< Liber Numeri 7 >

1 factum est autem in die qua conplevit Moses tabernaculum et erexit illud unxitque et sanctificavit cum omnibus vasis suis altare similiter et vasa eius
ଏଥିଉତ୍ତାରେ ଯେଉଁ ଦିନ ମୋଶା ଆବାସ ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;
2 obtulerunt principes Israhel et capita familiarum qui erant per singulas tribus praefecti eorum qui numerati fuerant
ସେହି ଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ।
3 munera coram Domino sex plaustra tecta cum duodecim bubus unum plaustrum obtulere duo duces et unum bovem singuli obtuleruntque ea in conspectu tabernaculi
ପୁଣି, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗୋରୁ, ଅର୍ଥାତ୍‍, ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଓ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ।
4 ait autem Dominus ad Mosen
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
5 suscipe ab eis ut serviant in ministerio tabernaculi et tradas ea Levitis iuxta ordinem ministerii sui
“ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହାସବୁ ସମାଗମ-ତମ୍ବୁର ସେବା ନିମନ୍ତେ ହେବ; ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟମାନଙ୍କୁ ତାହାସବୁ ଦେବ।”
6 itaque cum suscepisset Moses plaustra et boves tradidit eos Levitis
ତହୁଁ ମୋଶା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ।
7 duo plaustra et quattuor boves dedit filiis Gerson iuxta id quod habebant necessarium
ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ।
8 quattuor alia plaustra et octo boves dedit filiis Merari secundum officia et cultum suum sub manu Ithamar filii Aaron sacerdotis
ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ।
9 filiis autem Caath non dedit plaustra et boves quia in sanctuario serviunt et onera propriis portant umeris
ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବୋହିଲେ।
10 igitur obtulerunt duces in dedicationem altaris die qua unctum est oblationem suam ante altare
ଆଉ ବେଦିର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍‍, ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।
11 dixitque Dominus ad Mosen singuli duces per singulos dies offerant munera in dedicationem altaris
ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”
12 primo die obtulit oblationem suam Naasson filius Aminadab de tribu Iuda
ତହିଁରେ ପ୍ରଥମ ଦିନ ଯିହୁଦା ବଂଶଜାତ ଅମ୍ମୀନାଦବର ପୁତ୍ର ନହଶୋନ ଆପଣା ଉପହାର ଉତ୍ସର୍ଗ କଲା;
13 fueruntque in ea acetabulum argenteum pondo centum triginta siclorum fiala argentea habens septuaginta siclos iuxta pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
14 mortariolum ex decem siclis aureis plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
15 bovem et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
16 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
17 et in sacrificio pacificorum boves duos arietes quinque hircos quinque agnos anniculos quinque haec est oblatio Naasson filii Aminadab
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀନାଦବର ପୁତ୍ର ନହଶୋନର ଉପହାର।
18 secundo die obtulit Nathanahel filius Suar dux de tribu Isachar
ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା,
19 acetabulum argenteum adpendens centum triginta siclos fialam argenteam habentem septuaginta siclos iuxta pondus sanctuarii utrumque plenum simila conspersa oleo in sacrificium
ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା, ଅର୍ଥାତ୍‍, ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
20 mortariolum aureum habens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
21 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
22 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
23 et in sacrificio pacificorum boves duos arietes quinque hircos quinque agnos anniculos quinque haec fuit oblatio Nathanahel filii Suar
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂୟାରର ପୁତ୍ର ନଥନେଲର ଉପହାର।
24 tertio die princeps filiorum Zabulon Heliab filius Helon
ତୃତୀୟ ଦିନ ସବୂଲୂନ-ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ୍‍ ଆଣିଲା;
25 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
26 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
27 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
28 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
29 et in sacrificio pacificorum boves duos arietes quinque hircos quinque agnos anniculos quinque haec est oblatio Heliab filii Helon
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ହେଲୋନର ପୁତ୍ର ଇଲୀୟାବ୍‍ର ଉପହାର।
30 die quarto princeps filiorum Ruben Helisur filius Sedeur
ଚତୁର୍ଥ ଦିନ ରୁବେନ୍‍-ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆଣିଲା;
31 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
32 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
33 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
34 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
35 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Helisur filii Sedeur
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଶଦେୟରର ପୁତ୍ର ଇଲୀଷୂରର ଉପହାର।
36 die quinto princeps filiorum Symeon Salamihel filius Surisaddai
ପଞ୍ଚମ ଦିନ ଶିମୀୟୋନ-ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଆଣିଲା;
37 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାରେ ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
38 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
39 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
40 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
41 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Salamihel filii Surisaddai
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ଉପହାର।
42 die sexto princeps filiorum Gad Heliasaph filius Duhel
ଷଷ୍ଠ ଦିନ ଗାଦ୍‍-ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଆଣିଲା;
43 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
44 mortariolum aureum adpendens siclos decem plenum incenso
ଆଉ ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
