< 1 Mosebok 36 >
1 Dette er Esaus eller Edoms ætt.
ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍।
2 Esau tok sig hustruer av Kana'ans døtre: Ada, hetitten Elons datter, og Oholibama, Anas datter, hevitten Sibeons sønnedatter,
ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍, ହିତ୍ତୀୟ ଏଲୋନ୍ର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନ୍ର ପୌତ୍ରୀ ଅହଲୀବାମାକୁ,
3 og Basmat, Ismaels datter, Nebajots søster.
ତଦ୍ଭିନ୍ନ ନବାୟୋତ୍ର ଭଗିନୀକୁ, ଅର୍ଥାତ୍, ଇଶ୍ମାୟେଲର କନ୍ୟା ବାସମତ୍କୁ ବିବାହ କଲା।
4 Med Ada fikk Esau Elifas, og med Basmat Re'uel,
ଏଥିଉତ୍ତାରେ ଏଷୌର ଔରସରେ ଆଦା ଇଲୀଫସ୍କୁ ଓ ବାସମତ୍ ରୁୟେଲକୁ ପ୍ରସବ କଲେ।
5 og med Oholibama fikk han Je'us og Jalam og Korah; dette var Esaus sønner, som han fikk i Kana'ans land.
ଆଉ ଅହଲୀବାମା, ଯିୟୂଶ୍, ଯାଲମ୍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ।
6 Og Esau tok sine hustruer, sine sønner og døtre og alt sitt husfolk og sin buskap og alle sine kløvdyr og alt sitt gods som han hadde samlet i Kana'ans land, og drog til et annet land for sin bror Jakobs skyld.
ଏଥିଉତ୍ତାରେ ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି, ଆପଣାର ସମସ୍ତ ପଶ୍ୱାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା।
7 For deres eiendom var for stor til at de kunde bo sammen - det land som de bodde i som fremmede, kunde ikke rumme dem, så stor buskap hadde de.
ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ, ପୁଣି, ସେମାନଙ୍କର ପଶ୍ୱାଦି ସକାଶୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ।
8 Så bosatte Esau sig i Se'ir-fjellene - Esau, det er den samme som Edom.
ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍।
9 Og dette er Esaus ætt i Se'irfjellene, han som var stamfar til edomittene.
ଆଉ ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
10 Dette er navnene på Esaus sønner: Elifas, sønn av Esaus hustru Ada, og Re'uel, sønn av Esaus hustru Basmat.
ଏଷୌର ସନ୍ତାନମାନଙ୍କର ନାମ ଏହି। ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ।
11 Og Elifas' sønner var Teman, Omar, Sefo, Gatam og Kenas.
ପୁଣି, ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍ ଓ ସଫୋ ଓ ଗୟିତମ୍ ଓ କନସ୍।
12 Og Elifas, Esaus sønn, hadde en medhustru som hette Timna, og med henne fikk Elifas Amalek. Dette var Esaus hustru Adas sønner.
ପୁଣି, ଏଷୌର ପୁତ୍ର ଇଲୀଫସ୍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା, ସେ ଇଲୀଫସ୍ ଦ୍ଵାରା ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
13 Og dette var Re'uels sønner: Nahat og Serah, Samma og Missa. Dette var Esaus hustru Basmats sønner.
ରୁୟେଲର ପୁତ୍ର ନହତ୍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ।
14 Og dette var sønnene til Oholibama, Anas datter, Sibeons sønnedatter, Esaus hustru: Med henne fikk Esau Je'us og Jalam og Korah.
ପୁଣି, ସିବୀୟୋନ୍ର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍ ଓ ଯାଲମ୍ ଓ କୋରହ।
15 Dette var stammefyrstene for Esaus barn: Sønnene til Esaus eldste sønn Elifas var stammefyrsten Teman, stammefyrsten Omar, stammefyrsten Sefo, stammefyrsten Kenas,
ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍
16 stammefyrsten Korah, stammefyrsten Gatam, stammefyrsten Amalek; dette var de stammefyrster som nedstammet fra Elifas i Edom-landet. Dette var Adas sønner.
ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
17 Og dette var sønnene til Esaus sønn Re'uel: stammefyrsten Nahat, stammefyrsten Serah, stammefyrsten Samma, stammefyrsten Missa, dette var de stammefyrster som nedstammet fra Re'uel i Edom-landet. Dette var Esaus hustru Basmats sønner.
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ।
18 Og dette var Esaus hustru Oholibamas sønner: stammefyrsten Je'usj stammefyrsten Jalam, stammefyrsten Korah; dette var de stammefyrster som nedstammet fra Oholibama, Anas datter, Esaus hustru.
ପୁଣି, ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍ ଓ ରାଜା ଯାଲମ୍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ।
19 Dette var Esaus sønner, og dette deres stammefyrster. Dette var Edom.
ଏମାନେ ଏଷୌର, ଅର୍ଥାତ୍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା।
20 Dette var horitten Se'irs sønner, som bodde i landet: Lotan og Sobal og Sibeon og Ana
(ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା
21 og Dison og Eser og Disan; dette var horittenes stammefyrster, Se'irs sønner i Edom-landet.
ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ।
22 Og Lotans sønner var Hori og Hemam, og Lotans søster var Timna.
ଲୋଟନ୍ର ପୁତ୍ର ହୋରି ଓ ହେମମ୍, ପୁଣି, ଲୋଟନ୍ର ତିମ୍ନା ନାମ୍ନୀ ଭଗିନୀ ଥିଲା।
23 Og dette var Sobals sønner: Alvan og Manahat og Ebal, Sefo og Onam.
ପୁଣି, ଶୋବଲ୍ର ପୁତ୍ରଗଣ ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍।
24 Og dette var Sibeons sønner: Aja og Ana; det var den Ana som fant de varme kilder i ørkenen, mens han gjætte sin far Sibeons asener.
ପୁଣି, ସିବୀୟୋନ୍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।
25 Og dette var Anas barn: Dison og datteren Oholibama.
ସେହି ଅନାର ପୁତ୍ର ଦିଶୋନ୍ ଓ କନ୍ୟା ଅହଲୀବାମା।
26 Og dette var Disons sønner: Hemdan og Esban og Jitran og Keran.
ପୁଣି, ଦିଶୋନ୍ର ପୁତ୍ର ହିମ୍ଦନ୍ ଓ ଇଶବନ୍ ଓ ଯିତ୍ରନ୍ ଓ କରାନ୍।
27 Dette var Esers sønner: Bilhan og Sa'avan og Akan.
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍ ଓ ଆକନ୍।
28 Dette var Disans sønner: Us og Aran.
ପୁଣି, ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍।
29 Dette var horittenes stammefyrster: stammefyrsten Lotan, stammefyrsten Sobal, stammefyrsten Sibeon, stammefyrsten Ana,
ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍ ଓ ରାଜା ଶୋବଲ୍ ଓ ରାଜା ସିବୀୟୋନ୍ ଓ ରାଜା ଅନା
30 stammefyrsten Dison, stammefyrsten Eser, stammefyrsten Disan; dette var horittenes stammefyrster, deres stammefyrster i Se'ir-landet.
ଓ ରାଜା ଦିଶୋନ୍ ଓ ରାଜା ଏତ୍ସର ଓ ରାଜା ଦୀଶନ୍। ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ।
31 Og dette var de konger som regjerte i Edom-landet før det regjerte nogen konge over Israels barn:
ଆଉ, ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ।
32 Bela, Beors sønn, var konge i Edom, og hans by hette Dinhaba.
ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍ହାବା।
33 Da Bela døde, blev Jobab, Serahs sønn, fra Bosra konge i hans sted.
ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ରାଜତ୍ୱ କଲା।
34 Da Jobab døde, blev Husam fra temanittenes land konge i hans sted.
ପୁଣି, ଯୋବବ୍ର ମରଣ ଉତ୍ତାରେ ତୈମନ୍ ଦେଶୀୟ ହୂଶମ୍ ତାହା ପଦରେ ରାଜତ୍ୱ କଲା।
35 Da Husam døde, blev Hadad, Bedads sønn, konge i hans sted; det var han som slo midianittene på Moabs mark; hans by hette Avit.
ହୂଶମ୍ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍।
36 Da Hadad døde, blev Samla fra Masreka konge i hans sted.
ହଦଦ୍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।
37 Da Samla døde, blev Saul fra Rehobot ved elven konge i hans sted.
ପୁଣି, ସମ୍ଳର ମରଣ ଉତ୍ତାରେ (ଫରାତ୍) ନଦୀର ନିକଟସ୍ଥ ରହୋବୋତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲା।
38 Da Saul døde, blev Ba'al-Hanan, Akbors sønn, konge i hans sted.
ଶୌଲର ମରଣ ଉତ୍ତାରେ, ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦରେ ରାଜତ୍ୱ କଲା।
39 Da Ba'al-Hanan, Akbors sønn, døde, blev Hadar konge i hans sted; hans by hette Pa'u, og hans hustru hette Mehetabel, en datter av Matred, Mesahabs datter.
ପୁଣି, ଅକ୍ବୋରର ପୁତ୍ର ବାଲ୍ହାନନ୍ର ମରଣ ଉତ୍ତାରେ, ହଦର ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।
40 Og dette er navnene på Esaus stammefyrster efter deres ætter, efter deres bosteder, med deres navn: stammefyrsten Timna, stammefyrsten Alva, stammefyrsten Jetet,
ଏଷୌଠାରୁ ଉତ୍ପନ୍ନ, ପୁଣି, ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ, ସେମାନଙ୍କ ନାମାବଳୀ; ଯଥା, ରାଜା ତିମ୍ନା ଓ ରାଜା ଅଳ୍ବା ଓ ରାଜା ଯିଥେତ୍।
41 stammefyrsten Oholibama, stammefyrsten Ela, stammefyrsten Pinon,
ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍
42 stammefyrsten Kenas, stammefyrsten Teman, stammefyrsten Mibsar,
ଓ ରାଜା କନସ୍ ଓ ରାଜା ତୈମନ୍ ଓ ରାଜା ମିବ୍ସର୍
43 stammefyrsten Magdiel, stammefyrsten Iram; dette var Edoms stammefyrster efter sine bosteder i sitt eiendomsland. Dette var Esaus, edomittenes fars ætt.
ଓ ରାଜା ମଗ୍ଦୀୟେଲ ଓ ରାଜା ଈରମ୍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତାନ୍ତ ସମାପ୍ତ।