< १ शमूएल 1 >
1 एफ्राइमको पहाडी देशको सूपीहरूका रामतैमबाट आएका एक जना मानिस थिए । तिनी एफ्राइमी सूपका जनाति तोहूको पनाति एलीहूको नाति यरोहामका छोरा एल्काना थिए ।
ଇଫ୍ରୟିମ-ପର୍ବତମୟ ଦେଶସ୍ଥ ରାମାଥୟିମ୍ସୂଫୀମର ଏକ ଇଫ୍ରୟିମୀୟ ଲୋକ ଥିଲା, ତାହାର ନାମ ଇଲ୍କାନା, ସେ ସୂଫର ବୃଦ୍ଧ ପ୍ରପୌତ୍ର, ତୋହର ପ୍ରପୌତ୍ର, ଇଲୀହୂର ପୁତ୍ର, ଯିରୋହମର ପୁତ୍ର;
2 तिनका दुई वटी पत्नीहरू थिए । पहिलोको नाउँ हन्नाह र दोस्रोको नाउँ पनिन्नाह थियो । पनिन्नाहका छोराछोरी थिए तर हन्नाहका थिएन ।
ପୁଣି, ତାହାର ଦୁଇ ଭାର୍ଯ୍ୟା ଥିଲେ; ଜଣକର ନାମ ହାନ୍ନା, ଅନ୍ୟର ନାମ ପନିନ୍ନା; ପନିନ୍ନାର ସନ୍ତାନସନ୍ତତି ଥିଲେ, ମାତ୍ର ହାନ୍ନାର କୌଣସି ସନ୍ତାନସନ୍ତତି ନ ଥିଲେ।
3 यिनी आफ्नो सहरबाट सर्वशक्तिमान् परमप्रभुको निम्ति बलिदान चढाउन र आरधना गर्न हरेक वर्ष शीलोमा जन्थे । त्यहाँ एलीका दुई जना छोराहरू होप्नी र पीनहास परमप्रभुका पुजारीहरू थिए ।
ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ଶୀଲୋକୁ ଯାଉଥାଏ। ସେହି ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ସଦାପ୍ରଭୁଙ୍କ ଯାଜକ ଥିଲେ।
4 जब एल्कानाले हरेक वर्षझैं बलिदान गर्ने समय आयो, तिनले सदैव तिनकी पत्नी पनिन्नाह र तिनका सबै छोरा र छोरीलाई मासुको भागहरू दिन्थे ।
ପୁଣି, ଇଲ୍କାନା ବଳିଦାନ କରିବା ଦିନରେ ସେ ଆପଣା ଭାର୍ଯ୍ୟା ପନିନ୍ନାକୁ ଓ ତାହାର ପୁତ୍ରକନ୍ୟା ସମସ୍ତଙ୍କୁ ଅଂଶ ଦେଲା;
5 तर तिनले हन्नाहलाई सदैव दोब्बर भाग दिन्थे, किनभने तिनले उनलाई माया गर्थे, यद्यपि परमप्रभुले उनको गर्भ बन्द गर्नुभएको थियो ।
ମାତ୍ର ସେ ହାନ୍ନାକୁ ଦ୍ୱିଗୁଣ ଅଂଶ ଦେଲା; କାରଣ ସେ ହାନ୍ନାକୁ ପ୍ରେମ କରୁଥିଲେ, ମାତ୍ର ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିଥିଲେ।
6 उनको सौताले उनलाई रिस उठाउनलाई उनलाई साह्रै चिढ्याउँथिन्, किनभने परमप्रभुले उनको गर्भ बन्द गर्नुभएको थियो ।
ପୁଣି, ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିବାରୁ ତାହାର ସପତ୍ନୀ ତାହାର ରୋଷ ଜନ୍ମାଇବା ନିମନ୍ତେ ତାହାକୁ ଅତିଶୟ ବିରକ୍ତ କରେ।
7 त्यसैले वर्षै पिच्छे, उनी आफ्नो परिवारसँग परमप्रभुको भवनमा जाँदा उनको सौताले तिनलाई सदैव चिढ्याउँथिन् । यसकारण, उनी रुन्थिन् र केही पनि खाँदैनथिन् ।
ସେ ସଦାପ୍ରଭୁଙ୍କ ଗୃହକୁ ଗଲା ବେଳେ ତାହାର ସ୍ୱାମୀ ବର୍ଷକୁ ବର୍ଷ ଏପରି କରେ, ତାହାର ସପତ୍ନୀ ମଧ୍ୟ ସେହିପରି ତାହାକୁ ବିରକ୍ତ କରେ; ଏହେତୁ ସେ ରୋଦନ କରେ, ଆଉ କିଛି ଖାଏ ନାହିଁ।
8 उनका पति एल्कानाले सदैव उनलाई भन्थे,”ए हन्नाह, तिमी किन रुन्छ्यौ? तिमी किन खाँदिनौ? तिम्रो हृदय किन यति धेरै निराश हुन्छ? के म तिम्रो निम्ति दस जना छोराभन्दा उत्तम छैन र?”
