< Deuteronomii 27 >
1 praecepit autem Moses et seniores Israhel populo dicentes custodite omne mandatum quod praecipio vobis hodie
ଏଥିଉତ୍ତାରେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ପାଳନ କର।
2 cumque transieritis Iordanem in terram quam Dominus Deus tuus dabit tibi eriges ingentes lapides et calce levigabis eos
ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
3 ut possis in eis scribere omnia verba legis huius Iordane transmisso ut introeas terram quam Dominus Deus tuus dabit tibi terram lacte et melle manantem sicut iuravit patribus tuis
ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।
4 quando ergo transieritis Iordanem erige lapides quos ego hodie praecipio vobis in monte Hebal et levigabis calce
ପୁଣି ଆଜି ମୁଁ ଯେଉଁ ପ୍ରସ୍ତରଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଏବଲ ପର୍ବତରେ ସେହି ପ୍ରସ୍ତରସବୁ ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
5 et aedificabis ibi altare Domino Deo tuo de lapidibus quos ferrum non tetigit
ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି, ଅର୍ଥାତ୍, ପ୍ରସ୍ତରର ଏକ ଯଜ୍ଞବେଦି ନିର୍ମାଣ କରିବ; ସେହି ସବୁ ପ୍ରସ୍ତର ଉପରେ ଲୌହ ଅସ୍ତ୍ର ଉଞ୍ଚାଇବ ନାହିଁ।
6 et de saxis informibus et inpolitis et offeres super eo holocausta Domino Deo tuo
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଯଜ୍ଞବେଦି ଅଚଞ୍ଛା ପ୍ରସ୍ତରରେ ନିର୍ମାଣ କରିବ ଓ ତୁମ୍ଭେ ତହିଁ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବ;
7 et immolabis hostias pacificas comedesque ibi et epulaberis coram Domino Deo tuo
ଆଉ ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
8 et scribes super lapides omnia verba legis huius plane et lucide
ପୁଣି ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଉତ୍ତମ ରୂପେ ଖୋଳି ଲେଖିବ।”
9 dixeruntque Moses et sacerdotes levitici generis ad omnem Israhelem adtende et audi Israhel hodie factus es populus Domini Dei tui
ଏଉତ୍ତାରେ ମୋଶା ଓ ଲେବୀୟ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ, ନୀରବ ହୋଇ ଅବଧାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଲୋକ ହେଲ।
10 audies vocem eius et facies mandata atque iustitias quas ego praecipio tibi
ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କରିବ ଓ ଆଜି ମୁଁ ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ପାଳନ କରିବ।”
11 praecepitque Moses populo in die illo dicens
ସେହି ଦିନ ମୋଶା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ,
12 hii stabunt ad benedicendum Domino super montem Garizim Iordane transmisso Symeon Levi Iudas Isachar Ioseph et Beniamin
ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର, ଯୋଷେଫ ଓ ବିନ୍ୟାମୀନ୍, ଏସବୁ (ବଂଶ) ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିଷୀମ ପର୍ବତରେ ଠିଆ ହେବେ।
13 et e regione isti stabunt ad maledicendum in monte Hebal Ruben Gad et Aser Zabulon Dan et Nepthalim
ପୁଣି ରୁବେନ୍ ଓ ଗାଦ୍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
14 et pronuntiabunt Levitae dicentque ad omnes viros Israhel excelsa voce
ଆଉ ଲେବୀୟମାନେ ଉଚ୍ଚସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
15 maledictus homo qui facit sculptile et conflatile abominationem Domini opus manuum artificum ponetque illud in abscondito et respondebit omnis populus et dicet amen
“ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, “ଆମେନ୍” (ଏହିପରି ହେଉ)।
16 maledictus qui non honorat patrem suum et matrem et dicet omnis populus amen
“ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
17 maledictus qui transfert terminos proximi sui et dicet omnis populus amen
“ଯେକେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
18 maledictus qui errare facit caecum in itinere et dicet omnis populus amen
“ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
19 maledictus qui pervertit iudicium advenae pupilli et viduae et dicet omnis populus amen
“ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
20 maledictus qui dormit cum uxore patris sui et revelat operimentum lectuli eius et dicet omnis populus amen
“ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧିକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
21 maledictus qui dormit cum omni iumento et dicet omnis populus amen
“ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
22 maledictus qui dormit cum sorore sua filia patris sui sive matris suae et dicet omnis populus amen
“ଯେକେହି ଆପଣା ଭଗିନୀ, ଅର୍ଥାତ୍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
23 maledictus qui dormit cum socru sua et dicet omnis populus amen
“ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
24 maledictus qui clam percusserit proximum suum et dicet omnis populus amen
“ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
25 maledictus qui accipit munera ut percutiat animam sanguinis innocentis et dicet omnis populus amen
“ଯେକେହି ନିର୍ଦ୍ଦୋଷ ପ୍ରାଣୀକୁ ବଧ କରିବାକୁ ଲାଞ୍ଚ ନିଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
26 maledictus qui non permanet in sermonibus legis huius nec eos opere perficit et dicet omnis populus amen
“ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।