45 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
46 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
47 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Heliasaph filii Duhel
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ର ଉପହାର।
48 die septimo princeps filiorum Ephraim Helisama filius Ammiud
ସପ୍ତମ ଦିନ ଇଫ୍ରୟିମ-ସନ୍ତାନଗଣର ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଆଣିଲା;
49 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
50 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
51 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
52 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
53 et in hostias pacificas boves duos arietes quinque hircos quinque agnos anniculos quinque haec fuit oblatio Helisama filii Ammiud
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ଉପହାର।
54 die octavo princeps filiorum Manasse Gamalihel filius Phadassur
ଅଷ୍ଟମ ଦିନ ମନଃଶି-ସନ୍ତାନଗଣର ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଆଣିଲା;
55 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
56 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
57 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
58 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
59 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Gamalihel filii Phadassur
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ପଦାହସୂରର ପୁତ୍ର ଗମଲୀୟେଲର ଉପହାର।
60 die nono princeps filiorum Beniamin Abidan filius Gedeonis
ନବମ ଦିନ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ଗିଦିୟୋନିର ପୁତ୍ର ଅବୀଦାନ୍‍ ଆଣିଲା;
61 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
62 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
63 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
64 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
65 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Abidan filii Gedeonis
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଗିଦିୟୋନିର ପୁତ୍ର ଅବୀଦାନ୍‍ର ଉପହାର।
66 die decimo princeps filiorum Dan Ahiezer filius Amisaddai
ଦଶମ ଦିନ ଦାନ୍-ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆଣିଲା;
67 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
68 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
69 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ମେଷବତ୍ସ;
70 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
71 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Ahiezer filii Amisaddai
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ଉପହାର।
72 die undecimo princeps filiorum Aser Phagaihel filius Ochran
ଏକାଦଶ ଦିନ ଆଶେର-ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ଆଣିଲା;
73 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
74 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
75 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
76 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
77 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Phagaihel filii Ochran
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅକ୍ରଣର ପୁତ୍ର ପଗୀୟେଲର ଉପହାର।
78 die duodecimo princeps filiorum Nepthalim Achira filius Henan
ଦ୍ୱାଦଶ ଦିନ ନପ୍ତାଲି-ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ଆଣିଲା;
79 obtulit acetabulum argenteum adpendens centum triginta siclos fialam argenteam habentem septuaginta siclos ad pondus sanctuarii utrumque plenum simila conspersa oleo in sacrificium
ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
80 mortariolum aureum adpendens decem siclos plenum incenso
ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
81 bovem de armento et arietem et agnum anniculum in holocaustum
ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ,
82 hircumque pro peccato
ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
83 et in hostias pacificorum boves duos arietes quinque hircos quinque agnos anniculos quinque haec fuit oblatio Achira filii Henan
ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଐନନର ପୁତ୍ର ଅହୀରର ଉପହାର।
84 haec in dedicatione altaris oblata sunt a principibus Israhel in die qua consecratum est acetabula argentea duodecim fialae argenteae duodecim mortariola aurea duodecim
ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;
85 ita ut centum triginta argenti siclos haberet unum acetabulum et septuaginta siclos una fiala id est in commune vasorum omnium ex argento sicli duo milia quadringenti pondere sanctuarii
ତହିଁର ପ୍ରତ୍ୟେକ ରୂପାଥାଳୀ ଏକ ଶହ ତିରିଶ ଶେକଲ ଓ ପ୍ରତ୍ୟେକ କୁଣ୍ଡ ସତୁରି ଶେକଲ ପରିମିତ; ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଶେକଲ ଅନୁସାରେ ଦୁଇ ହଜାର ଚାରି ଶହ ଶେକଲ ଥିଲା;
86 mortariola aurea duodecim plena incenso denos siclos adpendentia pondere sanctuarii id est simul auri sicli centum viginti
ପୁଣି, ଧୂପପୂର୍ଣ୍ଣ ଦ୍ୱାଦଶ ସ୍ୱର୍ଣ୍ଣ ଚାମଚ, ପ୍ରତ୍ୟେକେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଦଶ ଶେକଲ ପରିମିତ; ଚାମଚର ସମସ୍ତ ସ୍ୱର୍ଣ୍ଣ ଶହେ କୋଡ଼ିଏ ଶେକଲ ଥିଲା।
87 boves de armento in holocaustum duodecim arietes duodecim agni anniculi duodecim et libamenta eorum hirci duodecim pro peccato
ହୋମ ନିମନ୍ତେ ସମୁଦାୟ ଦ୍ୱାଦଶ ଗୋରୁ, ଦ୍ୱାଦଶ ମେଷ, ଏକ ବର୍ଷୀୟ ଦ୍ୱାଦଶ ମେଷବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ; ଆଉ ପାପାର୍ଥକ ବଳିଦାନ ନିମନ୍ତେ ଦ୍ୱାଦଶ ଛାଗ;
88 hostiae pacificorum boves viginti quattuor arietes sexaginta hirci sexaginta agni anniculi sexaginta haec oblata sunt in dedicatione altaris quando unctum est
ପୁଣି, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକ ବର୍ଷୀୟ ଷାଠିଏ ମେଷବତ୍ସ; ଏହା ବେଦିର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର।
89 cumque ingrederetur Moses tabernaculum foederis ut consuleret oraculum audiebat vocem loquentis ad se de propitiatorio quod erat super arcam testimonii inter duos cherubin unde et loquebatur ei
ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବ ଦ୍ୱୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି, ସେ ତାଙ୍କ ସହିତ କଥା କହିଲେ।

< Liber Numeri 7 >