< Josoa 22 >
1 Aa le kinanji’ Iehosoa o nte-Reobeneo naho o nte Gadeo, naho i vakim-pifokoa’ i Menasèy,
ଏଥିଉତ୍ତାରେ ଯିହୋଶୂୟ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଡାକି ସେମାନଙ୍କୁ କହିଲେ,
2 le hoe re am’ iereo: Fa hene nambena’ areo ze nandilia’ i Mosè mpitoro’ Iehovà anahareo, naho hinao’ areo ty feoko amy ze hene nandiliako;
“ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେ ସବୁ ତୁମ୍ଭେମାନେ ପାଳନ କରିଅଛ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଅଛୁ, ସେସବୁରେ ତୁମ୍ଭେମାନେ ଆମ୍ଭ ରବ ଶୁଣିଅଛ;
3 tsy naforintse’ areo o rahalahi’ areoo amy hene andro rezay pake henanekeo, fa nitana’ areo ty namantoha’ Iehovà Andrianañahare’ areo.
ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।
4 Aa ie henane zao, fa tinolo’ Iehovà Andrianañahare’ areo fitofàñe o rahalahi’ areoo hambañe amy tsinara’e am’ iereoy; aa le mimpolia, naho mionjona mb’ an-kiboho’ areo añe, mb’an-tane fanaña’ areo, i natolo’ i Mosè mpitoro’ Iehovà alafe’ Iardene añey.
ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।
5 Ehe mitomira hañoriha’ areo o fepètseo naho i Hake namantoha’ i Mosè mpitoro’ Iehovày, ty hikoko Iehovà Andrianañahare’ areo naho hañavelo amo lala’e iabio, hañambeñe o fepè’eo naho hivontititse ama’e, hitoroñe aze an-kaampon’ arofo naho an-kaliforam-pañova.
ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”
6 Izay ty nitatà’ Iehosoa iareo, le nampolie’e, vaho noly an-kiboho’ iareo añe.
ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ କଲେ, ତହିଁରେ ସେମାନେ ଆପଣା ଆପଣା ତମ୍ବୁକୁ ପ୍ରସ୍ଥାନ କଲେ।
7 Ie amy zao, fa natolo’ i Mosè amy vakim-pifokoa’ i Menasèy ty lova’e e Basane ao; fa ami’ty vaky ila’ey ka ty nanolora’ Iehosoa añivon-droahalahi’ iareo, alafe’ Iardeney ahandrefañe añe. Le nitata iareo t’Iehosoa, naho nampolie’e mb’ an-kiboho’ iareo añe,
ମୋଶା ମନଃଶିର ଅର୍ଦ୍ଧ ବଂଶକୁ ବାଶନରେ ଅଧିକାର ଦେଇଥିଲେ; ମାତ୍ର ଅନ୍ୟ ଅର୍ଦ୍ଧ ବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ଅଧିକାର ଦେଲେ। ଆହୁରି ସେମାନଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ,
8 le hoe ty asa’e tam’ iereo: Mimpolia mb’ an-kiboho’ areo mb’eo reketse vara bey naho añombe maro naho volafoty naho volamena naho torisìke naho viñe vaho milogologoa sikiñe tsi-efa; le ifanjarao amo longo’ areoo i nikopahe’ areo amo rafelahi’ areoo.
“ତୁମ୍ଭେମାନେ ପ୍ରଚୁର ସମ୍ପତ୍ତି ଓ ପଲ ପଲ ପଶୁ, ରୂପା, ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ; ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ବିଭାଗ କର।”
9 Aa le nienga amo ana’ Israele e Silò an-tane Kanàneo o ana’ i Reobeneo naho o ana’ i Gadeo naho ty vakim-pifokoa’ i Menasè nimb’an-tane Gilade, mb’ an-tane’ iareo mb’eo, i tane nitavane’ iereo ty amy lili’ Iehovà am-pità’ i Mosèiy.
ତହିଁରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଶୀଲୋଠାରେ ଇସ୍ରାଏଲ-ସନ୍ତାନଗଣ ନିକଟରୁ ବିଦାୟ ନେଇ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଦତ୍ତ ଆଜ୍ଞାନୁସାରେ ସେମାନେ ଯହିଁର ଅଧିକାରୀ ହୋଇଥିଲେ, ଆପଣାମାନଙ୍କ ସେହି ଅଧିକୃତ ଗିଲୀୟଦ ଦେଶକୁ ଫେରିଗଲେ।
10 Aa ie nivotrak’ an-toetse marine Iardeney, an-tane’ i Kanàne eo, le rinanji’ o ana’ i Reobeneo, naho o ana’ i Gadeo, naho ty vakim-pifokoa’ i Menasè kitrely marine Iardeney, ty kitrely jabajaba ho sambaeñe.
ପୁଣି ଯେତେବେଳେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଯର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଯର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ, ସେହି ବେଦି ଦେଖିବାକୁ ବଡ଼।
11 Jinanji’ o ana’ Israeleo amy zao ty hoe: Hehe te namboatse kitrely añ’efe-tane’ i Kanàne, marine Iardene, ami’ty lafi’ o ana’ Israeleo o ana’i Reobeneo naho o ana’ i Gadeo, naho ty vakim-pifokoa’ i Menasè.
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଏହି କଥା ଶୁଣିଲେ, ଦେଖ, ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲ ସନ୍ତାନମାନଙ୍କ ଅଧିକୃତ ପାର୍ଶ୍ୱରେ ଯର୍ଦ୍ଦନ ସୀମାନ୍ତର୍ଗତ କିଣାନ ଦେଶ ଆଗରେ ଏକ ଯଜ୍ଞବେଦି ନିର୍ମାଣ କରିଅଛନ୍ତି।
12 Naho nahajanjiñe izay o ana’ Israeleo, le nifanontoñe e Silò eo i hene valobohòn’ ana’ Israeley haname iareo añ’ aly.
ତହୁଁ ଇସ୍ରାଏଲ-ସନ୍ତାନଗଣ ଯେତେବେଳେ ଏହି କଥା ଶୁଣିଲେ, ସେତେବେଳେ ସେମାନଙ୍କ ପ୍ରତିକୂଳରେ ଯୁଦ୍ଧକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ସମଗ୍ର ମଣ୍ଡଳୀ ଶୀଲୋରେ ଏକତ୍ରିତ ହେଲେ।
13 Aa le nirahe’ o ana’ Israeleo mb’ amo ana’ i Reobeneo naho o ana’ i Gadeo vaho i vakim-pifokoa’ i Menasèy, mb’an-tane Gilade mb’eo t’i Pinekase ana’ i Elazare mpisoroñe,
ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଇଲୀୟାସର ଯାଜକର ପୁତ୍ର ପୀନହସ୍କୁ
14 reketse roandria folo, songa raik’ amo mpiaolon’ anjomba’ o fifokoa’ Israeleoo; hene talen’ anjomban-droae’e amo Israele añ’ arivo’eo.
ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ଏକ ପିତୃଗୃହାଧିପତି, ଏରୂପେ ଦଶ ଅଧିପତି ଗିଲୀୟଦ ଦେଶକୁ ପଠାଇଲେ, ସେମାନେ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ।
15 Niheo mb’ amo ana’ i Reobeneo naho o ana’ i Gadeo naho i vakim-pifokoa’ i Menasèy an-tane Gilade mb’eo iereo, vaho nilañoñe ty hoe ama’e:
ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ,
16 Hoe i valobohò’ Iehovày: Ino ze o fikitrohañe nanoe’ areo aman’ Añahare’ Israele zao kanao niambohoa’ areo anindroany ty fañorihañe Iehovà ie nandranjy kitrely hiolà’ areo am’ Iehovà henane zao?
