< Exodus 10 >
1 Et dixit Dominus ad Moysen: Ingredere ad Pharaonem: ego enim induravi cor eius, et servorum illius: ut faciam signa mea haec in eo,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଅ; କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା,
2 et narres in auribus filii tui, et nepotum tuorum, quoties contriverim Aegyptios, et signa mea fecerim in eis: et sciatis quia ego Dominus.
ପୁଣି, ଆମ୍ଭେ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣାର ଚିହ୍ନ ସ୍ୱରୂପେ ଯେଉଁ ଯେଉଁ କର୍ମ କରିଅଛୁ, ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ଓ ପୌତ୍ରର କର୍ଣ୍ଣଗୋଚରରେ କହିବ, ପୁଣି, ଆମ୍ଭେ ଯେ ସଦାପ୍ରଭୁ ଏହା ଜ୍ଞାତ ହେବ, ଏନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ କଠିନ କଲୁ।”
3 Introierunt ergo Moyses et Aaron ad Pharaonem, et dixerunt ei: Haec dicit Dominus Deus Hebraeorum: Usquequo non vis subiici mihi? dimitte populum meum, ut sacrificet mihi.
ସେତେବେଳେ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ କହିଲେ, “ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ତୁମ୍ଭେ ଆମ୍ଭ ସାକ୍ଷାତରେ ନମ୍ର ହେବାକୁ କେତେ କାଳ ନାସ୍ତି କରିବ? ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
4 Sin autem resistis, et non vis dimittere eum: ecce ego inducam cras locustam in fines tuos:
ମାତ୍ର ଯଦି ମୋହର ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କର, ତେବେ ଦେଖ, ଆମ୍ଭେ ଆସନ୍ତାକାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା।
5 quae operiet superficiem terrae, ne quidquam eius appareat, sed comedatur quod residuum fuerit grandini. corrodet enim omnia ligna quae germinant in agris.
ସେମାନେ ଭୂମିର ମୁଖ ଏପରି ଆଚ୍ଛନ୍ନ କରିବେ ଯେ, କେହି ତାହା ଦେଖି ପାରିବ ନାହିଁ; ପୁଣି, ଶିଳା ବୃଷ୍ଟିରୁ ରକ୍ଷିତ ଓ ଅବଶିଷ୍ଟ ଯାହା କିଛି ତୁମ୍ଭମାନଙ୍କର ଅଛି, ତାହା ସେମାନେ ଖାଇବେ, ପୁଣି, ତୁମ୍ଭମାନଙ୍କର କ୍ଷେତ୍ରୋତ୍ପନ୍ନ ସମସ୍ତ ବୃକ୍ଷ ଖାଇବେ।
6 Et implebunt domos tuas, et servorum tuorum, et omnium Aegyptiorum: quantam non viderunt patres tui, et avi, ex quo orti sunt super terram, usque in praesentem diem. Avertitque se, et egressus est a Pharaone.
ପୁଣି, ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ, ତୁମ୍ଭ ଦାସଗଣର ଗୃହ ଓ ସକଳ ମିସରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ; ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ।’” ତହୁଁ ମୋଶା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରିଗଲେ।
7 Dixerunt autem servi Pharaonis ad eum: Usquequo patiemur hoc scandalum: dimitte homines, ut sacrificent Domino Deo suo. nonne vides quod perierit Aegyptus?
ଏଥିଉତ୍ତାରେ ଫାରୋଙ୍କର ଦାସଗଣ ତାଙ୍କୁ କହିଲେ, “ଏ ମନୁଷ୍ୟ କେତେ କାଳ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ? ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଯିବାକୁ ଦେଉନ୍ତୁ; ମିସର ଦେଶ ଯେ ନଷ୍ଟ ହେଲାଣି, ଏହା କି ଆପଣ ଏବେ ହେଁ ବୁଝନ୍ତି ନାହିଁ?”
8 Revocaveruntque Moysen, et Aaron ad Pharaonem: qui dixit eis: Ite, sacrificate Domino Deo vestro: quinam sunt qui ituri sunt?
