< Leviticus 19 >

1 locutus est Dominus ad Mosen dicens
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 loquere ad omnem coetum filiorum Israhel et dices ad eos sancti estote quia ego sanctus sum Dominus Deus vester
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
3 unusquisque matrem et patrem suum timeat sabbata mea custodite ego Dominus Deus vester
ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ମାତାକୁ ଓ ଆପଣା ଆପଣା ପିତାକୁ ଭୟ କରିବ; ପୁଣି, ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
4 nolite converti ad idola nec deos conflatiles faciatis vobis ego Dominus Deus vester
ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
5 si immolaveritis hostiam pacificorum Domino ut sit placabilis
ପୁଣି, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।
6 eo die quo fuerit immolata comedetis eam et die altero quicquid autem residuum fuerit in diem tertium igne conburetis
ବଳିଦାନ ଦିନ ଓ ତହିଁ ଆରଦିନ ତାହା ଭୋଜନ କରାଯିବ; ପୁଣି, ତୃତୀୟ ଦିନ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରହିଲେ, ତାହା ଦଗ୍ଧ କରାଯିବ।
7 si quis post biduum comederit ex ea profanus erit et impietatis reus
ଯଦି ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ, ତେବେ ତାହା ଘୃଣାଯୋଗ୍ୟ ଓ ଅଗ୍ରାହ୍ୟ ହେବ।
8 portabit iniquitatem suam quia sanctum Domini polluit et peribit anima illa de populo suo
ଆଉ, ତହିଁର ଭୋଜନକାରୀ ନିଜ ଅପରାଧ ବୋହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କରିଅଛି; ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
9 cum messueris segetes terrae tuae non tondebis usque ad solum superficiem terrae nec remanentes spicas colliges
ଆଉ, ତୁମ୍ଭେମାନେ ଆପଣା ଆପଣା ଭୂମିର ଶସ୍ୟ କାଟିବା ବେଳେ ତୁମ୍ଭେ ନିଜ କ୍ଷେତ୍ରର କୋଣ ସମ୍ପୂର୍ଣ୍ଣ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସାଉଣ୍ଟିବ ନାହିଁ।
10 neque in vinea tua racemos et grana decidentia congregabis sed pauperibus et peregrinis carpenda dimittes ego Dominus Deus vester
ପୁଣି, ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଖୁଣ୍ଟି ତୋଳିବ ନାହିଁ, କିଅବା ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରର ପଡ଼ିଲା ଫଳ ସାଉଣ୍ଟିବ ନାହିଁ; ତୁମ୍ଭେ ତାହା ଦରିଦ୍ର ଓ ବିଦେଶୀମାନଙ୍କ ନିମନ୍ତେ ଛାଡ଼ିଦେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
11 non facietis furtum non mentiemini nec decipiet unusquisque proximum suum
ତୁମ୍ଭେମାନେ ଚୋରି କରିବ ନାହିଁ, କିଅବା ପ୍ରବଞ୍ଚନା କରିବ ନାହିଁ, କି ପରସ୍ପର ମିଥ୍ୟା କହିବ ନାହିଁ।
12 non peierabis in nomine meo nec pollues nomen Dei tui ego Dominus
ଆଉ, ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ଶପଥ କରିବ ନାହିଁ, ତାହା କଲେ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ; ଆମ୍ଭେ ସଦାପ୍ରଭୁ।
13 non facies calumniam proximo tuo nec vi opprimes eum non morabitur opus mercennarii apud te usque mane
ତୁମ୍ଭେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ଅପହରଣ କରିବ ନାହିଁ; ପୁଣି, ବେତନଜୀବୀର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।
14 non maledices surdo nec coram caeco pones offendiculum sed timebis Deum tuum quia ego sum Dominus
ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ଦ୍ରବ୍ୟ ରଖିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ।
15 non facies quod iniquum est nec iniuste iudicabis nec consideres personam pauperis nec honores vultum potentis iuste iudica proximo tuo
ତୁମ୍ଭେମାନେ ବିଚାରରେ ଅଧର୍ମ କରିବ ନାହିଁ; ତୁମ୍ଭେ ଦରିଦ୍ରର ମୁଖାପେକ୍ଷା କରିବ ନାହିଁ, କିଅବା ଧନୀର ସମ୍ଭ୍ରମ କରିବ ନାହିଁ, ମାତ୍ର ତୁମ୍ଭେ ଧର୍ମରେ ଆପଣା ପ୍ରତିବାସୀର ବିଚାର କରିବ।
16 non eris criminator et susurro in populis non stabis contra sanguinem proximi tui ego Dominus
ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ।
17 ne oderis fratrem tuum in corde tuo sed publice argue eum ne habeas super illo peccatum
ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।
18 non quaeres ultionem nec memor eris iniuriae civium tuorum diliges amicum tuum sicut temet ipsum ego Dominus
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣକୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ, ବରଞ୍ଚ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ; ଆମ୍ଭେ ସଦାପ୍ରଭୁ।
19 leges meas custodite iumenta tua non facies coire cum alterius generis animantibus agrum non seres diverso semine veste quae ex duobus texta est non indueris
