< ପ୍ରଥମ ବଂଶାବଳୀ 10 >

1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।
Basi Wafilisti wakapigana na Israeli. Waisraeli wakawakimbia, na wengi wakauawa katika mlima Gilboa.
2 ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ, ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ।
Wafilisti wakawafuatia kwa bidii Sauli na wanawe, wakawaua Yonathani, Abinadabu na Malki-Shua.
3 ଏହିରୂପେ ଶାଉଲଙ୍କ ସଙ୍ଗେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଆହତ ହେଲେ।
Mapigano yakawa makali kumzunguka Sauli na wakati wapiga mishale walipompata, wakamjeruhi.
4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ କୌତୁକ କରିବେ।” ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।
Sauli akamwambia mbeba silaha wake, “Futa upanga wako unichome nao, la sivyo hawa watu wasiotahiriwa watakuja na kunidhalilisha.” Lakini mbeba silaha wake akaogopa sana wala hakuweza kufanya hivyo. Kwa hiyo Sauli akachukua upanga wake mwenyewe na kuuangukia.
5 ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ମଲା।
Mbeba silaha wake alipoona kwamba Sauli amekufa, naye pia akauangukia upanga wake akafa.
6 ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ।
Kwa hiyo Sauli na wanawe watatu wakafa, pamoja na nyumba yake yote.
7 ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣାମାନଙ୍କ ନଗରସବୁ ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ।
Waisraeli wote waliokuwa bondeni walipoona kwamba jeshi limekimbia na kwamba Sauli na wanawe wamekufa, waliacha miji yao wakakimbia. Nao Wafilisti wakaja na kukaa humo.
8 ଏଥିଉତ୍ତାରେ ପରଦିନ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ।
Kesho yake Wafilisti walipokuja kuwavua maiti silaha, walimkuta Sauli na wanawe wameanguka katika Mlima Gilboa.
9 ତହୁଁ ସେମାନେ ତାଙ୍କର ସଜ୍ଜା ଫିଟାଇ ତାଙ୍କର ମସ୍ତକ ଓ ସଜ୍ଜା ନେଇ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ।
Wakamvua mavazi, wakachukua kichwa chake pamoja na silaha zake, wakawatuma wajumbe katika nchi yote ya Wafilisti kutangaza habari hizi miongoni mwa sanamu zao na watu wao.
10 ପୁଣି, ସେମାନେ ତାଙ୍କର ସଜ୍ଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗୋନ୍‍ ମନ୍ଦିରରେ ଟାଙ୍ଗି ଦେଲେ।
Waliweka silaha zake katika hekalu la miungu yao, wakatundika kichwa chake katika hekalu la Dagoni.
11 ଏଉତ୍ତାରେ ଯାବେଶ-ଗିଲୀୟଦୀୟ ସମସ୍ତେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ,
Wakazi wote wa Yabeshi-Gileadi waliposikia yote Wafilisti waliyomtendea Sauli,
12 ସମସ୍ତ ବିକ୍ରମଶାଳୀ ଲୋକ ଉଠି ଶାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଯାବେଶକୁ ନେଇ ଆସିଲେ ଓ ଯାବେଶସ୍ଥ ଅଲୋନ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ।
mashujaa wao wote wakaondoka, wakautwaa mwili wa Sauli na miili ya wanawe, wakaileta Yabeshi. Wakaizika mifupa yao chini ya mti mkubwa huko Yabeshi, nao wakafunga kwa siku saba.
13 ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ଵସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ।
Sauli alikufa kwa sababu hakuwa mwaminifu kwa Bwana. Hakulishika neno la Bwana, hata akataka shauri kwa mwaguzi kwa ajili ya uongozi,
14 ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।
hakumuuliza Bwana. Kwa hiyo Bwana alimuua, na ufalme akampa Daudi mwana wa Yese.

< ପ୍ରଥମ ବଂଶାବଳୀ 10 >