padà sọ́dọ̀ wa, nítorí wí pé àwa kò ṣe ìwádìí nípa rẹ̀ ní àsìkò ìjọba Saulu.
4 ତହିଁରେ ସମଗ୍ର ସମାଜ ସେହିପରି କରିବେ ବୋଲି କହିଲେ; କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା।
Gbogbo ìjọ náà sì gbà láti ṣe èyí nítorí ó dàbí wí pé ó tọ lójú gbogbo àwọn ènìyàn.
5 ତହୁଁ କିରୀୟଥ୍‍-ଯିୟାରୀମ୍‍ରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।
Nígbà náà ni Dafidi pe gbogbo àwọn ọmọ Israẹli jọ, láti ọ̀dọ̀ Ṣihori ní Ejibiti lọ sí Lebo ní ọ̀nà à bá wọ Hamati, láti gbé àpótí ẹ̀rí Ọlọ́run padà láti Kiriati-Jearimu.
6 ଆଉ କିରୂବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଦୁକକୁ ଯିହୁଦାର ଅଧିକାରସ୍ଥ ବାଲାରୁ, ଅର୍ଥାତ୍‍, କିରୀୟଥ୍‍-ଯିୟାରୀମ୍‍ରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେହି ସ୍ଥାନକୁ ଗଲେ।
Dafidi àti gbogbo àwọn ọmọ Israẹli pẹ̀lú rẹ̀ lọ sí Baalahi ti Juda (Kiriati-Jearimu) láti gbé àpótí ẹ̀rí Ọlọ́run Olúwa tí a fi orúkọ rẹ̀ pè, tí ó jókòó láàrín kérúbù gòkè wá.
7 ପୁଣି, ସେମାନେ ଗୋଟିଏ ନୂତନ ଶଗଡ଼ରେ ପରମେଶ୍ୱରଙ୍କ ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାର କରି ବୋହି ଆଣିଲେ; ଆଉ ଉଷ ଓ ଅହୀୟୋ ଶଗଡ଼ ଚଳାଇଲେ।
Wọ́n sì gbé àpótí ẹ̀rí Ọlọ́run láti ilé Abinadabu lórí kẹ̀kẹ́ tuntun, Ussa àti Ahio ń ṣọ́ ọ.
8 ପୁଣି, ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ।
Dafidi àti gbogbo àwọn ọmọ Israẹli ni wọ́n ṣe àjọyọ̀ pẹ̀lú gbogbo agbára wọn níwájú Ọlọ́run, pẹ̀lú orin àti pẹ̀lú dùùrù, ohun èlò orin olókùn, tambori, kimbali pẹ̀lú ìpè.
9 ଆଉ ସେମାନେ କୀଦୋନ୍‍ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା।
Nígbà tí wọ́n dé sí ilẹ̀ ìpakà Kidoni, Ussa sì na ọwọ́ rẹ̀ síta láti di àpótí ẹ̀rí Olúwa mú, nítorí màlúù kọsẹ̀.
10 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ସକାଶୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା।
Ìbínú Olúwa, sì ru sí Ussa, ó sì lù ú bolẹ̀ nítorí o ti fi ọwọ́ rẹ̀ lórí àpótí ẹ̀rí. Bẹ́ẹ̀ ni ó sì kú síbẹ̀ níwájú Ọlọ́run.
11 ପୁଣି, ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ; ଏଣୁ ସେ ସେହି ସ୍ଥାନର ନାମ “ପେରସ-ଉଷ” ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।
Nígbà náà Dafidi sì bínú nítorí ìbínú Olúwa ké jáde lórí Ussa, àti títí di òní, wọ́n sì ń pe ibẹ̀ ní Peresi-Usa.
12 ଆଉ ଦାଉଦ ସେହି ଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ, “ମୁଁ କିପରି ପରମେଶ୍ୱରଙ୍କ ସିନ୍ଦୁକ ମୋʼ ନିକଟକୁ ଗୃହକୁ ଆଣିବି?”
Dafidi sì bẹ̀rù Ọlọ́run ní ọjọ́ náà, ó sì béèrè pé, báwo ni èmi náà ó ṣe gbé àpótí ẹ̀rí Ọlọ́run sí ọ̀dọ̀ mi?
13 ତହୁଁ ଦାଉଦ ଦାଉଦ-ନଗରକୁ ଆପଣା ନିକଟକୁ ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ୱସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ।
Kò gbé àpótí ẹ̀rí náà wá sí ọ̀dọ̀ ará rẹ̀ ní ìlú ti Dafidi dípò èyí, ó sì gbé e yà sí ilé Obedi-Edomu ará Gitti.
14 ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ୍‍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି, ସଦାପ୍ରଭୁ ଓବେଦ୍‍-ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ।
Àpótí ẹ̀rí Olúwa sì wà lọ́dọ̀ àwọn ará ilé Obedi-Edomu ní ilé rẹ̀ fún oṣù mẹ́ta, Olúwa sì bùkún agbo ilé àti gbogbo ohun tí ó ní.

< ପ୍ରଥମ ବଂଶାବଳୀ 13 >