< १ शमूएल 22 >
1 यसैले दाऊद त्यहाँबाट भागे र अदुल्लामको गुफामा गए । जब तिनका दाजुहरू र तिनका बुबाका सबै घरानाले यो सुने, तिनीहरू तिनीकहाँ तल गए ।
ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ, ପୁଣି, ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ।
2 कष्टमा परेका हरेक, ऋणमा परेका हरेक र असन्तुष्ट हरेक, ती सबै तिनीकहाँ भेला भए । दाऊद तिनीहरूका कप्तान भए । तिनीसँग करिब चार सय जना मानिस थिए ।
ଆଉ ପ୍ରତ୍ୟେକ କ୍ଳିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ; ତହିଁରେ ସେ ସେମାନଙ୍କର ସେନାପତି ହେଲେ; ଏହିରୂପେ ଊଣାଧିକ ଚାରି ଶହ ଲୋକ ତାଙ୍କର ସଙ୍ଗୀ ହେଲେ।
3 तब दाऊद त्यहाँबाट मोआबको मिस्पामा गए । तिनले मोआबको राजालाई भने, “कृपया, परमेश्वरले मेरो निम्ति के गर्नुहुन्छ भनी मैले थाहा नपाएसम्म मेरो बुबा र मेरो आमालाई तपाईंकहाँ रहन दिनुहोस् ।”
ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, “ମୁଁ ବିନୟ କରୁଅଛି, ପରମେଶ୍ୱର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।”
4 तिनले तिनीहरूलाई मोआबको राजासँग छोडे । दाऊद किल्लामा रहँदा तिनका बुबा र आमा पुरा समय तिनीसँगै बसे ।
ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।
5 तब गाद अगमवक्ताले दाऊदलाई भने, “तपाईंको किल्लामा नबस्नुहोस् । छोडेर यहूदाको देशमा जानुहोस् ।” त्यसैले दाऊद त्यहाँबाट निस्के र हारेतको वनमा गए ।
ଏଥିମଧ୍ୟରେ ଭବିଷ୍ୟଦ୍ବକ୍ତା ଗାଦ୍ ଦାଉଦଙ୍କୁ କହିଲା, “ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ।” ତେବେ ଦାଉଦ ପ୍ରସ୍ଥାନ କରି ହେରତ୍ ବଣରେ ଉପସ୍ଥିତ ହେଲେ।
6 दाऊदलाई तिनीसँग भएका मानिसहरूसहित भेटिए भन्ने कुरा शाऊलले सुने । अहिले शाऊल रामामा भएको झ्याउको रूखमुनि आफ्नो हातमा भाला लिएर बसिरहेका थिए र तिनका सेवकहरू तिनका वरिपरि खडा थिए ।
ଏଥିଉତ୍ତାରେ ଶାଉଲ ଶୁଣିଲେ ଯେ, ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି; ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବୀୟାସ୍ଥିତ ରାମାରେ ଝାଉଁଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ।
7 शाऊलले आफ्नो वरिपरि खडा भएका सेवकहरूलाई भने, “हे बेन्यामीनका मानिसहरू हो, सुन! के यिशैका छोराले तिमीहरू हरेकलाई खेत र दाखबारीहरू दिनेछ? के उसले तिमीहरू सबैलाई हजारका कप्तानहरू र सयका कप्तानहरू बनाउनेछ,
ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କʼଣ ତୁମ୍ଭମାନଙ୍କ ପ୍ରତି ଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କʼଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ,
8 जसको बदलामा तिमीहरू मेरो विरुद्धमा षड्यान्त्र गर्दैछौ? मेरो छोराले यिशैका छोरासँग करार गर्दा तिमीहरू कसैले पनि मलाई जानकारी दिएनौ । मेरो निम्ति तिमीहरू कोही पनि दुःखी छैनौ । मेरो छोराले मेरो सेवक दाऊदलाई मेरो विरुद्धमा उक्साएको कुरा तिमीहरू कसैले पनि मलाई जानकारी दिएनौ । आज ऊ लुक्छ र मलाई आक्रमण गर्न मलाई हेरेर बस्छ ।”
ଏଥିପାଇଁ କʼଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋʼ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?”
