< U-Ezra 1 >
1 Ngomnyaka wakuqala wenkosi yasePhezhiya uKhurosi, ukuze kugcwaliseke ilizwi likaThixo elakhulunywa nguJeremiya, uThixo wathinta inhliziyo kaKhurosi inkosi yasePhezhiya ukuba yenze isimemezelo kuwo wonke umbuso wayo, ukuthi sibhalwe phansi kuthiwe:
ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନକୁ ଉଦ୍ଦୀପିତ କରନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା,
2 “Nanku okutshiwo yinkosi uKhurosi wasePhezhiya: ‘UThixo, uNkulunkulu wasezulwini, ungiphile yonke imbuso yasemhlabeni njalo ungikhethile ukuthi ngimakhele ithempeli eJerusalema koJuda.
“ପାରସ୍ୟର ରାଜା କୋରସ୍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି।
3 Loba ngubani wabantu bakhe phakathi kwenu angahamba aye eJerusalema koJuda ayekwakha ithempeli likaThixo, uNkulunkulu ka-Israyeli, uNkulunkulu oseJerusalema njalo sengathi uNkulunkulu wabo angaba labo.
ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।
4 Akuthi abantu loba ngabakuyiphi indawo lapho okungabe kuseselensalela kabamuphe isiliva legolide, impahla lezifuyo, leminikelo yokuzithandela yethempeli likaNkulunkulu eJerusalema.’”
ଆଉ, ଯେକେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଛଡ଼ା ରୂପା ଓ ସୁନା, ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ।”
5 Kwasekusithi abazinhloko zemizi yakoJuda lakoBhenjamini, kanye labaphristi labaLevi, labo bonke ababethintwe inhliziyo zabo nguNkulunkulu, bazilungisela ukuhamba ukuyakwakha indlu kaThixo eJerusalema.
ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ।
6 Bonke omakhelwane babo babancedisa ukuzuza izinto zesiliva legolide, impahla lezifuyo, lezipho eziligugu phezu kwayo yonke iminikelo yokuzizwela.
ପୁଣି, ସ୍ଵେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ୱର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ।
7 Phezu kwalokho iNkosi uKhurosi yakhupha zonke izitsha ezazingezethempeli likaThixo ezazithunjwe nguNebhukhadineza eJerusalema zabekwa ethempelini likankulunkulu wakhe.
ଆଉ, ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହାସବୁ ବାହାର କରି ଆଣିଲା।
8 UKhurosi inkosi yasePhezhiya wathi kazilethwe nguMithiredathi umgcinisikhwama onguye owazibalayo ezibalela uSheshibhazari inkosana yakoJuda.
ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଯିହୁଦାର ଅଧିପତି ଶେଶବସରକୁ ଗଣନା କରିଦେଲା।
9 Nanzi-ke lezompahla: imiganu yegolide yayingamatshumi amathathu, imiganu yesiliva yayiyinkulungwane, amapane esiliva ayengamatshumi amabili lasificamunwemunye,
ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପାଥାଳୀ, ଅଣତିରିଶ ଛୁରୀ;
10 imiganu yegolide ezingubhe yayingamatshumi amathathu, eyesiliva efana layo yayingamakhulu amane letshumi, ezinye impahla zaziyinkulungwane.
ତିରିଶ ସ୍ୱର୍ଣ୍ଣମୟ ପାନପାତ୍ର, ଚାରି ଶହ ଦଶ ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି ଏକ ସହସ୍ର ଅନ୍ୟାନ୍ୟ ପାତ୍ର,
11 Sekukonke, kwakuyizinkulungwane ezinhlanu lamakhulu amane ezinto zegolide lesiliva. USheshibhazari weza lazozonke lezizinto lapho izithunjwa zafika eJerusalema zivela eBhabhiloni.
ସର୍ବସୁଦ୍ଧା ପାଞ୍ଚ ହଜାର ଚାରି ଶହ ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା; ବନ୍ଦୀ ଲୋକମାନେ ବାବିଲରୁ ଯିରୂଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଲା।