< Levitikosy 20 >
1 Hoe ty nitsara’ Iehovà amy Mosè:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 Saontsio ty hoe ka o ana’ Israeleo: Ndra iaia amo ana’ Israeleo ke amo renetane mimoneñe e Israeleo ze manolotse ty raik’ amo tarira’eo amy Moleka ro havetrake; le ondati’ i taneio ro handretsa-bato ama’e.
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ।
3 Hatreatrèn-tareheko indatiy le haitoako am’ ondati’eo, amy nanolora’e anake amy Molekay, hanivà’e i toeko miavakey vaho hanimbo ty añarako miavake.
ପୁଣି, ଆମ୍ଭେ ମଧ୍ୟ ସେହି ମନୁଷ୍ୟ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; କାରଣ ସେ ଆମ୍ଭର ପବିତ୍ର ସ୍ଥାନ ଅପବିତ୍ର କରିବାକୁ ଓ ଆମ୍ଭର ପବିତ୍ର ନାମ ଅପବିତ୍ର କରିବାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ଆପଣା ସନ୍ତାନକୁ ଦେଇଅଛି।
4 Aa naho akipe’ ondati’ i taneio am’ indatiy ty fihaino’ iareo ie manolo-tiry amy Moleka, vaho tsy navetrake,
ଆଉ, ଯେଉଁ ସମୟରେ ସେହି ଲୋକ ଆପଣା ସନ୍ତାନକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସେହି ସମୟରେ ଯଦି ଦେଶୀୟ ଲୋକମାନେ କୌଣସି ରୂପେ ତାହା ପ୍ରତି ଚକ୍ଷୁ ବନ୍ଦ କରନ୍ତି ଓ ତାହାକୁ ବଧ ନ କରନ୍ତି,
5 le hatreatrén-tareheko indatiy naho i hasavereña’ey, le haitoako am’ ondati’eo rekets’ o nindre nañarapilo ama’e vaho nitsinginiotse amy Molekao.
ତେବେ ଆମ୍ଭେ ସେହି ଲୋକ ଓ ତାହାର ପରିବାରକୁ ଦଣ୍ଡ ଦେବା; ପୁଣି, ତାହାକୁ ଓ ମୋଲକ୍ ଦେବତା ସହିତ ବ୍ୟଭିଚାର କରିବା ନିମନ୍ତେ ତାହାର ପଶ୍ଚାଦ୍ଗାମୀ ବ୍ୟଭିଚାରୀ ସମସ୍ତଙ୍କୁ ସେମାନଙ୍କ ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରିବା।
6 Le hatreatrèn-tareheko ty mpitolik’ amo mpamorekeo naho amo jinio hañarapilo vatañe, hatreatrén-tareheko indatiy, vaho haitoako am’ondati’eo.
ଆଉ, ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୂତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାଦ୍ଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା।
7 Miefera arè, naho miavaha, fa Izaho Iehovà Andrianañahare’ areo.
ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ପବିତ୍ର ହୁଅ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
8 Mifahara amo fañèkoo vaho oriho: amy te Izaho i Iehovà mampiambak’ anahareo.
ଆହୁରି ତୁମ୍ଭେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ।
9 Tsy mahay tsy havetrake ze mamàtse rae ndra rene; ie nañozon-drae ndra rene, le ho ama’e ty lio’e.
ଯେକେହି ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ସେ ନିତାନ୍ତ ହତ ହେବ; ସେ ତାହାର ପିତାକୁ କି ତାହାର ମାତାକୁ ଅଭିଶାପ ଦେଇଅଛି; ତାହା ଉପରେ ତାହାର ରକ୍ତ ବର୍ତ୍ତିବ।
10 T’indaty miharo sarimbo ami’ty vali’ ondaty, ie miolotse amy tañanjomban-drañe’ey, le sindre havetrake i namonjey naho i vinonjey.
ଆଉ, ଯେକେହି ପରର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ଯେ ଆପଣା ପ୍ରତିବାସୀର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ସେହି ବ୍ୟଭିଚାରୀ ଓ ବ୍ୟଭିଚାରିଣୀ ଦୁହେଁ ନିତାନ୍ତ ହତ ହେବେ।
11 Ze lahilahy mifandia-tihy ami’ty tañanjomban-drae’e le fa nañàlo ty heñan-drae’e; songa havetrake iereon-droroe; am’ iereo ty lio’ iareo.