9 तब शाऊलका सेवकहरूसँगै खडा भएका एदोमी दोएगले जवाफ दियो, “यिशैका छोरा नोबमा अहीतूबका छोरा अहीमेलेककहाँ आएको मैले देखें ।
ତେବେ ଶାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋୟେଗ୍ ଉତ୍ତର ଦେଇ କହିଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବ୍ର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି।
10 परमप्रभुबाट उसलाई सहायता मिलोस् भनी तिनले उसको निम्ति प्रार्थना गरे, र तिनले उसलाई खानेकुरा र पलिश्ती गोल्यतको तरवार दिए ।”
ପୁଣି, ଅହୀମେଲକ୍ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଦେଲା।”
11 अनि शाऊलले अहीतूबका छोरा पुजारी अहीमेलेक, र तिनका बुबाको घरानाका सबै, नोबमा भएका पुजारीहरूलाई बोलाउन कसैलाई पठाए । तिनीहरू सबै जना राजाकहाँ आए ।
ତହୁଁ ରାଜା ଅହୀଟୂବ୍ର ପୁତ୍ର ଅହୀମେଲକ୍ ଯାଜକକୁ ଓ ନୋବ ନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ତହିଁରେ ସେମାନେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ।
12 शाऊलले भने, “अहितूबका छोरा सुन् ।” तिनले जवाफ दिए, “म यहाँ छु मालिक ।”
ଏଥିରେ ଶାଉଲ କହିଲେ, “ହେ ଅହୀଟୂବ୍ର ପୁତ୍ର, ତୁମ୍ଭେ ଶୁଣ।” ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମୁଁ ଏଠାରେ ଅଛି।”
13 शाऊलले तिनलाई भने, “तैंले, तैंले र यिशैका छोराले किन मेरो विरुद्धमा षडयन्त्र रचेको छस्, जसमा तैंले उसलाई रोटी र तरवार दिइस् र परमप्रभुले उसलाई सहायता गर्नुभएको होस् भनी प्रार्थना गरिस्, जसले गर्दा मेरो विरुद्धमा खडा हुनलाई ऊ गुप्तमा लुक्न सकोस्, जस्तो आज उसले गरेको छ?”
ପୁଣି, ଶାଉଲ ତାହାକୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋʼ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୁଟି ଓ ଖଡ୍ଗ ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପଚାରିଅଛ।”
14 अनि अहीमेलकले राजालाई जवाफ दिए र भने, “तपाईंका सेवकहरूमध्ये दाऊदजस्तो विश्वासयोग्य, जो राजाका ज्वाइँ, तपाईंको अङ्गरक्षकका कप्तान र तपाईंको घरानामा आदर गरिएको अरू को छ?
