< ପ୍ରଥମ ବଂଶାବଳୀ 11 >
1 ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
तब सब इस्राईली हबरून में दाऊद के पास जमा' होकर कहने लगे, देख हम तेरी ही हड्डी और तेरा ही गोश्त हैं।
2 ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ।’”
और गुज़रे ज़माने में उस वक़्त भी जब साऊल बादशाह था, तू ही ले जाने और ले आने में इस्राईलियों का रहबर था; और ख़ुदावन्द तेरे ख़ुदा ने तुझे फ़रमाया, “तू मेरी क़ौम इस्राईल की गल्लेबानी करेगा, और तू ही मेरी क़ौम इस्राईल का सरदार होगा।”
3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
ग़रज़ इस्राईल के सब बुज़ुर्ग हबरून में बादशाह के पास आये, और दाऊद ने हबरून में उनके साथ ख़ुदावन्द के सामने 'अहद किया; और उन्होंने ख़ुदावन्द के कलाम के मुताबिक़ जो समुएल की ज़रिए' फ़रमाया था, दाऊद को मम्सूह किया ताकि इस्राईलियों का बादशाह हो।
4 ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍, ଯିବୂଷକୁ ଗଲେ; ସେହି ସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ।
और दाऊद और तमाम इस्राईली येरूशलेम को गए यबूस यही है, और उस मुल्क के बाशिंदे यबूसी वहाँ थे।
5 ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସିପାରିବ ନାହିଁ।” ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା।
और यबूस के बाशिंदों ने दाऊद से कहा कि तू यहाँ आने न पाएगा तोभी दाऊद ने सिय्यून का क़िला' ले लिया, यही दाऊद का शहर है।
6 ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।
और दाऊद ने कहा, “जो कोई पहले यबूसियों को मारे वह सरदार और सिपहसालार होगा।” और योआब बिन ज़रोयाह पहले चढ़ गया और सरदार बना।
7 ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ।
और दाऊद क़िले' में रहने लगा, इसलिए उन्होंने उसका नाम दाऊद का शहर रख्खा।
8 ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ।
और उसने शहर को चारों तरफ़ या'नी मिल्लो से लेकर चारों तरफ़ बनाया और योआब ने बाक़ी शहर की मरम्मत की।
9 ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ।
और दाऊद तरक़्क़ी पर तरक़्क़ी करता गया, क्यूँकि रब्ब — उल — अफ़वाज उसके साथ था।
10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।
और दाऊद के सूर्माओं के सरदार यह हैं, जिन्होंने उसकी हुकूमत में सारे इस्राईल के साथ उसे मज़बूती दी ताकि जैसा ख़ुदावन्द ने इस्राईल के हक़ में कहा था उसे बादशाह बनाएँ।
11 ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍ମୋନୀୟର ପୁତ୍ର ଯାଶ୍ବୀୟାମ୍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା।
दाऊद के सूर्माओं का शुमार यह है: यसुबि'आम बिन हकमूनी जो तीसों का सरदार था। उने तीन सौ पर अपना भाला चलाया और उनको एक ही वक़्त में क़त्ल किया।
12 ପୁଣି, ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା।
उसके बाद अखूही दोदो का बेटा एलियाज़र था जो उन तीनों सूर्माओं में से एक था।
13 ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ;
वह दाऊद के साथ फ़सदम्मीम में था जहाँ फ़िलिस्ती जंग करने को जमा' हुए थे। वहाँ ज़मीन का टुकड़ा जौ से भरा हुआ था, और लोग फ़िलिस्तियों के आगे से भागे।
14 ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହା ଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
तब उन्होंने उस ज़मीन क्व टुकड़े के बीच में खड़े हो कर उसे बचाया और फ़िलिस्तियों को क़त्ल किया और ख़ुदावन्द ने बड़ी फ़तह देकर उनको रिहा बख़्शी।
15 ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍, ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ।
और उन तीसों सरदारों में से तीन, दाऊद के साथ थे उस चट्टान पर या'नी 'अदूल्लाम के मुग़ारे में उतर गए, और फ़िलिस्तियों की फ़ौज रिफ़ाईम की वादी में ख़ेमाज़न थी।
16 ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
और दाऊद उस वक़्त गढ़ी में था और फ़िलिस्तियों की चौकी उस वक़्त बैतलहम में थी।
17 ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପର ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
और दाऊद ने तरस कर कहा, “ऐ काश कोई बैतलहम के उस कुँए का पानी जो फाटक के क़रीब है, मुझे पीने को देता!”
