< Otra Samuela 4 >
1 Kad nu Saula dēls dzirdēja, ka Abners Hebronē bija miris, tad viņa rokas nogura un viss Israēls iztrūkās.
ଆଉ ଶାଉଲଙ୍କର ପୁତ୍ର ଈଶ୍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ।
2 Un Saula dēlam bija divi vīri, sirotāju virsnieki, un vienam bija vārds Baēna un otram Rekabs, Rimona dēli, no Beērotas, no Benjamina bērniem, (jo Beērota arīdzan Benjamina bērniem top pieskaitīta;
ପୁଣି ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ; ଏମାନେ ବିନ୍ୟାମୀନ୍-ବଂଶଜାତ ବେରୋତୀୟ ରିମ୍ମୋନ୍ର ପୁତ୍ର। (କାରଣ ବେରୋତ ମଧ୍ୟ ବିନ୍ୟାମୀନ୍ର ଅଧିକାରରେ ଗଣିତ;
3 Un tie Beērotieši bija bēguši uz Ģetaīm un bija tur piemitēji līdz šai dienai.)
ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି।)
4 Un Jonatānam, Saula dēlam, bija dēls, tas bija tizls uz abējām kājām; pieci gadus viņš bija vecs, kad tā vēsts no Jezreēles nāca par Saulu un Jonatānu, un viņa emma viņu bija uzņēmusi un bēgusi, un tai steigšus bēgot viņš bija kritis un par kropli palicis, un viņa vārds bija Mefibošets.
ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍।
5 Un Rimona, tā Beērotieša, dēli, Rekabs un Baēna, nogāja un nāca uz Išbošeta namu pašā dienas karstumā un viņš gulēja uz gultas dienasvidū.
ଏଥିଉତ୍ତାରେ ଈଶ୍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।
6 Un tie gāja namā iekšā, tā kā kviešus ņemt, un iedūra viņam vēderā, un Rekabs un Baēna, viņa brālis, aizbēga.
ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ। ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ।
7 Tie nāca namā, viņam uz gultas guļot savā guļamā istabā, un to sita un nokāva, un viņam nocirta galvu, un tie ņēma viņa galvu un gāja pa klajuma ceļu visu nakti.
(ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ସମୟରେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ଆରବା ନାମକ ଅର୍ଥାତ୍ ଯର୍ଦ୍ଦନ ଉପତ୍ୟକା ଦେଇ ରାତ୍ରିସାରା ଗମନ କଲେ।
8 Un tie nesa Išbošeta galvu pie Dāvida uz Hebroni un sacīja uz ķēniņu: redzi, še ir Išbošeta, Saula dēla, tava ienaidnieka, galva, kas tavu dzīvību meklēja. Tā Tas Kungs manu kungu, to ķēniņu, šodien ir atriebis pie Saula un viņa dzimuma.
ଏଉତ୍ତାରେ ସେମାନେ ଈଶ୍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି।”
9 Bet Dāvids atbildēja Rekabam un viņa brālim Baēnam, Rimona, tā Beērotieša, dēliem, un uz tiem sacīja: tik tiešām, kā Tas Kungs dzīvs, kas manu dvēseli ir atpestījis no visām bēdām,
ମାତ୍ର ଦାଉଦ ବେରୋତୀୟ ରିମ୍ମୋନ୍ର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, “ଯେ ସମୁଦାୟ କ୍ଳେଶରୁ ମୋʼ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,
10 Kas man to vēsti nesa, sacīdams: redzi, Sauls ir nomiris! Un šķitās labu vēsti nesot, to es sagrābu un nokāvu Ciklagā, dot tam vēstneša algu;
ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେ କରି ମୋତେ କହିଲା, ‘ଦେଖନ୍ତୁ, ଶାଉଲ ମରିଅଛି,’ ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗ୍ଠାରେ ବଧ କଲି।
11 Jo vairāk, kad bezdievīgi vīri taisnu vīru viņa namā uz viņa gultas nokāvuši, - un nu, vai man nebūs meklēt viņa asinis no jūsu rokām un jūs izdeldēt no zemes?
ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ ନ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି?”
12 Un Dāvids pavēlēja saviem puišiem, un tie tos nokāva un nocirta viņiem rokas un kājās un tos uzkāra pie Hebrones dīķa. Bet Išbošeta galvu tie ņēma un apraka Abnera kapā Hebronē.
ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍ନର-କବରରେ କବର ଦେଲେ।