ତେବେ ମୋଶା ଓ ହାରୋଣ ପୁନର୍ବାର ଫାରୋଙ୍କ ନିକଟକୁ ଅଣା ଯାଆନ୍ତେ, ସେ ସେମାନଙ୍କୁ କହିଲେ, “ଯାଅ, ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର; ମାତ୍ର କିଏ କିଏ ଯିବ?”
9 Ait Moyses: Cum parvulis nostris, et senioribus pergemus, cum filiis et filiabus, cum ovibus et armentis: est enim sollemnitas Domini Dei nostri.
ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।”
10 Et respondit Pharao: Sic Dominus sit vobiscum, quo modo ego dimittam vos, et parvulos vestros, cui dubium est quod pessime cogitetis?
ତେବେ ଫାରୋ ସେମାନଙ୍କୁ କହିଲେ, “ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଯିବାକୁ ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।
11 Non fiet ita, sed ite tantum viri, et sacrificate Domino: hoc enim et ipsi petistis. Statimque eiecti sunt de conspectu Pharaonis.
ଏପରି ହେବ ନାହିଁ, ତୁମ୍ଭେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କର ସେବା କର; କାରଣ ଏହା ହିଁ ତୁମ୍ଭେମାନେ ଚାହଁ।” ଏଉତ୍ତାରେ ସେମାନେ ଫାରୋଙ୍କ ସାକ୍ଷାତରୁ ତାଡ଼ିତ ହେଲେ।
12 Dixit autem Dominus ad Moysen: Extende manum tuam super Terram Aegypti ad locustam, ut ascendat super eam, et devoret omnem herbam quae residua fuerit grandini.
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପଙ୍ଗପାଳ ନିମନ୍ତେ ମିସର ଦେଶ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସେମାନେ ମିସର ଦେଶକୁ ଆସି ଶିଳାବୃଷ୍ଟିର ଅବଶିଷ୍ଟାଂଶ ଭୂମିର ତୃଣାଦି ସମସ୍ତ ଗ୍ରାସ କରିବେ।”
13 Et extendit Moyses virgam super terram Aegypti: et Dominus induxit ventum urentem tota die illa, et nocte: et mane facto, ventus urens levavit locustas.
ତହୁଁ ମୋଶା ମିସର ଦେଶ ଉପରେ ଆପଣା ଯଷ୍ଟି ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସାରା ଦିବାରାତ୍ରି ଦେଶରେ ପୂର୍ବୀୟ ବାୟୁ ବୁହାଇଲେ; ପ୍ରଭାତ ହୁଅନ୍ତେ, ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଳ ଉପସ୍ଥିତ ହେଲେ।
14 Quae ascenderunt super universam Terram Aegypti: et sederunt in cunctis finibus Aegyptiorum innumerabiles, quales ante illud tempus non fuerant, nec postea futurae sunt.
ତହିଁରେ ସମୁଦାୟ ମିସର ଦେଶରେ ପଙ୍ଗପାଳ ବ୍ୟାପିଗଲେ, ମିସରର ସମସ୍ତ ଅଞ୍ଚଳରେ ପଙ୍ଗପାଳ ପଡ଼ିଲେ; ସେମାନେ ଅତ୍ୟନ୍ତ ଭୟାନକ ଥିଲେ; ସେପରି ପଙ୍ଗପାଳ ପୂର୍ବରେ କଦାପି ହୋଇ ନ ଥିଲା, କି ଆଉ କେବେ ହେବ ନାହିଁ।
15 Operueruntque universam superficiem terrae, vastantes omnia. Devorata est igitur herba terrae, et quidquid pomorum in arboribus fuit, quae grando dimiserat: nihilque omnino virens relictum est in lignis, et in herbis terrae, in cuncta Aegypto.
ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍ବର୍ଣ୍ଣ କିଛିମାତ୍ର ରହିଲା ନାହିଁ।
16 Quam ob rem festinus Pharao vocavit Moysen et Aaron, et dixit eis: Peccavi in Dominum Deum vestrum, et in vos.
ତହୁଁ ଫାରୋ ଶୀଘ୍ର ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ମୁଁ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ପାପ କରିଅଛି।
17 Sed nunc dimittite peccatum mihi etiam hac vice, et rogate Dominum Deum vestrum, ut auferat a me mortem istam.
ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।”
18 Egressusque Moyses de conspectu Pharaonis, oravit Dominum.
ତହିଁରେ ସେ ଫାରୋଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ,
19 Qui flare fecit ventum ab occidente vehementissimum, et arreptam locustam proiecit in Mare rubrum: non remansit ne una quidem in cunctis finibus Aegypti.
