< Mpitsara 14 >
1 Nizotso mb’e Timnate t’i Simsone le nahaisake somondrara e Timnate ao, anak’ ampela’ o nte-Pilistio.
ଏଥିଉତ୍ତାରେ ଶାମ୍ଶୋନ୍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ଅବିବାହିତ ସ୍ତ୍ରୀଲୋକକୁ ଦେଖିଲା।
2 Nimb’ aman-drae’e mb’eo re nitalily ama’e naho aman-drene’e, ty hoe: Nahatrea ampela e Timnate iraho, anak’ ampela’ o nte-Pilistio; ehe alao ho valiko.
ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, “ମୁଁ ତିମ୍ନାରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଦେଖିଅଛି; ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ।”
3 Le hoe ty rae’e naho i rene’e tama’e, Tsy mahatrea amo anak’ ampelan-dongo’oo ndra am’ ondatiko iabio hao, te o nte-Pilisty tsy nisavareñeo ty ipaia’o valy? Le hoe t’i Simsone aman-drae’e, Alao ho ahy re fa mahafale ty troko.
ତେବେ ତାହାର ପିତା ଓ ମାତା ତାହାକୁ କହିଲେ, “ତୁମ୍ଭ ଭ୍ରାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କି ଜଣେ ସ୍ତ୍ରୀ ନାହିଁ, ଯେ ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ?” ତହିଁରେ ଶାମ୍ଶୋନ୍ ଆପଣା ପିତାକୁ କହିଲା, “ତାହାକୁ ମୋʼ ପାଇଁ ଆଣ; ସେ ମୋʼ ଦୃଷ୍ଟିରେ ପସନ୍ଦ।”
4 Tsy nifohin-drae’e ndra i rene’e te Iehovà ty nipay aze hiatreàtre amo nte-Pilistio, amy te nandily Israele o nte-Pilistio tañ’ andro izay.
ମାତ୍ର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡ଼ୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ।
5 Aa le nitrao-pizotso aman-drae’e naho i rene’e mb’e Timnate mb’eo t’i Simsone, ie avy an-tanem-bahe’ i Timnate eo, hehe ty anan-diona nitroñe mb’ ama’e mb’eo.
ଏଥିଉତ୍ତାରେ ଶାମ୍ଶୋନ୍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷାକ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜ୍ଜନ କଲା।
6 Nitotsak’ ama’e t’i Arofo’ Iehovà, le rinia’e manahake ty fandriatañe vik’ose, leo raha raike tsy tam-pità’e; fe tsy natalili’e aman-drae’e ndra an-drene’e i nanoe’ey.
ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍ଶୋନ୍ ହାତରେ କିଛି ନ ଥିଲା। ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ।
7 Le nizotso mb’eo re nifanaontsy amy somondraray naho vata’e nitea’ i Simsone.
ଏଥିଉତ୍ତାରେ ଶାମ୍ଶୋନ୍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା।
8 Ie añe, nibalike hangalak’ aze fe nitsile hey hahaisake ty fate’ i lionay, naho naheo’e te nisamborien-drene-tantele i faten-dionay vaho aman-tantele.
ପୁଣି କିଛି ଦିନ ଉତ୍ତାରେ ସେ ସେହି ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା, ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଦଳ ଓ ମହୁ ଅଛି।
9 Kinaro’e am-pità’e le nikama t’ie nañavelo; aa ie nifanampe aman-drae’e naho i rene’e le nanjotsoa’e, f’ie tsy nitalily am’iareo te nakare’e an-karankan-diona ao.
ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା, ଏହା ସେମାନଙ୍କୁ ଜଣାଇଲା ନାହିଁ।
10 Aa le nizotso mb’amy somondraray ty rae’e vaho nanao sabadidak’ ao t’i Simsone, amy t’ie nilili’ o ajalahio.
ଏଥିଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ଶାମ୍ଶୋନ୍ ତିମ୍ନାରେ ଗୋଟିଏ ଭୋଜି କଲା; କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା।
11 Ie naharendrek’ aze iereo le mbe nandesañe rañetse telo-polo ila’e hitraok’ ama’e;
ପୁଣି ସେମାନେ ତାହାକୁ ଦେଖନ୍ତେ, ତାହା ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ।
12 le hoe t’i Simsone am’ iereo, ho taroñeko tafatoño nahareo henaneo, aa naho eo ty mahatoiñe naho mahafandrendrek’ aze amako añate’ ty fito andro’ i sabadidakey, le hatoloko anahareo ty lamba leny telopolo, miharo sarimbo telopolo.
ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବି।
13 Aa ie tsy mahafitaroñe aze amako, le inahareo ro hanolotse ahy lamba leny telopolo naho sarimbo telopolo. Le hoe ty asa’ iareo ama’e: Akaro i razan-dreha’oy hijanjiña’ay.
ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବ।” ଆଉ ସେମାନେ ତାହାକୁ କହିଲେ, “ତୁମ୍ଭର ପ୍ରହେଳିକା କୁହ, ଆମ୍ଭେମାନେ ତାହା ଶୁଣିବୁ।”
14 Hoe re tam’ iereo, Boak’ ami’ty mpihinañe ty niakaran-kaneñe naho boak’ ami’ty maozatse ty niakara’ ty mamy. Fe tsy nahabejañe i tafatoñoy iereo añate’ ty telo andro.
ତହିଁରେ ସେ ସେମାନଙ୍କୁ କହିଲା, “ଖାଦକଠାରୁ ଖାଦ୍ୟ ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା।” ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ।
15 Ie amy andro faha-fitoy, le nanoe’ iereo ty hoe i vali’ i Simsoney: Sigiho ty vali’o hitaroña’e i tafatoñoy tsy mone ho forototoe’ay añ’ afo irehe naho ty anjomban-drae’o; handrarak’ anay hao ty nañambara’o anay? Ie izay.
ତହୁଁ ଚତୁର୍ଥ ଦିନରେ ସେମାନେ ଶାମ୍ଶୋନ୍ର ଭାର୍ଯ୍ୟାକୁ କହିଲେ, “ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକୁ ମଣାଅ, ନୋହିଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା? ନୁହେଁ?”
16 Aa le niharovetse amy Simsone ty vali’e, nanao ty hoe: Toe heje’o iraho naho tsy kokoa’o, amy te nitaron-drazan-drehak’ amo ana’ ondatikoo fe tsy natalili’o amako. Le hoe re tama’e, Inao, ie tsy vinolako aman-draeko ndra amy reneko, ho volañeko ama’o hao?
ତହିଁରେ ଶାମ୍ଶୋନ୍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, “ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋʼ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ।” ତହିଁରେ ସେ ତାହାକୁ କହିଲା, “ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇଦେବି?”
17 F’ie nirovetse añatrefa’e avao amy fito andro’ i sabadida’ iareoy, le amy fañembera’e aze, nampandrendrehe’e amy andro faha-fitoy, vaho nabora’e am’ondatio i razan-drehakey.
ପୁଣି ସେ ଭୋଜିର ସପ୍ତମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା; ତହିଁରେ ସେ ତାହାକୁ ନିତାନ୍ତ ଅନୁରୋଧ କରିବାରୁ ଶାମ୍ଶୋନ୍ ସପ୍ତମ ଦିନରେ ତାହା ତାହାକୁ ବୁଝାଇଦେଲା; ତହୁଁ ସେ ଆପଣା ଲୋକଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା।
18 Aa le hoe o roandria’ i rovaio ama’e amy andro fahafitoy aolo’ i tsofots’ àndroy: Ino ty mamy te amo tanteleo? vaho ino ty maozatse te amo lionao? Le hoe re am’ iereo. Naho tsy hinaotsao’ areo i kiloakoy, le tsy ho nioni’ areo i tafatoñokoy.
ଏଥିଉତ୍ତାରେ ସପ୍ତମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, “ମଧୁଠାରୁ ଆଉ ମିଷ୍ଟ କଅଣ? ଓ ସିଂହଠାରୁ ବଳବାନ କିଏ?” ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, “ତୁମ୍ଭେମାନେ ମୋର ଛଡ଼ାରେ (ଅଳ୍ପବୟଷ୍କା ଗାଈ) ହଳ କରି ନ ଥିଲେ, ମୋର ପ୍ରହେଳିକାର ଭେଦ ପାଇ ନ ଥାଆନ୍ତ।”
19 Nitotsak’ ama’e amy zao ty Arofo’Iehovà, le nizotso mb’e Askelone mb’eo nanjamañe ondaty telopolo naho nikopahe’e vaho natolo’e amo nahavale i tafatoñoio o saroñeo. Nisolebotse amy zao ty haviñera’e, le nionjomb’ añ’ anjomban-drae’e mb’eo.
ଏଥିଉତ୍ତାରେ ସଦାପ୍ରଭୁଙ୍କ ଆତ୍ମା ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା।
20 Le natolotse amy mpiama’e nanoe’e mpandrorotsey i vali’ey.
ମାତ୍ର ଶାମ୍ଶୋନ୍ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା, ତାହାକୁ ତାହାର ଭାର୍ଯ୍ୟା ଦିଆଗଲା।