< Otra Samuela 2 >
1 Pēc tam Dāvids To Kungu vaicāja un sacīja: vai man būs iet uz vienu no Jūda pilsētām? Un Tas Kungs uz to sacīja: ej. Tad Dāvids sacīja: uz kurieni man būs iet? Un Viņš sacīja: uz Hebroni.
ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
2 Tad Dāvids cēlās uz turieni līdz ar savām divām sievām, Aķinoamu, to Jezreēlieti, un Abigaīli, Nābala, tā Karmelieša, sievu.
ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
3 Un Dāvids arī saviem vīriem, kas pie viņa bija, ikkatram ar savu namu lika iet uz turieni; un tie dzīvoja Hebrones pilsētās.
ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
4 Un tie Jūda vīri nāca un Dāvidu tur svaidīja Jūda namam par ķēniņu.
ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
5 Un Dāvidam stāstīja un sacīja: Jabesas vīri Gileādā Saulu ir aprakuši. Tad Dāvids sūtīja vēstnešus pie tiem Jabesas vīriem Gileādā un tiem lika sacīt: svētīti jūs esat Tam Kungam, ka jūs šo mīlestību esat parādījuši savam kungam Saulam un viņu esat aprakuši.
ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
6 Tad lai nu Dievs jums atkal parāda mīlestību un uzticību, un es arīdzan jums gribu labu darīt par to, ka jūs tā esat darījuši.
ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
7 Un nu stiprinājiet savas rokas un esiet droši; jo, kad jūsu kungs Sauls nu ir miris, tad Jūda nams mani svaidījis sev par ķēniņu.
ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
8 Bet Abners, Nera dēls, Saula kara lielskungs, ņēma Išbošetu, Saula dēlu, un to pārveda uz Mahānaīm,
ଏଥିମଧ୍ୟରେ ନେର୍ର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ,
9 Un to iecēla par ķēniņu pār Gileādu un pār tiem Asuriešiem un pār Jezreēli un pār Efraīmu un pār Benjaminu un pār visu Israēli.
ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
10 Četrdesmit gadus Išbošets, Saula dēls, bija vecs, kad viņš palika Israēlim par ķēniņu, un viņš valdīja divus gadus; bet tie no Jūda nama turējās pie Dāvida.
ଶାଉଲଙ୍କର ପୁତ୍ର ଈଶ୍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍ଗାମୀ ହେଲେ।
11 Un viss tas laiks, kamēr Dāvids Hebronē bijis ķēniņš pār Jūda namu, ir septiņi gadi un seši mēneši.
ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
12 Un Abners, Nera dēls, izgāja ar Išbošeta, Saula dēla, kalpiem no Mahānaīm uz Gibeonu.
ନେର୍ର ପୁତ୍ର ଅବ୍ନର ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍କୁ ଗଲେ।
13 Un Joabs, Cerujas dēls, izgāja arīdzan ar Dāvida kalpiem, un tie sastapās pie Gibeonas dīķa, un palika viens šaipus dīķa un otrs viņpus dīķa.
ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
14 Un Abners sacīja uz Joabu: lai jel tie puiši ceļas un cīkstas mūsu priekšā. Tad Joabs sacīja: lai ceļas.
ଏଥିରେ ଅବ୍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
15 Tad cēlās un nogāja pēc skaita divpadsmit par Benjaminu un Išbošetu, Saula dēlu, un divpadsmit no Dāvida kalpiem.
ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
16 Un tie sagrāba viens otru pie galvas un iedūra savu zobenu otram sānos, un tie krita visi reizē, un šī vieta tapa nosaukta Elkat-Acurim (asmeņu tīrums), kas ir pie Gibeonas.
ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍କତ୍ ହତ୍ସୂରୀମ୍ ହେଲା।
17 Un tai dienā cēlās grūta kaušanās, un Abners un Israēla vīri tapa sakauti no Dāvida kalpiem.
ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
18 Un tur bija trīs Cerujas dēli, Joabs un Abizajus un Azaēls. Un Azaēls bija viegls uz kājām, kā stirna laukā.
ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
19 Un Azaēls dzinās Abneram pakaļ un neatstājās no Abnera ne pa labo ne pa kreiso roku.
ପୁଣି ଅସାହେଲ ଅବ୍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
20 Un Abners skatījās atpakaļ un sacīja: vai tu neesi Azaēls? Un viņš sacīja: es tas esmu.
ତେବେ ଅବ୍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
21 Tad Abners uz to sacīja: atkāpies vai pa labo, vai pa kreiso roku, un satver vienu no tiem puišiem un paņem viņa ieročus. Bet Azaēls no viņa negribēja atstāties.
ଏଥିରେ ଅବ୍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍ଗମନରୁ ଫେରିଲା ନାହିଁ।
22 Tad Abners runāja vēl uz Azaēli un sacīja: atstājies no manis, - kāpēc man tevi būs kaut zemē? Kā tad es varēšu savu vaigu pacelt tava brāļa Joaba priekšā?
ତହୁଁ ଅବ୍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”
23 Bet viņš negribēja atstāties. Tad Abners viņam ar šķēpa otru galu iedūra vēderā, ka šķēps pakaļā iznāca ārā, un Azaēls turpat krita un nomira. Un visi, kas uz to vietu nāca, kur Azaēls bija kritis un nomiris, tie tur apstājās.
ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
24 Bet Joabs un Abizajus dzinās Abneram pakaļ, un saule jau nogāja, kad tie nāca pie Amas pakalna, kas šaipus Ģias uz Gibeonas tuksneša ceļa.
ମାତ୍ର ଯୋୟାବ ଓ ଅବୀଶୟ ଅବ୍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
25 Un Benjamina bērni sapulcējās Abneram pakaļ vienā pulkā un stāvēja kāda kalna galā.
ଏଥିମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍ନରର ପଶ୍ଚାତ୍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
26 Tad Abners sauca uz Joabu un sacīja: vai tad zobens lai rij mūžam? Vai tu nezini, ka beidzot ceļas rūgtums? Un cik ilgi tu tiem ļaudīm nesacīsi, lai saviem brāļiem vairs nedzenās pakaļ.
ତେବେ ଅବ୍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?”
27 Tad Joabs sacīja: tik tiešām kā Dievs dzīvo, kad tu nebūtu runājis, tie ļaudis jau no paša rīta būtu novērsti, ikviens no sava brāļa nost.
ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”
28 Tad Joabs pūta ar bazūni, un visi ļaudis apstājās un nedzinās vairs Israēlim pakaļ un mitējās kauties.
ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
29 Un Abners un viņa vīri gāja cauru nakti pa to klajumu un cēlās pār Jardāni un gāja caur visu Bitronu un nāca uz Mahānaīm.
ଏଉତ୍ତାରେ ଅବ୍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
30 Un Joabs griezās atpakaļ no Abnera un sapulcināja visus ļaudis. Tad no Dāvida kalpiem trūka deviņpadsmit vīri un Azaēls.
ଆଉ ଯୋୟାବ ଅବ୍ନରର ପଶ୍ଚାଦ୍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
31 Bet Dāvida kalpi bija kāvuši no Benjamina un Abnera vīriem trīssimt un sešdesmit vīrus; tie bija nomiruši.
ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍ର ଓ ଅବ୍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
32 Un tie pacēla Azaēli un to apraka viņa tēva kapā Bētlemē. Un Joabs gāja ar saviem vīriem cauru nakti, ka gaisma tiem ausa Hebronē.
ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।