“ସଦାପ୍ରଭୁଙ୍କ ସମଗ୍ର ମଣ୍ଡଳୀ ଏରୂପ କହନ୍ତି, ‘ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେବା ନିମନ୍ତେ ଆପଣାମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରି ତୁମ୍ଭେମାନେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହୋଇ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ଏହି ଯେ ସତ୍ୟ-ଲଙ୍ଘନ କରିଅଛ, ଏ କʼଣ?
17 Tsy nahaeneñe antika hao i hakeo e Peorey, ie mb’e tsy neferan-tika pake henane, ndra te nifetsak’ amy valobohò’ Iehovày ty angorosy?
ପିୟୋର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣାମାନଙ୍କୁ ପରିଷ୍କୃତ କରିପାରି ନାହୁଁ, ଏହା କି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ,
18 te hitsambolitio’ areo anito ty fañorihañe Iehovà? Aa kanao miola am’ Iehovà henaneo, le ho viñera’e te maray ty valobohò’ Israele.
ଯେ ଆଜି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହେଉଅଛ? ତୁମ୍ଭେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ, ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ।
19 Akore arè t’ie niota-faly an-tanem-panaña’ areo, te tsy hitsaha’ areo mb’an-tanem-panaña’ Iehovà, mb’ am-pimoneñan-kivoho’ Iehovà mb’eo vaho mangala-panaña ama’ay ao, fa ko miola am’ Iehovà ndra ama’ay handranjia’ areo kitrely tovo’ i kitreli’ Iehovà Andrianañaharen-tikañey.
ଯେବେ ତୁମ୍ଭମାନଙ୍କ ଅଧିକାର-ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କ ସେହି ଅଧିକାର-ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର; ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କିଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ।
20 Tsy nandilatse hao t’i Akane ana’ i Tserà amo raha navaheñeo ie nifetsahan-kaviñerañe ty valobohò’ Israele iaby? vaho tsy indatiy avao ty nikoromake ty amy tahi’ey.
ସେରହର ପୁତ୍ର ଆଖନ୍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”
21 Nanoiñe amy zao o ana’ i Reobeneo naho o ana’ i Gadeo, naho i vakim-pifokoa’ i Menasèy, nanao ty hoe amo mpifelek’ arivo’ Israeleo.
ତହିଁରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ,
22 Iehovà Andrianañahare Andrianamboatse! Iehovà Andrianañahare Andrianamboatse ro maharofoanañe, naho ho fohi’ Israele; naho fiola ndra fikitrohan-draty am’ Iehovà—le ko rombahen-jahay te anito—
“ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର;
23 ty nandranjia’ay ty kitrely toy hiambohoa’ay am’ Iehovà; hisoroñe ama’e ndra enga-mahakama, ndra engan-kanintsiñe, le ee t’ie ho tsoehe’ Iehovà;
ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦି ଉପରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦେଉନ୍ତୁ;
24 hera nanoe’ay ami’ty fivazobazora’ay t’ie amy ze añe mete hivolañe amo ana’aio o ana’ areoo hanao ty hoe: Ino ama’ areo hao t’Iehovà, Andrianañahare’ Israele,
ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।
25 ie nampañefere’ Iehovà an-tika Iardeney? Aa le tsy manañ’ anjara amy Iehovà nahareo ana’ i Reobene naho ana’ i Gade; ke izay ty hampanjehara’ o ana’ areoo o ana’aio tsy hañeveña’ iareo amy Iehovà?
କାରଣ ହେ ରୁବେନ୍-ସନ୍ତାନଗଣ, ହେ ଗାଦ୍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;
26 Aa le hoe ty asa’ay: handranjy kitrely, tsy hisoroñañe, tsy hañengàñe;
ଏହେତୁ ଆମ୍ଭେମାନେ କହିଲୁ, ‘ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,
27 f’ie valolombeloñe añivo anahareo naho zahay naho o tariratse manonjohy antikañeo, hahazoa’ay mitolom-pitoroñe añatrefa’ Iehovà amy fisoroña’aio naho amo engae’aio, naho amo engam-pañanintsi’aio; vaho tsy hanao ty hoe amo ana’aio o ana’ areoo amy ze añe izay, ty hoe: Tsy aman’ anjara am’ Iehovà nahareo.
ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରି ପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ; ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ, ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହି ପାରିବେ ନାହିଁ।’
28 Aa le hoe ty asa’ ay: Ie manao i hoe zay aman-tika ndra amo tarira’aio amy ze añe zay, le hanao ty hoe tika: hehe te nitsikombea’ay i kitreli’ Iehovà rinanjin-droaen-tikañey, tsy ho fisoroñañe fa ho valolombeloñe añivo inahareo naho zahay.
ଆହୁରି ଆମ୍ଭେମାନେ କହିଲୁ, ‘ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।’
29 Lavitse anay ty hiola am’ Iehovà naho ty hiambohoa’ay am’ Iehovà tsy hañoriha’ay aze te anito, handranjia’ay kitrely hisoroña’ay ndra engan-koroañe naho tsy amy kitreli’ Iehovà Andrianañaharen-tika añatrefa’ i kivoho’ey avao.
ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଆବାସ-ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦି ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ, କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ।”
30 Ie jinanji’i Pinekase mpisoroñe naho o roandria’ i valobohòkey naho o mpifelek’ arivo’ o ana’ Israele nindre ama’eo i lañona’ o ana’ i Reobeneo naho o ana’ i Gadeo naho o ana’ i Menasèo Izay, le ni-no’ iereo.
ସେତେବେଳେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।
31 Le hoe t’i Pinekase ana’ i Elazare, mpisoroñe amo ana’ i Reobeneo naho amo ana’ i Gadeo vaho amo ana’ i Menasèo, Oni’ay androany te amantika t’Iehovà amy te tsy nanoe’ areo ze o fiolàñe am’ Iehovà zao, vaho navotso’ areo am-pità’ Iehovà o ana’ Israeleo.
ପୁଣି ଇଲୀୟାସର ଯାଜକର ପୁତ୍ର ପୀନହସ୍ ରୁବେନ୍-ସନ୍ତାନଗଣକୁ ଓ ଗାଦ୍-ସନ୍ତାନଗଣକୁ ଓ ମନଃଶି-ସନ୍ତାନଗଣକୁ କହିଲା, “ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ କରି ନାହଁ; ଏବେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ।”
32 Aa le nibalike boak’ amo ana’ i Reobene naho amo ana’ i Gade an-tane Giladeo, mb’ an-tane Kanàne mb’amo ana’ Israeleo mb’eo t’i Pinekase ana’ i Elazare mpisoroñe naho o roandriañeo, ninday i saontsiy am’ iereo.
ତହୁଁ ଇଲୀୟାସର ଯାଜକର ପୁତ୍ର ପୀନହସ୍ ଓ ଅଧିପତିମାନେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ନିକଟରୁ ଗିଲୀୟଦ ଦେଶରୁ ବାହାରି କିଣାନ ଦେଶକୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଫେରିଯାଇ ସେମାନଙ୍କୁ ସମ୍ବାଦ ଦେଲେ।
33 Nino’ o ana’ Israeleo i entañe zay, le nañandriañe an’ Andrianañahare o ana’ Israeleo naho tsy natao’ iereo ka ty hionjon-kialy naho hanjevoñe i tane imoneña’ o ana’ i Reobeneo naho o ana’ i Gadeoy.
ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।
34 Aa le nitokave’ o ana’ i Reobeneo naho o ana’ i Gadeo ty hoe Ede i kitreliy: fa valolombelo añivontika, te Iehovà ro Andrianañahare.
ଏଉତ୍ତାରେ ରୁବେନ୍-ସନ୍ତାନମାନେ ଓ ଗାଦ୍-ସନ୍ତାନମାନେ ସେହି ବେଦିର ନାମ ଏଦ୍ ରଖିଲେ, କାରଣ ସେମାନେ କହିଲେ, “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧ୍ୟରେ ଏଥିର ସାକ୍ଷୀ ଏହି।”