< Liber Numeri 1 >
1 locutusque est Dominus ad Mosen in deserto Sinai in tabernaculo foederis prima die mensis secundi anno altero egressionis eorum ex Aegypto dicens
ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ,
2 tollite summam universae congregationis filiorum Israhel per cognationes et domos suas et nomina singulorum quicquid sexus est masculini
“ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ-ସଂଖ୍ୟାନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର।
3 a vicesimo anno et supra omnium virorum fortium ex Israhel et numerabitis eos per turmas suas tu et Aaron
କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରୋଣ ସେମାନଙ୍କୁ ଗଣନା କର।
4 eruntque vobiscum principes tribuum ac domorum in cognationibus suis
ପୁଣି, ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।
5 quorum ista sunt nomina de Ruben Elisur filius Sedeur
ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି: ଯଥା, ରୁବେନ୍ ବଂଶର ଶଦେୟରର ପୁତ୍ର ଇଲୀଷୂର।
6 de Symeon Salamihel filius Surisaddai
ଶିମୀୟୋନ ବଂଶର ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।
7 de Iuda Naasson filius Aminadab
ଯିହୁଦା ବଂଶର; ଅମ୍ମୀନାଦବର ପୁତ୍ର ନହଶୋନ
8 de Isachar Nathanahel filius Suar
ଇଷାଖର ବଂଶର; ସୂୟାରର ପୁତ୍ର ନଥନେଲ।
9 de Zabulon Heliab filius Helon
ସବୂଲୂନ ବଂଶର ହେଲୋନର ପୁତ୍ର ଇଲୀୟାବ୍
10 filiorum autem Ioseph de Ephraim Helisama filius Ammiud de Manasse Gamalihel filius Phadassur
ଯୋଷେଫର ପୁତ୍ରଗଣ ମଧ୍ୟରୁ ଇଫ୍ରୟିମ ବଂଶର; ଅମ୍ମୀହୂଦର ପୁତ୍ର ଇଲୀଶାମା; ମନଃଶି ବଂଶର; ପଦାହସୂରର ପୁତ୍ର ଗମଲୀୟେଲ।
11 de Beniamin Abidan filius Gedeonis
ବିନ୍ୟାମୀନ୍ ବଂଶର; ଗିଦୀୟୋନର ପୁତ୍ର ଅବୀଦାନ୍।
12 de Dan Ahiezer filius Amisaddai
ଦାନ୍ ବଂଶର; ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।
13 de Aser Phegihel filius Ochran
ଆଶେର ବଂଶର; ଅକ୍ରଣର ପୁତ୍ର ପଗୀୟେଲ।
14 de Gad Heliasaph filius Duhel
ଗାଦ୍ ବଂଶର; ଦ୍ୟୂୟେଲର ପୁତ୍ର ଇଲୀୟାସଫ୍।
15 de Nepthali Ahira filius Henan
ନପ୍ତାଲି ବଂଶର; ଐନନର ପୁତ୍ର ଅହୀର।”
16 hii nobilissimi principes multitudinis per tribus et cognationes suas et capita exercitus Israhel
ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।
17 quos tulerunt Moses et Aaron cum omni vulgi multitudine
ତେବେ ମୋଶା ଓ ହାରୋଣ ଏହିସବୁ ନାମବିଶିଷ୍ଟ ଲୋକମାନଙ୍କୁ ଗ୍ରହଣ କଲେ।
18 et congregaverunt primo die mensis secundi recensentes eos per cognationes et domos ac familias et capita et nomina singulorum a vicesimo anno et supra
ପୁଣି, ଦ୍ୱିତୀୟ ମାସର ପ୍ରଥମ ଦିନରେ ସମଗ୍ର ମଣ୍ଡଳୀକୁ ଏକତ୍ର କରି ମସ୍ତକ-ସଂଖ୍ୟାରେ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କ ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ସେମାନଙ୍କର ବଂଶାବଳୀ ଲେଖିଲେ।
19 sicut praeceperat Dominus Mosi numeratique sunt in deserto Sinai
ଏହିରୂପେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟ ପ୍ରାନ୍ତରରେ ସେମାନଙ୍କୁ ଗଣନା କଲେ।
20 de Ruben primogenito Israhelis per generationes et familias ac domos suas et nomina capitum singulorum omne quod sexus est masculini a vicesimo anno et supra procedentium ad bellum
ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍, ତାହାର ସନ୍ତାନଗଣର ବଂଶ, ପିତୃଗୃହ, ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
21 quadraginta sex milia quingenti
ରୁବେନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ହେଲା।
22 de filiis Symeon per generationes et familias ac domos cognationum suarum recensiti sunt per nomina et capita singulorum omne quod sexus est masculini a vicesimo anno et supra procedentium ad bellum
ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ବଂଶ ଓ ପିତୃଗୃହ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେଉଁ ପୁରୁଷମାନେ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଗଣାଗଲେ, ସେମାନଙ୍କର ବଂଶାବଳୀ;
23 quinquaginta novem milia trecenti
ଶିମୀୟୋନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଊଣଷଠି ହଜାର ତିନି ଶହ ହେଲା।
24 de filiis Gad per generationes et familias ac domos cognationum suarum recensiti sunt per nomina singulorum a viginti annis et supra omnes qui ad bella procederent
ଗାଦ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
25 quadraginta quinque milia sescenti quinquaginta
ଗାଦ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ହେଲା।
26 de filiis Iuda per generationes et familias ac domos cognationum suarum per nomina singulorum a vicesimo anno et supra omnes qui poterant ad bella procedere
ଯିହୁଦା-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
27 recensiti sunt septuaginta quattuor milia sescenti
ଯିହୁଦା ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ ହେଲା।
28 de filiis Isachar per generationes et familias ac domos cognationum suarum per nomina singulorum a vicesimo anno et supra omnes qui ad bella procederent
ଇଷାଖର-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
29 recensiti sunt quinquaginta quattuor milia quadringenti
ଇଷାଖର ବଂଶର ଗଣିତ ଲୋକ ସଂଖ୍ୟା ଚଉବନ ହଜାର ଚାରି ଶହ ହେଲା।
30 de filiis Zabulon per generationes et familias ac domos cognationum suarum recensiti sunt per nomina singulorum a vicesimo anno et supra omnes qui poterant ad bella procedere
