< Zaccharias Propheta 2 >
1 Et levavi oculos meos, et vidi: et ecce vir, et in manu eius funiculus mensorum.
ଏଥିଉତ୍ତାରେ ମୁଁ ଚକ୍ଷୁ ମେଲି ଅନାଇଲି, ଆଉ ଦେଖ, ଆପଣା ହସ୍ତରେ ପରିମାପକ ରଜ୍ଜୁଧାରୀ ଏକ ପୁରୁଷକୁ ଦେଖିଲି।
2 Et dixi: Quo tu vadis? Et dixit ad me: Ut metiar Ierusalem, et videam quanta sit latitudo eius, et quanta longitudo eius.
ତେବେ ମୁଁ କହିଲି, “ଆପଣ କେଉଁଠାକୁ ଯାଉଅଛନ୍ତି?” ତହୁଁ ସେ ମୋତେ କହିଲେ, “ଯିରୂଶାଲମକୁ ମାପିବା ପାଇଁ, ତହିଁର ଓସାର କେତେ ଓ ତହିଁର ଲମ୍ବା କେତେ, ଏହା ଦେଖିବା ପାଇଁ ଯାଉଅଛୁ।”
3 Et ecce angelus, qui loquebatur in me, egrediebatur, et angelus alius egrediebatur in occursum eius.
ଆଉ ଦେଖ, ମୋʼ ସଙ୍ଗେ କଥା କହୁଥିବା ଦୂତ ବାହାର ହେଲେ ଓ ଆଉ ଜଣେ ଦୂତ ତାଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ବାହାରିଲେ,
4 Et dixit ad eum: Curre, loquere ad puerum istum, dicens: Absque muro habitabitur Ierusalem præ multitudine hominum, et iumentorum in medio eius.
ପୁଣି, ତାହାଙ୍କୁ କହିଲେ, “ଦୌଡ଼, ଏହି ଯୁବା ଲୋକକୁ କୁହ ‘ଯିରୂଶାଲମର ମନୁଷ୍ୟ ଓ ପଶୁଗଣର ବାହୁଲ୍ୟ ହେତୁ ତାହା ପ୍ରାଚୀରବିହୀନ ଗ୍ରାମସମୂହର ତୁଲ୍ୟ ବସତି ସ୍ଥାନ ହେବ।
5 Et ego ero ei, ait Dominus, murus ignis in circuitu: et in gloria ero in medio eius.
କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀର ସ୍ୱରୂପ ହେବା ଓ ଆମ୍ଭେ ସେମାନଙ୍କ ମଧ୍ୟରେ ମହିମା ସ୍ୱରୂପ ହେବା।’”
6 O, o fugite de terra Aquilonis, dicit Dominus: quoniam in quattuor ventos cæli dispersi vos, dicit Dominus.
“ଆହେ, ଆହେ, ଉତ୍ତର ଦେଶରୁ ପଳାଅ, ଏହା ସଦାପ୍ରଭୁ କହନ୍ତି। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ, ଏହା ସଦାପ୍ରଭୁ କହନ୍ତି।
7 O Sion, fuge quæ habitas apud filiam Babylonis:
ହେ ବାବିଲର କନ୍ୟା ସହିତ ବାସକାରିଣୀ ସିୟୋନ, ତୁମ୍ଭେ ରକ୍ଷାର୍ଥେ ପଳାଅ।
8 quia hæc dicit Dominus exercituum: Post gloriam misit me ad gentes, quæ spoliaverunt vos: qui enim tetigerit vos, tangit pupillam oculi mei:
କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଯେଉଁ ଗୋଷ୍ଠୀଗଣ ତୁମ୍ଭମାନଙ୍କୁ ଲୁଟିଲେ, ସେମାନଙ୍କ ନିକଟକୁ ସେ ମୋତେ ସମାଦର କରି ପ୍ରେରଣ କରିଅଛନ୍ତି; କାରଣ ଯେଉଁ ଲୋକ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ମୋʼ ର ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ।
9 quia ecce ego levo manum meam super eos, et erunt prædæ his, qui serviebant sibi: et cognoscetis quia Dominus exercituum misit me.
ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀଗଣର ଲୁଟିତ ବସ୍ତୁ ସ୍ୱରୂପ ହେବେ ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।
10 Lauda, et lætare filia Sion: quia ecce ego venio, et habitabo in medio tui, ait Dominus.
ଗୋ ସିୟୋନ କନ୍ୟେ, ଗାନ କରି ଉଲ୍ଲାସ କର କାରଣ ଦେଖ, ଆମ୍ଭେ ଆସୁଅଛୁ ଓ ଆମ୍ଭେ ତୁମ୍ଭ ମଧ୍ୟରେ ବାସ କରିବା, ଏହା ସଦାପ୍ରଭୁ କହନ୍ତି।
11 Et applicabuntur Gentes multæ ad Dominum in die illa, et erunt mihi in populum, et habitabo in medio tui: et scies quia Dominus exercituum misit me ad te.
ପୁଣି, ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ; ଆଉ, ମୁଁ ତୁମ୍ଭ ମଧ୍ୟରେ ବାସ କରିବି, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
12 Et possidebit Dominus Iudam partem suam in terra sanctificata: et eliget adhuc Ierusalem.
ଆଉ, ସଦାପ୍ରଭୁ ପବିତ୍ର ଦେଶରେ ଯିହୁଦାକୁ ଆପଣା ଅଂଶ ରୂପେ ଅଧିକାର କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।
13 Sileat omnis caro a facie Domini: quia consurrexit de habitaculo sancto suo.
ହେ ପ୍ରାଣୀସବୁ, ସଦାପ୍ରଭୁଙ୍କ ସାକ୍ଷାତରେ ନୀରବ ହୁଅ; କାରଣ ସେ ଆପଣା ପବିତ୍ର ଆବାସ ମଧ୍ୟରୁ ଜାଗି ଉଠିଅଛନ୍ତି।”