< Abahluleli 4 >
1 Abantwana bakoIsrayeli basebebuya besenza okubi emehlweni eNkosi esefile uEhudi.
ଏଥିଉତ୍ତାରେ ଏହୂଦଙ୍କର ମୃତ୍ୟୁୁ ପରେ, ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ।
2 INkosi yasibathengisa esandleni sikaJabini inkosi yeKhanani owayebusa eHazori. Lenduna yebutho lakhe yayinguSisera, owayehlala eHaroshethi labezizwe.
ତହିଁରେ ସଦାପ୍ରଭୁ ହାସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀନ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍-ନିବାସୀ ସୀଷରା ତାହାର ସେନାପତି ଥିଲା।
3 Abantwana bakoIsrayeli basebekhala eNkosini, ngoba wayelezinqola zensimbi ezingamakhulu ayisificamunwemunye, wabacindezela ngamandla abantwana bakoIsrayeli iminyaka engamatshumi amabili.
ଏଥିରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ; କାରଣ ତାହାର ନଅ ଶହ ଲୌହ ରଥ ଥିଲା; ପୁଣି ସେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ପ୍ରତି ଶୋଷଣ ଓ କଠୋର ଅତ୍ୟାଚାର କଲା।
4 UDebora umfazi owayengumprofethikazi umkaLapidothi yena wahlulela uIsrayeli ngalesosikhathi.
ସେସମୟରେ ଲପ୍ପିଦୋତର ଭାର୍ଯ୍ୟା ଦବୋରା ଭବିଷ୍ୟଦ୍ବକ୍ତ୍ରୀ ଇସ୍ରାଏଲର ବିଚାର କଲେ।
5 Wayehlala ngaphansi kwesihlahla selala sikaDebora phakathi kweRama leBhetheli entabeni yakoEfrayimi. Abantwana bakoIsrayeli basebesenyukela kuye ukwahlulelwa.
ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବେଥେଲ୍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁର ବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ।
6 Wasethuma wabiza uBaraki indodana kaAbinowama eKedeshi koNafithali, wathi kuye: INkosi uNkulunkulu wakoIsrayeli kayilayanga yini isithi: Hamba usondele entabeni yeThabhori, uzithathele amadoda azinkulungwane ezilitshumi ebantwaneni bakoNafithali lebantwaneni bakoZebuluni?
ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍କୁ ଡକାଇ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ?
7 Njalo ngizadonsela kuwe esifuleni iKishoni uSisera induna yebutho likaJabini lenqola zakhe lexuku lakhe, ngimnikele esandleni sakho.
ତହିଁରେ ଆମ୍ଭେ ଯାବୀନ୍ର ସେନାପତି ସୀଷରାକୁ ଓ ତାହାର ରଥ ଓ ଜନତାକୁ କୀଶୋନ୍ ନଦୀ ନିକଟକୁ ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
8 UBaraki wasesithi kuye: Uba uhamba lami, ngizahamba; kodwa uba ungahambi lami, kangiyikuhamba.
ତହୁଁ ବାରକ୍ ଦବୋରାଙ୍କୁ କହିଲା, “ତୁମ୍ଭେ ଯେବେ ମୋʼ ସଙ୍ଗେ ଯିବ, ତେବେ ମୁଁ ଯିବି; ମାତ୍ର ତୁମ୍ଭେ ମୋʼ ସଙ୍ଗେ ନ ଗଲେ, ମୁଁ ଯିବି ନାହିଁ।”
9 Wasesithi: Ngizahamba lokuhamba lawe, kodwa udumo kaluyikuba ngolwakho ngendlela ohamba ngayo, ngoba iNkosi izathengisa uSisera esandleni sowesifazana. Wasesukuma uDebora, wahamba loBaraki waya eKedeshi.
ତେବେ ସେ କହିଲେ, “ମୁଁ ନିଶ୍ଚୟ ତୁମ୍ଭ ସଙ୍ଗେ ଯିବି; ତଥାପି ଏହି ଯାତ୍ରାରେ ତୁମ୍ଭର ଯଶ ହେବ ନାହିଁ; କାରଣ ସଦାପ୍ରଭୁ ସୀଷରାକୁ ଏକ ସ୍ତ୍ରୀ ହସ୍ତରେ ବିକ୍ରୟ କରିବେ।” ଏଉତ୍ତାରେ ଦବୋରା ଉଠି ବାରକ୍ ସଙ୍ଗରେ କେଦଶକୁ ଗଲେ।
10 UBaraki wasebizela oZebuluni loNafithali eKedeshi. Kwasekusenyuka amadoda azinkulungwane ezilitshumi amlandela, loDebora wenyuka laye.