ପୁଣି, ଯେଉଁ ଲୋକ ଆପଣା ପିତୃର ଭାର୍ଯ୍ୟା ସହିତ ଶାରୀରିକ ସମ୍ପର୍କ ରଖେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
12 Naho miharo sarimbo ami’ty vinanto’e ampela t’indaty le havetrake ie roe. Nanao hativàñe le am’ iereo ty lio’ iareo.
ପୁଣି, ଯଦି କେହି ଆପଣା ପୁତ୍ରବଧୂ ସହିତ ଶୟନ କରେ, ତେବେ ସେ ଦୁହେଁ ନିତାନ୍ତ ହତ ହେବେ; ସେମାନେ ପାଷାଣ୍ଡ କର୍ମ କରିଅଛନ୍ତି; ସେମାନଙ୍କର ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
13 Naho iharoa’ ty lahilahy ty lahilahy manahake ty fiolorañe ami’ty ampela, songa nanao hativàñe. Sindre havetrake, songa ama’e ty lio’e.
ପୁଣି, ପୁରୁଷ ଯଦି ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଯୌନ ସମ୍ପର୍କ ରଖେ, ତେବେ ସେ ଦୁହେଁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
14 Naho valie’ ondaty ty ampela naho ty rene’ i ampelay, haloloañe izay, songa ho forototoeñ-añ’afo, ie naho iereo, tsy mone hanjilihan-katserehañe ama’ areo.
ଆଉ, କେହି ଯଦି କୌଣସି ସ୍ତ୍ରୀକୁ ଓ ତାହାର ମାତାକୁ ଗ୍ରହଣ କରେ, ତେବେ ତାହା ଦୁଷ୍ଟତା ଅଟେ; ତୁମ୍ଭମାନଙ୍କ ମଧ୍ୟରେ ଯେପରି ଏପରି ଦୁଷ୍ଟତା ନ ହୁଏ, ଏଥିପାଇଁ ସେ ଓ ସେମାନେ ଉଭୟ ଅଗ୍ନିରେ ଦଗ୍ଧ ହେବେ।
15 Naho misahe hare t’indaty le toe hañohofan-doza, le ho lentañe i bibiy.
ପୁଣି, ଯଦି କେହି ପଶୁ ସହିତ ସହବାସ କରେ, ତେବେ ସେ ନିତାନ୍ତ ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ।
16 Naho miharine ami’ty hare ty ampela hisahe le ho vonoe’o i ampelay naho i bibiy. Tsy mete tsy havetrake; songa ho ama’e ty lio’e.
ପୁଣି, କୌଣସି ସ୍ତ୍ରୀ ଯଦି କୌଣସି ପଶୁ ସହିତ ସହବାସ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକୁ ଓ ପଶୁକୁ ବଧ କରିବ; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
17 Naho rambese’ondaty ty rahavave’e ke ty anak’ ampelan-drae’e he ty anan-drene’e vaho isa’e ty heña’e le mahaisake i heña’ey ka i ampelay, le haloloañe izay. Vonoeñe añatrefa’ o ana’ ondati’eo ie roe, amy te hinalo’e ty heñan-drahavave’e. Ho vavè’e i hakeo’ey.
ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।
18 Ie miharo sarimbo ami’ty ampela miambolañe t’indaty naho mampiboake ty heña’e—ie nampiboake i fioriha’ey, vaho niborahe’ i ampelay ty fiorihan-dio’e, le haitoañe am’ondati’eo i roroey.