ତୁମ୍ଭେମାନେ ଆମ୍ଭର ସକଳ ବିଧି ପାଳନ କରିବ; ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ; ତୁମ୍ଭେ ଆପଣା କ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; କିଅବା ଦୁଇ ପ୍ରକାର ସୂତ୍ରମିଶ୍ରିତ ବସ୍ତ୍ର ଦେହରେ ଦେବ ନାହିଁ।
20 homo si dormierit cum muliere coitu seminis quae sit ancilla etiam nubilis et tamen pretio non redempta nec libertate donata vapulabunt ambo et non morientur quia non fuit libera
ପୁଣି, ମୂଲ୍ୟ ଦ୍ୱାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ୱାମୀ ପ୍ରତି ବାଗ୍‍ଦତ୍ତା ଦାସୀ, ତାହା ସହିତ ଯଦି କେହି ଶୟନ କରେ, ତେବେ ସେମାନେ ଦଣ୍ଡନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।
21 pro delicto autem suo offeret Domino ad ostium tabernaculi testimonii arietem
ପୁଣି, ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି, ଅର୍ଥାତ୍‍, ଦୋଷାର୍ଥକ ମେଷ ଆଣିବ।
22 orabitque pro eo sacerdos et pro delicto eius coram Domino et repropitiabitur ei dimitteturque peccatum
ଆଉ, ଯାଜକ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଦୋଷାର୍ଥକ ମେଷ ଦ୍ୱାରା, ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ କ୍ଷମା ହେବ।
23 quando ingressi fueritis terram et plantaveritis in ea ligna pomifera auferetis praeputia eorum poma quae germinant inmunda erunt vobis nec edetis ex eis
ଆଉ, ତୁମ୍ଭେମାନେ ଦେଶରେ ପ୍ରବେଶ କରି ଭୋଜନାର୍ଥେ ନାନା ପ୍ରକାର ବୃକ୍ଷ ରୋପଣ କଲେ, ତହିଁର ଫଳକୁ ଅସୁନ୍ନତ ବୋଲି ଜ୍ଞାନ କରିବ, ତାହାସବୁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଅସୁନ୍ନତ ସ୍ୱରୂପ ହେବ; ତାହା ଭୋଜନ କରାଯିବ ନାହିଁ।
24 quarto anno omnis fructus eorum sanctificabitur laudabilis Domino
ମାତ୍ର ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାର ରୂପେ ପବିତ୍ର ହେବ।
25 quinto autem anno comedetis fructus congregantes poma quae proferunt ego Dominus Deus vester
ପୁଣି, ପଞ୍ଚମ ବର୍ଷରେ ତୁମ୍ଭେମାନେ ତହିଁର ଫଳ ଭୋଜନ କରିବ, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ପ୍ରଚୁର ଫଳ ଫଳିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
26 non comedetis cum sanguine non augurabimini nec observabitis somnia
ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।
27 neque in rotundum adtondebitis comam nec radatis barbam
ତୁମ୍ଭେମାନେ ଆପଣା ଆପଣା ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ, କିଅବା ଆପଣା ଆପଣା ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ।
28 et super mortuo non incidetis carnem vestram neque figuras aliquas et stigmata facietis vobis ego Dominus
ପୁଣି, ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
29 ne prostituas filiam tuam et contaminetur terra et impleatur piaculo
ତୁମ୍ଭେ ଆପଣା କନ୍ୟାକୁ ବେଶ୍ୟା କରି ଅପବିତ୍ର କର ନାହିଁ; କଲେ, ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ଦୁଷ୍ଟତାରେ ପରିପୂର୍ଣ୍ଣ ହେବ।
30 sabbata mea custodite et sanctuarium meum metuite ego Dominus
ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
31 ne declinetis ad magos nec ab ariolis aliquid sciscitemini ut polluamini per eos ego Dominus Deus vester
ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।
32 coram cano capite consurge et honora personam senis et time Deum tuum ego sum Dominus
ତୁମ୍ଭେ ପକ୍ୱକେଶ ପ୍ରାଚୀନଙ୍କ ସମ୍ମୁଖରେ ଉଠି ଠିଆ ହେବ ଓ ବୃଦ୍ଧ ଲୋକକୁ ସମାଦର କରିବ; ପୁଣି, ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
33 si habitaverit advena in terra vestra et moratus fuerit inter vos ne exprobretis ei
ଆଉ, ଯଦି କୌଣସି ବିଦେଶୀ ତୁମ୍ଭମାନଙ୍କ ଦେଶରେ ତୁମ୍ଭ ସହିତ ବାସ କରେ, ତେବେ ତୁମ୍ଭେମାନେ ତାହା ପ୍ରତି ଉପଦ୍ରବ କରିବ ନାହିଁ।
34 sed sit inter vos quasi indigena et diligetis eum quasi vosmet ipsos fuistis enim et vos advenae in terra Aegypti ego Dominus Deus vester
ଯେପରି ତୁମ୍ଭମାନଙ୍କର ସ୍ୱଦେଶୀୟ ଲୋକ ସେପରି ତୁମ୍ଭମାନଙ୍କ ସହବାସୀ ବିଦେଶୀୟ ଲୋକ ତୁମ୍ଭମାନଙ୍କ ପ୍ରତି ହେବ, ପୁଣି ତୁମ୍ଭେ ତାହାକୁ ଆତ୍ମତୁଲ୍ୟ ପ୍ରେମ କରିବ; କାରଣ ମିସର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
35 nolite facere iniquum aliquid in iudicio in regula in pondere in mensura
ତୁମ୍ଭେମାନେ ବିଚାର ଅବା ମାପ ଅବା ତୌଲ କିଅବା ପରିମାଣ ବିଷୟରେ ଅଧର୍ମ କରିବ ନାହିଁ।
36 statera iusta et aequa sint pondera iustus modius aequusque sextarius ego Dominus Deus vester qui eduxi vos de terra Aegypti
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫା ଓ ଯଥାର୍ଥ ହିନ୍‍, ତୁମ୍ଭମାନଙ୍କର ହେବ; ଯେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
37 custodite omnia praecepta mea et universa iudicia et facite ea ego Dominus
ଏହେତୁ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଶାସନ ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।”

< Leviticus 19 >