ସବୂଲୂନ-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
31 quinquaginta septem milia quadringenti
ସବୂଲୂନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ସତାବନ ହଜାର ଚାରି ଶହ ହେଲା।
32 de filiis Ioseph filiorum Ephraim per generationes et familias ac domos cognationum suarum recensiti sunt per nomina singulorum a vicesimo anno et supra omnes qui poterant ad bella procedere
ଯୋଷେଫ-ସନ୍ତାନଗଣର, ଯଥା, ଇଫ୍ରୟିମ-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
33 quadraginta milia quingenti
ଇଫ୍ରୟିମ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ହେଲା।
34 porro filiorum Manasse per generationes et familias ac domos cognationum suarum recensiti sunt per nomina singulorum a viginti annis et supra omnes qui poterant ad bella procedere
ମନଃଶି-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
35 triginta duo milia ducenti
ମନଃଶି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବତ୍ରିଶ ହଜାର ଦୁଇ ଶହ ହେଲା।
36 de filiis Beniamin per generationes et familias ac domos cognationum suarum recensiti sunt nominibus singulorum a vicesimo anno et supra omnes qui poterant ad bella procedere
ବିନ୍ୟାମୀନ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
37 triginta quinque milia quadringenti
ବିନ୍ୟାମୀନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ ହେଲା।
38 de filiis Dan per generationes et familias ac domos cognationum suarum recensiti sunt nominibus singulorum a vicesimo anno et supra omnes qui poterant ad bella procedere
ଦାନ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
39 sexaginta duo milia septingenti
ଦାନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବାଷଠି ହଜାର ସାତ ଶହ ହେଲା।
40 de filiis Aser per generationes et familias ac domos cognationum suarum recensiti sunt per nomina singulorum a vicesimo anno et supra omnes qui poterant ad bella procedere
ଆଶେର-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
41 quadraginta milia et mille quingenti
ଆଶେର ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ହେଲା।
42 de filiis Nepthali per generationes et familias ac domos cognationum suarum recensiti sunt nominibus singulorum a vicesimo anno et supra omnes qui poterant ad bella procedere
ନପ୍ତାଲି-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
43 quinquaginta tria milia quadringenti
ନପ୍ତାଲି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ତେପନ ହଜାର ଚାରି ଶହ ହେଲା।
44 hii sunt quos numeraverunt Moses et Aaron et duodecim principes Israhel singulos per domos cognationum suarum
ଏହି ଲୋକମାନେ ଗଣିତ ହେଲେ; ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି, ଅର୍ଥାତ୍, ଏକ ଏକ ପିତୃଗୃହ ନିମନ୍ତେ ଏକ ଏକ ଅଧିପତି ସେମାନଙ୍କୁ ଗଣନା କଲେ।
45 fueruntque omnes filiorum Israhel per domos et familias suas a vicesimo anno et supra qui poterant ad bella procedere
ଏହିରୂପେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ପିତୃଗୃହାନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନେ ଗଣିତ ହେଲେ।
46 sescenta tria milia virorum quingenti quinquaginta
ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ଜଣ ହେଲା।
47 Levitae autem in tribu familiarum suarum non sunt numerati cum eis
ମାତ୍ର ଲେବୀୟମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣାଗଲେ ନାହିଁ।
48 locutusque est Dominus ad Mosen dicens
କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ,
49 tribum Levi noli numerare neque ponas summam eorum cum filiis Israhel
“ତୁମ୍ଭେ କେବଳ ଲେବୀୟ ବଂଶର ଗଣନା କରିବ ନାହିଁ, କିଅବା ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କର ସଂଖ୍ୟା ନେବ ନାହିଁ;
50 sed constitue eos super tabernaculum testimonii cuncta vasa eius et quicquid ad caerimonias pertinet ipsi portabunt tabernaculum et omnia utensilia eius et erunt in ministerio ac per gyrum tabernaculi metabuntur
ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ, ତହିଁର ସକଳ ଦ୍ରବ୍ୟ ଓ ତତ୍ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ।
51 cum proficiscendum fuerit deponent Levitae tabernaculum cum castra metanda erigent quisquis externorum accesserit occidetur
ପୁଣି, ଆବାସ ଆଗକୁ ଯିବା ସମୟରେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ସମୟରେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ଡ ହେବ।
52 metabuntur autem castra filii Israhel unusquisque per turmas et cuneos atque exercitum suum
ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ସୈନ୍ୟାନୁସାରେ ଆପଣା ଆପଣା ଛାଉଣିରେ ଆପଣା ଆପଣା ଧ୍ୱଜା ନିକଟରେ ତମ୍ବୁ ସ୍ଥାପନ କରିବେ।
53 porro Levitae per gyrum tabernaculi figent tentoria ne fiat indignatio super multitudinem filiorum Israhel et excubabunt in custodiis tabernaculi testimonii
ମାତ୍ର ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି, ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ।”
54 fecerunt ergo filii Israhel iuxta omnia quae praeceperat Dominus Mosi
ଇସ୍ରାଏଲ-ସନ୍ତାନଗଣ ଏହିରୂପେ କଲେ; ସଦାପ୍ରଭୁ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ କଲେ।