< Nehemiæ 12 >

1 hii autem sacerdotes et Levitae qui ascenderunt cum Zorobabel filio Salathihel et Iosue Saraia Hieremias Ezra
ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;
2 Amaria Melluch Attus
ଅମରୀୟ, ମଲ୍ଲୂକ, ହଟୂଶ୍‍,
3 Sechenia Reum Meremuth
ଶଖନୀୟ, ରହୂମ୍‍, ମରେମୋତ୍‍;
4 Addo Genthon Abia
ଇଦ୍ଦୋ, ଗିନ୍ନଥୋୟ, ଅବୀୟ;
5 Miamin Madia Belga
ମିୟାମୀନ୍‍, ମୋୟଦୀୟ, ବିଲ୍ଗା;
6 Semaia et Ioarib Idaia Sellum Amoc Elceia
ଶମୟୀୟ ଓ ଯୋୟାରୀବ୍‍, ଯିଦୟୀୟ;
7 Idaia isti principes sacerdotum et fratres eorum in diebus Iosue
ସଲ୍ଲ, ଆମୋକ, ହିଲ୍‍କୀୟ, ଯିଦୟୀୟ। ଏମାନେ ଯେଶୂୟଙ୍କ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣଙ୍କ ମଧ୍ୟରେ ପ୍ରଧାନ ଥିଲେ।
8 porro Levitae Iesua Bennui Cedmihel Sarabia Iuda Mathanias super hymnos ipsi et fratres eorum
ଆଉ ଲେବୀୟମାନେ, ଯଥା, ଯେଶୂୟ, ବିନ୍ନୁୟି, କଦ୍‍ମୀୟେଲ, ଶେରେବୀୟ, ଯିହୁଦା ଓ ମତ୍ତନୀୟ, ଏହି ମତ୍ତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ-ସେବାର ଅଧ୍ୟକ୍ଷ ଥିଲେ।
9 et Becbecia atque et Hanni fratres eorum unusquisque in officio suo
ମଧ୍ୟ ସେମାନଙ୍କର ଭ୍ରାତା ବକ୍‍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀକର୍ମ କଲେ।
10 Hiesue autem genuit Ioachim et Ioachim genuit Eliasib et Eliasib genuit Ioiada
ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍‍, ଯୋୟାକୀମ୍‍ର ପୁତ୍ର ଇଲୀୟାଶୀବ ଓ ଇଲିୟାଶୀବ୍‍ର ପୁତ୍ର ଯୋୟାଦ୍‍,
11 et Ioiada genuit Ionathan et Ionathan genuit Ieddoa
ଯୋୟାଦ୍‍ର ପୁତ୍ର ଯୋନାଥନ ଓ ଯୋନାଥନର ପୁତ୍ର ଯଦ୍ଦୂୟ।
12 in diebus autem Ioachim erant sacerdotes principes familiarum Saraiae Amaria Hieremiae Anania
ପୁଣି, ଯୋୟାକୀମ୍‍ର ସମୟରେ ଏହି ଯାଜକମାନେ ପିତୃବଂଶ-ପ୍ରଧାନ ଥିଲେ, ଯଥା, ସରାୟ-ବଂଶର ମରାୟ;
13 Ezrae Mosollam Amariae Iohanan
ଯିରିମୀୟ-ବଂଶର ହନାନୀୟ; ଏଜ୍ରା-ବଂଶର ମଶୁଲ୍ଲମ୍‍; ଅମରୀୟ-ବଂଶର ଯିହୋହାନନ୍‍;
14 Milico Ionathan Sebeniae Ioseph
ମଲ୍ଲୁକି-ବଂଶର ଯୋନାଥନ, ଶବନୀୟ-ବଂଶର ଯୋଷେଫ;
15 Arem Edna Maraioth Elci
ହାରୀମ-ବଂଶର ଅଦନ୍‍; ମରାୟୋତ୍‍-ବଂଶର ହିଲ୍‍କୟ;
16 Addaiae Zaccharia Genthon Mosollam
ଇଦ୍ଦୋ-ବଂଶର ଜିଖରୀୟ; ଗିନ୍ନଥୋନ-ବଂଶର ମଶୁଲ୍ଲମ୍‍;
17 Abiae Zecheri Miamin et Moadiae Felti
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍‍ଟେୟ;
18 Belgae Sammua Semaiae Ionathan
ବିଲ୍ଗା-ବଂଶର ଶମ୍ମୂୟ; ଶମୟୀୟ-ବଂଶର ଯିହୋନାଥନ୍‍;
19 Ioiarib Matthanai Iadaiae Azzi
ଆଉ, ଯୋୟାରୀବ୍‍-ବଂଶର ମତ୍ତନୟ; ଯିଦୟୀୟ-ବଂଶର ଉଷି;
20 Sellaiae Celai Amoc Eber
ସଲ୍ଲୟ-ବଂଶର କଲ୍ଲୟ;
21 Elciae Asebia Idaiae Nathanahel
ଆମୋକ-ବଂଶର ଏବର; ହିଲ୍‍କୀୟ-ବଂଶର ହଶବୀୟ; ଯିଦୟୀୟ-ବଂଶର ନଥନେଲ।
22 Levitae in diebus Eliasib et Ioiada et Ionan et Ieddoa scripti principes familiarum et sacerdotes in regno Darii Persae
ଇଲୀୟାଶୀବ, ଯୋୟାଦ୍‍ ଓ ଯୋହାନନ୍‍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ, ମଧ୍ୟ ପାରସିକ ଦାରୀୟାବସର ଅଧିକାର ସମୟରେ ଯାଜକମାନେ ପିତୃବଂଶ-ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ।
23 filii Levi principes familiarum scripti in libro verborum dierum et usque ad dies Ionathan filii Eliasib
ଲେବୀ ବଂଶଜାତ ପିତୃବଂଶ-ପ୍ରଧାନମାନଙ୍କ ନାମ ଇଲୀୟାଶୀବର ପୁତ୍ର ଯୋହାନନ୍‍ର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା।