ଏଥିରେ ତାହାର ସ୍ୱାମୀ ଇଲ୍କାନା ତାହାକୁ କହିଲା, “ହାନ୍ନା, କାହିଁକି ରୋଦନ କରୁଅଛ? କାହିଁକି ଖାଉ ନାହଁ? କାହିଁକି ତୁମ୍ଭ ମନ ଦୁଃଖିତ ହୋଇଅଛି? ମୁଁ କି ଦଶ ପୁତ୍ରଠାରୁ ତୁମ୍ଭ ପ୍ରତି ଉତ୍ତମ ନୁହେଁ?”
9 यि अवसरमध्ये एकपल्ट तिनीहरूले शीलोमा खाने र पिउने काम सकेपछि हन्नाह उठिन् । यति बेला पुजारी एली परमप्रभुको मन्दिरको ढोकामा आफ्नो आसनमा बसिरहेका थिए ।
ଏହିରୂପେ ଏକ ସମୟରେ ସେମାନେ ଶୀଲୋରେ ଭୋଜନପାନ ସମାପ୍ତ କଲା ଉତ୍ତାରେ ହାନ୍ନା ଉଠିଲା। ସେସମୟରେ ଏଲି ଯାଜକ ସଦାପ୍ରଭୁଙ୍କ ମନ୍ଦିର-ଦ୍ୱାରବନ୍ଧ ନିକଟସ୍ଥ ଆପଣା ଆସନରେ ବସିଥିଲେ।
10 उनी अति नै व्याकुल भएकी थिइन् । उनले परमप्रभुसँग प्रार्थना गरिन् र धुरुधुरु रोइन् ।
ପୁଣି, ହାନ୍ନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲା।
11 उनले भाकल गरिन् र भनिन्, “हे सर्वशक्तिमान् परमप्रभु, तपाईंले आफ्नी दासीको वेदनालाई हेर्नुहुन्छ, मलाई याद गर्नुहुन्छ र आफ्नो दासीलाई बिर्सनुहुन्न, तर तपाईंको दासीलाई एउटा छोरा दिनुहुन्छ भने, उसको सम्पूर्ण जीवनभरि म उसलाई परमप्रभुको निम्ति दिनेछु र उसको शिरमा कुनै छुराले कदापि छुनेछैन ।”
ପୁଣି, ସେ ଏକ ମାନତ ମନାସି କହିଲା; “ହେ ସୈନ୍ୟାଧିପତି ସଦାପ୍ରଭୋ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକୁ ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।”
12 उनले परमप्रभुको सामु प्रार्थना गरिरहँदा एलीले तिनको मुखलाई हेरे ।
ଏହିରୂପେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା କରୁଥିବା ସମୟରେ ଏଲି ତାହାର ମୁଖକୁ ଅନାଇଲେ।
13 हन्नाह आफ्नो हृदयमा बोलिन् । उनका ओठहरू चले, तर उनको सोर सुनिएन । यसकारण, उनी मद्यले मातेकी थिइन् भनी एलीले विचार गरे ।
ସେସମୟରେ ହାନ୍ନା ଆପଣା ମନେ ମନେ କଥା କହୁଥିଲା; କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉ ନ ଥିଲା; ତେଣୁ ସେ ମତ୍ତ ହୋଇଥିବ ବୋଲି ଏଲି ବିଚାର କଲେ।
14 एलीले उनलाई भने, “तिमी कहिलेसम्म मद्यले मातिरहन्छ्यौ? आफ्नो मद्यको आदत छोडिदेऊ।”
ତହିଁରେ ଏଲି ତାହାକୁ କହିଲେ, “ତୁମ୍ଭେ କେତେ କାଳ ମତ୍ତ ହୋଇଥିବ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।”
15 हन्नाहले जवाफ दिईन्, “होइन, मेरा मालिक, म दुःखी आत्मा भएको स्त्री हुँ । मैले न दाखमद्य न त कडा मद्य नै पिएकी छु, तर मैले परमप्रभुको सामु मेरो मनको दुःख खन्याइरहेकी छु ।
ଏଥିରେ ହାନ୍ନା ଉତ୍ତର ଦେଇ କହିଲା, “ନା, ମୋହର ପ୍ରଭୋ, ମୁଁ ଦୁଃଖିନୀ ସ୍ତ୍ରୀ; ମୁଁ ଦ୍ରାକ୍ଷାରସ କି ମଦ୍ୟ ପାନ କରି ନାହିଁ, ମାତ୍ର ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ (ବେଦନା) ଢାଳୁଥିଲି।”