ସଦାପ୍ରଭୁ ପ୍ରବଳ ପଶ୍ଚିମ ବାୟୁ ଫେରାଇ ଦେଶରୁ ପଙ୍ଗପାଳମାନଙ୍କୁ ଉଠାଇ ନେଇ ସୂଫ ସାଗରରେ ନିକ୍ଷେପ କଲେ; ତହିଁରେ ମିସରର କୌଣସି ଅଞ୍ଚଳରେ ଗୋଟିଏ ପଙ୍ଗପାଳ ରହିଲା ନାହିଁ।
20 Et induravit Dominus cor Pharaonis, nec dimisit filios Israel.
ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି, ସେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
21 Dixit autem Dominus ad Moysen: Extende manum tuam in caelum: et sint tenebrae super Terram Aegypti tam densae, ut palpari queant.
ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ହସ୍ତ ବିସ୍ତାର କର; ତହିଁରେ ମିସର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ସକାଶୁ ଲୋକମାନେ ଦରାଣ୍ଡି ହେବେ।”
22 Extenditque Moyses manum in caelum: et factae sunt tenebrae horribiles in universa Terra Aegypti tribus diebus.
ଏଥିଉତ୍ତାରେ ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ପରସ୍ପରକୁ ଦେଖି ପାରିଲା ନାହିଁ।
23 Nemo vidit fratrem suum, nec movit se de loco in quo erat: ubicumque autem habitabant filii Israel, lux erat.
ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ସମସ୍ତ ବାସ ସ୍ଥାନରେ ଆଲୁଅ ଥିଲା।
24 Vocavitque Pharao Moysen et Aaron, et dixit eis: Ite, sacrificate Domino: oves tantum vestrae, et armenta remaneant, parvuli vestri eant vobiscum.
ତହୁଁ ଫାରୋ ମୋଶାଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରିବାକୁ ଯାଅ; କେବଳ ତୁମ୍ଭମାନଙ୍କର ଗୋମେଷାଦି ପଲ ଥାଉନ୍ତୁ; ତୁମ୍ଭମାନଙ୍କ ବାଳକମାନେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ଯାଉନ୍ତୁ।”
25 Ait Moyses: Hostias quoque et holocausta dabis nobis, quae offeramus Domino Deo nostro.
ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ।
26 Cuncti greges pergent nobiscum: non remanebit ex eis ungula: quae necessaria sunt in cultum Domini Dei nostri: praesertim cum ignoremus quid debeat immolari, donec ad ipsum locum perveniamus.
ଆମ୍ଭମାନଙ୍କ ପଶୁଗଣ ଆମ୍ଭମାନଙ୍କ ସଙ୍ଗରେ ଯିବେ, ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ; କାରଣ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ; ପୁଣି, କି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେମାନେ ଜାଣି ପାରିବୁ ନାହିଁ।”
27 Induravit autem Dominus cor Pharaonis, et noluit dimittere eos.
ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି, ସେ ସେମାନଙ୍କୁ ଯିବାକୁ ଦେବା ପାଇଁ ସମ୍ମତ ହେଲେ ନାହିଁ।
28 Dixitque Pharao ad Moysen: Recede a me, et cave ne ultra videas faciem meam: quocumque die apparueris mihi, morieris.
ଏଣୁ ଫାରୋ ତାଙ୍କୁ କହିଲେ, “ଆମ୍ଭ ନିକଟରୁ ଦୂର ହୁଅ, ଆପଣା ବିଷୟରେ ସାବଧାନ ହୁଅ, ଆମ୍ଭର ମୁଖ ଆଉ କେବେ ଦେଖ ନାହିଁ; ଯେଉଁ ଦିନ ଆମ୍ଭର ମୁଖ ଦେଖିବ, ସେହି ଦିନ ମରିବ।”
29 Respondit Moyses: Ita fiet ut locutus es, non videbo ultra faciem tuam.
ତହିଁରେ ମୋଶା କହିଲେ, “ଆପଣ ଭଲ କହିଲେ, ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ।”