< Nechemijas 11 >
1 Un tie ļaužu virsnieki dzīvoja Jeruzālemē, bet tie citi ļaudis mesloja, ka pa vienam no desmit būs nākt un dzīvot Jeruzālemē, tai svētā pilsētā, un deviņiem tais citās pilsētās.
ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।
2 Un tie ļaudis svētīja visus, kas ar labu prātu apņēmās Jeruzālemē dzīvot.
ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
3 Un šie ir tie valsts virsnieki, kas Jeruzālemē dzīvoja. Bet pa Jūda pilsētām dzīvoja ikviens savā iemantotā tiesā, savās pilsētās, Israēlieši, priesteri un leviti un Dieva nama kalpotāji un Salamana kalpu bērni.
ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।
4 Un Jeruzālemē dzīvoja no Jūda bērniem un no Benjamina bērniem. No Jūda bērniem: Ataja, Uzijas dēls, tas bija Zaharijas, tas Amarijas, tas Šefatijas, tas Mahalaleēļa dēls, no Pereca bērniem,
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ୍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
5 Un Maāseja, Bāruka dēls, tas bija Kol-Hozus, tas Hazajas, tas Adajas, tas Jojariba, tas Zaharijas, tas Šilonus dēls.
ଆଉ, ବାରୂକର ପୁତ୍ର ମାସେୟ, ସେହି ବାରୂକ କଲ୍ହୋଷିର ପୁତ୍ର, କଲ୍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍ର ପୁତ୍ର, ଯୋୟାରୀବ୍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।
6 Visu Pereca bērnu, kas Jeruzālemē dzīvoja, bija četrsimt sešdesmit astoņi stipri vīri.
ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀରପୁରୁଷ ଯିରୂଶାଲମରେ ବାସ କଲେ।
7 Un šie ir Benjamina bērni: Sallus, Mešulama dēls, tas bija Joēda, tas Pedajas, tas Kolajas, tas Maāsejas, tas Itiēļa, tas Ješajas dēls.
ବିନ୍ୟାମୀନ୍ର ସନ୍ତାନଗଣ, ଯଥା, ମଶୁଲ୍ଲମ୍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍ ଯୋୟେଦ୍ର ପୁତ୍ର, ଯୋୟେଦ୍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।
8 Un pēc tā Gabajs un Sallajus, deviņsimt divdesmit astoņi.
ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।
9 Un Joēls, Zihrus dēls, bija uzraugs pār tiem, un Jūda, Senuūs dēls, bija otrs pilsētas valdnieks.
ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁୟେର ପୁତ୍ର ଯିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା।
10 Un no priesteriem: Jedaja, Jojariba dēls, Jaķins.
ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବ୍ର ପୁତ୍ର ଯିଦୟୀୟ, ଯାଖୀନ୍,
11 Seraja, Hilķijas dēls, - tas bija Mešulama, tas Cadoka, tas Merajota, tas Ahitoba dēls, - tas bija Dieva nama virsnieks,
ହିଲ୍କୀୟର ପୁତ୍ର ସରାୟ, ସେହି ହିଲ୍କୀୟ ମଶୁଲ୍ଲମ୍ର ପୁତ୍ର, ମଶୁଲ୍ଲମ୍ ସାଦୋକର ପୁତ୍ର, ସାଦୋକ ମରାୟୋତ୍ର ପୁତ୍ର, ମରାୟୋତ୍ ଅହୀଟୂବ୍ର ପୁତ୍ର, ଅହୀଟୂବ୍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।
12 Un viņu brāļi, kas to darbu namā darīja, to bija astoņsimt divdesmit divi. Un Adaja, Jeroama dēls, tas bija Pelalijas, tas Amaca, tas Zaharijas, tas Pašhura, tas Malhijas dēls,
ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମର ପୁତ୍ର ଅଦାୟା, ସେହି ଯିରୋହମ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍ହୂରର ପୁତ୍ର, ପଶ୍ହୂର ମଲ୍କୀୟର ପୁତ୍ର,
13 Un viņa brāļi, cilts virsnieki, to bija divsimt četrdesmit divi. Un Amasajus, Azareēļa dēls, - tas bija Akuzajus, tas Mešilamota, tas Imera dēls,
ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍ର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍ର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର,
14 Un viņa brāļi, stipri vīri, to bija simts divdesmit astoņi, Un tas uzraugs pār tiem bija Zabdiēls, Ģedolima dēls.
ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମ୍ର ପୁତ୍ର ସବ୍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।
15 Un no levitiem: Šemaja, Hašuba dēls, tas bija Azrikama, tas Hašabijas, tas Bunus dēls,
ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍ର ପୁତ୍ର ଶମୟୀୟ, ସେହି ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
16 Un Šabetajus un Jozabads no levitu virsniekiem pār to darbu Dieva nama ārpusē.
ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
17 Un Matanija, Mihas dēls, tas bija Zabdus, tas Asafa dēls, tas bija tas pirmais, kas pie Dieva lūgšanas uzņēma to slavas dziesmu. Un Bakbuķijus bija tas otrais no saviem brāļiem, un Abdus, Šamuūs dēls, tas bija Galala, tas Jedutuna dēls.
ଆଉ, ଆସଫର ବଂଶଜାତ ସବ୍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ୱିତୀୟ ଥିଲା; ପୁଣି, ଯିଦୂଥୂନ୍-ବଂଶଜାତ ଗାଲଲ୍ର ପୌତ୍ର ଶମ୍ମୂୟର ପୁତ୍ର ଅବ୍ଦ।
18 Visu levitu tai svētā pilsētā bija divsimt astoņdesmit četri.
ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।
19 Un vārtu sargi: Akubs, Talmons un viņu brāļi, kas vārtus sargāja; to bija simts septiņdesmit divi.
ଆହୁରି, ଦ୍ୱାରପାଳ ଅକ୍କୂବ, ଟଲ୍ମୋନ ଓ ନଗର-ଦ୍ୱାର ସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।
20 Bet tie citi no Israēla, no priesteriem un levitiem, bija pa visām Jūda pilsētām, ikviens savā īpašumā.
ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ।
21 Un tie Dieva nama kalpotāji dzīvoja Ofelā, un Cikus un Ģišpus bija pār Dieva nama kalpotājiem.
ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
22 Un levitu uzraugs Jeruzālemē bija Uzus, Banus dēls, tas bija Hašabijas, tas Matanijas, tas Mihas dēls, no Asafa bērniem, kas bija dziedātāji pie Dieva nama kalpošanas.
ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ କଲା।
23 Jo ķēniņa pavēle tiem bija dota un skaidrs nolikums tiem dziedātājiem, kas ikkatrai dienai krīt.
କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।
24 Un Petahja, Mešezabeēla dēls, no Zerus, Jūda dēla, bērniem, bija pie ķēniņa rokas visās ļaužu lietās.
ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲ୍ର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
25 Un pa ciemiem uz saviem tīrumiem dzīvoja no Jūda bērniem KiriatArbā un viņas apgabalā, un Dibonā un viņas apgabalā, un Jekabceēlā un viņas ciemos,
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ;
26 Un Ješuā un Moladā un BePeletā
ଆଉ ଯେଶୂୟରେ, ମୋଲାଦାରେ ଓ ବେଥ୍-ପେଲଟରେ;
27 Un HacarŠualā un Bēršebā un viņas apgabalā,
ଆଉ ହତ୍ସର-ଶୁୟାଲ୍ରେ, ବେର୍ଶେବା ଓ ତହିଁର ଉପନଗରରେ;
28 Un Ciklagā un Makonā un viņas apgabalā,
ଆଉ ସିକ୍ଲଗ୍ରେ, ମକୋନା ଓ ତହିଁର ଉପନଗରରେ;
29 Un EnRimonā un Caregā un Jeremutā
ଆଉ ଐନ୍-ରିମ୍ମୋଣରେ, ସରାୟରେ ଓ ଯର୍ମୂତରେ;
30 Un Zanoā, Adulamā un viņas ciemos, Laķisā un viņas tīrumos, Azekā un viņas apgabalā. Un tie apmetās no Bēršebas līdz Inoma ielejai.
ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
31 Bet Benjamina bērni no Gabas dzīvoja Mihmasā un Ajā un Bētelē un viņas apgabalā.
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବେଥେଲ୍ ଓ ତହିଁର ଉପନଗରରେ;
32 Anatotā, Nobā, Ananijā,
ଅନାଥୋତ୍, ନୋବ ଓ ଅନନୀୟାରେ;
33 Hacorā, Rāmā, Ģitaīmā,
ହାସୋର, ରାମା, ଗିତ୍ତୟିମରେ;
34 Hadadā, Ceboīmā, Nebalatā,
ହାଦୀଦ୍, ସବୋୟିମ, ନବଲ୍ଲାଟରେ;
35 Lodā un Onā, tai amatnieku ielejā.
ଲୋଦ୍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
36 Un no levitiem, kam daļa bija Jūdā, kādi dzīvoja iekš Benjamina.
ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ୍ ସହିତ ସଂଯୁକ୍ତ ହେଲେ।