16 हजूकी दासीलाई एउटी निर्लज्ज स्त्री भएकी विचार नगर्नुहोस् । ठुलो चिन्ता र धेरै अपमानले गर्दा म बोलिरहेकी छु ।”
ଆପଣା ଦାସୀକୁ ବେକାର ସ୍ତ୍ରୀ ବୋଲି ଜ୍ଞାନ ନ କର; ମୁଁ ଆପଣା ଚିନ୍ତା ଓ ବିରକ୍ତିର ବାହୁଲ୍ୟ ସକାଶୁ ଏପର୍ଯ୍ୟନ୍ତ କଥା କହୁଥିଲି।
17 तब एलीले जवाफ दिए र भने, “शान्तिसँग जाऊ । इस्राएलका परमेश्वरसँग तिमीले गरेकी बिन्तीको जावफ उहाँले तिमीलाई देऊन् ।”
ତହିଁରେ ଏଲି ଉତ୍ତର ଦେଇ କହିଲେ, “କୁଶଳରେ ଯାଅ; ଯାହା ତୁମ୍ଭେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭକୁ ଦେଉନ୍ତୁ।”
18 उनले भनिन्, “तपाईंकी दासीलाई तपाईंको नजरमा कृपा मिलोस् ।” अनि ती स्त्री गईन् र खाइन् । उनको अनुहार फेरि कहिल्यै निराश भएन ।
ତହୁଁ ସେ କହିଲା, “ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ।” ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି, ତାହାର ମୁଖ ଆଉ ବିଷଣ୍ଣ ନୋହିଲା।
19 तिनीहरू बिहान सबेरै उठे र परमप्रभुको आराधना गरे, अनि तिनीहरू फेरि रामामा भएको आफ्नो घरमा फर्के । आफ्नो पत्नी हन्नाहसँग एल्कनाले सहवास गरे र परमप्रभुले उनलाई याद गर्नुभयो ।
ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ସଦାପ୍ରଭୁଙ୍କ ଆରାଧନା କରି ଫେରିଲେ ଓ ଆପଣାମାନଙ୍କ ବାସସ୍ଥାନ ରାମାକୁ ଆସିଲେ; ଆଉ ଇଲ୍କାନା ଆପଣା ଭାର୍ଯ୍ୟା ହାନ୍ନାର ସହବାସ କରନ୍ତେ, ସଦାପ୍ରଭୁ ତାହାକୁ ସ୍ମରଣ କଲେ।
20 जब समय आयो, तब हन्नाहले गर्भ धारण गरिन् र एउटा छोरा जन्माइन् । उनले उसको नाउँ शमूएल राखिन्, किनकि उनले भनिन्, “किनभने मैले यसलाई परमप्रभुसँग मागेकी हुँ।”
ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ହାନ୍ନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା; “ଆଉ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, ଏହା କହି ତାହାର ନାମ ଶାମୁୟେଲ (ପରମେଶ୍ୱର ଦତ୍ତ) ରଖିଲା।”
21 फेरि एकपल्ट, एल्काना र तिनका सबै घराना वर्षै पिच्छेको बलिदान परमप्रभुलाई चढाउन र आफ्नो भाकल पुरा गर्न गए ।
ଏଉତ୍ତାରେ ଇଲ୍କାନା ଓ ତାହାର ଗୃହସ୍ଥ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାର୍ଷିକ ବଳିଦାନ ଓ ଆପଣା ମାନତ ନିବେଦନ କରିବାକୁ ଗଲେ।
22 तर हन्नाह गइनन् । उनले आफ्नो पतिलाई यसो भनेकी थिइन्, “बालकले दूध नछोडेसम्म म जानेछैनँ । त्यसपछि म उसलाई लानेछु, ताकि ऊ परमप्रभुको सामु देखा परोस् र सदासर्वदा त्यहीं बसोस् ।”