ଏଥିରେ ଅହୀମେଲକ୍ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱସ୍ତ? ସେ ତ ମହାରାଜାଙ୍କର ଜୁଆଁଇ ଓ ଆପଣଙ୍କର ସଭାସଦ୍ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ।
15 तिनलाई सहायता मिलोस् भनी मैले परमेश्वरमा प्रार्थना गरेको के आझ नै पहिलो पटक हो र? यो मबाट दुर होस्! राजाले आफ्नो सेवक वा मेरो बुबाको सारा घरानालाई कुनै दोष नलगाउनुहोला । किनकि तपाईंको सेवकलाई यी कुरा केही पनि थाहा छैन ।”
ମୁଁ କʼଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋʼ ଠାରୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।
16 राजाले जवाफ दिए, “अहीमेलेक, तँ र तेरा बुबाको घरानाका सबै जना निश्चय नै मर्नेछौ ।”
ଏଥିରେ ରାଜା କହିଲେ, “ହେ ଅହୀମେଲକ୍, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ।”
17 राजाले तिनका वरिपरि खडा बएका अङ्गरक्षकलाई भने, “फर्क र परमप्रभुको पुजारीहरूलाई मार् । किनभने तिनीहरूका हात पनि दाऊदसँगै छन्, र किनभने तिनी भागेका थिए भनी तिनीहरूले थाहा पाए, तर त्यो कुरा मलाई प्रकट गरेनन् ।” तर राजाका सेवकहरूले परमप्रभुको पुजारीहरूलाई मार्नलाई आफ्ना हात हालेनन् ।
ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, “ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ।” ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ।
18 तब राजाले दोएगलाई भने, “फर्की र पुजारीहरूलाई मार् ।” त्यसैले एदोमी दोएग फर्के र पुजारीहरूलाई आक्रमण गरे । त्यस दिन एपोद लाउने पचासी जना मानिसहरूलाई उसले मार्यो ।
ଏଣୁ ରାଜା ଦୋୟେଗ୍କୁ କହିଲେ, “ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର।” ତହିଁରେ ଇଦୋମୀୟ ଦୋୟେଗ୍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ-ପରିଧାନକାରୀ ପଞ୍ଚାଅଶୀ ଜଣଙ୍କୁ ବଧ କଲା।
19 उसले पुजारीहरूको सहर नोबलाई पनि तरवारले आक्रमण गर्यो । पुरुष र स्त्री, बालक र दूधे बालक, गोरुहरू र गधाहरू र भेडाहरू सबैलाई उसले तरवारले मार्यो ।
ପୁଣି, ସେ ଯାଜକମାନଙ୍କର ନୋବ ନଗରକୁ ଖଡ୍ଗଧାରରେ ଆଘାତ କଲା; ସେ ଖଡ୍ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି, ଗୋରୁ ଓ ଗର୍ଦ୍ଦଭ ଓ ମେଷାଦିକୁ ଆଘାତ କଲା।
20 तर अहीतूबका छोरा अहीमेलेकका छोराहरूमध्ये अबीयाथार नाउँका एक जना उम्के र दाऊदकहाँ गए ।
ସେହି ସମୟରେ ଅହୀଟୂବ୍ର ପୁତ୍ର ଅହୀମେଲକ୍ର ପୁତ୍ରମାନଙ୍କ ମଧ୍ୟରୁ ଅବୀୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା।
21 शाऊलले परमप्रभुका पुजारीहरूलाई मरेको कुरा अबीयाथारले दाऊदलाई सुनाए ।
ପୁଣି, ଅବୀୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି।
22 दाऊदले अबीयाथारलाई भने, “एदोमी दोएगलाई त्यहाँ देख्दा नै मलाई त्यसै दिन थाहा थियो, कि उसले निश्चय पनि शाऊललाई भन्नेछ । तिम्रो बुबाको परिवारको हरेकको मृत्युको निम्ति म जिम्मेवार छु ।
ତହୁଁ ଦାଉଦ ଅବୀୟାଥରକୁ କହିଲେ, “ଇଦୋମୀୟ ଦୋୟେଗ୍ ସେଠାରେ ଥିବା ବେଳେ ମୁଁ ସେହି ଦିନ ଜାଣିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ; ମୁଁ ତୁମ୍ଭ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁୁ ଘଟାଇଅଛି।
23 मसँग बस र नडराऊ । तिम्रो ज्यान लिन खोज्नेले मेरो पनि ज्यान मार्न खोजेको छ । तिमी मसँग सुरक्षित हुनेछौ ।”
ତୁମ୍ଭେ ମୋʼ ସଙ୍ଗେ ରୁହ, ଭୟ ନ କର; କାରଣ ଯେ ମୋର ପ୍ରାଣ ଚାହେଁ, ସେ ତୁମ୍ଭ ପ୍ରାଣ ଚାହେଁ; ମାତ୍ର ମୋʼ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ।”