< Esaias 42 >
1 Sjå min tenar som eg styd, min utvalde som eg elskar! Honom gjev eg anden min, rett han førar ut til folki.
ଯାହାଙ୍କୁ ଆମ୍ଭେ ଧାରଣ କରୁ, ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ; ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟବିଚାର ଆଣିବେ।
2 Ikkje mun han ropa, skrika, ei på gata bruka mælet.
ସେ ଚିତ୍କାର କିମ୍ବା ଉଚ୍ଚ ଶବ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ।
3 Brostne røyrstrå ei han bryt, sløkkjer ei den veik som gløder, trufast ber han retten ut.
ସେ ଛେଚା-ନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟବିଚାର ଆଣିବେ।
4 Ei han veiknar, ei han brotnar fyrr han rett på jord fær setja, øyer ventar på hans lov.
ସେ ପୃଥିବୀରେ ନ୍ୟାୟବିଚାର ସ୍ଥାପନ ନ କରିବା ପର୍ଯ୍ୟନ୍ତ ନିସ୍ତେଜ ଓ ହୀନସାହସ ହେବେ ନାହିଁ; ଆଉ, ଦ୍ୱୀପଗଣ ତାହାଙ୍କ ବ୍ୟବସ୍ଥାର ଅପେକ୍ଷାରେ ରହିବେ।
5 Soleis talar Herren Gud, som hev himmeln skapt og utspent, jordi lagt med vokstrar på, gjeve folk på henne ande, andedrag åt deim der ferdast:
ଯେ ଆକାଶମଣ୍ଡଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି;
6 Eg, Herren, hev deg i rettferd kalla, eg tok deg i handi, eg varar deg og gjer deg til folkepakt og til ljos for heidningar,
“ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ୱାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁ,
7 til å opna blinde augo, føra fangar ut or fengsel deim som sit i myrker, or fangehus.
ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ଓ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ କରି ନିଯୁକ୍ତ କରିବୁ।
8 Eg er Herren, det er mitt namn, ingen annan fær mi æra, ikkje bilæti min pris.
ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।
9 Sjå, dei fyrste ting er komne, og eg meldar nye ting; endå fyrr dei upp hev runne, eg forkynner dykker deim.
ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେହି ସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ।”
10 Syng ny song for Herren, lova han til heimsens endar! Sjøfolk og du havsens myrja, øyland og dei folk der bur!
ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ୱୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର।
11 Heidi syng med sine byar, hytteby der Kedar bur. Dei som bur på berget, jublar, ropar ned frå høgste nut.
ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ।
12 Dei skal gjeva Herren æra og hans pris til øyland bera.
ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ୱୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।
13 Ut gjeng Herren som ei kjempa, eggjar harmen som ein stridsmann, herrop lyfter han og skrik, ter si magt mot sine motmenn.
ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ୱର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।
14 Stilt eg heve tagt so lenge, mållaus hev eg halde meg. No eg styn som viv i barnsnaud, etter anden syp og pæsar.
ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷାନ୍ତ କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ୱାସ ଟାଣି ବ୍ୟଗ୍ରଚିତ୍ତ ହେବା।
15 Berg og haug eg legg i øyde, svider av alt grønt på deim, elvar gjer eg um til øyer, sjøar let eg turkast upp.
ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦ-ନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା।
16 Blinde ukjend veg eg fører, so dei fer ukjende stigar, myrkt gjer eg til ljost for deim, bakkeland til flate sletta. Dette er det eg vil gjera og slett ikkje lata vera.
ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେହି ସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା। ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ।
17 Vika lyt storleg skjemmast dei som lit på bilæt-gud, og til støypte bilæt segjer: «De er våre gudar.»
ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ “ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ୱର” ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ।
18 Dauve, høyr! Blinde, upp med augo! Sjå!
ହେ ବଧିରମାନେ, ଶୁଣ; ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଅନାଅ।
19 Kven er blind, um ei min tenar, dauv som sendebodet mitt? Kven er blind som venen min? Kven er blind som Herrens tenar?
ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ?
20 Mangt du såg, men gøymer ikkje, han fekk øyra upp, men høyrer ei.
ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁ; ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।
21 For si rettferd skuld vil Herren gjera lovi stor og herleg.
ସଦାପ୍ରଭୁ ଆପଣା ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ।
22 Men det er eit plundra folk, herja folk, alle bundne sit i hol og i fangehusi løynde. Herfang er dei, og hev ingen frelsar, ran, og ingen segjer: «Gjev det att!»
ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟିତ ସ୍ୱରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ।
23 Kven av dykk gjev gaum på dette, lyder på og høyrer sidan?
ଏହି କଥାରେ ଯେ କର୍ଣ୍ଣପାତ କରିବ ଓ ଶ୍ରବଣ କରି ଭବିଷ୍ୟତ୍କାଳ ନିମନ୍ତେ ମନୋଯୋଗ କରିବ, ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି?
24 Kven gav Jakob burt til ran og til ransmenn Israel utan Herren som me synda mot, som hans vegar dei ei fara vilde og ei høyra på hans lov?
ଯାକୁବକୁ ଲୁଟିତ ସ୍ୱରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରି ନାହାନ୍ତି?
25 So rende han yver deim sin heite harm og ein veldug krig. Det ikring deim loga, men dei skyna inkje, brende deim, men dei la ikkje det på hjarta.
ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ଢାଳିଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ୱଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ।