< Sog̒u 12 >
1 Tad Efraīma vīri tapa sasaukti un gāja pret ziemeļa pusi un sacīja uz Jeftu: kāpēc tu esi gājis karot pret Amona bērniem un mūs neesi aicinājis, tev iet līdzi? Mēs tavu namu pār tevi sadedzināsim ar uguni.
ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।”
2 Un Jeftus uz tiem sacīja: man un maniem ļaudīm bija liels strīds ar Amona bērniem, un es jūs lūdzu, bet jūs man nepalīdzējāt (atbrīvoties) no viņu rokas.
ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, “ଅମ୍ମୋନ-ସନ୍ତାନଗଣ ସହିତ ମୋହର ଓ ମୋʼ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ।
3 Kad es nu redzēju, ka jūs negribējāt palīdzēt, tad es savu dvēseli liku savā rokā un gāju pret Amona bērniem, un Tas Kungs tos nodeva manā rokā. Kāpēc tad jūs šodien pret mani esat nākuši, karot ar mani?
ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋʼ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”
4 Un Jeftus sapulcēja visus Gileādas vīrus un karoja ar Efraīmu, un Gileādas vīrī sakāva Efraīmu, tāpēc ka tie sacīja: jūs Gileādieši starp Efraīma un Manasus, jūs esat Efraīma bēgļi.
ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।”
5 Un Gileādieši aizņēma Efraīmiešiem Jardānes pārejamo vietu. Un kad Efraīmieši bēgot sacīja: ļauj man pāriet! Tad Gileādas vīri uz to sacīja: vai tu esi no Efraīma? Kad viņš tad sacīja: ne!
ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ “ଆମ୍ଭକୁ ପାର ହୋଇ ଯିବାକୁ ଦିଅ” ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, “ତୁମ୍ଭେ କି ଇଫ୍ରୟିମୀୟ ଲୋକ?” ଯେବେ ସେ କହିଲା, “ନା;”
6 Tad tie uz viņu sacīja: saki jel: Šibolet! Un kad tas sacīja: Sibolet! Un to nevarēja pareizi izrunāt; tad tie viņu sagrāba un to nokāva pie Jardānes pārejamās vietas, ka tanī laikā no Efraīma četrdesmit divi tūkstoši krita.
ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍” ତହିଁରେ ସେ କହିଲା, “ସିବ୍ବୋଲେତ୍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ।
7 Bet Jeftus tiesāja Israēli sešus gadus. Un Jeftus, tas Gileādietis, nomira un tapa aprakts kādā Gileādas pilsētā.
ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ।
8 Un pēc viņa Ebcans no Bētlemes tiesāja Israēli.
ତାହା ଉତ୍ତାରେ ବେଥଲିହିମର ଇବ୍ସନ୍ ଇସ୍ରାଏଲର ବିଚାର କଲେ।
9 Un tam bija trīsdesmit dēli, un trīsdesmit meitas viņš izdeva, un trīsdesmit meitas viņš ieveda no ārienes priekš saviem dēliem.
ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ।
10 Un tas Israēli tiesāja septiņus gadus; tad Ebcans nomira un tapa aprakts Bētlemē.
ଏଥିଉତ୍ତାରେ ଇବ୍ସନ୍ ମଲେ ଓ ବେଥଲିହିମରେ କବର ପାଇଲେ।
11 Un pēc viņa Elons, tas Zebulonietis, tiesāja Israēli, un tas Israēli tiesāja desmit gadus.
ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ।
12 Un Elons, tas Zebulonietis, nomira un tapa aprakts Ajalonā, Zebulona zemē.
ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନ୍ରେ କବର ପାଇଲେ।
13 Un pēc viņa Abdons, Ilela, tā Piratonieša, dēls, tiesāja Israēli.
ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ଇସ୍ରାଏଲର ବିଚାର କଲେ।
14 Un tam bija četrdesmit dēli un trīsdesmit dēlu dēli, kas uz septiņdesmit ēzeļiem jāja, un tas tiesāja Israēli astoņus gadus.
ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ।
15 Un Abdons, Ilela, tā Piratonieša, dēls, nomira un tapa aprakts Piratonā, Efraīma zemē, uz Amaleka kalniem.
ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍ଦୋନ୍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।