ମାତ୍ର ହାନ୍ନା ଗଲା ନାହିଁ; କାରଣ ସେ ଆପଣା ସ୍ୱାମୀକୁ କହିଲା, “ବାଳକ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ (ମୁଁ ଯିବି ନାହିଁ), ତହିଁ ଉତ୍ତାରେ ମୁଁ ତାହାକୁ ନେଇଯିବି, ତହିଁରେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ।”
23 उनका पति एल्कानाले उनलाई भने, “तिमीलाई जे असल लाग्छ सो गर । उसले दूध नछोडेसम्म पर्ख । परमप्रभुले आफ्नो वचन मात्र पुरा गर्नुभएको होस् ।” यसैले ती स्त्री बसिन् र उनको छोराले दूध नछोडेसम्म उसलाई दूध खुवाइन् ।
ତହୁଁ ତାହାର ସ୍ୱାମୀ ଇଲ୍କାନା ତାହାକୁ କହିଲା, “ଯାହା ତୁମ୍ଭକୁ ଭଲ ଦିଶେ, କର; ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ରୁହ; ସଦାପ୍ରଭୁ କେବଳ ଆପଣା ବାକ୍ୟ ସ୍ଥିର କରନ୍ତୁ।” ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ଅପେକ୍ଷା କରି ସ୍ତନ୍ୟପାନ କରାଇଲା।
24 जब उनले उसलाई दूध छोडाइन्, तब उनले तिन वर्षे साँढे, पाँच पाथी पिठो, एक मशक दाखमद्यको साथमा उसलाई आफूसँगै लिएर गइन्, अनि उसलाई शीलो भएकोमा परमप्रभुको भवनमा ल्याइन् । यति बेला त्यो बालक सानै थियो ।
ଏଥିଉତ୍ତାରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାନ୍ତେ, ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ କୁମ୍ପା ଦ୍ରାକ୍ଷାରସ ସହିତ ତାହାକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ସେତେବେଳେ ବାଳକ ଅଳ୍ପ ବୟସ୍କ ଥିଲା।
25 तिनीहरूले साँढेलाई मारे र बलकलाई एलीकहाँ ल्याए ।
ତହୁଁ ସେମାନେ ଗୋବତ୍ସ ବଧ କରି ବାଳକକୁ ଏଲିଙ୍କ କତିକି ଆଣିଲେ।
26 उनले भनिन्, “हे मेरो मालिक, मेरो मालिक जीवित हुनुभएझैं, यहाँ तपाईंको छेउमा खडा भएर प्रार्थना गर्ने स्त्री म नै हुँ ।
ତହିଁରେ ସେ ସ୍ତ୍ରୀ କହିଲା, “ହେ ମୋହର ପ୍ରଭୋ, ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ, ହେ ମୋହର ପ୍ରଭୋ, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଏହି ସ୍ଥାନରେ ତୁମ୍ଭ ସମ୍ମୁଖରେ ଠିଆ ହୋଇଥିଲା, ମୁଁ ସେହି।
27 यही बलकको निम्ति मैले प्रार्थना गरें र मैले परमप्रभुमा गरेको बन्ती सुनेर उहाँले मलाई जवाफ दिनुभयो ।
ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି।
28 मैले उसलाई परमप्रभुमा अर्पण गरेको छु, ऊ जीवित रहेसम्म उसलाई परमप्रभुमा दिइएको छ ।” तब तिनीहरूले त्यहाँ परमप्रभुको आराधना गरे ।
ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି; ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଲା,” ଏଉତ୍ତାରେ ସେ ସେଠାରେ ସଦାପ୍ରଭୁଙ୍କର ଆରାଧନା କଲା।