18 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,
तब वह तीनों फ़िलिस्तियों की सफ़ तोड़ कर निकल गए और बैतलहम के उस कुँए में से जो फाटक के क़रीब है पानी भर लिया और उसे दाऊद के पास लाये लेकिन दाऊद ने न चाहा कि उसे पिए बल्कि उसे ख़ुदावन्द के लिए तपाया।
19 “ମୋʼ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି।” ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
और कहने लगा कि ख़ुदा न करे कि मैं ऐसा करूँ। क्या मैं इन लोगों का ख़ून पियूँ जो अपनी जानों पर खेले हैं? क्यूँकि वह जानबाज़ी कर के उसको लाये हैं। तब उसने न पिया। वह तीनों सूर्मा ऐसे ऐसे काम करते थे।
20 ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
और योआब का भाई अबीशै तीनों का सरदार था। उसने तीन सौ पर भाला चलाया और उनको मार डाला। वह इन तीनों में मशहूर था।
21 ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
यह तीनों में उन दोनों से ज़्यादा ख़ास था और उनका सरदार बना, लेकिन उन पहले तीनों के दर्जे को न पहुँचा।
22 ପରାକ୍ରାନ୍ତ କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
और बिनायाह बिन यहूयदा' एक क़बज़िएली सूर्मा था जिसने बड़ी बहादुरी के काम किये थे; उसने मोआब के अरिएल के दोनों बेटों को क़त्ल किया, और जाकर बर्फ़ के मौसम में एक गढ़े के बीच एक शेर को मारा।
23 ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତକାୟ ଏକ ମିସରୀୟ ପୁରୁଷକୁ ବଧ କଲା; ସେହି ମିସରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇଯାଇ ସେହି ମିସରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।
और उसने पाँच हाथ के एक क़दआवर मिस्री को क़त्ल किया हालाँकि उस मिस्री के हाथ में जुलाहे के शहतीर के बराबर एक भाला था, लेकिन वह एक लाठी लिए हुए उसके पास गया और भाले को उस मिस्री के हाथ से छीन कर उसी के भाले से उसको क़त्ल किया।
24 ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।
यहुयदा के बेटे बिनायाह ने ऐसे ऐसे काम किये और वह उन तीनों सूर्माओं में नामी था।
25 ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।
वह उन तीसों से मु'अज़्ज़िज़ था, लेकिन पहले तीनों के दर्जे को न पहुँचा। और दाऊद ने उसे मुहाफ़िज़ सिपाहियों का सरदार बनाया।
26 ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
और लश्करों में सूर्मा यह थे: योआब का भाई 'असाहेल और बैतलहमी दोदो का बेटा इल्हनान,
27 ହରୋରୀୟ ଶମ୍ମୋତ୍, ପଲୋନୀୟ ହେଲସ୍,
और सम्मोत हरूरी, ख़लिसफ़लूनी,
28 ତକୋୟୀୟ ଇକ୍କେଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର;
तक़ू'अ, 'इक़्क़ीस, का बेटा 'ईरा, अबी'अज़र 'अन्तोती,
29 ହୂଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;
सिब्बकी हुसाती, 'एली अखूही,
30 ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍;
महरी नतूफ़ाती, हलिद बिन बा'ना नतूफ़ाती,
31 ବିନ୍ୟାମୀନ୍-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ;
बनी बिनयमीन के जिब'आ के रीबी का बेटा इत्ती, बिनायाह फ़िर'आतोनी,
32 ଗାଶ୍-ନଦୀତୀର ନିବାସୀ ହୂରୟ, ଅର୍ବତୀୟ ଅବୀୟେଲ;
जा'स की नदियों का बाशिंदा हूरी, अबीएल 'अरबाती,
33 ବାହାରୁମୀୟ ଅସ୍ମାବତ୍, ଶାଲ୍ବୋନୀୟ ଇଲୀୟହବା;
'अज़मावत बहरूमी, इलीयाब सा'लबूनी,
34 ଗିଷୋନୀୟ ହାଷେମ୍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;
बनी हशीम जिज़ूनी, हरारी शजी का बेटा यूनतन,
35 ହରାରୀୟ ସାଖରର ପୁତ୍ର ଅହୀୟାମ, ଊରର ପୁତ୍ର ଇଲୀଫାଲ;
और हरारी सक्कार का बेटा अख़ीआम, इलिफ़ाल बिन ऊर,
36 ମଖେରାତୀୟ ହେଫର, ପଲୋନୀୟ ଅହୀୟ;
हिफ़्र मकीराती, अखि़याह फ़लूनी,
37 କର୍ମିଲୀୟ ହିଷ୍ରୟ, ଇଷ୍ବୟର ପୁତ୍ର ନାରୟ;
हसरू कर्मिली, नग़री बिन अज़बी,
38 ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର;
नातन कला भाई यूएल, मिबख़ार बिन हाजिरी,
39 ଅମ୍ମୋନୀୟ ସେଲକ୍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;
सिलक़ 'अम्मूनी, नहरी बैरोती जो योआब बिन ज़रोयाह का सिलाहबरदार था,
40 ଯିତ୍ରୀୟ ଈରା ଓ ଗାରେବ୍;
'ईरा ईत्री, जरीब इतरी,
41 ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍,
ऊरिय्याह हित्ती, ज़बद बिन अख़ली,
42 ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ;
सीज़ा रुबीनी का बेटा 'अदीना रूबीनियों का एक सरदार जिसके साथ तीस जवान थे,
43 ମାଖାର ପୁତ୍ର ହାନନ୍, ମିତ୍ନୀୟ ଯୋଶାଫଟ୍;
हनान बिन मा'का, यहूसफ़त मितनी,
44 ଅଷ୍ଟାରୋତୀୟ ଉଷୀଅ; ଅରୋୟେରୀୟ ହୋଥମ୍ର ପୁତ୍ର ଶାମ୍ ଓ ଯିୟୀୟେଲ୍;
'उज़्ज़ियाह 'इस्ताराती, ख़ूताम 'अरो'ईरी के बेटे समा'अ और य'ईएल,
45 ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା;
यदी'एलबिन सिमरी और उसका भाई यूख़ा तीसी,
46 ମହବୀୟ, ଇଲୀୟେଲ୍, ଇଲ୍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା;
इलीएल महावी, और इलनाम के बेटे यरीबी और यूसावियाह, और यितमा मोआबी,
47 ଇଲୀୟେଲ୍, ଓବେଦ୍ ଓ ମସୋବାୟୀୟ ଯାସୀୟେଲ୍।
इलीएल, और 'ओबेद, और या'सीएल मज़ूबाई।