< Corinthios Ii 3 >

1 incipimus iterum nosmet ipsos commendare aut numquid egemus sicut quidam commendaticiis epistulis ad vos aut ex vobis
ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ? କିମ୍ବା କାହାରି କାହାରି ପରି କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ?
2 epistula nostra vos estis scripta in cordibus nostris quae scitur et legitur ab omnibus hominibus
ତୁମ୍ଭେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ର-ସ୍ୱରୂପ;
3 manifestati quoniam epistula estis Christi ministrata a nobis et scripta non atramento sed Spiritu Dei vivi non in tabulis lapideis sed in tabulis cordis carnalibus
ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର-ସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ।
4 fiduciam autem talem habemus per Christum ad Deum
ଆଉ, ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି।
5 non quod sufficientes simus cogitare aliquid a nobis quasi ex nobis sed sufficientia nostra ex Deo est
ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ବରଙ୍କଠାରୁ;
6 qui et idoneos nos fecit ministros novi testamenti non litterae sed Spiritus littera enim occidit Spiritus autem vivificat
ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାନ୍ତି, ମାତ୍ର ପବିତ୍ର ଆତ୍ମାଙ୍କ, ଅର୍ଥାତ୍‍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ପବିତ୍ର ଆତ୍ମା ଜୀବନଦାୟକ;
7 quod si ministratio mortis litteris deformata in lapidibus fuit in gloria ita ut non possent intendere filii Israhel in faciem Mosi propter gloriam vultus eius quae evacuatur
ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ଲୋକମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,
8 quomodo non magis ministratio Spiritus erit in gloria
ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ?
9 nam si ministratio damnationis gloria est multo magis abundat ministerium iustitiae in gloria
କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ।
10 nam nec glorificatum est quod claruit in hac parte propter excellentem gloriam
ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି।
11 si enim quod evacuatur per gloriam est multo magis quod manet in gloria est
କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ।
12 habentes igitur talem spem multa fiducia utimur
ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ,
13 et non sicut Moses ponebat velamen super faciem suam ut non intenderent filii Israhel in faciem eius quod evacuatur
ଆଉ, ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିରଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେପ୍ରକାରେ ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେପ୍ରକାର କରୁନାହୁଁ।
14 sed obtusi sunt sensus eorum usque in hodiernum enim diem id ipsum velamen in lectione veteris testamenti manet non revelatum quoniam in Christo evacuatur
କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ।
15 sed usque in hodiernum diem cum legitur Moses velamen est positum super cor eorum
ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ,
16 cum autem conversus fuerit ad Deum aufertur velamen
କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ।
17 Dominus autem Spiritus est ubi autem Spiritus Domini ibi libertas
ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା।
18 nos vero omnes revelata facie gloriam Domini speculantes in eandem imaginem transformamur a claritate in claritatem tamquam a Domini Spiritu
କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯିଏ ଆତ୍ମା ଅଟନ୍ତି, ତାହାଙ୍କଠାରୁ ଏହିସବୁ ହେଉଅଛି।

< Corinthios Ii 3 >