24 et principes Levitarum Asebia Serebia et Iesue filius Cedmihel et fratres eorum per vices suas ut laudarent et confiterentur iuxta praeceptum David viri Dei et observarent aeque per ordinem
ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବୀୟ ଓ କଦ୍‍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।
25 Matthania et Becbecia Obedia Mosollam Thelmon Accub custodes portarum et vestibulorum ante portas
ମତ୍ତନୀୟ ଓ ବକ୍‍ବୁକୀୟ, ଓବଦୀୟ, ମଶୁଲ୍ଲମ୍‍, ଟଲ୍‍ମୋନ, ଅକ୍କୂବ, ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର-ଗୃହସକଳର ପ୍ରହରୀକର୍ମ କଲେ।
26 hii in diebus Ioachim filii Iesue filii Iosedech et in diebus Neemiae ducis et Ezrae sacerdotis scribaeque
ଏମାନେ ଯୋଷାଦକର ପୌତ୍ର ଯେଶୂୟର ପୁତ୍ର ଯୋୟାକୀମ୍‍ ସମୟରେ, ଆଉ ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ।
27 in dedicatione autem muri Hierusalem requisierunt Levitas de omnibus locis suis ut adducerent eos in Hierusalem et facerent dedicationem et laetitiam in actione gratiarum et in cantico in cymbalis psalteriis et citharis
ଏଥିଉତ୍ତାରେ ଯିରୂଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।
28 congregati sunt ergo filii cantorum et de campestribus circa Hierusalem et de villis Netuphati
ଆଉ, ଗାୟକମାନଙ୍କ ସନ୍ତାନଗଣ ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ;
29 et de domo Galgal et de regionibus Geba et Azmaveth quoniam villas aedificaverunt sibi cantores in circuitu Hierusalem
ମଧ୍ୟ ବେଥ୍-ଗିଲ୍‍ଗଲରୁ, ଆଉ ଗେବା ଓ ଅସ୍ମାବତ୍‍ କ୍ଷେତ୍ରରୁ ଏକତ୍ରିତ ହେଲେ; କାରଣ ଗାୟକମାନେ ଯିରୂଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ।
30 et mundati sunt sacerdotes et Levitae et mundaverunt populum et portas et murum
ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।
31 ascendere autem feci principes Iuda super murum et statui duos choros laudantium magnos et ierunt ad dexteram super murum ad portam Sterquilinii
ଏଥିଉତ୍ତାରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି; ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ଵରେ ପ୍ରାଚୀର ଉପର ଦେଇ ଖତ-ଦ୍ୱାର ଆଡ଼କୁ ଗଲେ;
32 et ivit post eos Osaias et media pars principum Iuda
ପୁଣି, ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତିବର୍ଗର ଅର୍ଦ୍ଧେକ,
33 et Azarias Ezras et Mosollam
ଆଉ ଅସରୀୟ, ଏଜ୍ରା ଓ ମଶୁଲ୍ଲମ୍‍,
34 Iuda et Beniamin et Semeia et Hieremia
ଯିହୁଦା ଓ ବିନ୍ୟାମୀନ୍ ଓ ଶମୟୀୟ ଓ ଯିରିମୀୟ
35 et de filiis sacerdotum in tubis Zaccharias filius Ionathan filius Semeiae filius Mathaniae filius Michaiae filius Zecchur filius Asaph
ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍କୁରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନୀୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଜିଖରୀୟ
36 et fratres eius Semeia et Azarel Malalai Galalai Maai Nathanel et Iuda et Anani in vasis cantici David viri Dei et Ezras scriba ante eos in porta Fontis
ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ୍‍, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ;
37 et contra eos ascenderunt in gradibus civitatis David in ascensu muri super domum David et usque ad portam Aquarum ad orientem