ପୁଣି ବାରକ୍, ସବୂଲୂନ ଓ ନପ୍ତାଲିକି ଏକତ୍ର କେଦଶକୁ ଡକାଇଲା; ଏରୂପେ ସେ ଦଶ ହଜାର ପଦାତିକ ସୈନ୍ୟ ଆପଣା ସଙ୍ଗରେ ଘେନି ଯାତ୍ରା କଲା ଓ ଦବୋରା ତାହା ସଙ୍ଗେ ଗଲେ।
11 UHeberi umKeni wazehlukanisa-ke lamaKeni, abantwana bakaHobabi uyisezala kaMozisi, wamisa ithente lakhe kwaze kwaba sesihlahleni se-okhi eZahananimi eseduze leKedeshi.
ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍, ମୋଶାଙ୍କ ପତ୍ନୀ-ଭ୍ରାତା ହୋବବ୍ର ସନ୍ତାନମାନଙ୍କଠାରୁ ପୃଥକ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା।
12 Basebebikela uSisera ukuthi uBaraki indodana kaAbinowama usenyukele entabeni yeThabhori.
ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି।
13 USisera wasebiza zonke izinqola zakhe, inqola ezingamakhulu ayisificamunwemunye zensimbi, labo bonke abantu ababelaye, kusukela eHaroshethi labezizwe kuze kufike esifuleni iKishoni.
ତହିଁରେ ସୀଷରା ଆପଣାର ନଅ ଶହ ଲୌହରଥଯାକ ଓ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଆପଣା ସଙ୍ଗୀ ସମସ୍ତ ଲୋକଙ୍କୁ ଏକତ୍ର କଲା।
14 UDebora wasesithi kuBaraki: Vuka! Ngoba yilo lolusuku iNkosi enikele ngalo uSisera esandleni sakho. Kayihambanga yini iNkosi phambi kwakho? Ngakho uBaraki wehla entabeni iThabhori lamadoda azinkulungwane ezilitshumi ngemva kwakhe.
ସେତେବେଳେ ଦବୋରା ବାରକ୍କୁ କହିଲେ, “ଉଠ, କାରଣ ଆଜି ସଦାପ୍ରଭୁ ସୀଷରାକୁ ତୁମ୍ଭ ହସ୍ତରେ ସମର୍ପଣ କରିବାର ଦିନ; ସଦାପ୍ରଭୁ କି ତୁମ୍ଭର ଅଗ୍ରଗାମୀ ହୋଇଯାଇ ନାହାନ୍ତି?” ତହିଁରେ ବାରକ୍ ଓ ତାହା ପଛେ ଦଶ ହଜାର ଲୋକ ତାବୋର ପର୍ବତରୁ ଓହ୍ଲାଇ ଗଲେ।
15 INkosi yasimsanganisa uSisera lazo zonke izinqola lebutho lonke ngobukhali benkemba phambi kukaBaraki, kwaze kwathi uSisera wehla enqoleni wabaleka ngenyawo zakhe.
ତହୁଁ ସଦାପ୍ରଭୁ ବାରକ୍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ୍ଗଧାରରେ ଅସ୍ତବ୍ୟସ୍ତ କଲେ; ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା।
16 UBaraki wasexotshana lezinqola lebutho, waze wafika eHaroshethi labezizwe; ibutho lonke likaSisera laselisiwa ngobukhali benkemba; kakusalanga loyedwa.
ମାତ୍ର ବାରକ୍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ୍ଗଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ।
17 Kodwa uSisera wabaleka ngenyawo zakhe waya ethenteni likaJayeli umkaHeberi umKeni, ngoba kwakulokuthula phakathi kukaJabini inkosi yeHazori lendlu kaHeberi umKeni.
ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲା; କାରଣ ସେସମୟରେ ହାସୋରର ରାଜା ଯାବୀନ୍ ଓ କେନୀୟ ହେବର-ବଂଶ ମଧ୍ୟରେ ଶାନ୍ତିଚୁକ୍ତି ଥିଲା।
18 UJayeli wasephuma ukuhlangabeza uSisera, wathi kuye: Phambuka, nkosi yami, phambukela kimi, ungesabi. Wasephambukela kuye ethenteni, wamembesa ngengubo.
ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, “ହେ ମୋହର ପ୍ରଭୋ, ଭିତରକୁ ଆସନ୍ତୁ, ମୋହର ନିକଟକୁ ଆସନ୍ତୁ, ଭୟ ନ କରନ୍ତୁ;” ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା;
19 Wasesithi kuye: Akunginathise amanzi amalutshwana ngoba ngomile. Wasesibukula igula lochago, wamnathisa, wamembesa.
ସେତେବେଳେ ସୀଷରା ତାହାକୁ କହିଲା, “ମୋତେ ଟିକିଏ ଜଳ ପିଆଅନା;” ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା।
20 Wasesithi kuye: Mana emnyango wethente; kuzakuthi-ke, uba kufika umuntu kuwe ekubuza esithi: Kulomuntu lapha yini? Uzakuthi: Kakulamuntu.
ଏଉତ୍ତାରେ ସୀଷରା ତାହାକୁ କହିଲା, “ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ‘ଏଠାରେ କୌଣସି ମନୁଷ୍ୟ ଅଛି କି?’ ତେବେ ତୁମ୍ଭେ କହିବ, ‘କେହି ନାହିଁ।’”
21 Kodwa uJayeli umkaHeberi wathatha isikhonkwane sethente, wafaka isando esandleni sakhe, wamnyenyela, wabethela isikhonkwane enhlafunweni yakhe sangena emhlabathini, ngoba yena wayelele ubuthongo obukhulu, ediniwe, wasesifa.
ଏଥିଉତ୍ତାରେ ହେବରର ଭାର୍ଯ୍ୟା ଯାୟେଲ ତମ୍ବୁର ଗୋଟିଏ ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ, ତାହା ଫୁଟି ଭୂମିକୁ ଗଲା; କାରଣ ସେ ଘୋର ନିଦ୍ରାରେ ଥିଲା; ତେଣୁ ସେ ମୂର୍ଚ୍ଛିତ ହୋଇ ମଲା।
22 Khangela-ke, uBaraki waxotsha uSisera; uJayeli wasephuma ukumhlangabeza wathi kuye: Woza, ngizakutshengisa umuntu omdingayo. Wasengena ethenteni lakhe, khangela-ke, uSisera wayelele efile, lesikhonkwane sasisenhlafunweni yakhe.
ଆଉ ଦେଖ, ବାରକ୍ ସୀଷରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଯାୟେଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, “ଆସ, ତୁମ୍ଭେ ଯାହାକୁ ଖୋଜୁଅଛ, ମୁଁ ସେହି ମନୁଷ୍ୟକୁ ଦେଖାଇବି।” ତହିଁରେ ସେ ତାହା ନିକଟକୁ ଆସିଲା; ଆଉ ଦେଖ, ସୀଷରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣ ମୂଳ ଭିତରେ ତମ୍ବୁ ମେଖ ରହିଅଛି।
23 Ngakho ngalolosuku uNkulunkulu wamehlisela phansi uJabini inkosi yeKhanani phambi kwabantwana bakoIsrayeli.
ଏହିରୂପେ ପରମେଶ୍ୱର ସେହି ଦିନ କିଣାନୀୟ ରାଜା ଯାବୀନ୍ଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ନତ କଲେ।
24 Isandla sabantwana bakoIsrayeli saqhubeka-ke saba nzima phezu kukaJabini inkosi yeKhanani, baze bamchitha uJabini inkosi yeKhanani.
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ କିଣାନୀୟ ରାଜା ଯାବୀନ୍ଙ୍କୁ ସଂହାର କରିବା ପର୍ଯ୍ୟନ୍ତ ସେହି କିଣାନୀୟ ରାଜା ଯାବୀନ୍ ବିରୁଦ୍ଧରେ ସେମାନଙ୍କ ହସ୍ତ ଆହୁରି ଆହୁରି ପ୍ରବଳ ହେଲା।