ପୁଣି, ଯଦି କେହି ରଜସ୍ୱଳା ସ୍ତ୍ରୀ ସହିତ ଶୟନ କରେ ଓ ତାହାର ଆବରଣୀୟ ଅନାବୃତ କରେ, ତେବେ ସେହି ପୁରୁଷ ତାହାର ରକ୍ତର କ୍ଷରଣ ପ୍ରକାଶ କରିବାରୁ ଓ ସେହି ସ୍ତ୍ରୀ ଆପଣା ରକ୍ତର କ୍ଷରଣ ଅନାବୃତ କରିବାରୁ, ସେ ଦୁହେଁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।
19 Tsy haboa’o ty heñan-drahavaven-drene’o, ndra ty rahavaven-drae’o; ie mañalo longo marine. Songa hivave ty tahi’e.
ଆଉ, ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ; ତାହା କଲେ, ଆପଣା ନିକଟବର୍ତ୍ତୀ କୁଟୁମ୍ବର ଆବରଣୀୟ ଅନାବୃତ କରାଯାଏ। ସେମାନେ ଆପଣା ଆପଣା ଅପରାଧ ବୋହିବେ।
20 Naho mifandia-tihy ami’ty valin-drahalahin-drae’e t’indaty, le fa nafaha’e ty heñan-drahalahin-drae’e; sindre hivave ty hakeo’e, songa hikoromake betsiterake.
ଆଉ, ଯଦି କେହି ଆପଣା ପିତୃବ୍ୟପତ୍ନୀ ସହିତ ଶୟନ କରେ, ତେବେ ସେ ଆପଣା ପିତୃବ୍ୟର ଆବରଣୀୟ ଅନାବୃତ କରିଅଛି; ସେମାନେ ଆପଣା ଆପଣା ଅପରାଧ ବୋହିବେ; ସେମାନେ ନିଃସନ୍ତାନ ହୋଇ ମରିବେ।
21 Naho tsindrohe’ ondaty ty valin-drahalahi’e, hativàñe izay. Fa nampikorendahe’e ty heñan-drahalahi’e; ho betsiterake iereo.
ପୁଣି, ଯଦି କେହି ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତାହା ଅଶୁଚି କର୍ମ; ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି; ସେମାନେ ନିଃସନ୍ତାନ ହେବେ।
22 Aa le hene ambeno o fañèkoo, naho o fepèko iabio, vaho anò, tsy mone haboloa’ i tane aneseako anahareo himoneñañey.
ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଆଜ୍ଞା ମାନ୍ୟ କରି ପାଳନ କରିବ; ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ।
23 Le tsy hañaveloa’ areo o sata’ i foko soiheko aolo’ areoio; amy te lili’ iareo irezay vaho mampangorìñ’ ahy.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହି ସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।
24 Toe nitaroñeko ama’ areo te ho lovae’ areo ty tane’ iareo, le hatoloko ho tavane’ areo i tane orikorihen-dronono naho tanteley. Izaho Iehovà Andrianañahare’ areo ty nañavak’ anahareo amo kilakila ondatio.
ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କରିବ; ଆଉ, ଆମ୍ଭେ ଅଧିକାର ନିମନ୍ତେ ତୁମ୍ଭମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବା; ଯେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
25 Aa le ampiavaho ami’ty biby faly ty malio naho ty vorom-paly ami’ty malio, vaho ko maniva vatañe amo bibio ke amo voroñeo he amy ze karazan-draha veloñe misitsitse an-tane atoy, ie nambahako ama’ areo hambena’ areo ho faly.
ଏହେତୁ ତୁମ୍ଭେମାନେ ଶୁଚି ଓ ଅଶୁଚି ପଶୁ ପୁଣି ଶୁଚି ଓ ଅଶୁଚି ପକ୍ଷୀ ମଧ୍ୟରେ ପୃଥକ କରିବ; ଆମ୍ଭେ ଯେଉଁ ଯେଉଁ ପଶୁ, ପକ୍ଷୀ ଓ ଭୂଚର ଜନ୍ତୁକୁ ଅଶୁଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ କରିଅଛୁ, ତଦ୍ଦ୍ୱାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ।
26 Aa le hiavake ho ahy nahareo, amy te masiñe Raho Iehovà vaho navaheko amo kilakila ondatio ho ahiko.
ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ; କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ଆଉ, ତୁମ୍ଭେମାନେ ଯେପରି ଆମ୍ଭର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛୁ।
27 Tsy mete tsy havetrake ty jiny naho ty doany, ke t’ie lahilahy he rakemba, ho retsahem-bato, sindre ho ama’e ty lio’e.
ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତାନ୍ତ ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।”