ପୁଣି, ସେମାନେ ନିର୍ଝରଦ୍ୱାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ।
38 et chorus secundus gratias referentium ibat ex adverso et ego post eum et media pars populi super murum et super turrem Furnorum et usque ad murum latissimum
ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ;
39 et super portam Ephraim et super portam Antiquam et super portam Piscium et turrem Ananehel et turrem Ema et usque ad portam Gregis et steterunt in porta Custodiae
ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।
40 steteruntque duo chori laudantium in domo Dei et ego et dimidia pars magistratuum mecum
ଏହିରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ;
41 et sacerdotes Eliachim Maasia Miniamin Michea Elioenai Zaccharia Anania in tubis
ଆଉ ଇଲୀୟାକୀମ୍‍, ମାସେୟ, ମିନ୍ୟାମୀନ, ମୀଖାୟ, ଇଲୀୟୋଐନୟ, ଜିଖରୀୟ, ହନାନୀୟ, ତୂରୀବାଦକ, ଏହି ଯାଜକମାନେ;
42 et Maasia et Semea et Eleazar et Azi et Iohanan et Melchia et Elam et Ezer et clare cecinerunt cantores et Iezraia praepositus
ଆଉ, ମାସେୟ ଓ ଶମୟୀୟ ଓ ଇଲୀୟାସର ଓ ଉଷି ଓ ଯିହୋହାନନ୍‍ ଓ ମଲ୍‍କୀୟ ଓ ଏଲମ୍‍ ଓ ଏସର୍‍, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରହିୟ ଉଚ୍ଚସ୍ୱରରେ ଗାନ କଲେ।
43 et immolaverunt in die illa victimas magnas et laetati sunt Deus enim laetificaverat eos laetitia magna sed et uxores eorum et liberi gavisi sunt et audita est laetitia Hierusalem procul
ପୁଣି, ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ; କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ; ଆଉ ସ୍ତ୍ରୀମାନେ, ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ; ତହିଁରେ ଯିରୂଶାଲମର ଆନନ୍ଦଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।
44 recensuerunt quoque in die illa viros super gazofilacia thesauri ad libamina et ad primitias et ad decimas ut introferrent per eos principes civitatis in decore gratiarum actionis sacerdotes et Levitas quia laetatus est Iuda in sacerdotibus et Levitis adstantibus
ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରିସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା।
45 et custodierunt observationem Dei sui et observationem expiationis et cantores et ianitores iuxta praeceptum David et Salomonis filii eius
ପୁଣି, ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବା କଲେ ଓ ଶୁଚି ହେଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ।
46 quia in diebus David et Asaph ab exordio erant principes constituti cantorum in carmine laudantium et confitentium Deo
କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।
47 et omnis Israhel in diebus Zorobabel et in diebus Neemiae dabat partes cantoribus et ianitoribus per dies singulos et sanctificabant Levitas et Levitae sanctificabant filios Aaron
ପୁଣି, ଯିରୁବ୍ବାବିଲ୍‍ ଓ ନିହିମୀୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ; ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରୋଣ-ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ।

< Nehemiæ 12 >