< Leviticus 17 >

1 et locutus est Dominus ad Mosen dicens
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 loquere Aaron et filiis eius et cunctis filiis Israhel et dices ad eos iste est sermo quem mandavit Dominus dicens
“ତୁମ୍ଭେ ହାରୋଣକୁ, ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
3 homo quilibet de domo Israhel si occiderit bovem aut ovem sive capram in castris vel extra castra
ଇସ୍ରାଏଲ ବଂଶରୁ ଜାତ ଯେକେହି ଗୋରୁ, କି ମେଷ, କି ଛାଗ ଛାଉଣି ମଧ୍ୟରେ କିମ୍ବା ଛାଉଣି ବାହାରେ ବଧ କରେ,
4 et non obtulerit ad ostium tabernaculi oblationem Domino sanguinis reus erit quasi sanguinem fuderit sic peribit de medio populi sui
ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
5 ideo offerre debent sacerdoti filii Israhel hostias suas quas occidunt in agro ut sanctificentur Domino ante ostium tabernaculi testimonii et immolent eas hostias pacificas Domino
ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେଉଁ ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେହି ସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।
6 fundetque sacerdos sanguinem super altare Domini ad ostium tabernaculi testimonii et adolebit adipem in odorem suavitatis Domino
ପୁଣି, ଯାଜକ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଦ ଦଗ୍ଧ କରିବ।
7 et nequaquam ultra immolabunt hostias suas daemonibus cum quibus fornicati sunt legitimum sempiternum erit illis et posteris eorum
ତହିଁରେ ସେମାନେ ଯେଉଁ ଛାଗ ଦେବତାମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
8 et ad ipsos dices homo de domo Israhel et de advenis qui peregrinantur apud vos qui obtulerit holocaustum sive victimam
ଆଉ, ତୁମ୍ଭେ ସେମାନଙ୍କୁ କହିବ, ଇସ୍ରାଏଲ ବଂଶରୁ ଜାତ କୌଣସି ଲୋକ ଅବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ହୋମ କି ବଳିଦାନ କରେ,
9 et ad ostium tabernaculi testimonii non adduxerit eam ut offeratur Domino interibit de populo suo
ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ବୁର ଦ୍ୱାର ନିକଟକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
10 homo quilibet de domo Israhel et de advenis qui peregrinantur inter eos si comederit sanguinem obfirmabo faciem meam contra animam illius et disperdam eam de populo suo
ଆଉ, ଇସ୍ରାଏଲ ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜନକାରୀ ବ୍ୟକ୍ତି ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା;
11 quia anima carnis in sanguine est et ego dedi illum vobis ut super altare in eo expietis pro animabus vestris et sanguis pro animae piaculo sit
କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରେ।
12 idcirco dixi filiis Israhel omnis anima ex vobis non comedet sanguinem nec ex advenis qui peregrinantur inter vos
ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।
13 homo quicumque de filiis Israhel et de advenis qui peregrinantur apud vos si venatione atque aucupio ceperit feram vel avem quibus vesci licitum est fundat sanguinem eius et operiat illum terra
ଆଉ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ଲୋକ ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ଶିକାରରେ କୌଣସି ଖାଦ୍ୟ ଯୋଗ୍ୟ ପଶୁକୁ ବା ପକ୍ଷୀକୁ ବଧ କରେ, ତେବେ ସେ ତାହାର ରକ୍ତ ଢାଳି ଧୂଳିରେ ଢାଙ୍କିବ।
14 anima enim omnis carnis in sanguine est unde dixi filiis Israhel sanguinem universae carnis non comedetis quia anima carnis in sanguine est et quicumque comederit illum interibit
କାରଣ ସବୁ ପ୍ରାଣୀର ପ୍ରାଣ ସମ୍ବନ୍ଧରେ ରକ୍ତ ହିଁ ତାହାର ପ୍ରାଣ ଅଟେ; ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ କୌଣସି ପ୍ରକାର ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ, ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ; ଯେକେହି ତାହା ଭୋଜନ କରିବ, ସେ ଉଚ୍ଛିନ୍ନ ହେବ।
15 anima quae comederit morticinum vel captum a bestia tam de indigenis quam de advenis lavabit vestes suas et semet ipsum aqua et contaminatus erit usque ad vesperum et hoc ordine mundus fiet
ଆଉ, ସ୍ୱଦେଶୀ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂମୃତ କିଅବା ବିଦୀର୍ଣ୍ଣ ପଶୁ ଭୋଜନ କରେ, ସେ ଆପଣା ବସ୍ତ୍ର ଧୌତ କରି ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ଶୁଚି ହେବ।
16 quod si non laverit vestimenta sua nec corpus portabit iniquitatem suam
ମାତ୍ର ଯଦି ସେ (ବସ୍ତ୍ର) ଧୌତ ନ କରେ କି ସ୍ନାନ ନ କରେ, ତେବେ ସେ ଆପଣା ଅପରାଧ ବୋହିବ।”

< Leviticus 17 >